ଗୁହାରି କରି କରି ଥକିଗଲେଣି ହେଲେ କେହି ଶୁଣିଲେନି । ନିଜର ବୋଇଲେ କିଛି ନାହିଁ...ସକାଳେ ବିଲରେ ଖଟିଲେ ରାତିରେ ଘରେ ଜଳିବ ଚୁଲି । ଏମିତି ସ୍ଥିତିରେ ସରକାରୀ ସାହାଯ୍ୟକୁ ଅପେକ୍ଷା କରିଛି ପୂରା ପରିବାର
ଦିନରେ ମଜୁରୀ ଖଟିଲେ ରାତିରେ ଚୁଲି ଜଳିବ । ମହିଳା ଓ ପୁରୁଷ ସମସ୍ତେ କାମ କରନ୍ତି...ଅତି ଗରିବ ଶ୍ରେଣୀର ଏମାନେ । ସରକାର ଗରିବଙ୍କ ଲାଗି କି କି ଯୋଜନା କରିଛନ୍ତି ଏମାନେ ଜାଣିନାହାନ୍ତି । ସ୍ୱାଧୀନତାର ୭୫ ବର୍ଷ ହେଲାଣି...ଏମାନଙ୍କୁ ମୌଳିକ ସୁବିଧା ମିଳିବ କେବେ ?
ଓଃ କି ଦୁଃଖ? ବୟସ ୬୩ ଛୁଇଁଲାଣି...୧୮ ବର୍ଷର ଦିବ୍ୟାଙ୍ଗ ଝିଅ । ସରକାରୀ ସହାୟତା କିଛି ମିଳୁନି । ପ୍ରଶାସନକୁ ଗୁହାରି କରିକରି ଥକିଗଲେ ହେଲେ ଦୁଃଖ କେହି ଶୁଣିଲେନି
ଥରେ ନୁହେଁ ଦୁଇଦୁଇ ଥର MBBS ପାଇଲେଣି । ଡାକ୍ତର ହୋଇ ରୋଗୀଙ୍କ ସେବା କରିବାକୁ ଭାରି ଇଚ୍ଛା...ହେଲେ ସ୍ୱପ୍ନ ପୂରଣରେ ବାଧକ ସାଜିଛି ଟଙ୍କା । ବାପା ମଜୁରିଆ, ମାଆ ପକୁଡ଼ି ବିକନ୍ତି...ଏତିକି ଟଙ୍କାରେ ପୁଅ ଡାକ୍ତର ପଢିବ ବା କେମିତି? ଆପଣ ସାହାଯ୍ୟ କଲେ ଡାକ୍ତରୀ ପଢିପାରନ୍ତେ ଛତ୍ରପତି
ବୟସ ୭୦ ପାର ହେଲାଣି, ହେଲେ ଭାରି ଚଳଚଞ୍ଚଳ ଉଭୟ କାମରେ ଓ କଲମରେ। ନିଇତି ରାତି ୩ଟାରୁ ଆରମ୍ଭ ହୁଏ ବିଚିତ୍ରାନନ୍ଦଙ୍କ ଦୈନ୍ୟଦିନ ଜୀବନଚର୍ଯ୍ୟା।
ପରିବାରରେ କେହି ନାହାନ୍ତି କି ସରକାରୀ ସହାୟତା କିଛି ମିଳୁନି । ରୋଗ ମାଡ଼ିବସିବା ପରେ ଅସହାୟ ଟୁକୁଲୁ । ଗାଁ ଲୋକେ କେତେବେଳେ କଣ ଖାଇବାକୁ ଦେଉଛନ୍ତି, ନହେଲେ ଭୋକ ଉପାସରେ ବିତୁଛି ଦିନ । କି ଖରା, କି ବର୍ଷା, ବାଉଁଶ ବୁଦାରେ ଦିନ କାଟୁଛନ୍ତି ଏଇ ବୃଦ୍ଧ।
