• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Human Interest Updates

Baliguda Special Story
ବାପା-ଭାଇ ଯିବା ପରେ ଭଉଣୀ ଲାଗି ଦାଦନ ଖଟୁଛି ରୂପା

ଯେଉଁ ପିଲାଙ୍କୁ ଜନ୍ମ କରିଛି ସେମାନଙ୍କ ପେଟରେ ମୁଠେ ଆହାର ଦେବା ଲାଗି ଦିନରାତି ଏକ କରି କାମ କରୁଥିଲା । ବଡ଼ କଷ୍ଟରେ ଦିନରୁ ଦୁଇ ଓଳି ଖାଇବା ଯୋଗାଡ଼ କରୁଥିଲା । ହେଲେ ଦୈବ ଖେଳିଲା ଖେଳ । ହଠାତ୍‌ ସିଏ ବି ଅସୁସ୍ଥ ହୋଇ ପଡ଼ିଲେ । ବାସ୍‌ ଏହାପରେ କୁମାରୀଙ୍କ ପରିବାରକୁ ଘେରିଗଲା ଦୁଃଖର କଳାବାଦଲ ।

Young girl sells vegetable to support family in Mohana
ଅଞ୍ଜନା ଦୋରାଙ୍କୁ ଶହେ ସଲାମ, ପରିବା ବିକ୍ରି କରି ଅନ୍ୟକୁ ପଢାଉଛନ୍ତି ପାଠ

ନାରୀ ସମାଜରେ କେବେ ଦୁର୍ବଳ ନୁହନ୍ତି। ଯାହାକୁ ପ୍ରମାଣିତ କରି ଦେଖାଇବା ସହ ଅନ୍ୟମାନଙ୍କ ପାଇଁ ଏବେ ଉଦାହରଣ ସାଜିଛନ୍ତି ଦୁର୍ଗମ ଅଞ୍ଚଳର ଜଣେ ଝିଅ । ନିଜର ଦୃଢ଼ ଇଚ୍ଛା ଶକ୍ତି ସାମ୍ନାରେ ପତିରିସ୍ଥି ବି ହାର ମାନିଛି । ବାଇକରେ ଗାଁ ଗାଁ ବୁଲି ପରିବା ବିକି ଘର ଚଳାଇବା ସହ ଦୁଇ ଭଉଣୀଙ୍କୁ ପଢ଼ାଉଛନ୍ତି ପାଠ….

Divyang man Gadadhar Sahu wins bronze
ଦିବ୍ୟାଙ୍ଗ ହେଲେ ବି ସେ ସକ୍ଷମ

ଟ୍ରେନ୍ ନେଇଗଲା ଦୁଇ ଗୋଡ଼, ତଥାପି ହାରିଲେନି ଗଦାଧର। ଦିବ୍ୟାଙ୍ଗ ହେଲେ ବି ସେ ସକ୍ଷମ କେବଳ ସକ୍ଷମ ନୁହେଁ ସଫଳତା ତାଙ୍କୁ ଦେଇଛି ନୂଆ ପରିଚୟ। ନୂଆଦିଲ୍ଲୀରେ ଆୟୋଜିତ ୨୦ତମ ନ୍ୟାସନାଲ ପାୱାରଲିଫ୍ଟଙ୍ଗରେ ତୃତୀୟ ସ୍ଥାନ ସହ ପଦକ ହାସଲ କରିଛନ୍ତି ଶେରଗଡ଼ର ଗଦାଧର।

Bhagwani Devi
୯୫ ବର୍ଷ ବୟସରେ ଗୋଲଡ ମେଡାଲ ଜିତିଲେ ଭଗବାନୀ ଦେବୀ

ବିଶ୍ୱ ମାଷ୍ଟର ଆଥଲେଟିକସ ଚାମ୍ପିୟନସିପରେ ପଦକ ଜିତିଲେ ଭଗବାନୀ ଦେବୀ । ନୂଆଦିଲ୍ଲୀରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ କରାଯାଇଛି ।

