Advertisment

ସାବାସ ଶିବାନୀ...ପେଟ ପାଇଁ ଲୁହା ଓ ନିଆଁରେ ନିଇତି ସଙ୍ଘର୍ଷ

କୋରାପୁଟ କୋଲାବ ଜଳଭଣ୍ଡାର ଯିବା ରାସ୍ତାରେ କେନ୍ଦୁଗୁଡା ଠାରେ ରହିଛି ଶିବାନୀଙ୍କ ପରିବାରକୁ ଭାତଗଣ୍ଡେ ଯୋଗାଉଥିବା ଝାଟିମାଟି କମାରଶାଳ

author-image
Prangyan Parimita
ଅଦ୍ୟତନ ହୋଇଛି
good story

good story

ପେଟ ଚାଖଣ୍ଡକ ପାଇଁ ଲୁହା ଏବଂ ନିଆଁ ସହ ନିତିଦିନ ସଂଘର୍ଷ। ପରିବାର ଚଳାଇବା ପାଇଁ କମାରଶାଳ ହିଁ ଏକମାତ୍ର ଭରସା ଥିବା ବେଳେ ସରକାରୀ ଯୋଜନା ତାଙ୍କ ପାଇଁ ସାତ ସପନ। ଏପରି ଜଣେ ପରିଶ୍ରମୀ ମଣିଷ ହେଲା କୋରାପୁଟ କେନ୍ଦୁଗୁଡ଼ା ଅଞ୍ଚଳରେ ଶିବାନୀ କମାର ।

Advertisment

ଶିବାନୀ ସବୁ କାମରେ ପାରଙ୍ଗମ ।  ଗୋଟିଏ ପଟେ ପିଲାଛୁଆ ସଂସାର, ଅନ୍ୟପଟେ କମାର ଶାଳ ଓ ବିଲବାଡ଼ି କାମ । ପେଟ ପାଇଁ ଲୁହା ନିଆଁ ସହ ଶିବାନୀଙ୍କର ଏ ସଂଘର୍ଷ । ଶାଳରେ ଲୁହା ପିଟିଲେ ଚୂଲିରେ ତାଙ୍କର ହାଣ୍ଡି ବସେ । କୋରାପୁଟ କୋଲାବ ଜଳଭଣ୍ଡାର ଯିବା ରାସ୍ତାରେ କେନ୍ଦୁଗୁଡା ଠାରେ ରହିଛି ଶିବାନୀଙ୍କ ପରିବାରକୁ ଭାତଗଣ୍ଡେ ଯୋଗାଉଥିବା ଝାଟିମାଟି କମାରଶାଳ । କୋଡ଼ି କୋଦାଳଠୁ ଆରମ୍ଭ କରି ପନିକି, କୁରାଢୀ, କଟୁରୀ, ଦା, ଗଇଁତି ସବୁକିଛି ପ୍ରସ୍ତୁତ କରିବାରେ ସେ ମାହିର । ସେଇଥିଲାଗି ତ ଆଖପାଖ ଅଞ୍ଚଳରୁ ତାଙ୍କର ଏହି କମାରଶାଳକୁ ଛୁଟିଆସନ୍ତି ଲୋକେ।

ଶିବାନୀଙ୍କ ସ୍ୱାମୀ ରାମଚନ୍ଦ୍ର ଏହି କମାରଶାଳ ଖୋଲିଥିବା ବେଳେ ଶିବାନୀ କିନ୍ତୁ ଏ କାମପ୍ରତି ଆଗଭର । ପିଲାଛୁଆ ସଂସାର ଚଳାଇ ନିଜ ସ୍ବାମୀଙ୍କୁ ଏହି କାମରେ ବେସ୍ ସହଯୋଗ କରିଥାନ୍ତି । ଶିବାନୀ ଓ ରାମଚନ୍ଦ୍ରଙ୍କର ପୈତୃକ ସଂପତ୍ତି ବୋଲି କିଛି ନଥିବା ବେଳେ ଏଇ କମାରଶାଳ ହିଁ ତାଙ୍କଲାଗି ସବୁକିଛି । ଏପରିକି ସରକାରୀ ସୁବିଧାରୁ ସେମାନେ ବଞ୍ଚିତ ଥିବା ଶିବାନୀଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଅନୁଧ୍ୟାନ ପରେ ସଂପୃକ୍ତ ପରିବାରକୁ ବିଭିନ୍ନ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ଲାଗି ବ୍ୟବସ୍ଥା କରାଯିବ ବୋଲି ସ୍ଥାନୀୟ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ।

Advertisment
Inspirational Story
Advertisment
Advertisment