ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କୁ ଚିକିତ୍ସା ଲାଗି ଶଯ୍ୟା ସଂଖା ବଢାଯାଇଛି । ୪ଟି ସହରାଞ୍ଚଳ ଗୋଷ୍ଠୀକେନ୍ଦ୍ରରେ ସ୍ୱତନ୍ତ୍ର ବେଡ୍ ବ୍ୟବସ୍ଥା କରାଯାଇଛି ।
ଓଟିଭି ଆରମ୍ଭ କରିଛି ବିଜିନେସ୍ ଓଡ଼ିଶା ଆୱାର୍ଡସ୍ ୨୦୨୩, ଏଥିରେ ବ୍ୟବସାୟ, ଉତ୍ପାଦନ, ସ୍ୱାସ୍ଥ୍ୟ, ଶିକ୍ଷା, ଜୁଏଲେରୀ ଓ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥା ଭାଗ ନେଇଛନ୍ତି। ଏହି କ୍ରମରେ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥାଙ୍କ ବିଷୟରେ ଜାଣିବା।
ରାଜଧାନୀରେ ହୁ ହୁ ହୋଇ ବଢ଼ି ଚାଲିଥିବା ଡେଙ୍ଗୁ । ଜ୍ୱର ପାଇଁ କ୍ୟାପିଟାଲ ହସ୍ପିଟାଲରେ ଏବେ ରକ୍ତ ପରୀକ୍ଷା କରିବାକୁ ଲାଗୁଛି ଲୋକଙ୍କ ଲମ୍ବା ଲାଇନ୍।
ଗର୍ଭାବସ୍ଥାରେ ହିଁ ଶିଶୁର ମସ୍ତିଷ୍କର ବିକାଶ ଆରମ୍ଭ ହୁଏ। ତେଣୁ ଏହି ସମୟରେ ଆପଣ ଏପରି କିଛି ଖାଦ୍ୟ ବାଛିବା ଉଚିତ୍, ଯାହା ଆପଣଙ୍କ ଏବଂ ଶିଶୁର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହେବ। କାରଣ ମା’ର ଖାଦ୍ୟ ଏବଂ ପାନୀୟର ପ୍ରତ୍ୟକ୍ଷ ପ୍ରଭାବ ଶିଶୁର ମନ ଉପରେ ପଡିଥାଏ।
ରୋଷେଇ ବେଳେ ଖାଦ୍ୟକୁ ସୁଆଦିଆ କରିବା ପାଇଁ ଜିରା ପ୍ରାୟ ପ୍ରତିଦିନ ବ୍ୟବହୃତ ହେଉଥିବାବେଳେ ଜିରା ମଧ୍ୟ ପେଟରେ ସୃଷ୍ଟି ହେଉଥିବା ବଦହଜମି ଏବଂ ଗ୍ୟାସ୍ ଭଳି ସମସ୍ୟାକୁ ଦୂର କରିବା ପାଇଁ ବହୁ ବ୍ୟବହୃତ ହୁଏ। ଖାଲି ଏତିକି ନୁହେଁ, ଏହା ଅନେକ ଗମ୍ଭୀର ରୋଗକୁ ଦୂରେଇ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ।
ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଏବଂ ଭୁଲ ଖାଦ୍ୟପେୟ ଶରୀରରେ ଅନେକ ରୋଗର କାରଣ ହେଉଛି। ୟୁରିକ୍ ଏସିଡ୍ ମଧ୍ୟ ସେସବୁ ମଧ୍ୟରୁ ଗୋଟିଏ। ଯେଉଁ କାରଣରୁ ଆଣ୍ଠୁଗଣ୍ଠି ସମସ୍ୟା ଦେଖାଯାଏ। ବିନା ଖର୍ଚ୍ଚରେ ଏହି ସମସ୍ୟାକୁ ଦୂର କରିବା ପାଇଁ ଏହି ୫ଟି ପତ୍ରକୁ ଖାଆନ୍ତୁ।
ସ୍ତନ କର୍କଟ ଆରୋଗ୍ୟ ଦିଗରେ ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ ବା ILSକୁ ସଫଳତା। ଗୋଟିଏ ପଟେ ବ୍ରେଷ୍ଟ କ୍ୟାନସରକୁ ବଢ଼ାଉଥିବା ଏକ ନୂଆ ମଲିକୁଲ୍ ଆବିଷ୍କାର କରିଛିପ୍ରତିଷ୍ଠାନ।