ସଂପର୍କର ମାନେ ମଣିଷ ବୁଝିନି ବାଦୁଡ଼ି ବୁଝିଛି । ୧୨ ବର୍ଷ ହେଲାଣି ଅମୂଲ୍ୟଙ୍କ ସହ ମିତ ବସିଛି । ଖୁଆଇ ଦେଲେ ଖାଉଛି...ପୁଣି ଘର ସାରା ବୁଲୁଛି । ମଣିଷ ନଦେଖିଲେ ବୋବେଇ ବାୟା କରିଦେଉଛି...ଗାଁଟା ଯାକର ଲୋକ ଅମୂଲ୍ୟଙ୍କ ଘରେ ଜମାଉଛନ୍ତି ଭିଡ଼।
ରମାକାନ୍ତ ତ୍ୟାଗୀ ଜନ୍ମରୁ ପକ୍ଷାଘାତରେ ଆକ୍ରାନ୍ତ। ଏହା ପରେ ମଧ୍ୟ ସେ ତାଙ୍କ ଧୈର୍ଯ୍ୟ ନ ହରାଇ ପାଠ ପଢା ଜାରି ରଖିଥିଲେ। ସେ ୩ ଥର ମଧ୍ୟପ୍ରଦେଶ PSC ଲିଖିତ ପରୀକ୍ଷା ପାଶ୍ କରିଛନ୍ତି।
୧୫ ବର୍ଷର ପାଳିତ ଶୁଆ ଡାକୁଥିଲା ମାମୁଁ, ମାଇଁ । ଆଉ ଏବେ ତା ପରଲୋକରେ ଭାଙ୍ଗି ପଡ଼ିଛନ୍ତି ଏହି ବ୍ୟକ୍ତି ଜଣଙ୍କ।
ଇଚ୍ଛା ଅଛି ବହୁତ ପଢିବାକୁ ହେଲେ ପାଖରେ ଟଙ୍କାର ଅଭାବ ରହିଛି । ଲକ୍ଷ୍ୟ ପୂରଣ ପାଇଁ ସେ ପଛଘୁଞ୍ଚା ଦେଇନାହାନ୍ତି ବରଂ ପେଟ୍ରୋଲ ପମ୍ପରେ କାମ କରୁଛନ୍ତି । ଯେତିକି ରୋଜଗାର ହେଉଛି ସେତିକିରେ ପରିବାର ଚଳୁଛି, ଭାଇ-ଭଉଣୀ ପଢୁଛନ୍ତି ପୁଣି ନିଜ ସ୍ୱପ୍ନ ପୂରଣ ଲାଗି ଚେଷ୍ଟା କରୁଛନ୍ତି
ଜନ୍ମର ୫ ମାସ ପରେ ସେ ଦିବ୍ୟାଙ୍ଗ ହୋଇଗଲେ । କଷ୍ଟେମଷ୍ଟେ ଦଶମ ପାସ୍ କଲେ..ହେଲେ ଆଗକୁ ପଢିବାକୁ ପରିବାର ପାଖରେ ନଥିଲା ଟଙ୍କା । ଏତିକି ବେଳେ ଖେଳିବା ପାଇଁ ପ୍ରୋତ୍ସାହନ ମିଳିବ ବା କେଉଁଠୁ? କିନ୍ତୁ ଏତିକି ବେଳେ ସାହା ହେଲେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ଆଉ କିଣିଦେଲେ ୩.୫ ଲକ୍ଷର ଖେଳ ସାମଗ୍ରୀ
ଛାତି ଫାଟିଯାଉଛି...ସ୍ୱାମୀ ରୋଗରେ ପଡିଲା ବୋଲି ପିଲାଙ୍କ ମୁହଁରେ ଆହାର ଦେବା ପାଇଁ ଦାଦନ ଖଟିବାକୁ ଯାଇଥିଲା ମାଆ । ସେଠି ଏମିତି ନିର୍ଯାତନା ପାଇଲା ଯେ ପ୍ରାଣ ହାରିଦେଲା ମାଆ...।
ଦିନେ ରାସ୍ତା କଡରେ ଭୋକଉପାସରେ ପଡିଥିଲା ବୁଢୀ ମାଆ । ଖାଇବାକୁ ମାଗୁଥିଲା, ଭୋଭୋ କାନ୍ଦୁଥିଲା । ଓଟିଭିରେ ଖବର ବାଜିବା ପରେ ଚେତିଲେ ପୁଅ-ବୋହୂ । ରାସ୍ତାରୁ ବୁଢୀ ମାଆକୁ ଘରକୁ ନେଲେ, ସେବା ଯତ୍ନ କରିବାର ପ୍ରତିଶ୍ରୁତି ଦେଲେ।