Organ Donation
ମୃତ୍ୟୁ ପରେ ବି ଅମର; ଅଙ୍ଗଦାନ କରି ବଞ୍ଚାଇଦେଲେ ୩ ମୂଲ୍ୟବାନ ଜୀବନ

ଅନେକ ଲୋକ ମୃତ୍ୟୁ ପୂର୍ବରୁ ନିଜ ମୂଲ୍ୟବାନ ଅଙ୍ଗ ଦାନ କରିଦିଅନ୍ତି, ଯାହାଫଳରେ ଜଣେ ଲୋକ ନିଜର ଜୀବନ ବଞ୍ଚାଇପାରିବ । ତେବେ ଜଣେ ମହିଳା ନିଜର ଅଙ୍ଗ ଦାନ କରି ତିନି ତିନୋଟି ମଣିଷର ଜୀବନ ବଞ୍ଚାଇଛନ୍ତି ।

IAS
ଆଖିକୁ ଦିଶୁନି...ସେ ହାର ମାନିନି...ଆଇଏଏସ୍‌ ହେବାର ଦେଖୁଛି ସ୍ୱପ୍ନ

ଷ୍ଟେଜ୍‌ ଉପରେ ପୂରା ତାଳ ଓ ଲୟରେ ଗୀତ ଏମିତି ଗାଉଛନ୍ତି ଯେ ବରିଷ୍ଠ ପୋଲିସ ଅଧିକାରୀମାନେ ବି ତାଳି ମାଡ଼ କରୁଛନ୍ତି । ୧୮ ବର୍ଷିୟା ଆଶା ଜନ୍ମରୁ ଦୃଷ୍ଟିବାଧିତ ହୋଇଥିଲେ ସୁଦ୍ଧା ସଙ୍ଗୀତ ପ୍ରତି ପିଲା ଦିନରୁ ରହିଛି ଅହେତୁକ ଦୁର୍ବଳତା । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ସେ ସଂଗୀତ ପରିବେଷଣ କରି ସମସ୍ତଙ୍କ ମନକୁ ଛୁଇଁ ପାରିଛନ୍ତି । ତେବେ ଆଶାଙ୍କ ବାପା ଦିନ ମଜୁରିଆ କାମ କରୁଥିବା ବେଳେ ମାଆ ପର ଘରେ କାମ କରନ୍ତି । ଏତେ ସବୁ କଷ୍ଟ ପରେ ବି ଆଶା ହାର ମାନିନାହାନ୍ତି ବରଂ ଗୋଟିଏ ଭଲ ସିଙ୍ଗର କିମ୍ବା ଆଇଏଏସ୍‌ ହେବା ଲାଗି ସ୍ୱପ୍ନ ଦେଖୁଛନ୍ତି ଆଶା।

Cuttack woman
ହାରିଛି କ୍ୟାନସର, ଜିତିଛନ୍ତି ମାଉସୀ...୬ ବର୍ଷରେ ୮ ଅପରେସନ୍‌

୬ ବର୍ଷରେ ୮ ଥର ଅପରେସନ୍‌ ହେଲେଣି । ଗୋଟିଏ ହାତ ବି ହରାଇଲେଣି । କିନ୍ତୁ ସେ ହାର ମାନିନାହାନ୍ତି...ବଞ୍ଚିବା ଲାଗି ସଂଘର୍ଷ କରୁଛନ୍ତି ୮୦ ବର୍ଷର ବୁଢୀ ମାଉସୀ

Jagatsinghpur
ନିଜ ଅଭିନୟରେ ଦର୍ଶକଙ୍କୁ ବାନ୍ଧୁଥିଲେ...ଏବେ ରାସ୍ତା କଡ଼ରେ ଚା' ଦୋକାନ କରିଛନ୍ତି

