ବର୍ତ୍ତମାନ ସାରା ବିଶ୍ୱରେ ୫ ହଜାର ଲକ୍ଷରୁ ଅଧିକ ଲୋକ ମଧୁମେହରେ ପୀଡିତ ଅଛନ୍ତି ଏବଂ ଆସନ୍ତା ୩୦ ବର୍ଷ ମଧ୍ୟରେ ଏହି ସଂଖ୍ୟା ଦ୍ୱିଗୁଣରୁ ଅଧିକ ହୋଇ ୧୩୦ କୋଟି ପର୍ଯ୍ୟନ୍ତ ପହଞ୍ଚିବ ବୋଲି ଆଶା କରାଯାଉଛି। ମଧୁମେହର ଆଶଙ୍କା କମାଇବା ପାଇଁ ଲୋକଙ୍କୁ ସଚେତନ କରାଇବା ଲକ୍ଷ୍ୟରେ ପ୍ରତିବର୍ଷ ‘ବିଶ୍ୱ ମଧୁମେହ ଦିବସ’ ପାଳନ କରାଯାଏ।
ଚିକିତ୍ସା ବିଜ୍ଞାନ ଅନୁସାରେ ଜୀବନଶୈଳୀରେ ବଡ ପରିବର୍ତ୍ତନ ହେତୁ ଯୁବକମାନଙ୍କ ମଧ୍ୟରେ ବି ମଧୁମେହ ସମସ୍ୟା ବଢିବାରେ ଲାଗିଛି। ଏହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଆସନ୍ତୁ ୫ଟି ସହଜ ଯୋଗାସନ ବିଷୟରେ ଜାଣିବା ଯାହା ମଧୁମେହ ପାଇଁ ରାମବାଣ କରି କାମ କରେ।
ସୋସିଆଲ୍ ମିଡିରେ ଏବେ ଏମିତି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯାହା ସମସ୍ତଙ୍କୁ ପ୍ରେରଣ ଦେଉଛି। ଜଣେ ବୃଦ୍ଧ ବ୍ୟକ୍ତି ଦୀର୍ଘ ଜୀବନ ବଞ୍ଚିବାର ରହସ୍ୟ କ’ଣ କହୁଛନ୍ତି। ଏହି ଭିଡିଓକୁ ଦେଖିବା ପରେ ବୋଧହୁଏ ଆପଣ ମଧ୍ୟ ତାଙ୍କ ଦ୍ୱାରା ଦିଆଯାଇଥିବା ଟିପ୍ସକୁ ମାନିବାକୁ ବାଧ୍ୟ ହେବେ।
ଆଲୋକର ପର୍ବ ଦୀପାବଳିକୁ ଲୋକେ ଆନନ୍ଦର ସହିତ ପାଳନ କରୁଥିବା ବେଳେ ପରସ୍ପରଙ୍କୁ ଉପହାର ଦେଇ ଶୁଭ ମନାସନ୍ତି। କିନ୍ତୁ ବେଳେବେଳେ ଛୋଟ ଛୋଟ ଅସାବଧାନତା ହେତୁ ଅନେକଙ୍କ ମୁହଁରୁ ଏହି ହସ ଲିଭିଯାଏ। କିଛି ଦିଗ ପ୍ରତି ଧ୍ୟାନ ଦେଲେ ଆପଣ ଦୀପାବଳିରେ ନିଜ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିପାରିବେ। ଆସନ୍ତୁ ଜାଣିବା…