ଦୁଇ କନ୍ୟାରତ୍ନ..ଯିଏ ନିଜ ଜୀବନ ଶବ୍ଦକୋଷରୁ ସବୁ ପ୍ରତିକୂଳ ପରିସ୍ଥିତିକୁ ଫେଡ଼ି ଅନୁକୂଳ ପରିସ୍ଥିତି ପାଇଁ ବାଟ ତିଆରିବାକୁ ପଣ କରିଛନ୍ତି। ଅଭାବ ବୋଧରୁ ବାହାରି ନିଜ ଘର ଓ ପରିବାରର ଭାଗ୍ୟ ବଦଳାଇବାର ସ୍ୱପ୍ନ ନେଇ ଆଗକୁ ବଢୁଛନ୍ତି।
ଜଣଙ୍କ ହାତରେ ପାୱାର ଟିଲର..ଅନ୍ୟ ଜଣଙ୍କ ହାତରେ ପେଟ୍ରୋଲ ପଂପର ନୋଜଲ। ଦୁଇଜଣ ପଢୁଛନ୍ତି, ଘରର ଜାବତୀୟ କାମ କରୁଛନ୍ତି। ତା ସାଙ୍ଗକୁ ନିଜ ହାତରେ ଲେଖୁଛନ୍ତି ନିଜ ନିଜର ଭାଗ୍ୟ।
ଦିନେ ଭଲରେ ଚଲୁଥିଲେ, ଭଲ ଖାଉଥିଲେ...୨ ବର୍ଷ ତଳେ ବାପା ଚାଲିଯାଇଥିଲେ, ଏବେ ମାଆ ଚାଲିଗଲେ । ବଡ କଷ୍ଟରେ ଚଳୁଛନ୍ତି ୪ ଭାଇ-ଭଉଣୀ । ପଡୋଶୀ ଖାଇବାକୁ ଦେଲେ ଖାଉଛନ୍ତି ନହେଲେ ଉପାସ।
ଅଷ୍ଟମ ଶ୍ରେଣୀର ପିଲା...ଭୋକର ଭୂଗୋଳ ଭିତରେ ଘାଣ୍ଟି ହେଉଛି । ବାପା ଥିବା ବେଳେ ଯାହା ଯେମିତି ଦେଉଥିଲେ ହେଲେ ୭ ବର୍ଷ ହେଲାଣି ସେ ବି ନିଖୋଜ । ପରିସ୍ଥିତିର ଦାସ ହୋଇ ଏବେ ମାଆ-ପୁଅ ବୁଲିବୁଲି ମାଗୁଛନ୍ତି ଭିକ...ପୁଣି ପୁଅର ଗୋଟିଏ ଗୋଡ ନାହିଁ କି ଗୋଟିଏ ହାତ ନାହିଁ
ସେମିତି ଶରୀରକୁ କଷ୍ଟ ଦେଇ ଶିବ ଭକ୍ତିରେ ତଲ୍ଲୀନ ଇଏ ଆଉ ଜଣେ ଅନନ୍ୟ ଭକ୍ତ ଅନନ୍ତ ବୈରାଗୀ। ଏମିତି ଦଣ୍ଡ ପ୍ରଣାମ କରି କରି କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ବାବାଙ୍କୁ ନିଜ ଦୁଃଖ ଜଣାଇବାକୁ ବାହାରିଛନ୍ତି।
ଦୁଇ-ଦୁଇଟି ପୁଅ...ମାଆର ଦେହ ଖରାପ ଶୁଣି ସାନ ଆସିଲା ବଡ ଆସିଲାନି । କିଛିଦିନ ସେବା ପରେ ସିଏ ବି ପଳାଇଲା । ଝିଅ ବି ମୁହଁ ଚାହିଁଲାନି । ୮ ଦିନ ହେଲାଣି ଘର ଦୁଆର ମୁହଁରେ ମୃତ୍ୟୁକୁ ସତେ ଯେମିତି ଅପେକ୍ଷା କରିଛି ବୁଢୀ ମାଆ