ଜଗତସିଂହପୁର ଜିଲ୍ଳାର ସଦର ବ୍ଲକ୍ ଅନ୍ତର୍ଗତ ଅଳା ପଂଚାୟତ ମକରମପୁର ଗ୍ରାମର ସାଗରବାଳା ପଟ୍ଟନାୟକ । ବାସନ୍ତୀ ଅପା ନାଁରେ ଘରେ ଘରେ ପରିଚିତ ସାଗରବାଳା ।୧୯୬୫ ମସିହାରେ ଅନ୍ନପୂର୍ଣ୍ଣା ବି ଗ୍ରୁପରେ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏଥିସହିତ ଆକାଶବାଣୀ କଟକର ନାଟକ ବିଭାଗରେ କଳା ପରିବେଷଣ କରିବା ସହିତ ଶେଷଶ୍ରାବଣ ଓ ମନଆକାଶ ପ୍ରଭୃତି ୧୦ ରୁ ଉର୍ଦ୍ଧ୍ୱ ଚଳଚିତ୍ରରେ ମଧ୍ୟ ସହ କଳାକାର ଭାବେ ଅଭିନୟ କରିଥିଲେ ସାଗରବାଳା

Old Couple
ପୁଅବୋହୂଙ୍କ ନିର୍ଯାତନା ଆଉ ସହିପାରୁନୁ..ଆମେ ଚାଲିଯାଉଛୁ...

ବିନା ସ୍ୱାର୍ଥରେ ନିଜର ସବୁକିଛି ପିଲାଙ୍କ ପାଇଁ ସମର୍ପି ଦେଉଥିବା ବାପାମାଆକୁ କିନ୍ତୁ ପିଲାମାନେ ପାଣି ଗିଲାସଟେ ବି ଯାଚୁ ନାହାନ୍ତି । ଏମିତିକି ହାତ ଉଠେଇବାକୁ ବି ପଛାଉନାହାନ୍ତି । ଶେଷରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ପଛାଇଲେ ନାହିଁ ପିତାମାତା । ମରିବା ପୂର୍ବରୁ ଲେଖିଗଲେ ସୁଇସାଇଡ୍‌ ନୋଟ୍‌ ।

Kidney Transplantation
ଏମିତି ଡ୍ରାଇଭର୍‌ଙ୍କୁ ସାଲ୍ୟୁଟ୍‌; କିଡ୍‌ନୀ ଦାନ କରି ପାସେଞ୍ଜରଙ୍କ ଜୀବନ ବଞ୍ଚାଇଦେଲେ...

ପ୍ରତିଦିନ କିଛି ନା କିଛି ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଥାଏ, ଯାହା ଲୋକଙ୍କୁ ପ୍ରେରଣା ଯୋଗାଇଥାଏ । ନିକଟରେ ଜଣେ ଉବର୍‌ ଡ୍ରାଇଭର୍‌ଙ୍କ କାହାଣୀଙ୍କୁ ନେଇ ବେଶ୍‌ ଚର୍ଚ୍ଚା ହେଉଛି । ଜଣେ ଯାତ୍ରୀଙ୍କୁ କିଡ୍‌ନୀ ଦାନ କରି ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ସାଉଁଟିଛନ୍ତି ଉବର୍‌ ଡ୍ରାଇଭର୍‌ ।

Awas yojana
୬ ଫୁଟିଆ ଘରେ ୩ ଜଣ...ଆବାସ ଘର ଲାଗି ଏମାନେ କାଳେ ଯୋଗ୍ୟ ନୁହଁନ୍ତି ?