ଛୁଆକୁ ଉତ୍ତମ ଭାବେ ଘରେ ପ୍ରସ୍ତୁତ ସୁଷମ ଖାଦ୍ୟ ଦେବା ଯଦିଓ ଏକ ଚ୍ୟାଲେଞ୍ଜ୍, କିନ୍ତୁ ଅସମ୍ଭବ ନୁହେଁ। ଆଜିକାଲି ବାପା-ମାଆ ପ୍ରାୟତଃ ଚାକିରି କରୁଛନ୍ତି ଓ ନିଜ ନିଜ କାମରେ ବ୍ୟସ୍ତ ରହୁଛନ୍ତି। ଏଥିପାଇଁ ସେମାନେ ରେଡି ଟୁ ଇଟ୍ ଖାଇବା ଛୁଆଙ୍କୁ ଦିଅନ୍ତି। ଆସନ୍ତୁ ଜାଣିବା ଏହା କେତେ କ୍ଷତିକାରକ…
ସ୍କିନ୍ ବା ଚର୍ମ ଦେଇପାରେ ନୂଆ ଜୀବନ। ଅନ୍ୟ ଜଣଙ୍କ ଚର୍ମରେ ଜୀବନ ପାଇଲେ ଦୁଇ କୋମଳମତି ଶିଶୁ। ଆଲୋଗ୍ରାଫ୍ଟ ପଦ୍ଧତି ଚିକିତ୍ସାରେ ସଫଳତାକୁ ନେଇ ଚର୍ଚ୍ଚା। ଭୁବନେଶ୍ୱର ଏମ୍ସରେ ହୋଇଛି ସଫଳ ଆଲୋଗ୍ରାଫ୍ଟ ଟ୍ରାନ୍ସପ୍ଲାଣ୍ଟ।
ସ୍କିନ୍ ବା ଚର୍ମ ଦେଇପାରେ ନୂଆ ଜୀବନ। ଅନ୍ୟ ଜଣଙ୍କ ଚର୍ମରେ ଜୀବନ ପାଇଲେ ଦୁଇ କୋମଳମତି ଶିଶୁ। ଆଲୋଗ୍ରାଫ୍ଟ ପଦ୍ଧତି ଚିକିତ୍ସାରେ ସଫଳତାକୁ ନେଇ ଚର୍ଚ୍ଚା...
ଗୋଟିଏ ପିଲାକୁ ପାଳି-ପୋଷି ମଣିଷ କରିବା ସହଜ କଥା ନୁହେଁ। ଏଥିପାଇଁ ଅନେକ ଦିଗକୁ ଦୃଷ୍ଟି ଦେବାକୁ ହୋଇଥାଏ। ଶୀତଦିନେ ଏହା ଆହୁରି ମୁସ୍କିଲ୍ ହୋଇପଡେ। ବର୍ତ୍ତମାନ ଶୀତଦିନ ଆସିଗଲାଣି। ଏହିଦିନେ ନବଜାତଙ୍କୁ ଯତ୍ନନେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।
ଏହି ରୋଗ ମହିଳା ମାନଙ୍କ ଓଭାରିରେ ସୃଷ୍ଟି ହେବା ପରେ ଏହା ରିପ୍ରଡକ୍ଟିଭ ସିଷ୍ଟମ ଉପରେ ପ୍ରଭାବ ପକାଇବା ସହ ହରମୋନ ଓ ଅଣ୍ଡା ସୃଷ୍ଟି କରିବାରେ ଗୁରୁତର ସମସ୍ୟା ସୃଷ୍ଟି କରିଥାଏ ।
ବେପରଓ୍ୱା ଜୀବନଶୈଳୀ ଏବଂ ରୋଗ ନିରୁପଣରେ ବିଳମ୍ବ ହିଁ କ୍ୟାନସରର ଭୟାବହତାକୁ ବଢାଇଥାଏ ।
ନଭେମ୍ବର ୭...ଜାତୀୟ କର୍କଟ ସଚେତନତା ଦିବସ... ଯେ କୌଣସି ରୋଗ ହେଉନା କାହିଁକି ସଚେତନତା ହିଁ ସବୁକିଛି ।
ନୂଆ ନୂଆ ବିବାହ ...ହସ ଖୁସିର ସସାଂର ଭିତରେ ସବୁକିଛି ଠିକଠାକ ଚାଲିଥିଲା । କିନ୍ତୁ ହଠାତ ମାଡିଆସିଲା ଦୁଃଖର କଳାବାଦଲ ।
