Advertisment

UPSC ଟପ୍ପର ଈଶିତା ଦେଲେ ସଫଳତାର ଟିପ୍ସ: କହିଲେ କିପରି କରୁଥିଲେ ପ୍ରସ୍ତୁତି

ସିଭିଲ ସର୍ଭିସ୍‌ ପରୀକ୍ଷା ୨୦୨୨ରେ ଈଶିତା କିଶୋର ଶୀର୍ଷରେ ରହିବା ପରେ ତାଙ୍କର ଚର୍ଚ୍ଚା ଏବେ ଚାରିଆଡେ। ସେ ଦୁଇ ଥର ବିଫଳ ହେବା ପରେ କିପରି ନିଜକୁ ପ୍ରସ୍ତୁତ କରିଥିଲେ ସେ କଥା କହିଛନ୍ତି। ଏହା ସହିତ ଆଗାମି ପିଢିମାନଙ୍କୁ କିଛି ଟିପ୍ସ ମଧ୍ୟ ଦେଇଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
UPSC Topper Ishita Kishor

UPSC topper Ishita Kishor shares Tips of success

ସିଭିଲ ସର୍ଭିସ୍‌ ପରୀକ୍ଷା ୨୦୨୨ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶ୍ରୀ ରାମ କଲେଜ ଅଫ୍ କମର୍ସରୁ ଅର୍ଥନୀତି ସ୍ନାତକ ଈଶିତା କିଶୋର ଶୀର୍ଷରେ ରହିବା ପରେ ତାଙ୍କର ଚର୍ଚ୍ଚା ଏବେ ଚାରିଆଡେ। ଏହି ଅବସରରେ ସେ ଏକ ଜାତୀୟ ଗଣମାଧ୍ୟମରେ ଏକ ସାକ୍ଷାରକାର ଦେଇ ନିଜ ଅନୁଭବ ବାଣ୍ଟିଛନ୍ତି। ସେ କହିଛନ୍ତି ଆଜିର ସକାଳ କାଲିଠାରୁ ଭିନ୍ନ। ଆସନ୍ତୁ ଜାଣିବା ସେ ଆଉ କ’ଣ କହିଛନ୍ତି।

Advertisment

ଈଶିତା କିଶୋର କହିଛନ୍ତି ଯେ “ୟୁପିଏସ୍‌ସି ପାଇଁ ପ୍ରସ୍ତୁତି ପୂର୍ବରୁ ମୁଁ ଏକ କର୍ପୋରେଟ୍‌ରେ କାମ କରୁଥିଲି। ତା’ପରେ ଭାବିଲି ଜୀବନରେ ପରବର୍ତ୍ତୀ ସମୟରେ କଣ କରିବି, ତା’ପରେ ଲାଗିଲା ଯେ IAS ହେବା ଠାରୁ ଆଉ କିଛି ଭଲ ହେବ ନାହିଁ। ଦୁଇଥର ପ୍ରିଲିମ୍ କ୍ଲିଅର୍ ନ ହେବାରୁ ଦୁଃଖ ଲାଗିଲା। ତା’ପରେ ନିଜର ଭୁଲଗୁଡ଼ିକୁ ସୁଧାରିଲି। ଆଶା ନଥିଲା ଯେ ମୁଁ ନମ୍ବର -୧ରେ ଆସିବି। କିନ୍ତୁ ଯେତେବେଳେ ଆସିଗଲି, ମୋତେ ବହୁତ ଭଲ ଲାଗୁଛି।”

ଅଧିକ ପଢ଼ନ୍ତୁ: UPSC ପରୀକ୍ଷାରେ ଦ୍ୱିତୀୟଥର ସଫଳତା ପରେ ପରୀକ୍ଷାର୍ଥୀଙ୍କୁ ୩ ଟିପ୍ସ ଦେଲେ ଅନୁପ