ମଣିଷ ଯୋଉଠି ବସୁଛି, କୁକୁର ବି ସେଇଠି ଶୋଉଛି । ଘର ଭିତରେ ଦିକିଦିକି ଚୁଲି ଜଳୁଛି । କେତେବେଳେ ଭାତ ଗଣ୍ଡାକ ହେବ ତାକୁ ସତେ ଯେମିତି ଅପେକ୍ଷା କରି ରହିଛି ବୁଢୀ ମାଉସୀ । ବୟସ ବି କିଛି କମ୍‌ ନୁହେଁ । ୭୩ ପାର୍‌ ହେଲାଣି । ପରିଣତ ବୟସରେ ଘର ଛପର କରିବା ବି ତା ପକ୍ଷରେ କଷ୍ଟ । ସେଇଠି ନୂଆ ଘର କରିବା କଥା ସ୍ୱପ୍ନ ସେ ଦେଖିବ ବା କାହିଁକି? କହିପାରନ୍ତି, ଆବାସ ଯୋଜନାରେ ତ ଶହଶହ ଲୋକଙ୍କୁ ଘର ମିଳୁଛି । ତାଙ୍କୁ କାହିଁକି ମିଳିଲାନି?

Woman seeks financial assistance
ମୋ ସ୍ୱାମୀର ତ କାମ ହେଉନି...ତୁମ ବିଜୁ ସ୍ୱାସ୍ଥ୍ୟକାର୍ଡ଼ ମୁଁ କରିବି କଣ ?

ଗଜପତି ମୋହନା ଟେଡ଼ାମା ଗାଁର ଦୁଃଖୀ ମଲ୍ଲିକ । ୫ ବର୍ଷ ପୂର୍ବରୁ ଦୁଃଖୀଙ୍କ ସ୍ୱାମୀ କୃଷ୍ଣଙ୍କୁ ଏମିତି ରୋଗ ମାଡ଼ିବସିଲା ଯେ ଉଠିବା ବସିବା ବି ତାଙ୍କ ପାଖରେ କଷ୍ଟସାଧ୍ୟ ହେଲା । ସ୍ୱାମୀ ବିଛଣାରେ ପଡ଼ିବା ପରେ ପୂରା ପରିବାରର ବୋଝ ଏବେ ଦୁଃଖୀଙ୍କ ଉପରେ । ମାଆର କଷ୍ଟକୁ ହାଲୁକା କରିବାକୁ ବଡ଼ ପୁଅ ଦାଦନ ଖଟିବାକୁ ଯାଇଛି ଆଉ ଝିଅ ବାଙ୍ଗାଲୋରରେ ସିଲେଇ ଶିଖୁଛି । ପିଲାମାନେ ଯାହା ଯେତିକି ଦେଉଛନ୍ତି ସେତିକିରେ ବଡ଼ କଷ୍ଟରେ ଚଳୁଛି ପରିବାର ।

Disable Person
ଜନ୍ମରୁ ହାତ ନାହିଁ...ଠିକ୍‌ରେ ଚାଲି ବି ପାରୁନାହାନ୍ତି । ବାଉଁଶ କାରିଗରୀରେ ସେମାନେ କିନ୍ତୁ ମାଷ୍ଟର

ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକର ସରସ୍ୱତୀ କୁଂଆରୀ । ଜନ୍ମରୁ ସେ ଦିବ୍ୟାଙ୍ଗ...ଗୋଟିଏ ହାତ ନାହିଁ କି ଗୋଡ଼ ଠିକ୍‌ରେ ଚାଲୁନି । ଏମିତିକି ସରସ୍ୱତୀ ଠିକ୍‌ରେ ଚାଲିବି ପାରନ୍ତିନି । କିନ୍ତୁ ନିଜର ଅସହାୟତା ପାଇଁ ସେ ହାର ମାନିନାହାନ୍ତି । ବରଂ କେମିତି ଟଙ୍କା ରୋଜଗାର ହେବ ସେନେଇ ଉପାୟ ଚିନ୍ତା କରିବା ପରେ ଏବେ ବାଉଁଶ ସାଜିଛି ତାଙ୍କର ବ୍ୟବସାୟ । ପାଖଆଖ ଗାଁରୁ ବାଉଁଶ ସଂଗ୍ରହ କରିବା ପରେ ଭିନ୍ନ ଭିନ୍ନ ସାମଗ୍ରୀ ତିଆରି କରିବାରେ ସେ ଲାଗିପଡ଼ନ୍ତି । କେତେବେଳେ କୁଲା ତ ଆଉ କେତେବେଳେ ଡଲା

