ଜବାବରେ ବିଜେପି କହିଛି ନବୀନ ହେଉଛନ୍ତି ସବୁଠୁ ବଡ଼ ଜନବିରୋଧୀ । ସେ ଜନ ବିରୋଧୀ ହେଇନଥିଲେ ଜଣେ ଆଇଏଏସ୍ ଅଫିସରଙ୍କୁ ସରକାର ଚଳାଇବାକୁ ଲିଜ୍ରେ ଦେଇଥାନ୍ତେ କି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ।
ଶ୍ରଦ୍ଧା କଥା ଲୋକଲୋଚନକୁ ଆଣନ୍ତୁ, ନହେଲେ ଦାୟିତ୍ବରୁ ଓହରନ୍ତୁ କହିଲେ ବସନ୍ତ ।
ସ୍ୱାମୀ ଚାଲିଗଲା, ୪ଟି ପିଲା । କାର୍ଡ ନାହିଁ କି କିଛି ନାହିଁ...ଆମେ ଚଳିବୁ କେମିତି? ନବୀନ ବାବୁ ଆମକୁ ସାହାଯ୍ୟ କର...ଗଣ୍ଡେ ଚାଉଳ ଦିଅ । ବଞ୍ଚିବାକୁ ସାହାଯ୍ୟ କର । କିଛି ଏମିତି ଢଙ୍ଗରେ ନିଜ ଗୁହାରି ଜଣାଉଛନ୍ତି ଜଣେ ବିଧବା ମହିଳା।
ସାଧାରଣ ନିର୍ବାଚନ ପୂର୍ବରୁ ମୈଦାନରେ ଆରମ୍ଭ ହୋଇଗଲାଣି ବ୍ରାଣ୍ଡ ଲଢ଼େଇ । ମୋଦି ସରକାରର ୯ ବର୍ଷ ଓ ନବୀନ ସରକାରର ୨୩ ବର୍ଷ ପୂର୍ତ୍ତି ଉତ୍ସବକୁ ନେଇ ଗ୍ରାଉଣ୍ଡରେ ଭିଡ଼ାଭିଡ଼ି । କେନ୍ଦ୍ରର ସଫଳତା ଓ ରାଜ୍ୟର ବିଫଳତାକୁ ବିଜେପି ପ୍ରସଙ୍ଗ କରି କୋଟିଏ ପରିବାର ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଥିବା ବେଳେ ତାକୁ କାଉଣ୍ଟର କରିବାକୁ ରାଜ୍ୟ ସରକାରଙ୍କ ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ଯୋଜନା କରିଛି ବିଜେଡି । ଯାହାକୁ ନେଇ ତେଜିଛି ରାଜନୀତି ।
ବିକ୍ରମ ଆରୁଖ ଇସ୍ତଫା ଦେବା ପରେ ବାଚସ୍ପତି ପଦ ମଧ୍ୟ ଖାଲି ରହିଛି ।
ଗଡୁଛି ସମୟ, ବଢୁଛି ଦ୍ବନ୍ଦ୍ବ । ଦୁଇ ମନ୍ତ୍ରୀ ଓ ବାଚସ୍ପତିଙ୍କ ଇସ୍ତଫା ପର୍ବର ତିନିଦିନ ପରେ ବି ସ୍ପଷ୍ଟ ହେଉନି ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ ଚିତ୍ର । ଅସନ୍ତୁଷ୍ଟଙ୍କୁ ବୋଧ ଦେବାକୁ ମାପିଚୁପି ଗୋଟି ଚାଳନାରୁ ବିଳମ୍ବ ନେଇ ଚର୍ଚ୍ଚା, ବଢୁଛି ଆଶାୟୀଙ୍କ ତାଲିକା
ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ ପୂର୍ବରୁ ତାତିଲେ ବିଜେପି କର୍ମୀ.. କଳାପତାକା ଦେଖାଇ ନାରାବାଜୀ କଲେ.. ଶତାଧିକ ବିଜେପି କର୍ମୀଙ୍କୁ ପାର୍ଟି ଅଫିସରୁ ଉଠାଇ ନେଲା ପୋଲିସ
ବଡମାନେ ହାର ମାନିଥିଲେ ହେଲେ ସାନ ମାନେ କରି ଦେଖାଇଲେ । ଗାଁର ସମସ୍ୟା ନେଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଫଳରେ ସୀମା ବିବାଦ କାରଣରୁ ବର୍ଷ ବର୍ଷ ଧରି ପଡି ରହିଥିବା ପୋଲ ନିର୍ମାଣ ହୋଇପାରିଛି ।
ଦୁଇ ଜିଲ୍ଲାର ସୀମା ବିବାଦ ପାଇଁ ବର୍ଷ ବର୍ଷ ଧରି ଗ୍ରାମବାସୀଙ୍କ ଦାବି, ଆପତ୍ତି, ଅଭିଯୋଗ ସତ୍ତ୍ୱେ ନାଳ ଉପରେ ପୋଲଟିଏ ହୋଇପାରୁନଥିଲା.. ସବୁ ଚେଷ୍ଟା ପରେ ବି କେହିଶୁଣିଲେନି.. ହେଲେ ଗାଁର ଦୁଇ କୁନି ଭାଇଭଉଣୀ ଏନେଇ ସିଧା ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି.. ଉତ୍ତର ବି ମିଳିଲା.. ପୋଲ ନିର୍ମାଣ ହେଲା
ବୁଣାକାରଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଉପହାର । ବୁଣାକାରମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କଲେ ସ୍ୱତନ୍ତ୍ର ପ୍ୟାକେଜ । ମହାମାରୀ କରୋନା ଯୋଗୁଁ ପ୍ରଭାବିତ ବୁଣାକାରଙ୍କୁ ଏଥିରେ ସହାୟତା ପ୍ରଦାନ କରାଯିବ ।