Advertisment

Prime Minister House on fire: ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଘରେ ନିଆଁ ଲଗାଇଦେଲେ ବିରୋଧୀ, ଏମିତି କହିଲେ ହସିନା

ବାଂଲାଦେଶର ବିଦାୟୀ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପିତା ତଥା ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜିବୁର ରେହମାନଙ୍କ ପୁରୁଣା ଘରେ ନିଆଁ ଲଗାଇ ଦେଇଛନ୍ତି ବିରୋଧୀ। ଏହି ଘଟଣାକୁ ବିଦାୟୀ ପ୍ରଧାନମନ୍ତ୍ରୀ ଶେଖ ହସିନା ନିନ୍ଦା କରିଛନ୍ତି। ହସିନା କହିଛନ୍ତି ଆପଣ ଗୋଟିଏ ବିଲ୍ଡିଂକୁ ନିଶ୍ଚହ୍ନ କରି ପାରିବେ ମାତ୍ର ଇତିହାସକୁ ପରିବର୍ତ୍ତନ କରିବା ଅସମ୍ଭବ।

author-image
Saroj Kumar Jena
ଅଦ୍ୟତନ ହୋଇଛି
Sheikh hasina

Sheikh hasina

ବାଂଲାଦେଶର ବିଦାୟୀ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପିତା ତଥା ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜିବୁର ରେହମାନଙ୍କ ପୁରୁଣା ଘରେ ନିଆଁ ଲଗାଇ ଦେଇଛନ୍ତି ବିରୋଧୀ। ଏହି ଘଟଣାକୁ ବିଦାୟୀ ପ୍ରଧାନମନ୍ତ୍ରୀ ଶେଖ ହସିନା ନିନ୍ଦା କରିଛନ୍ତି। ହସିନା କହିଛନ୍ତି ଆପଣ ଗୋଟିଏ ବିଲ୍ଡିଂକୁ ନିଶ୍ଚହ୍ନ କରି ପାରିବେ ମାତ୍ର ଇତିହାସକୁ ପରିବର୍ତ୍ତନ କରିବା ଅସମ୍ଭବ।

Advertisment

ଅଗଷ୍ଟ ୨୦୨୪ରେ ଶେଖ ହସିନା ଭାରତକୁ ପଳାୟନ କରିଥିଲେ। ସଂରକ୍ଷଣ ବିରୋଧୀ ଛାତ୍ର ଆନ୍ଦୋଳନ ଏବଂ ଦେଶବ୍ୟାପୀ ହିଂସାରେ ୩ଶହ ଜଣଙ୍କ ମୃତ୍ୟୁ ହେବା ପରେ, ଅଣାୟତ୍ତ ହୋଇପଡ଼ିଥିଲା ବାଂଲାଦେଶର ଅରାଜକ ସ୍ଥିତି। ଶେଷରେ ଆନ୍ଦୋଳନକାରୀଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଶେଖ୍‌ ହସିନା । ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସେ ଦେଶ ଛାଡ଼ି ନୂଆଦିଲ୍ଲୀ ଆସିଥିଲେ । ବାଂଲାଦେଶ ବାୟୁସେନାର C-130 ବିମାନ ଢାକାରୁ ଆସି ଉତ୍ତରପ୍ରଦେଶ ଗାଜିଆବାଦ ସ୍ଥିତ ହିଣ୍ଡନ ଏୟାରବେସରେ ଓହ୍ଲାଇଥିଲା । ଶେଖ୍ ହସିନାଙ୍କ ସହ ତାଙ୍କ ଭଉଣୀ ମଧ୍ୟ ଭାରତ ଆସିଥିଲେ।

ଅଧିକ ପଢନ୍ତୁ: ଲୁଚିଛପି ଯାଇଥିଲେ ବିଦେଶ; ଚାଟାର୍ଡ ଫ୍ଲାଇଟ୍‌ରେ ବିଦା କଲା ଆମେରିକା

ଭାରତ ଆସିଥିବ ହସିନା ଦୀର୍ଘ ଦିନ ଧରି ନୀରବ ରହିଥିଲେ। ତେବେ ବୁଧବାର ଅନଲାଇନ ଆସିବା ସହିତ ନିଜ ଦଳର ସମର୍ଥକ ମାନଙ୍କ ଉଦ୍ଦେଶ୍ୟରେ ଭାଷଣ ଦେଇଥିଲେ। ଆୱାମୀ ଲିଗ ୧୬ ବର୍ଷ ଧରି କ୍ଷମତାରେ ରହିଥିଲା। ଅନ୍ୟ ପକ୍ଷରେ ମୋ ଦେଶକୁ କ୍ଷତି ପହଞ୍ଚାଇବା ଭଳି କୌଣସି କାର୍ଯ୍ୟ ମୁଁ କରିନାହିଁ। ଯେଉଁ ପରସ୍ଥିତିରେ ମୋତେ ଦେଶରୁ ବିଦା କରାଗଲା ତାହା ଅତ୍ୟନ୍ତ ନିନ୍ଦନୀୟ। ଏହାର ପ୍ରତିଶୋଧ ସମର୍ଥକ ମାନେ ନେବା ଉଚିତ ବୋଲି କହିଥିଲେ ହସିନା।

Advertisment

ହସିନାଙ୍କ ବୟାନକୁ ନେଇ ବିପକ୍ଷ ଦଳର ସମର୍ଥକ ମାନେ ରାଗି ଯାଇଥିଲେ। ଏକ ଭିଡରେ ଶତାଧିକ ଲୋକ ଆସି ତାଙ୍କ ପିତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣା ପରେ ହସିନା ପ୍ରତିକ୍ରିୟାରେ କହିଛନ୍ତି, ପିତାଙ୍କ ସ୍ମୃତି ଭାବରେ କେବଳ ଏହା ହିଁ ତାଙ୍କ ପାଖରେ ରହିଥିଲା। ଏହାକୁ ନିଆଁ ଲଗାଇ ଠିକ କରାଯାଇନି। ବାଂଲାଦେଶର ବର୍ତ୍ତମାନ ସରକାର ଓ ଜନ ସାଧାରଣଙ୍କ ନିକଟରୁ ମୁଁ ନ୍ୟାୟ ଆଶା କରୁଛି ବୋଲି ହସିନା କହିଛନ୍ତି। ଏହା ସହିତ ଯେଉଁ ମାନେ ମୋ ଘର ଜଳାଇଛନ୍ତି ସେମାନେ ମନେ ରଖିବା ଉଚିତ ଇତିହାସ ସବୁବେଳେ ଏହାର ପ୍ରତିଶୋଧ ନେଇଥାଏ।

ଅଧିକ ପଢନ୍ତୁ: ଆମେରିକା ରାଷ୍ଟ୍ରପତିଙ୍କ କଡ଼ା ନିଷ୍ପତ୍ତି, ୩ଟି ଦେଶ ଉପରେ ଆମଦାନୀ ଟାରିଫ୍ ଲଗାଇଲେ ଟ୍ରମ୍ପ

Bangladesh Bangladesh PM Sheikh Hasina Sheikh Hasina
Advertisment
Advertisment