helpless girls
ଜେଲ୍‌ରେ ବାପା-ଜେଜେ ମାଆ : ଦଣ୍ଡ ଭୋଗୁଛନ୍ତି ଦୁଇ ନିଷ୍ପାପ ପିଲା

ବାପା-ମାଆଙ୍କ ଅବର୍ତ୍ତମାନରେ ଦୁଇ ଭଉଣୀଙ୍କର ଦାୟିତ୍ୱ ନେବାକୁ ବି କେହିନାହାନ୍ତି । ଘରେ ଜେଜେ ବାପା ଅଛନ୍ତି । ହେଲେ ସିଏ ସେମାନଙ୍କର ସେବା କଣ କରିବେ ? ବରଂ ଦୁଇ ନାତୁଣୀ ତାଙ୍କର ଦାୟିତ୍ୱ ନେଉଛନ୍ତି । କେତେବେଳେ ଗୋଡ଼ ମୋଡି ଦେଉଛନ୍ତି ତ ଆଉ କେତେବେଳେ ଖୁଆଇ ଦେଉଛନ୍ତି । ବଡ଼ ଭଉଣୀ ଶୁଭସ୍ମିତା ସାନ ଭଉଣୀ ମଧୁସ୍ମିତାର ପୂରା ଦାୟିତ୍ୱ ନେଇଛି । ପଖାଳ ଭାତକୁ ଭେଣ୍ଡି ଖଟା କରି ଖୁଆଇ ଦେଉଛି । ଆଉ ମନେ ମନେ କହୁଛି, ହେ ଭଗବାନ ଆଉ ମତେ କଷ୍ଟ ଦିଅନି ।

Woman seeks financial assistance
ଘରର ୩ ପିଲା ଦିବ୍ୟାଙ୍ଗ : ମିଳୁନି କୌଣସି ସରକାରୀ ସହାୟତା

ମାଲକାନଗିରି ସ୍ୱାଭିମାନଞ୍ଚଳ ଧୂଳିପୁଟ ପଂଚାୟତର ମାନ୍ଧାପାଲି ଗାଁର କାଙ୍ଗାରୁ ପରିବାର । ୬ ସନ୍ତାନଙ୍କ ମଧ୍ୟରୁ ୩ ଜଣ ଦିବ୍ୟାଙ୍ଗ । ଦିବ୍ୟାଙ୍ଗ ହେବା ପରେ ଏଇ ସନ୍ତାନଙ୍କ ସହ ବଂଚିବା ଲାଗି ଅହରହ ସଂଗ୍ରାମ କରୁଛନ୍ତି ବିଧବା କାସୁଲ ଆମା । କାସୁଲଙ୍କ ଭାଗ୍ୟରେ କେବଳ ବିଡ଼ମ୍ବନା, ଅଭାବ ଆଉ ଅନାଟନ । କିଛି ସାହାଯ୍ୟ ମିଳିନଥିବାରୁ ଭାଗ୍ୟକୁ ଆଦରି ପଡ଼ିଛି ପୂରା ପରିବାର । ଜମିବାଡ଼ି ବୋଲି କିଛି ନାହିଁ। ଭଙ୍ଗା ଝାଟି ମାଟି ଜରି ଘୋଡା ଘରେ ଏବେ କଟୁଛି ଦିନ ।

  • Sunday, 26 March 2023
Friendship Goals
୫୫ ବର୍ଷ ପରେ ବନ୍ଧୁ ମିଳନ; ଫେରାଇଦେଲେ ସ୍କୁଲ୍‌ରେ ହଜିଥିବା ସୁନା ମୁଦି

ଦୀର୍ଘ ୫୫ ବର୍ଷ ପରେ ସେ ନିଜ ବନ୍ଧୁ ଖୋଜି ପାଇଛନ୍ତି । ଖୋଜିବାର କାରଣ ହେଉଛି ସ୍କୁଲ୍‌ ବେଳର ସେହି ସୁନା ମୁଦି ଫେରାଇବା ପାଇଁ ।

Lineman
ବାପା ଚାଲିଗଲେ: ଝିଅ ଡାକ୍ତର ହେବ କେମିତି ?

