ଆଗ ପଛ ହୋଇ ପରପାରିକୁ ଚାଲିଗଲେ ବାପା-ମାଆ । ବାସ୍ ସେଇଠୁ ଆରମ୍ଭ ହୋଇଗଲା ୧୪ ବର୍ଷୀୟା ବର୍ଷାର ଯନ୍ତ୍ରଣାର କାହାଣୀ । ଦୁଇ ଭାଇଙ୍କୁ ଧରି ନୂଆଁଣିଆ ଚାଳ ଘରେ ରହିବା ସହ ଖାଇବା ପାଇଁ କରୁଛି ସଂଘ
ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ କେନ୍ଦ୍ର ସରକାରଙ୍କ ଜିଏସଟି ବିଭାଗରେ କାମ କରୁଥିଲେ । ସେ ଗତ ୨୦୧୨ ମସିହାରେ ଅବସର ନେଲେ। ସେହିପରି କୈଳାସ ବାବୁ ରାଜ୍ୟ ସରକାରଙ୍କ ମୃତ୍ତିକା ସଂରକ୍ଷଣ ବିଭାଗରୁ ୨୦୦୬ ମସିହାରେ ଅବସର ନେଇଛନ୍ତି । ଉଭୟ ବନ୍ଧୁ ଗତ ୧୦ ବର୍ଷରୁ ଅଧିକ ସମୟ ହେବ ଗଛ ଲଗାଉଛନ୍ତି । ଚାକିରି କରିବା ସମୟରେ ମଧ୍ୟ ଉଭୟେ ଗଛ ଲଗାଉଥିଲେ ଏବଂ ଏବେ ମଧ୍ୟ ଗଛ ଲଗାଉଛନ୍ତି
ଯୋଜନା ବାଟବଣା । ମହାବାତ୍ୟାରେ ଘର ଭାଙ୍ଗିଥିଲା, ଆଜିଯାଏଁ ମିଳିଲାନି । ପ୍ରଶାସନକୁ ଗୁହାରି କରିବାରୁ ବାବୁ କହୁଛନ୍ତି ନୂଆ ତାଲିକା ଆସିଲେ ଦେଖିବା...
ଏକା ସାଙ୍ଗରେ ଚାଲିଗଲେ ବାପା-ପୁଅ । ଭାତ ସାଙ୍ଗରେ ତିଅଣ ଏମାନଙ୍କ ଲାଗି ସାତ ସପନ । କଇଁଆ, ଆମ୍ବ ଖାଇ ବଞ୍ଚୁଛି ପୂରା ପରିବାର । ପୁଣି ମୁଣ୍ଡ ଉପରେ ବିଧବା ବୋହୂ ସହ ନାତିନାତୁଣୀଙ୍କ ବୋଝ
ସୋସିଆଲ ମିଡିଆରେ ଆଜିକାଲି ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଏହା ଦେଖିବାକୁ ମିଳେ ଯେ, ଜଣେ ମହିଳା ରନର୍ସ ଦୌଡିବା ବେଳେ ତାଙ୍କ ସହିତ ଦୌଡୁଥିବା ଜଣେ ଦିବ୍ୟାଙ୍ଗ ପୁରୁଷ ରନର୍ସକୁ ପାଣି ଦେଉଛନ୍ତି। ଏହି କାରଣରୁ ମହିଳା ରନର୍ ରେସ୍ ହାରିଯାଉଛନ୍ତି।
ଟିଣଛପର ଭଙ୍ଗା ଦଦରା ଘର । ସେଇଠି ଗୋଟିଏ କ’ଣରେ ଶୋଇ ରହୁଛନ୍ତି ଜଣେ ବୃଦ୍ଧା । ଘର ଭିତରର ଦୃଶ୍ୟ ଦେଖିବା ପରେ ବିଶ୍ୱାସ କରିପାରିବେନି ସେଇଠି ମଣିଷ ରହୁଛନ୍ତି ବୋଲି । ଯେଉଁଠି ସାଇକେଲ୍ ରହିଛି ସେଇଠି ରୋଷେଇ, ସେଇଠି ଲୁଗାପଟା ଆଉ ସେଇଠି ମଣିଷ ବି ଶୋଇଛି
୨୩ ବର୍ଷର ସ୍ଥିର ସରକାର । ସ୍ୱାମୀ ପିଠିରେ ମାଂସ ବଢୁଛି, ସ୍ତ୍ରୀ ବି ଦିବ୍ୟାଙ୍ଗ । ରାସନକାର୍ଡ ଖଣ୍ଡେ ପାଇଁ ପ୍ରଶାସନକୁ ଗୁହାରି କରି କରି ଥକିପଡ଼ିଲେଣି ହେଲେ କାର୍ଡ ମିଳିଲାନି । ବିଡ଼ିଓ କହୁଛନ୍ତି ଖୁବଶୀଘ୍ର ସାହାଯ୍ୟ ମିଳିବ
