Advertisment

ନିଖୋଜ ପୁଅ ଫେରିବାକୁ...ତୁଳସୀ ମୂଳେ ବସି ପ୍ରାର୍ଥନା କରୁଛି ମାଆ

ଖେଳିବାକୁ ଯାଇଥିଲା...ଆଉ ଫେରିଲାନି । ଖୋଜିଖୋଜି ନୟାନ୍ତ ହେଲେଣି ପରିବାର ଲୋକେ...ପୁଅ କେମିତି ଫେରିବ ସେଇଥି ପାଇଁ ତୁଳସୀ ମୂଳେ ଦୀପ ଜାଳୁଛି, ବରଗଛ ପୂଜା କରୁଛି ମାଆ

author-image
Sarbeswar
ଅଦ୍ୟତନ ହୋଇଛି
lights diya with hopes of missing son’s return

lights diya with hopes of missing son’s return

ତୁଳସୀ ଗଛ ମୂଳରେ ଘିଅ ଦୀପ ଜାଳୁଛି...ବରଗଛରେ ଚନ୍ଦନ ସହ ସିନ୍ଦୂର ଲଗାଇ ପୂଜା କରୁଛି । ଭୋଗ ଦେଇ ମାଆ ବୃନ୍ଦାବତୀ ପାଖରେ ନେହୁରା ହେଉଛି । କାନ୍ଦି କାନ୍ଦି କହୁଛି ମାଆଲୋ ମୋ ପୁଅକୁ ଫେରାଇ ଆଣ । ତତେ ମୁଁ ଆଉ କିଛି ମାଗୁନି । ୧୧ ବର୍ଷର ପୁଅ ନିଖୋଜ ହେବା ପରେ ପୁଅକୁ ପାଇବା ଲାଗି ପୂଜାର୍ଚ୍ଚନା କରୁଛନ୍ତି ଜଣେ ମାଆ ।

Advertisment

ଖେଳୁଥିଲା ବୁଲୁଥିଲା...ବାପ-ମାଆଙ୍କର ଥିଲା ସେ ଗେହ୍ଲା ପୁଅ । ବୟସ ମାତ୍ର ୧୧...କିନ୍ତୁ ଖେଳୁଖେଳୁ ସେ କୁଆଡେ ପଳେଇ ଗଲା ଯେ ଖୋଜି ଖୋଜି ନୟାନ୍ତ ହେଲେଣି ବାପା । କିନ୍ତୁ ପୁଅର ମିଳୁନି ସନ୍ଧାନ । ଆଉ ପୁଅକୁ ନପାଇବା ପରେ ପରିବାର ସହ ଗାଁ ଲୋକ...ସମସ୍ତଙ୍କ ଆଖିରେ ଲୁହ ।  ନଈ ପଠାକୁ ଲାଗି ମନୋଜଙ୍କ ଘର । ଭଙ୍ଗା ଦଦରା ଘରେ ବାପା-ମାଆଙ୍କ ସହ ମନୋଜ ରହୁଥିଲେ ।

ଖରାଛୁଟି ଥିବାରୁ ନଈ ପଠାକୁ ସବୁବେଳେ ଖେଳିବାକୁ ଯାଆନ୍ତି ମନୋଜ । ସେଦିନ ଥିଲା ୨୪ ତାରିଖ । ସବୁଦିନ ପରି ନଈ ପଠାକୁ ଖେଳିବାକୁ ଯାଇଥିଲା ମନୋଜ । ହେଲେ ଘରକୁ ଫେରିନଥିଲେ । ସଂଧ୍ୟା ହେବା ପରେ ଘରକୁ ନଫେରିଥିବାରୁ ବାପା-ମାଆ ପୁଅକୁ ଖୋଜିଥିଲେ କିନ୍ତୁ ପାଇନଥିଲେ । ପୁଅ ନିଖୋଜ ଥିବାରୁ ଥାନାରେ ଏନେଇ ମାମଲା ବି ରୁଜୁ କଲେ ।

Advertisment

୨୪ ତାରିଖରୁ ୩ ତାରିଖ ହେଲାଣି । କିନ୍ତୁ ଘରକୁ ଫେରିନାହାନ୍ତି ମନୋଜ । ତେଣୁ ପୁଅ କେମିତି ଘରକୁ ଫେରିବ ସେନେଇ ଏମିତି ତୁଳସୀ ମୂଳରେ ପୂଜାର୍ଚ୍ଚନା କରୁଛି ମାଆ । ସେପଟେ ଗାଁ ଲୋକ କହୁଛନ୍ତି, ମନୋଜ ବେଶ ଶାନ୍ତ ସ୍ୱଭାବର ଥିଲେ । ସମସ୍ତଙ୍କ ସହ ଭଲରେ ମିଶୁଥିଲେ । ବୋଧହୁଏ ତାଙ୍କୁ କିଏ ନେଇଯାଇଛି...ସେଇଥି ଲାଗି ସେ ଘରକୁ ଫେରିପାରୁନାହାନ୍ତି ।

ତେବେ ପୂରା ଘଟଣାରେ କିଶନନଗର ଆଇଆଇସି କହୁଛନ୍ତି, ପୋଲିସ ପକ୍ଷରୁ ମନୋଜଙ୍କୁ ଖୋଜା ଚାଲିଛି । ଏଯାଏଁ ସନ୍ଧାନ ମିଳିନି, ହେଲେ ପୁଅ ଘରକୁ ଫେରିନଥିବାରୁ ଏମିତି ପୂଜାର୍ଚ୍ଚନା କରୁଛି ମାଆ ।

Special Story Salepur
Advertisment
Advertisment