ବିଦ୍ୟୁତ ବିଭାଗରେ ଲାଇନମ୍ୟାନ୍ ଭାବରେ କାମ କରୁଥିଲେ ବାପା । ଦରମା ବି ସେମିତି କିଛି ଖାସ୍‌ ନଥିଲା । ହେଲେ ଝିଅକୁ ଡାକ୍ତର କରିବାର ନିଶା ତାଙ୍କୁ ପାଗଳ କରିଦେଇଥିଲା । ଦିନରାତି ଏକ କରି ମୁଣ୍ଡ ଝାଳ ତୁଣ୍ଡରେ ମାରି ରୋଜଗାର କରୁଥିଲେ ଟଙ୍କା । ହେଲେ ଭାଗ୍ୟର ବିଡ଼ମ୍ବନା ଆଗରେ ସବୁ ଯେମିତି ଛାରଖାର ହୋଇଯାଇଛି । ବିଜୁଳି ଖୁଣ୍ଟରେ ଜୀବନ ଯିବା ପରେ ବାପାକୁ ଝୁରି ଝୁରି କାନ୍ଦୁଛି ଝିଅ...ଗୁମୁରି ଗୁମୁରି କାନ୍ଦୁଛି ମାଆ ।

  • Saturday, 25 March 2023
Elderly man
ପୁଅ ପଚାରୁନି...ବୁଢା ବାପାର ଦୁଃଖ ଶୁଣୁନାହାନ୍ତି କଲେକ୍ଟର !!

ବୟସର ଅପରାହ୍ନରେ ପହଞ୍ଚିଥିବା ଶଙ୍କର ଜେନାଙ୍କ ଦୁଃଖ ଶୁଣିଲେ ଆପଣଙ୍କ ଆଖିରୁ ଝରିଆସିବ ଲୁହ । ବୟସ ୯୨ ପାର ହେଲାଣି... ଘର ନୟାଗଡ଼ ଖଣ୍ଡପଡ଼ା ବ୍ଲକ ରାଣୀପଡ଼ା ଗାଁରେ l ନ୍ୟାୟ ଟିକେ ପାଇବା ପାଇଁ ନୟାଗଡ଼ ଜିଲ୍ଲାପାଳଙ୍କ ଅଫିସକୁ କେତେ ଥର ଯେ ଗଲେଣି ତାହାର କୌଣସି ହିସାବ ନାହିଁ l ନ୍ୟାୟ ପାଇବାକୁ ଆସୁଥିବା ବେଳେ ଅଫିସ ପିଣ୍ଡାରେ ବସି ଯାହାକୁ ଦେଖୁଛନ୍ତି ତାଙ୍କୁ ଗୁହାରି କରୁଛନ୍ତି । ହେଲେ ନ୍ୟାୟ ପାଇନାହାନ୍ତି ।

  • Saturday, 25 March 2023
Power Plant
କଲେଜ ପଢ଼ି ନାହାନ୍ତି କିନ୍ତୁ କରିଛନ୍ତି ପାୱାର ପ୍ଲାଣ୍ଟ, ଗାଁକୁ ଯୋଗାଉଛନ୍ତି ବିଜୁଳି ! ବଡ଼ ଅଧିକାରୀ ବି ତାଜୁବ୍

ଏହି ଛୋଟ ବିଦ୍ୟୁତ ପ୍ରକଳ୍ପ କରିବା ପାଇଁ କେଦାର ପ୍ରସାଦ ନିଜ ହାତରୁ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ।

  • Wednesday, 22 March 2023
Nikhil Kamath
ଦଶମରେ ପାଠ ଛାଡ଼ିଲେ ! ୧୭ ବର୍ଷରେ କଲ୍‌ ସେଣ୍ଟର୍‌ ଚାକିରି, ୩୪ ବର୍ଷ ବୟସରେ କୋଟିପତି