ବୟସ ୮୦ ପାର୍ ହେଲାଣି । ଦେଶୀ ଷ୍ଟାଇଲ୍ରେ କରୁଛନ୍ତି କାଚମାର୍କ ରୋଷେଇ । ବିରିଖା ଶିଳରେ ମସଲା ବଟା...ପୁଣି ସୋରିଷ ତେଲର ଛୁଙ୍କ । ସିଏ ପୁଣି ସିରାମୁଣ୍ଡି ଶୁଖୁଆର ପାଗ ସହିତ ସଜନା ଗଛର ଶାଗ । ଓଃ...ଦେଖିଲା ବେଳକୁ ଖାଇବାକୁ ଇଚ୍ଛା ହେଉନି...ସୋସିଆଲ ମିଡିଆରେ ପୋଷ୍ଟ ହେବା ମାତ୍ରେ ଶହଶହ ଗୃହିଣୀ ଶୁଖୁଛନ୍ତି ରୋଷେଇ
ପାଠ ପଢିବାକୁ ବହୁତ୍ ଇଚ୍ଛା, ହେଲେ ପଇସା ନାହିଁ । ସ୍କୁଲରେ ନାଁ ଲେଖାଇଲେ କିନ୍ତୁ ହଷ୍ଟେଲରେ ସିଟ୍ ମିଳିଲାନି । ଏବେ ବାଧ୍ୟ ହୋଇ ଗାଈ ଚରାଉଛି ମାଧବ...ସାହାଯ୍ୟ ମିଳିଲେ ପାଠ ପଢିବାକୁ ରଖିଛି ସ୍ୱପ୍ନ
ନିଜେ ଦିବ୍ୟାଙ୍ଗ...ପିଲାଙ୍କୁ ସ୍କୁଲରେ ପାଠ ପଢାଇବା ସହ ପରିବେଶ ସୁରକ୍ଷା ପାଇଁ ଦେଉଛନ୍ତି ତାଲିମ୍ । ନିଜ ସ୍କୁଲଠାରୁ ପଡୋଶୀ ସ୍କୁଲ ଯାଏଁ...ବୁଲିବୁଲି ଲଗାଉଛନ୍ତି ଗଛ।
ଦୁଃଖ ୟାଙ୍କ ଭାଗ୍ୟରେ ଲେଖା ! ସ୍ୱାମୀ ଛାଡି ପଳେଇଲେ..ପାଖରେ କିଛି ନାହିଁ...ଭଡ଼ାଘରେ ରୋଗୀଣା ଆଈ ସହ ରହୁଛନ୍ତି ଅସହାୟ ମହିଳା । ଡାକ୍ତର ତ ଦେଖାଇଲେ, ହେଲେ ଔଷଧ ଦେବାକୁ ପାଖରେ ଟଙ୍କା ନାହିଁ।
୪-୪ଟି ପୁଅ ଜନ୍ମ କରିଥିଲା । ୬ ଦିନ ହେଲାଣି ବୁଢୀ ମାଆ କହୁଛି ମତେ କିଛି ଖାଇବାକୁ ମିଳୁନି...ରାତି ହେଉ କି ଦିନ ଏମିତି ରାସ୍ତାରେ ଘୋଷାରି ହୋଇ ବଞ୍ଚିଛନ୍ତି ଜୀବନ । ସେପଟେ ପୁଅ କହୁଛନ୍ତି, ଆମେ ଖାଇବାକୁ ଦେଉଛୁ କି ନାହିଁ ଗାଁ ଲୋକଙ୍କୁ ପଚାର।
ସାବାସ୍ ପ୍ରଶାସନ । ଦିନେ ରାସ୍ତାରେ ନିର୍ଯାତିତ ହୋଇ ବୁଲୁଥିବା ଝିଅକୁ ଉଦ୍ଧାର କରି ସୁଧାର ଗୃହରେ ରଖିଥିଲେ । ବାହା ହେବା ବୟସ ହେବା ପରେ କନ୍ୟା ଦାନ କଲେ ଅତିରିକ୍ତ ଜିଲ୍ଲାପାଳ । ଧୁମଧାମ୍ରେ ହୋଇଥିଲା ବାହାଘର....ବରଯାତ୍ରୀରେ ସାମିଲ ଥିଲେ...।