Advertisment

Success Story: UPSC ପ୍ରସ୍ତୁତି ପାଇଁ ସୋସିଆଲ୍ ମିଡିଆ ଠାରୁ ଦୂରେଇ ରହୁଥିଲେ ବେଦିକା ବିହାଣୀ

UPSC ରେଜଲ୍ଟ ୨୦୨୨ରେ ବେଦିକା ବିହାଣୀ ନିଜ ପଦବୀକୁ ସୁନିଶ୍ଚିତ କରିନେଇଛନ୍ତି। ଅନେକ ବର୍ଷର କଠିନ ପରିଶ୍ରମ ଦ୍ୱାରା ସେ ଏହି ପଦବୀ ହାସଲ କରିଛନ୍ତି। ଏହି ଯାତ୍ରାରେ ତାଙ୍କୁ ଅନେକ କିଛି ବଳିଦାନ ଦେବାକୁ ପଡିଛି।

author-image
Pramod Behera
Success story of vedika bihani upsc result 2022

Success story of vedika bihani upsc result 2022

ରାଜସ୍ଥାନର ଅନେକ ପ୍ରାର୍ଥୀ UPSC ରେଜଲ୍ଟ ୨୦୨୨ରେ ସେମାନଙ୍କର ପଦବୀକୁ ସୁନିଶ୍ଚିତ କରିନେଇଛନ୍ତି। ସେଥିମଧ୍ୟରୁ ଜଣଙ୍କର ନାଁ ହେଉଛି ବେଦିକା ବିହାଣୀ (Vedika Bihani)। ଅନେକ ବର୍ଷର କଠିନ ପରିଶ୍ରମ ଦ୍ୱାରା ସେ ଏହି ପଦବୀ ହାସଲ କରିଛନ୍ତି। ଏହି ଯାତ୍ରାରେ ତାଙ୍କୁ ଅନେକ କିଛି ବଳିଦାନ ଦେବାକୁ ପଡିଛି।

Advertisment

ବେଦିକା ବିହାଣୀ ଜୟପୁରର ବୈଶାଳୀ ନଗରର ବାସିନ୍ଦା। ସେ ତାଙ୍କ କଲେଜ ଦିନରୁ UPSC ସିଭିଲ୍‌ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ସରକାରୀ ଚାକିରି ପାଇଁ ଏହି ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ସମୟରେ ତାଙ୍କୁ ଅନେକ ସମୟରେ ନିରୁତ୍ସାହିତ ହେବାକୁ ପଡୁଥିଲା। କିନ୍ତୁ ସେ ଏହାର ପ୍ରଭାବକୁ ତାଙ୍କ ଲକ୍ଷ୍ୟ ହାସଲର ରାସ୍ତାରେ ପଡିବାକୁ ଦେଇ ନଥିଲେ।

ଦୁଇ ଥର ବିଫଳତା ପରେ ସଫଳ:

ବେଦିକା ଗ୍ରାଜୁଏସନ ସମୟରେ ୨୦୧୩ ରୁ UPSC ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ସେ ତାଙ୍କର ପ୍ରଥମ ପ୍ରୟାସରେ ସାକ୍ଷାତକାର ରାଉଣ୍ଡରେ ପହଞ୍ଚିଯାଇଥିଲେ। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ସେ ବିଫଳ ହୋଇଥିଲେ। ଦ୍ୱିତୀୟ ଥର ମଧ୍ୟ ପରୀକ୍ଷା ଦେଇ ଚୟନ ହୋଇପାରି ନଥିଲେ। ସେ କିନ୍ତୁ ହାର ମାନି ନଥିଲେ ଏବଂ ତୃତୀୟ ପ୍ରୟାସ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ସେ UPSC ରେଜଲ୍ଟ ୨୦୨୨ରେ ୨୧୩ ତମ ରାଙ୍କ୍‌ ପାଇଛନ୍ତି।

Advertisment

ସୋସିଆଲ୍ ମିଡିଆରୁ ଦୂରରେ ଥିଲେ:

ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବାବେଳେ ବେଦିକା ସୋସିଆଲ ମିଡିଆରୁ ନିଜକୁ ଦୂରେଇ ରଖିଥିଲେ। ସେ ହ୍ୱାଟ୍ସ୍ଆପ୍, ଇନ୍‌ଷ୍ଟାଗ୍ରାମ୍‌ ଏବଂ ଫେସ୍‌ବୁକ୍ ପରି ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମରେ ନାହାଁନ୍ତି। ତେବେ, UPSC ମେନ୍ସ ପରୀକ୍ଷା ପାଶ୍ କରିବା ପରେ ସେ ସାକ୍ଷାତକାର ପାଇଁ ପ୍ରସ୍ତୁତି କରୁଥିବାବେଳେ ଟ୍ୱିଟର୍‌ରେ ସକ୍ରିୟ ହୋଇଥିଲେ। ସେଠାରେ ସେ ସାରା ବିଶ୍ୱରୁ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କୁ ଅନୁସରଣ କରିବା ଆରମ୍ଭ କରିଥିଲେ। ଏଥିରୁ ତାଙ୍କୁ ଆବଶ୍ୟକୀୟ ଅପ୍‌ଡେଟ୍ ମିଳିଯାଉଥିଲା।

ବେଦିକା ବିହାଣୀ ତାଙ୍କ ରାଙ୍କକୁ ନେଇ ସନ୍ତୁଷ୍ଟ ନୁହଁନ୍ତି। ଏଥିରେ ଉନ୍ନତି ଆଣିବା ପାଇଁ ସେ ପୁଣି ଥରେ UPSC ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଛନ୍ତି। ବେଦିକା ୧୫ ଦିନ ଲଗାତର ପଢିବା ପରେ ଦିନେ ଏଥିରେ ବ୍ରେକ୍ ଦେଇଥାନ୍ତି। ଏହା ତାଙ୍କ ମନୋବଳକୁ ସତେଜ କରିଥାଏ। ତେବେ ତାଙ୍କର ସଂଘର୍ଷମୟ ଯାତ୍ରାରେ ତାଙ୍କୁ ପରିବାର ଏବଂ ସାଙ୍ଗମାନଙ୍କ ପୂର୍ଣ୍ଣ ସମର୍ଥନ ମିଳେ ବୋଲି ସେ କୁହନ୍ତି।

Successful Woman Successful Story
Advertisment
Advertisment