ନିଖିଲ କାମାଥଙ୍କୁ ମାତ୍ର ୧୪ ବର୍ଷ ହୋଇଥିବା ବେଳେ ସେକେଣ୍ଡ୍ ହ୍ୟାଣ୍ଡ୍‌ ଫୋନ୍ ବିକ୍ରୟ କରିବା ଆରମ୍ଭ କରିଥିଲେ ।

5 orphaned children
ବାପା-ମାଆ ଚାଲିଗଲେ...୧୦ ମାସର ଭଉଣୀକୁ ବିସ୍କୁଟ ଦେଇ ବଞ୍ଚାଇଛି ଭଉଣୀ

ସଂସାରର ନିୟମ ବଡ଼ ବିଚିତ୍ର । କଥାରେ ଅଛି " ଦଇବ ଦଉଡି ମଣିଷ ଗାଈ, ଯେଣିକି ଟାଣଇ ସେଣିକି ଯାଇ" । ଠିକ୍‌ ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଂଜ କରଞ୍ଜିଆ ଝଲକାଣି ଗାଁରେ । ଝଲକାଣିର ମୋହନ ନାୟକ ଯେତିକି ରୋଜଗାର କରୁଥିଲେ ସେତିକିରେ କଷ୍ଟେମଷ୍ଟେ ଚଳୁଥିଲା ୭ ପ୍ରାଣୀର କୁଟୁମ୍ବ । ହେଲେ ଆକସ୍ମିତ ଦୁର୍ଘଟଣାରେ ତାଙ୍କର ଜୀବନ ଚାଲିଯାଏ । ବାପାଙ୍କ ଅବର୍ତ୍ତମାନରେ ୫ ପିଲାଙ୍କ ମୁହଁରେ ଆହର ଦେବା ଲାଗି ଅଣ୍ଟା ଭିଡିଥିଲେ ମାଆ ।

 English teacher
ଦିନେ ଥିଲେ ଇଂରାଜୀ ଶିକ୍ଷକ, ଆଜି ଦାଣ୍ଡର ଭିକାରି

ଦିନେ ଶିକ୍ଷକତା କରୁଥିଲେ I ପିଲାଙ୍କୁ ଇଂରାଜୀ ପାଠ ପଢ଼ାଉଥିଲେ I କିନ୍ତୁ ପରିସ୍ଥିତିର ଦାଶ ହୋଇ ଏବେ ସେ ଭିକାରି ପାଲଟିଛନ୍ତି । ହେଲେ ରାସ୍ତାରେ ଇଂରାଜୀରେ କଥାବାର୍ତ୍ତା ହେଉଥିବାରୁ ଲୋକମାନେ ଜାଣିପାରୁଛନ୍ତି କି ସେ ଜଣେ ଉଚ୍ଚଶିକ୍ଷିତ ବୋଲି

Free Education
ନିଜର ସିନା ପିଲା ନାହିଁ...ଗାଁର ୬୦ ପିଲାଙ୍କୁ ମାଗଣା ପଢାଇ ଏବେ ଚର୍ଚ୍ଚାରେ ଦମ୍ପତି

ଭଦ୍ରକ ଜିଲ୍ଲା ଗେଲଟୁଆ ପଞ୍ଚାୟତ ଅଧିନ ବଗମରା ଗାଁର ମହେଶ୍ବର ନାୟକ ଓ ଜୟଶ୍ରୀ ନାୟକ । ଦୁହେଁ କିନ୍ତୁ ନିଃସନ୍ତାନ । ମନରେ ସନ୍ତାନ ନଥିବାର ଦୁଃଖ ନାହିଁ, କାରଣ ଏବେ ତାଙ୍କ ସଂସାରରେ ଯୋଡି ଯାଇଛନ୍ତି ୬୦ରୁ ଅଧିକ ପିଲା । ବିବାହ ପରେ ଦୀର୍ଘ ଦିନ ପରେ ମଧ୍ୟ ସନ୍ତାନ ନହେବାରୁ ଏବେ ସେ ନିଜକୁ ସମାଜ ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି । ଗାଁର ବହୁ ଗରିବ ଓ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ନିଜର ସନ୍ତାନ ଭାବି ନେଇଛନ୍ତି