ଆଜିକାଲି ଧାଁ ଧପଡ ଜୀବନରେ ଲୋକମାନେ ପ୍ରାୟ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରନ୍ତି ଏବଂ କ୍ଲାନ୍ତ ହୋଇ ଘରକୁ ଫେରନ୍ତି। ଏହାପରେ ତୁରନ୍ତ ଖାଦ୍ୟ ଖାଇ ଶୋଇବାକୁ ଯାଆନ୍ତି। ଲୋକମାନେ ରାତ୍ରି ଭୋଜନ କରିବା ପରେ ଅନେକ ଭୁଲ ମଧ୍ୟ କରନ୍ତି। ଏହିସବୁ ଭୁଲ ସେମାନଙ୍କୁ ଅଧିକ ଅସୁବିଧାରେ ପକାଇଥାଏ।
କ୍ୟାପିଟାଲ ହସ୍ପିଟାଲରେ ଟେଷ୍ଟିଂ ପାଇଁ ଘଣ୍ଟା ଘଣ୍ଟା ଧରି ଲମ୍ୱା ଧାଡ଼ିରେ ଲୋକେ ଅପେକ୍ଷା କରିଥିବା ବେଳେ ବିଏମସିର ବେପରୁଆ ମନୋଭାବକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଆମେ ଅତି ଆଧୁନିକ ଢାଞ୍ଚାର ଜୀବନଶୈଳୀ ପାଇଁ ପରିଶ୍ରମ କରୁଛେ, କିନ୍ତୁ ବିକଳ୍ପ ଭାବେ ଦେଖିଲେ ଆମକୁ ମାନସିକ ଅବସାଦ ମାଡ଼ି ବସୁଛି। ଆଧୁନିକ ମନସ୍କତାର ଚଳଣିରୁ ଆମ ପିଲାମାନେ ମଧ୍ୟ ଅଟିଜିମ୍ ପରି ମାନସିକ ବ୍ୟାଧିରେ ପିଡ଼ିତ ହେଉଛନ୍ତି। ତେବେ ମନକୁ ସୁସ୍ଥ ରଖିବାରେ କ’ଣ ଆମେ ଗ୍ରହଣ କରୁଥିବା ଖାଦ୍ୟର କିଛି ଭୂମିକା ରହିଛି…
ଛଚିନ୍ଦ୍ରା ସ୍ୱାସ୍ଥ୍ୟ ପାଇଁ ଏତେ ଲାଭଦାୟକ ଯେ ଏହାକୁ ଖାଇବା ଦ୍ୱାରା ଆପଣ ଅନେକ ଗମ୍ଭୀର ରୋଗରୁ ମୁକ୍ତି ପାଇପାରିବେ। ତେବେ ଆସନ୍ତୁ ଆଜି ଛଚିନ୍ଦ୍ରାର ପୁଷ୍ଟିକର ଗୁଣ ଏବଂ ଏହାର ଉପକାରିତା ବିଷୟରେ ଜାଣିନେବା।
ସ୍ୱାସ୍ଥ୍ୟ ପାଇଁ ବରଦାନ ମେଥି । ମେଥିକୁ କେବଳ ଖାଦ୍ୟର ସ୍ୱାଦ ଓ ବାସ୍ନା ବଢ଼ାଇବାକୁ ନୁହେଁ ବରଂ ଔଷଧ ରୂପେ ମଧ୍ୟ ବ୍ୟବହାର କରିପାରିବେ । କାରଣ ଏଥିରେ ଭରପୂର ମାତ୍ରାରେ ଔଷଧୀୟ ଗୁଣ ରହିଛି ।
ପ୍ରାୟତଃ କୁହାଯାଏ ଯେ ମଧୁମେହ ରୋଗୀମାନେ ମିଠା ଫଳ ଖାଇବା ଉଚିତ୍ ନୁହେଁ। ଏହା କିନ୍ତୁ ସମ୍ପୂର୍ଣ୍ଣ ଠିକ୍ ନୁହେଁ। ଅଳ୍ପ ପରିମାଣର ଫଳ ଖାଇବା ଦ୍ୱାରା ସୁଗାର ଲେବଲ୍ରେ କୌଣସି ଖରାପ ପ୍ରଭାବ ପଡ଼େ ନାହିଁ। ଏମିତି କିଛି ଫଳ ଅଛି ଯାହା ଖାଇବା ଦ୍ୱାରା ରକ୍ତରେ ଶର୍କରା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।