ସ୍ୱପ୍ନ ତାଙ୍କୁ ଶୁଆଇ ଦେଉନି । ଅଧ୍ୟାପକ ହେବାର ନିଶା ତାଙ୍କୁ ପାଗଳ କରିଦେଇଛି । ଘରର ଆର୍ଥିକ ଅବସ୍ଥା ବି ଭଲ ନାହିଁ । ହେଲେ ବାପା-ମାଆଙ୍କୁ ନଜଣାଇ କଲେଜ୍ରେ କ୍ଲାସ୍ ସାରି ରାସ୍ତା କଡରେ ଖେଳନା ବିକୁଛନ୍ତି । ସ୍ୱପ୍ନ ପୂରଣ ଲାଗି ଦିନରାତି ପରିଶ୍ରମ କରୁଛନ୍ତି ସୌରୀ
ଭତ୍ତା ପାଇଲେ ଝରିଗାଁର ବୃଦ୍ଧା ସୂର୍ଯ୍ୟ ହରିଜନ...ଓଟିଭିରେ ଖବର ପ୍ରସାରଣ ଓ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଉଦବେଗ ପରେ ଘରେ ପହଞ୍ଚିଲା ବ୍ୟାଙ୍କ, ହେଲେ ଫିଙ୍ଗର ପ୍ରିଣ୍ଟ୍ ମିଶୁ ନଥିବାରୁ ଦହଗଞ୍ଜ ଆହୁରି ଅନେକ ସୂର୍ଯ୍ୟଙ୍କ ସମସ୍ୟାର କେମିତି ହେବ ଅନ୍ତ? ଉଠିଲା ପ୍ରଶ୍ନ
ଦୁଇ ହାତ ସିନା ନାହିଁ ପାଟିରେ ବ୍ରସ୍ ଧରି ସ୍ୱପ୍ନିକା ଆଙ୍କିପାରନ୍ତି ଭଳି କି ଭଳି ଚିତ୍ର, ଆଉ ଚମକାଇ ଦିଅନ୍ତି ସମସ୍ତଙ୍କୁ ନିଜ କଳାରେ। ଖାଲି ସେତିକି ନୁହେଁ, ସ୍ୱପ୍ନିକା ସୋସିଆଲ୍ ମିଡିଆରେ ନିଜର ବିଭିନ୍ନ ଡ୍ୟାନ୍ସ ରିଲ୍ ବି ପୋଷ୍ଟ୍ କରିଥାନ୍ତି। ଆଉ ସୋସିଆଲ୍ ମିଡିଆରେ ତାଙ୍କର ବେଶ୍ ସଂଖ୍ୟାରେ ଫଲୋଅର୍ ବି ଅଛନ୍ତି।
ମାଲକାନଗିରି ବଣ୍ଡାଘାଟିରୁ ଦୁବାଇ... ଆଇଟିଆଇରେ ଅଧିକ ଜ୍ଞାନ ଆହରଣ ପାଇଁ ବିଦେଶ ଯିବେ ବଣ୍ଡା ଛାତ୍ରୀ ବୁଦ୍ରି କିର୍ସାନୀ... ରାଜ୍ୟର ୫ ଛାତ୍ରଛାତ୍ରୀଙ୍କ ଭିତରେ ନିଜ ନାଁ ଥିବାରୁ ଖୁସିରେ ବିଭୋର...ସାରା ଜିଲ୍ଲା ପାଇଁ ଆଣିଲେ ଗୌରବ।
ରାସ୍ତା ଯେତେ କଷ୍ଟସାଧ୍ୟ ହେଉନା କାହିଁକି, ପ୍ରତିଭା ନିଶ୍ଚିତ ଭାବରେ ଏହାକୁ ଅତିକ୍ରମ କରି ଆଗକୁ ବଢି ଚାଲେ। ଏକ ଦୁର୍ଘଟଣାରେ ଭରତ ସିଂହ ହରେଇଲେ ହାତ। ଅଧ୍ୟୟନ ପାଇଁ ସାହାରା ହେଲା ପାଦ। ହେଇଗଲେ କୃଷି ପର୍ଯ୍ୟବେକ୍ଷକ। ପାରା ଅଲିମ୍ପିକ୍ସରେ ବ୍ରୋଞ୍ଜ୍ ପଦକ ମଧ୍ୟ ଜିତିଛନ୍ତି।
ଖରା ବଢୁଛି, ତାଳ ଦେଇ ତାତି ବି ବଢୁଛି l ଅସହ୍ୟ ହେଲାଣି ଗରମ l ଅତିଷ୍ଟ ହେଉଛି ଜୀବଜଗତ । ସେଥିରୁ ପଶୁପକ୍ଷୀ ମାନେ ବାଦ୍ ପଡ଼ିବେ ବା କେମିତି? ବାଲେଶ୍ୱର ଖଇରା ବ୍ଲକ ଡୁଙ୍ଗୁରା ପଞ୍ଚାୟତ ବାଣପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପୁରାତନ ଛାତ୍ର ଯେଉଁ ନୂଆ ପ୍ରୟାସ କରିଛନ୍ତି ତାହାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ଭାରି ଚର୍ଚ୍ଚା ...
