Advertisment

UPSC ଟପ୍ପର ଈଶିତା କିଶୋର କିଏ; ଜାଣନ୍ତୁ ତାଙ୍କର ପାଠପଢା ଓ IAS ହେବାର ସ୍ୱପ୍ନ

ଦେଶର ସବୁଠାରୁ କଠିନ ପରୀକ୍ଷା UPSCରେ ବାଜି ମାରିନେଇଛନ୍ତି ଝିଅ। ଟପ୍ପର ହୋଇଛନ୍ତି ଈଶିତା କିଶୋର। କିଏ ଏହି ଈଶିତା, କୋଉଠି ସେ ପାଠ ପଢୁଥିଲେ, କିପରି ଥିଲା ତାଙ୍କ ସ୍କୁଲ ଶିକ୍ଷା ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
UPSC Topper 2023 Ishita Kishore

Who is upsc topper ishita kishore

ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ୨୦୨୨ ର ଅନ୍ତିମ ଫଳାଫଳ ଘୋଷଣା କରି ସଂଘ ଲୋକସେବା ଆୟୋଗ ନିଯୁକ୍ତି ପାଇଁ ମୋଟ ୯୩୩ ପ୍ରାର୍ଥୀଙ୍କୁ ସୁପାରିଶ କରିଛି। ମନୋନୀତ ପ୍ରାର୍ଥୀ ତାଲିକାରେ ଈଶିତା କିଶୋର ସ୍ଥାନରେ ଅଛନ୍ତି।

Advertisment

ଈଶିତା କିଶୋର କିଏ:

UPSC CSE ୨୦୨୨ ପରୀକ୍ଷା ଟପ୍ପର ଈଶିତା କିଶୋର ଶ୍ରୀରାମ କଲେଜ ଅଫ୍ କମର୍ସରୁ ଅର୍ଥନୀତିରେ ସ୍ନାତକ ହାସଲ କରିଛନ୍ତି। ସେ ତାଙ୍କ କଲେଜର ଯୋଗ୍ୟ ଛାତ୍ରମାନଙ୍କ ମଧ୍ୟରେ ଗଣାଯାଉଥିଲେ। ତାଙ୍କର ନିଷ୍ଠା ଏବଂ ପରିଶ୍ରମ ସହିତ ଈଶିତା କେବଳ ନିଜ ପରିବାରର ନାଁକୁ ଉଜ୍ଜ୍ୱଳ କରି ନାହାନ୍ତି, ବରଂ କଲେଜକୁ ମଧ୍ୟ ଏକ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି। ଈଶିତା କିଶୋର ତାଙ୍କ ସ୍କୁଲ୍‌ ସମୟରେ ଅଲରାଉଣ୍ଡର ଥିଲେ। ପାଠପଢା ସହିର ଖେଳକୁଦରେ ବି ସେ ଆଗରେ ଥିଲେ। ଏହା ବ୍ୟତୀତ, ସେ ବିଦ୍ୟାଳୟରେ ଆୟୋଜିତ ସମସ୍ତ କରିକୁଲାର ଆକ୍ଟିଭିଟିରେ ସେ ସକ୍ରିୟ ଭୂମିକା ନେଉଥିଲେ।

ଖୁସି ବ୍ୟକ୍ତ କଲେ ଈଶିତା:

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶ୍ରୀରାମ କଲେଜ୍‌ ଅଫ୍ କମର୍ସ(SRCC)ରୁ ଅର୍ଥନୀତିରେ ଡିଗ୍ରୀ ହାସଲ କରିବା ଈଶିତା କିଶୋର ତାଙ୍କ ଚୟନକୁ ନେଇ ଖୁସି ବ୍ୟକ୍ତ କରି କହିଛନ୍ତି, “ମୋର ସଫଳତାର ସମ୍ପୂର୍ଣ୍ଣ ଆଶା ଥିଲା, କିନ୍ତୁ ଯୋଗ୍ୟତା ତାଲିକାରେ ପ୍ରଥମ ସ୍ଥାନ ପାଇବା ମୋ ପାଇଁ ଏକ ଆନନ୍ଦଦାୟକ ଘଟଣା।

Advertisment

ଆଇଏଏସ୍ ହେବାର ସ୍ୱପ୍ନ:

ଅଖିଳ ଭାରତୀୟ ସେବାରେ ଗ୍ରୁପ୍ ଏ ଏବଂ ବି ପଦବୀରେ ସିଧାସଳଖ ନିଯୁକ୍ତିକୁ ନେଇ ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ଶୀର୍ଷରେ ରହିଥିବା ଈଶିତା ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍)ରେ ଯିବାକୁ ଚାହୁଁଛନ୍ତି।

ଈଶିତା କିଶୋର ଦିଲ୍ଲୀ ବିଶ୍ୱବିଦ୍ୟାଳୟର (DU) SRCC କଲେଜରେ ବାଣିଜ୍ୟରେ ପାଠପଢା ପରେ ଏକ ଘରୋଇ ବହୁରାଷ୍ଟ୍ରୀୟ କମ୍ପାନୀରେ ରିସ୍କ ଆଡ୍‌ଭାଇଜର ଭାବରେ ଯୋଗ ଦେଇଥିଲେ। ତେବେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେବାର ସ୍ୱପ୍ନ ତାଙ୍କୁ ସିଭିଲ୍‌ ସର୍ଭିସ ପରୀକ୍ଷା ଆଡକୁ ଆଣିଥିଲା। ପରୀକ୍ଷା ପ୍ରସ୍ତୁତି ନେଇ ସେ ଏହି ଚାକିରି ଛାଡିଥିଲେ।

ଆଇଏଏସ୍ ହେବା ପରେ କ’ଣ କରିବେ:

ଈଶିତା କିଶୋର ଆଇଏଏସ୍ ଅଧିକାରୀ ହେବା ପରେ ଟିମ୍ ସହ ମିଶି କାମ କରିବାକୁ ଚାହାଁନ୍ତି ବୋଲି ଏକ ସାକ୍ଷାତକାରରେ କହିଛନ୍ତି। ଏହା ସହିତ ସେ ନେତୃତ୍ୱର ଦକ୍ଷତାକୁ ଠିକ୍ ଭାବେ ବ୍ୟବହାର କରି କାମ କରିବେ ଓ ଯାହା ଟିମ୍‌ ପାଇଁ ଭଲ ହେବ ତାହାକୁ ମିଶିକି କରିବେ ବୋଲି ସେ କହିଛନ୍ତି।

Successful Woman IAS Officer UPSC Result Success Story
Advertisment
Advertisment