ଆଜି ବିଶ୍ୱ କର୍କଟ ନିରୋଧ ଦିବସ । ପୁରା ବିଶ୍ୱରେ ପ୍ରତିବର୍ଷ ୮୨ ଲକ୍ଷ ଲୋକ କର୍କଟ ରୋଗରେ ମୃତ୍ୟୁ ବରଣ କରନ୍ତି ।
ଯୋଗ ବିଜ୍ଞାନରେ ଅନେକ ଆସନ ଅଛି, ଯାହା ବିନା ଟଙ୍କା ଖର୍ବ୍ବରେ ଶରୀରକୁ ଗରମ କରି ଥଣ୍ଡା ଠାରୁ ରକ୍ଷା କରିଥାଏ। ନିୟମିତ ସକାଳେ ଯୋଗ ଅଭ୍ୟାସ କରିବା ଦ୍ୱାରା ଶୀତରୁ ନିଜକୁ ରକ୍ଷା କରିବା ସହ ଏହି ସମୟରେ ଶରୀରକୁ ଆକ୍ରମଣ କରୁଥିବା ବିଭିନ୍ନ ରୋଗରୁ ମଧ୍ୟ ନିଜକୁ ରକ୍ଷା କରିପାରିବେ। ଆସନ୍ତୁ ସେମିତି ଗୋଟିଏ ଯୋଗ ବିଷୟରେ ଜାଣିନେବା।
ଆଜିକାଲି ଗ୍ୟାସ୍ ଏବଂ ଏସିଡିଟି ଏକ ସାଧାରଣ ସମସ୍ୟା ହୋଇଗଲାଣି। ବେଳେବେଳେ ଏହା ଏତେ ଭୟଙ୍କର ହୋଇଯାଏ ଯେ ଘରୋଇ ଉପଚାର ମଧ୍ୟ କାମ କରେନି। ଯଦି ଏହି ସମସ୍ୟା ଆପଣଙ୍କୁ ବହୁତ କଷ୍ଟ ଦେଉଥାଏ ତେବେ କିଛି ସରଳ ଯୋଗ ଆସନ କରି ଆପଣ ଏହି ସମସ୍ୟାରୁ ମୁକୁଳି ପାରିବେ।
ଘାତକ ସାଜିଛି ବ୍ରେନ ଷ୍ଟୋକ୍ । କ୍ଷଣିକରେ ନେଇ ଯାଉଛି ଜୀବନ। ନ ହେଲେ ସାରା ଜୀବନ ପାଇଁ କରିଦେଉଛି ଅଚଳ। ହେଲେ ସଠିକ୍ ସମୟରେ ସଠିକ୍ ଚିକିତ୍ସା କିଛି ମାତ୍ରାରେ ରୋଗକୁ ପ୍ରତିହତ କରିପାରୁଛି।
ଏବେ ନଜର ପକାନ୍ତୁ ବ୍ରେନ୍ ଷ୍ଟ୍ରୋକ୍ ରୋଗର ଲକ୍ଷଣ ଓ ପ୍ରତିଷେଧକ ଉପରେ । ଡାଇବେଟିସ ଓ ରକ୍ତଚାପ ନିୟନ୍ତ୍ରଣ ରଖିଲେ ଆପଣ କିଛି ମାତ୍ରାରେ ଏହାକୁ ପ୍ରତିରୋଧ କରିପାରିବେ। ସମୟ ସମୟରେ ନିୟନ୍ତ୍ରଣ ହରାଇବା, ମୁଣ୍ଡ ବ୍ୟଥା କିମ୍ବା ମାନ୍ଦା ଲାଗିଲେ ସଙ୍ଗେ ସଙ୍ଗେ ଡାକ୍ତରୀ ପରାମର୍ଶ କରନ୍ତୁ।