ଘରେ ପହଁଚିବା ପରେ ପରିବାର ଲୋକଙ୍କ ଆଖିରେ ଖୁସିର ଲୁହ ବି ଦେଖାଦେଇଥିଲା । ପୁଅକୁ ବନ୍ଦାପନା କରି ପାଛୋଟି ନେଇଥିଲେ ମାଆ ପାର୍ବତୀ ଓ ଧର୍ମପତ୍ନୀ ଜ୍ୟୋର୍ତିମୟୀ । ପୁଅ ଆଜି ଘରକୁ ଆସିଛି ମୁଁ ବହୁତ ଖୁସି କିନ୍ତୁ ବେଶୀ ଖୁସି ପୁଅ ଭାରତ ମା'ର ସେବା କରିଛି ବୋଲି କହିଛନ୍ତି ବାପା ଗୌରାଙ୍ଗ ଚନ୍ଦ୍ର ନାୟକ । ସେପଟେ ପଙ୍କଜ କହିଛନ୍ତି, ଇଚ୍ଛା ଥିଲା ଭାରତ ମାତାର ସେବା କରିବାକୁ
ସେ ଶତକଡ଼ା ୯୭ ପ୍ରତିଶତ ମାର୍କ ରଖିଛନ୍ତି। ତାଙ୍କର ଏହି ସଫଳତାରେ ସବୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।
ଅନୁଗୁଳ ଜରପଡ଼ା ରେଂଜ୍ରେ ରେଞ୍ଜ ଅଧିକାରୀ ମାଧବ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ପ୍ରାୟ ୫୦ ଜଣ ସମାଜସେବୀ ଓ ବନ କର୍ମଚାରୀ ପାହାଡ଼ ଉପରକୁ ଚଢ଼ିଥିଲେ । ଗ୍ରାମବାସୀ, ଛାତ୍ରଛାତ୍ରୀ ଓ ମହିଳା ମାନେ ବି ଏହି ଯାତ୍ରାରେ ସାମିଲ ଥିଲେ । ସମସ୍ତଙ୍କ ହାତରେ ପାଣି ଠେକି ବି ଥିଲା । ପ୍ରାୟ ୨ ଶହ ଫୁଟ ପାହାଡ଼ ଚଢ଼ିବା ପରେ ପାଣି ଭର୍ତ୍ତି ଠେକିକୁ ରଖିଥିଲେ। ଆଉ ଏଇ ପାଣି ଠେକିରୁ ଏବେ ଶହଶହ ପକ୍ଷୀ ପିଉଛନ୍ତି ପାଣି।
ଜୀବନରେ କରିଥିବା ଭଲ କର୍ମର ଫଳ ଏଭଳି ମିଳିବ ବୋଲି କିଏ କେବେ ଆଶା ବି କରିନଥିବେ । ନିଜର ସମସ୍ତ ସମ୍ପତ୍ତି ଝିଅର ଚିକିତ୍ସା ପାଇଁ ଅଜାଡ଼ି ଦେଇ ମାଆ ତଳିତଳାନ୍ତ ହୋଇଗଲେ। ହେଲେ ଆଜି ଲଟେରୀରେ ମାଲାମାଲ୍ ହୋଇଯାଇଛନ୍ତି । ଜାଣନ୍ତୁ ପୂରା କାହାଣୀ..
