Advertisment

ଭେଣ୍ଡା ପୁଅ ଯାଇଥିଲା ଦାଦନ ଖଟି...ଚାଲିଗଲା ପ୍ରାଣ : ପାଗେଳି ହେଲାଣି ମାଆ, ଚେତାଶୂନ୍ୟ ସ୍ତ୍ରୀ

ଦୁଃଖ ଏମିତି ବି ଆସେ ! ଦାଦନ ଖଟିବାକୁ ଯାଇଥିଲା ପୁଅ, ଚାଲିଗଲା ଜୀବନ । ମାଆ ପାଖରେ ଖବର ପହଞ୍ଚିବା ପରେ ମୁଣ୍ଡ ବାଡେଇ ବାଡେଇ କାନ୍ଦୁଛି । ଚେତାଶୂନ୍ୟ ସ୍ତ୍ରୀ...

author-image
Sarbeswar
ଅଦ୍ୟତନ ହୋଇଛି
Migrant labourer, Migrant Death

Migrant labourer, Migrant Death

ପୁଅକୁ ହରାଇବା ପରେ ମାଟିରେ ମୁଣ୍ଡ ବାଡେଇ ବାଡେଇ କାନ୍ଦୁଛି ବୁଢୀ ମାଆ । ୮୦ ବର୍ଷ ବୟସରେ ଯେବେ ଆଖି ସାମ୍ନାରେ ପୁଅର ମୃତ୍ୟୁ ହେବ, ସେତେବେଳେ ଏମିତି କାନ୍ଦିବା ଛଡା ଜଣେ ମାଆ କରିବ ବା କଣ? ମୁଣ୍ଡର ଚୁଟି ପାଚିଗଲାଣି... ଶରୀର ଚର୍ମ ଶୁଖିଗଲାଣି... ଏହି ବୟସରେ ବୁଢ଼ୀ ମାଆର ମୁଣ୍ଡ ଉପରେ ଦୁଃଖର ପାହାଡ଼ ଛିଣ୍ଡି ପଡିଛି । ସେଇଥିପାଇଁ ତ ଏମିତି ରାହା ଦେଇ କାନ୍ଦି ଚାଲିଛି ବୁଢୀ ମାଆ । ଆଉ ଘଡିକୁ ଘଡିଏ ଚଟାଣରେ ଲୋଟି ପଡୁଛି । ଖାଲି ଗୋଟିଏ କଥାକୁ ବାରମ୍ବାର କହୁଛି, ଧନରେ ତୁ କାହିଁ ମତେ ଛାଡିଦେଇଗଲୁରେ?

Advertisment

ପରିବାର ପ୍ରତିପୋଷଣ ଲାଗି ଦୁବାଇ ଯାଇଥିଲା ଭେଣ୍ଡିଆ ପୁଅ । ହେଲେ ସେଠାରେ ଚାଲିଗଲା ଜୀବନ । ଆଉ ଏଇ ଖବର ଘରେ ପହଞ୍ଚିବା ପରେ ଏମିତି ରାହା ଧରି କାନ୍ଦୁଛି ବୁଢୀ ମାଆ । ଏଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରୁ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମର ପିଛା ଛାଡୁନି ଦାଦନ ଯନ୍ତ୍ରଣା । ଜିଲ୍ଲାରେ ରୋଜଗାର ନଥିବାରୁ ବାହାର ରାଜ୍ୟକୁ ଖଟିବାକୁ ଯାଉଛନ୍ତି ଲୋକେ । ହେଲେ ସେଠାରେ ଦାଦନ ଖଟୁଖଟୁ ଏମିତି ଅନେକ ଲୋକଙ୍କର ଜୀବନ ଯାଉଛି । ଯାହାକୁ ନେଇ ଏବେ ଚାଲିଛି ଚର୍ଚ୍ଚା । 

ଗାଁ ଲୋକଙ୍କ କହିବା ଅନୁସାରେ, ଘର ଚଲାଇବା ସହ ବଢିଲା ଝିଅକୁ ଶାଶୂଘର ପଠାଇବା ପାଇଁ ଚିନ୍ତାରେ ଥିଲେ ଖଲ୍ଲିକୋଟ ବ୍ଲକ୍ ପିଟଣାପଲ୍ଲୀ ଗ୍ରାମର ଶିବ ପ୍ରଧାନ । ପ୍ରାୟ ୪ ମାସ ତଳେ ଏଜେଣ୍ଟଙ୍କ ଜରିଆରେ ୮୦ ହଜାର ଟଙ୍କା ଦେଇ ଦୁବାଇ ଯାଇଥିଲେ l ସେଠାରେ ଏକ କମ୍ପାନୀରେ ଶ୍ରମିକ ଭାବେ କାମ ବି କଲେ । ହେଲେ ଗତ ବୁଧବାର ତାଙ୍କର ପ୍ରାଣ ଚାଲିଯାଇଥିଲା । ଘରଠାରୁ ଏତେ ଦୂରରେ ଶ୍ରମିକଙ୍କ ଜୀବନ ଯାଇଥିବାରୁ କେମିତି ଶବ ଘରକୁ ଫେରିବ ସେନେଇ ପ୍ରଶାସନକୁ ଅନୁରୋଧ କରିଛନ୍ତି ପୂରା ପରିବାର ।

Advertisment

କେବଳ ଇଏ ଗୋଟିଏ ଘଟଣା ନୁହେଁ ବରଂ ପୂର୍ବରୁ ବି ଗଂଜାମରେ ବାରମ୍ବାର ଶ୍ରମିକଙ୍କ ଯାଉଛି ଜୀବନ । ମିଳିଥିବା ସୂଚନା ଅନୁସାରେ, ଗତ ୪ ମାସରେ ଗଂଜାମରେ ୧୫ ଶ୍ରମିକଙ୍କ ଜୀବନ ଗଲାଣି । ତେଣୁ ବାରମ୍ବାର ଏମିତି ଶ୍ରମିକଙ୍କର ଜୀବନ ଯାଉଥିବାରୁ ଏନେଇ ସ୍ଥାୟୀ ବ୍ୟବସ୍ଥା ସହ ମୃତ ପରିବାରର ନିକଟତମ ସଂପର୍କୀୟଙ୍କୁ ତୁରନ୍ତ ସରକାରୀ ସହାୟତା ଦେବାକୁ ନିବେଦନ କରିଛନ୍ତି ଗାଁ ଲୋକେ ।

Migrant Death Migrant Labourer
Advertisment
Advertisment