• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଜିଲ୍ଲାପାଳଙ୍କ ଅଫିସ୍‌ ସାମ୍ନାରେ ବସି ବୃଦ୍ଧ ଜଣକ କାନ୍ଦୁଛନ୍ତି । ହେଲେ ସେ କାହିଁକି କାନ୍ଦୁଛନ୍ତି ତାହା ଜାଣିଲେ ଆପଣ ବି କିଛି ସମୟ ଚୁପ୍‌ ରହିବେ । ଆଉ ପ୍ରଶାସନକୁ ନିଶ୍ଚୟ କହିବେ ତୁରନ୍ତ ତାଙ୍କୁ ମିଳୁ ସରକାରୀ ସହାୟତା । କାରଣ ସେହି ବୃଦ୍ଧଙ୍କ ସହ ଯେଉଁ ଦୁର୍ଘଟଣା ଘଟିଛି ତାହା ଶୁଣିବା ପରେ ଆପଣ ବି ବାକ୍‌ଶୂନ୍ୟ ହୋଇଯିବେ ।

ଅନୁଗୁଳୁ ବାରସିଂହା ଅଞ୍ଚଳର ଉଦୟ ନାଥ ସାହୁ । ନିଜର ଦୁଃଖ ଏତେ ଅଧିକ ଯେ କହୁକହୁ ଆଖିରେ ଜକେଇ ଆସୁଛି ଲୁହ । କାରଣ ଭଗବାନ ଉଦୟନାଥଙ୍କୁ ଯେଉଁ ଦୁଃଖ ଦେଇଛନ୍ତି ତାହାକୁ ଶବ୍ଦରେ ବର୍ଣ୍ଣନା କରିବା ଅସମ୍ଭବ ପ୍ରାୟ । ସେଦିନ ଥିଲା ନଭେମ୍ବର ୫ ତାରିଖ, ୨୦୧୧ ମସିହା । ପୁଅ-ବୋହୂ ଘରେ ଥିଲା ବେଳେ ହଠାତ୍‌ ଫାଟିଥିଲା ଗ୍ୟାସ୍‌ ଟାଙ୍କି । ଗ୍ୟାସ୍‌ ଟାଙ୍କି ଫାଟିବା ପରେ ପୁଅ-ବୋହୂ ଉଭୟେ ଗୁରୁତର ଆହତ ହୋଇଥିଲେ । ପରେ ଉଭୟଙ୍କୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଗୁରୁତର ଥିବାରୁ ଚିକିତ୍ସା ଅବସ୍ଥାରେ ହିଁ ବୋହୂ ସସ୍ମିତାଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଦିନ ପରେ ପୁଅ ବିଭୂତିଙ୍କର ବି ପ୍ରାଣ ଯାଇଥିଲା । ଆଉ ଏକା ସାଙ୍ଗରେ ଡକାଡକି ହୋଇ ପୁଅ-ବୋହୂ ଚାଲିଯାଇଥିବାରୁ ଉଦୟଙ୍କ ଉପରେ ଘୋଡେଇ ହୋଇରହିଥିଲା ଦୁଃଖର କଳାବାଦଲ । ପୁଅ-ବୋହୂ ସିନା ଚାଲିଗଲେ ହେଲେ ୨ ନାତୁଣୀଙ୍କ ଲାଳନପାଳନର ଦାୟିତ୍ୱ ବୃଦ୍ଧ ଉଦୟଙ୍କ କାନ୍ଧରେ ରହିଥିଲା ।

ଏ ବୟସରେ ଦୁଇଦୁଇଟା ନାତୁଣୀଙ୍କୁ ମଣିଷ କରିବା କେତେ ଯେ କଷ୍ଟ ତାହା ଆମେ ସମସ୍ତେ ଜାଣନ୍ତି । ସେଇଥି ଲାଗି ତ ପ୍ରଶାସନର ସାହାଯ୍ୟ ଲାଗି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆଉ ତୁରନ୍ତ ଗ୍ୟାସ୍‌ କମ୍ପାନୀ ପକ୍ଷରୁ ବକେୟା ବୀମା ରାଶି ପ୍ରଦାନ କରିବାକୁ ନିବେଦନ କରିଛନ୍ତି । ତେବେ ପୂରା ଘଟଣାରେ କେମିତି ଅସହାୟଙ୍କୁ ଟଙ୍କା ମିଳିପାରିବ ସେନେଇ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।

 

  • Reported by:
  • BIRAJA DAS