ଡିଜିନେପ୍-A ଇନିହିବିଟର ବ୍ୟବହାର କରି ସ୍ତନ କର୍କଟ ରୋଗ ଲାଗି ଔଷଧ ପ୍ରସ୍ତୁତି ଦିଗରେ ପ୍ରି କ୍ଲିନିକାଲ ଟ୍ରାଏଲ ଆରମ୍ଭ କରିଛି I
କୋଲେଷ୍ଟ୍ରଲ୍ ସ୍ତର ନିୟନ୍ତ୍ରଣ ନ କଲେ ଏହା ସାଂଘାତିକ ହୋଇପାରେ। ଔଷଧ ବ୍ୟତୀତ, ଘରୋଇ ଉପଚାର ମଧ୍ୟ କୋଲେଷ୍ଟ୍ରଲ୍କୁ ନିୟନ୍ତ୍ରଣ କରିବାରେ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ପ୍ରମାଣିତ। ଏହି ୨ଟି ଜିନିଷ ବ୍ୟବହାର କରି କମେଇଦିଅନ୍ତୁ କୋଲେଷ୍ଟ୍ରଲ୍ ସ୍ତର।
ସ୍ୱାସ୍ଥ୍ୟ ବିଭାଗ ଚିନ୍ତାରେ ରହିଥିବାବେଳେ ସତର୍କତା ମଧ୍ୟ ଜାରି କରିଛି । ଘଟଣାକୁ ନେଇ CDMO ପ୍ରତିକ୍ରିୟା ରଖିବା ସହ ସ୍ଥିତି ଉପରେ ନଜର ରଖାଯାଇଥିବା କହିଛନ୍ତି ।
ବାହାରେ ମିଳୁଥିବା ଚଟପଟା ଫାଷ୍ଟଫୁଡ୍ କେତେ ସ୍ୱାସ୍ଥ୍ୟକର ?
ଆଜିକାଲି କମ୍ ବୟସରେ ଚୁଟି ପାଚିଯିବା ଏକ ସାଧାରଣ କଥା ହୋଇଗଲାଣି। ଏହାକୁ ଅଧିକାଂଶ ଯୁବପିଢି ସାମ୍ନା କରୁଛନ୍ତି। ଚୁଟି ପାଚିଗଲେ ଚିନ୍ତାରେ ପଡି ଅନେକ ଉପାୟ ଆପଣେଇ ନିଅନ୍ତି। କିନ୍ତୁ ଏହା ପୂର୍ବରୁ ଚୁଟି ଶୀଘ୍ର ପାଚିବାର କାରଣ ଜାଣିବା ଜରୁରୀ।
ମାତୃତ୍ୱର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ହେଲା ଶିଶୁକୁ ସ୍ତନ୍ୟପାନ କରାଇବା। ଏହି ସ୍ତନ୍ୟପାନର ମହତ୍ତ୍ୱକୁ ସମସ୍ତଙ୍କ ପାଖରେ ପହଞ୍ଚେଇବାର ପ୍ରୟାସରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରତି ବର୍ଷ ଅଗଷ୍ଟ ମାସର ପ୍ରଥମ ସପ୍ତାହରେ ପାଳିତ ହେଉଛି ବିଶ୍ୱ ସ୍ତନ୍ୟପାନ ସପ୍ତାହ। ଆଜି ଆସନ୍ତୁ ଏ ବିଷୟରେ ଜାଣିନେବା।
ରାଗିବା ଠାରୁ ଆରମ୍ଭ କରି ଖୁସି ହେବା ପର୍ଯ୍ୟନ୍ତ, ହରମୋନର ବହୁତ ପ୍ରଭାବ ଥାଏ। ଆପଣ ନିଶ୍ଚୟ ଦେଖିଥିବେ ଯେ ଦୁର୍ବଳ ଏବଂ ଅସୁସ୍ଥ ଲୋକମାନେ ଅଧିକ ଚିଡିଚିଡା ହୋଇଥାନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ସବୁ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ହାପି ହରମୋନ୍ଗୁଡ଼ିକୁ ସକ୍ରିୟ ହୋଇଥାନ୍ତି।
