/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685983182.jpg)
Balasore Train Accident
ଝିଅକୁ ବାହାଘର କରାଇଲେ...ସ୍ତ୍ରୀକୁ ଘର କରିବାର ସ୍ୱପ୍ନ ଦେଖାଇଲେ । ଆଉ ପ୍ରତିଥର ପରି ଏଥର ବି ଘରୁ ବାହାରିଥିଲେ ପୂଳାଏ ସ୍ୱପ୍ନ ନେଇ, କିଛି ରୋଜଗାର କରିବା ପାଇଁ । ହେଲେ କଳମଣ୍ଡଳର ସେହି କାଳରାତି ସବୁ କିଛି ବରବାଦ କରିଦେଲା । ସବୁକିଛି ହଜେଇ ଦେଲା । ହାତରୁ ମେହେନ୍ଦୀ ଲିଭିନି...ଆଖି ସାମ୍ନାରେ ଚାଲିଗଲେ ବାପା । ବାହାନଗା ରେଳ ଦୁର୍ଘଟଣା ୟାଙ୍କ ସୁଃଖର ସଂସାରକୁ ଖିନଭିନ କରି ପକାଇଛି । ସବୁ କିଛି ସାରିଦେଇଛି ।
ଅଧିକ ପଢ଼ନ୍ତୁ: ଝିଅ ଅପରେସନ୍ ପାଇଁ ଯାଉଥିଲୁ, ଆଖି ସାମ୍ନାରେ ଦେଖିଲୁ ମାଳମାଳ ଶବ
କରମଣ୍ଡଳ କଲାରାତିର କାହାଣୀ କାହାର ସଂସାର ଭାଙ୍ଗିଦେଇଛି । କାହାକୁ ବିଧବା କରିଦେଇଛି ତ ଆଉ କାହାକୁ ବାପା ଛେଉଣ୍ଡ କରିଦେଇଛି । ଆଉ ଆତ୍ମୀୟ ସ୍ୱଜନଙ୍କ କାନ୍ଦବୋବାଳିରେ ଫାଟି ପଡୁଛି ପୂରା ଏରିଆ । କିଏ କାହାକୁ ବୁଝାଇବ? କେମିତି ବୁଝାଇବ ଭାଷା ନାହିଁ । ବାଲେଶ୍ୱର ନୀଳଗିରିରୁ ଏମିତି ଏକ ଦୃଶ୍ୟ ଆସିଛି ଯାହା ଆପଣଙ୍କ ଆଖିରେ ଲୁହ ଆଣିବ ।
ନୀଳଗିରି ବ୍ଲକ ଅଯୋଧ୍ୟା ଗାଁର କୁନାମୁଖୀ କରମଣ୍ଡଳରେ ଚେନ୍ନାଇ ଯିବା ପାଇଁ ବାଲେଶ୍ଵର ଷ୍ଟେସନରେ ଟ୍ରେନ୍ ଚଢିଥିଲେ । ଆଉ ମାତ୍ର କିଛି ବାଟ ଯିବା ପରେ ବାହାନଗାରେ ଯେମିତି ଭାବରେ ଭୟଙ୍କର ଦୁର୍ଘଟଣାର ଶିକାର ହେଲା ଟ୍ରେନ୍ ସେଥିରେ ତାଙ୍କ ଜୀବନ ଦୀପ ଲିଭିଯାଇଛି । ଦୁର୍ଘଟଣା ପରେ ଘରକୁ ଫୋନ୍ କରି ଝିଅ ସହ କଥା ହୋଇଥିଲେ । ଟୋପେ ପାଣି ମାଗିଥିଲେ । କିନ୍ତୁ ଆଖି ବୁଜି ଦେଇଥିଲେ । ବାସ୍ ଏଇ ଖବର ଘରେ ପହଞ୍ଚିବା ପରେ ପରିବାର ପାଦ ତଳୁ ଯେମିତି ମାଟି ଖସିଯାଇଛି । କାରଣ ୧୦ ଦିନ ତଳେ ଝିଅ ବାହାଘର କରିଥିଲେ । ତେଣୁ ଋଣ ଟଙ୍କା ସୁଝିବାକୁ ଚେନ୍ନାଇ ଯାଉଥିଲେ ରୋଜଗାର କରିବା ଲାଗି...ହେଲେ ଏଇ ଟ୍ରେନ୍ ଦୁର୍ଘଟଣା ସବୁକିଛି ଛାରକାର କରିଦେଲା ।
ବାପାର ମୃତ୍ୟୁ ଖବର ପାଇବା ପରେ ଏବେ ଭୋଭୋ କାନ୍ଦୁଛି ଝିଅ । ବାପା ଦେଇଥିଲେ ପ୍ରତିଶ୍ରୁତି କେମିତି ପୂରଣ ହେବ? ଘର କେମିତି ଚଳିବ ସେନେଇ ଚିନ୍ତାରେ ପୂରା ପରିବାର । ଆଉ ଏହାରି ମଧ୍ୟରେ ବାପାକୁ ହରାଇ ଝିଅ ଯେମିତି ରାହା ଧରି କାନ୍ଦୁଛି ତାହା ଦେଖିବା ପରେ ଆପଣ ବି ଧୈର୍ଯ୍ୟହରା ହେବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)