ପରିବାର ପଚାରିଲାନି...ପରିଣତ ବୟସରେ ପର କରିଦେଲେ । ହେଲେ ଆପଣାର କରିନେଲା ବନ୍ଧୁ । ଖାଲି ଆପଣାର କଲା ତାହା ନୁହେଁ ବରଂ ଜୀବନ ଦାନ ବି ଦେଲା । ପୁରୀରୁ ଆସିଥିବା ଏଇ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଭାରି ଚର୍ଚ୍ଚା । ଶ୍ରୀକ୍ଷେତ୍ରରେ ରହୁଥିବା ଏଇ ଦୁଇ ବନ୍ଧୁଙ୍କ ନିଆରା ସଂପର୍କ କଥା ଯିଏ ଜାଣୁଛି ସିଏ ବି ସଲାମ କରୁଛି ।
ପାଗଳ କରିଛି ଫୁଲ । ମୋଟା ଦରମା ପାଉଥିଲେ ବି ଛାଡ଼ି ଦେଲେ ଚାକିରି । ଏବେ ଘରେ ରହି ଗଛର ନେଉଛନ୍ତି ଯତ୍ନ । ପୂରା ଏରିଆରେ ରଶ୍ମିତାଙ୍କୁ ନେଇ ବଢିଲା ଚର୍ଚ୍ଚା
ରାଜ୍ୟ ଓ ଜାତୀୟ ସ୍ତରର ହ୍ୱିଲଚେୟାର୍ ଫେନ୍ସିଂ ପ୍ରତିଯୋଗିତାରେ କମାଲ୍ ଦେଖାଇଥିଲେ ମଧୁସ୍ମିତା
ଯୁକ୍ତ ଦୁଇ ଛାତ୍ରଙ୍କ ମହାନତା । ଲଣ୍ଡା ହେଲେ...କ୍ୟାନସର ରୋଗୀଙ୍କୁ କେଶଦାନ କଲେ । ୮ ମାସ ହେଲାଣି କାଟିନଥିଲେ ବାଳ
ବାପା ନାହାନ୍ତି କି ମାଆ ନାହାନ୍ତି । ଆଗପଛ ହୋଇ ଆରପାରିକୁ ଚାଲିଗଲେ ଉଭୟ । ବାପା ଆଉ ମାଆଙ୍କ ଅବର୍ତ୍ତମାନରେ ଏବେ ବଡ଼ କଷ୍ଟରେ ଦିନ କାଟୁଛନ୍ତି କରଞ୍ଜିଆର ଅନିତା ଓ ସୋନାଲି । ଜଣଙ୍କୁ ୮ ବର୍ଷ ହୋଇଥିବା ବେଳେ ଆଉ ଜଣଙ୍କୁ ୫ । ଏ ବୟସରେ ନିଜ ହାତରେ ଖାଇବା ବି କଷ୍ଟକର ହୋଇପଡ଼ୁଥିବା ବେଳେ ପରିସ୍ଥିତର ଦାସ ହୋଇ ନିଜ କାମ ନିଜେ କରୁଛନ୍ତି ଦୁଇ ଭଉଣୀ ।
କିଛି ନବୁଝିଲେ ବି କଥାବାର୍ତ୍ତାର ମଜା ଉଠାଇଥାନ୍ତି ଗ୍ରାହକ।
ସାର୍ଙ୍କ ଚାକିରି ସରିଗଲା ବୋଲି...ଘୋଡ଼ା ଗାଡ଼ିରେ ବସାଇଲେ । ଡିଜେ, ଦୁଲୁଦୁଲି ବଜାଇ ଗାଁ ପରିକ୍ରମା କଲେ । ପିଲାଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଖି ଭାବବିହ୍ୱଳ ହେଲେ ଶିକ୍ଷକ
କଟକ ସଦର ଅଞ୍ଚଳର Hindustan helping hands ସାମାଜିକ ସଂସ୍ଥାର ସଦସ୍ୟମାନେ ଏକାଠି ହୋଇ ଅନାବାଦୀ ଓ ଗୋଚର ସ୍ଥାନରେ ଲଗାଇଛନ୍ତି ଗଛ । ଆଉ ଗଛ ଗୁଡ଼ିକ ପରିବେଶ ଲାଗି ବେଶ ଉପଯୋଗୀ ମଧ୍ୟ । ତେଣୁ ଅକ୍ଲାନ୍ତ ପରିଶ୍ରମ କରି ଏମିତି ଗଛ ଲଗାଉଛନ୍ତି ଯୁବକ ।