ଗାଇନାକୋମାଷ୍ଟିଆ..ଅନେକେ ହୁଏତ ଆଗରୁ କେବେ ଏହି ରୋଗର ନାଁ ଶୁଣିନଥିବେ । ହେଲେ ଏହାର ଲକ୍ଷଣ କହିଲେ, ସହଜରେ ଜାଣିଯିବେ। ପୁରୁଷଙ୍କ ସ୍ତନବୃଦ୍ଧି ସମସ୍ୟା । ଏବେ ଅଧିକ ସଂଖ୍ୟାରେ ଟିନ୍-ଏଜର୍ ଏହି ଗାଇନାକୋମାଷ୍ଟିଆ କବଳରେ ପଡ଼ୁଛନ୍ତି । କିଏ ଲାଜରେ କାହାକୁ କିଛି କହିପାରୁନି, ତ କିଏ ହେଳା ହେଳାରେ ରହିଯାଉଛି । ହେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା, ଆତଙ୍କିତ ନହୋଇ କିଛି ସତର୍କତା ଅବଲମ୍ବନ କଲେ ଏବଂ ଡାକ୍ତରଙ୍କ ପରାମର୍ଶ ନେଲେ ଏହି ସମସ୍ୟାର ସମାଧାନ ସମ୍ଭବ । ତେବେ ଏହି ରୋଗର କାରଣ କଣ ଜାଣିଛନ୍ତି ? ଫାଷ୍ଟଫୁଡ୍ ଓ ମୋଟାପା ।
କିଶୋରାବସ୍ଥାରେ ପୁଅଙ୍କ ଛାତିରେ ଦେଖାଯାଉଛି କି ପରିବର୍ତ୍ତନ? ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଛି କି ପୁଅପିଲାଙ୍କ ସ୍ତନର ଆକାର? ଯଦି ହଁ, ତେବେ ସଂକୋଚ କରନ୍ତୁନି କି ଏହାକୁ ହେଳା କରନ୍ତୁନି। ତୁରନ୍ତ ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ ।
ଆପଣ ହୁଏତ ଖାଲି ଆମ୍ବର ରସକୁ ଖାଇ ଏହାର ଚୋପାକୁ ଫୋପାଡି ଦେଉଥିବେ। କିନ୍ତୁ ଆପଣ ଜାଣନ୍ତି କି ଆମ୍ବ ଚୋପା ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ! ଏହାର ଉପକାରିତା ବିଷୟରେ ଜାଣିଲେ ଆପଣ ହୁଏତ ଅନୁତାପ କରିପାରନ୍ତି।
ଜିମ୍ ଏବଂ ଫିଟନେସ ପ୍ରତି ବଢୁଥିବା ଯୁବପୀଢ଼ୀଙ୍କ ଆଗ୍ରହ ପାଇଁ ପ୍ରୋଟିନ୍ ସୋ ରୁମ, ଏବେକାର ବିଜନେସର ନୂଆ ଟ୍ରେଣ୍ଡ୍। ହେଲେ ଅଭିଯୋଗ ହେଉଛି ଏଭଳି ପ୍ରୋଟିନ ସୋ ରୁମ ଭିତରୁ ଅଧିକାଂଶଙ୍କର ନା ଏଥିପାଇଁ ଲାଇସେନ୍ସ ଅଛି। ନା ଏମାନଙ୍କ ପାଖରେ ପୋଷଣ ତତ୍ତ୍ବ ଉପରେ ଜ୍ଞାନ ଥିବା କେହି ନ୍ୟୁଟ୍ରିସିଆନ୍ ଅଛନ୍ତି। ନା ଡାଏଟ୍ରି ଉପରେ ସର୍ବନିମ୍ନ ଜ୍ଞାନ ଅଛି।
ହେପାଟାଇଟିସର କାରଣ ମୁଖ୍ୟତଃ ଏହି ଭୂତାଣୁ ହେଲେ ମଧ୍ୟ ଅନେକ ବାହ୍ୟ କାରକ ମଧ୍ୟ ଏଥିପାଇଁ ଦାୟୀ । ଯେପରିକି ଆଲକହଲ ବା ମଦ୍ୟପାନ କରିବା, ଅନ୍ୟ କୌଣସି ଔଷଧର ସାଇଡ୍ ଇଫେକ୍ଟ ଯୋଗୁଁ ମଧ୍ୟ ଯକୃତ ପ୍ରଭାବିତ ହୁଏ, ବେଳେବେଳେ ଆମର ଇମ୍ୟୁନୋ ସିଷ୍ଟମ୍ ବା ରୋଗ ପ୍ରତିରୋଧକାରୀ ଶକ୍ତି ମଧ୍ୟ ଯକୃତ ଉପରେ ପ୍ରଭାବ ପକାଏ ଯାହାକୁ ଅଟୋ ଇମ୍ୟୁନୋ ଡିଜଅର୍ଡ଼ର ବୋଲି ଆମେ କହିଥାଉ ।