Advertisment

ଈଶିତା ଆହୁରି କହିଛନ୍ତି ଯେ “ଏଥର ଯେଉଁମାନେ ପରୀକ୍ଷାରେ ସଫଳ ହୋଇ ନାହାନ୍ତି, ମୁଁ ସେମାନଙ୍କୁ କହିବି, ମୋର ମଧ୍ୟ ଦୁଇଥର କ୍ଲିଅର୍ ହୋଇ ନଥିଲା, କିନ୍ତୁ ମୁଁ ନିଜକୁ ମୋଟିଭେଟ୍ କରିଲି ଆଉ ଏଥର ହେଇଗଲା।” ସେ କହିଛନ୍ତି ଯେ ସେ ସ୍ପୋର୍ଟ୍ସରେ ମଧ୍ୟ ଖୁବ ଭଲ ଥିଲେ, ସେ ୧୦ ବର୍ଷ ବୟସରେ ଦିଲ୍ଲୀର ଟାଏକୋଣ୍ଡୋ ଚାମ୍ପିଅନ୍ ହୋଇଥିଲେ।

ଈଶିତା କହିଛନ୍ତି ଯେ ସେ ପରୀକ୍ଷା ପାଇଁ ଦିନକୁ ୭ ରୁ ୮ ଘଣ୍ଟା ପଢୁଥିଲେ। ପରୀକ୍ଷା ଯେତେବେଳେ ନିକଟତର ହୋଇଥିଲା ସେ ପଢା ସମୟକୁ ବଢେଇଥିଲେ। ସେ କହିଛନ୍ତି ଯେ ଅଫିସ୍ କାମ ଭିତରେ ପାଠ ପଢା ପାଇଁ ଏକ ସ୍ଥାୟୀ ରୁଟିନ୍ ତିଆରି କାରିବା ଜରୁରୀ।

ସେ କହିଛନ୍ତି ଯେ ରେଜଲ୍ଟ ଆସିବା ପରେ ସେ ବହୁତ ଭଲ ଅନୁଭବ କରୁଛନ୍ତି। ସମସ୍ତେ ବହୁତ ଖୁସି ଅଛନ୍ତି। ଏହି ସଫଳତା ପାଇଁ ଈଶିତା ଅନେକ ଲୋକଙ୍କୁ ଶ୍ରେୟ ଦେଇଛନ୍ତି ଏବଂ କହିଛନ୍ତି ଯେ ଯଦି ଆପଣଙ୍କର ପରିବାର ଏବଂ ଆପଣଙ୍କ ଶୁଭେଚ୍ଛୁମାନେ ଏଥିରେ ସହଯୋଗ ନ କରନ୍ତି ତେବେ ଆପଣ ସଫଳ ହୋଇପାରିବେ ନାହିଁ।

ମେରିଟ୍ ତାଲିକା ଆଧାରରେ ମନୋନୀତ ପ୍ରାର୍ଥୀଙ୍କୁ ଭାରତୀୟ ପ୍ରଶାସନିକ ସେବା, ଭାରତୀୟ ବୈଦେଶିକ ସେବା, ଭାରତୀୟ ପୋଲିସ୍ ସେବା ଏବଂ କେନ୍ଦ୍ରୀୟ ସେବା, ଗ୍ରୁପ୍ 'ଏ' ଏବଂ ଗ୍ରୁପ୍ 'ବି' ପାଇଁ ନିଯୁକ୍ତ କରାଯିବ। ସିଭିଲ୍ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା, ୦୫ ଜୁନ୍ ୨୦୨୨ରେ ଆୟୋଜିତ ହୋଇଥିଲା।

ଅଧିକ ପଢ଼ନ୍ତୁ: ସିଭିଲ ସର୍ଭିସ୍‌ ପରୀକ୍ଷାରେ ସଫଳତାର ଟିପ୍ସ ଦେଲେ ସୁଶ୍ରୀ ଶୁଭାଙ୍ଗୀ

IAS Officer UPSC Result UPSC Topper
Advertisment
Advertisment