Woman seeks financial assistance
ସୁଅ ମୁହଁରେ ସନ୍ତୋଷଙ୍କ ସଂସାର : ସାହାଯ୍ୟ ନମିଳିଲେ ଭାସିଯିବ ପୂରା ପରିବାର

ଭଦ୍ରକ ଓଲଙ୍ଗ ପଂଚାୟତ ସରମଙ୍ଗା ଗାଁର ସନ୍ତୋଷ ଶଙ୍ଖୁଆ । ବାହାର ରାଜ୍ୟରେ ରହି କାମ କରୁଥିଲେ । ଯେତିକି ଯାହା ରୋଜଗାର ହେଉଥିଲା ସେତିକିରେ ଚଳୁଥିଲା ପରିବାର । ହେଲେ କାମ କରୁ କରୁ ମୁଣ୍ଡରେ ପଡିଲା ବିରାଟ ଲୁହାଛଡ । ବାସ୍‌ ଏହାପରେ ତାଙ୍କ ଜୀବନରେ ମାଡିଆସିଲା ଘୋର ଅନ୍ଧକାର । ୩ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରି ନିଜର ଚିକିତ୍ସା କରାଇଲେ । କିନ୍ତୁ ସଂପୂର୍ଣ୍ଣ ସୁସ୍ଥ ହେଲେନି । ଡାକ୍ତର କହୁଛନ୍ତି, ଆହୁରି ଟଙ୍କା ଦରକାର । ଘରର ମେରୁଦଣ୍ଡ ରୋଗରେ ପଡିବା ପରେ ପରିବାର ଚଳିବା କଷ୍ଟ । ସେଇଠି ସନ୍ତୋଷଙ୍କ ଚିକିତ୍ସା ଲାଗି ଟଙ୍କା ଆସିବ କେଉଁଠୁ?

camel
ଓଟ ଆଖିରେ ଲୁହ : ସ୍ୱାର୍ଥପର ମଣିଷକୁ ପଚାରୁଛି ଏମିତି ପ୍ରଶ୍ନ...

ହଜିଗଲା ମାନବିକତା, ମରିଗଲା ମଣିଷପଣିଆ । ଅଧାରାସ୍ତାରେ ହାତଛାଡି ଚାଲିଗଲା ଧୋକାବାଜ ମାଲିକ। । ମାଲିକ ଛାଡିଦେବା ପରେ ଡାଳପତ୍ର ଖାଇ ଅତି ଦୟନୀୟ ଅବସ୍ଥାରେ ବଂଚୁଛି  ଓଟ ।  ଓଟର ଏମିତି କଥା ଶୁଣିବା ପରେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କି, ଓଟର ମାଲିକ ଗଲା କୁଆଡ଼େ? ବୁଢା ବୟସରେ ଓଟକୁ କାହିଁକି ଛାଡିଲା ? ଦର୍ଶକବନ୍ଧୁ ବୁଢା ହୋଇଗଲା ବୋଲି ମାଲିକ ଛାଡି ପଳେଇଲା । ମାଲିକକୁ ଖୋଜି ଖୋଜି ପାଇଲାନି ଓଟ...ସେଇଥି ଲାଗି ତ ଏମିତି ଗଳିକୁ ଗଳି ବୁଲିବୁଲି ନିଜ ମାଲିକକୁ ଖୋଜିବା ସହିତ ଜୀବନ ବଂଚାଇବା ଲାଗି ଡାଳପତ୍ରକୁ ବି ଚୋବାଇ ଦେଉଛି ।