ପୂର୍ବରୁ କେବଳ ବୃଦ୍ଧମାନଙ୍କଠାରେ ଦେଖାଯାଉଥିବା ଏହି ସମସ୍ୟା ଏବେ ଯୁବପିଢିଙ୍କୁ ମଧ୍ୟ କବଳିତ କରିନେଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ, ପ୍ରତିବର୍ଷ ୧.୫ କୋଟିରୁ ଅଧିକ ଲୋକ ଷ୍ଟ୍ରୋକ୍ର ଶିକାର ହୁଅନ୍ତି ଏବଂ ପ୍ରାୟ ୫୦ ଲକ୍ଷ ଲୋକ ମୃତ୍ୟୁବରଣ କରନ୍ତି। ଜାଣନ୍ତୁ ଏଥିରୁ ରକ୍ଷା ପାଇବାର ୬ଟି ସୂତ୍ର।
ଲିଭରକୁ ଆମ ଶରୀରର କାରଖାନା ବୋଲି କୁହାଯାଏ। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଲିଭରକୁ ଶକ୍ତିଶାଳୀ କରିବା ପାଇଁ ପ୍ରାକୃତିକ ଜିନିଷର ବ୍ୟବହାର ଅଧିକ ଲାଭଦାୟକ ହୋଇଥାଏ। ଆସନ୍ତୁ ଏ ବିଷୟରେ ଜାଣିନେବା।
ଶୀତ ଋତୁ ଅନେକ ରୋଗକୁ ନେଇ ଆସିଥାଏ। ଏଥିପାଇଁ ଲୋକମାନେ ଅନେକ ପ୍ରକାରର ଜିନିଷ ଖାଇଥା’ନ୍ତି। କିନ୍ତୁ ଗାଜର ଏବଂ ବିଟ୍ ରସ ଖୁବ୍ ଲାଭଦାୟକ ହୋଇପାରେ। ଆସନ୍ତୁ ଜାଣିବା ଏହାର ୫ ଚମତ୍କାର ଲାଭ।
ଆଜିକାଲି କେବଳ ବୟସ୍କଲୋକମାନେ ନୁହେଁ ଛୋଟ ପିଲାମାନଙ୍କର ମଧ୍ୟ ଆଖି ଦୁର୍ବଳ ହେବାରେ ଲାଗିଛି। ତେବେ ଚିକିତ୍ସାର ପ୍ରାଚୀନ ପଦ୍ଧତୀ ମଧ୍ୟରେ ଆୟୁର୍ବେଦ ଏବଂ ପ୍ରାକୃତିକ ଚିକିତ୍ସାରେ ଆଖିକୁ ଶକ୍ତିଶାଳୀ କରିବା ନେଇ ରହିଛି ଅନେକ ପ୍ରତିକାର। ଆସନ୍ତୁ ଜାଣିବା।
ବୁର୍ଲା ଭୀମସାରର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ରାମ ଚନ୍ଦାନୀ ବର୍ତ୍ତମାନ ଜୟ କିଶାନ କ୍ଲିନିକ ଆରମ୍ଭ କରିଛନ୍ତି । ନିକଟରେ ପାରାକ୍ୟୁଇଟ କୀଟନାଶକ ଆନ୍ଦୋଳନ ପରେ ଚାଷୀଙ୍କର ଅନୁରୋଧ କ୍ରମେ ଜୟ କିଶାନ କ୍ଲିନିକ ଆରମ୍ଭ କରିଛନ୍ତି ଡାକ୍ତର ରାମ ଚନ୍ଦାନୀ ।
ଏନେଇ ପ୍ଲେ ଷ୍ଟୋରରେ ଉପଲବ୍ଧ ହୋଇଛି ଆପ୍ । ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ଥିବା ଏମ୍ସ ଭୁବନେଶ୍ବର ସ୍ବାସ୍ଥ୍ୟ ଆପ ଜରିଆରେ ଏହି ସୁବିଧା ପାଇ ପାରିବେ ରୋଗୀ ଓ ତାଙ୍କ ସମ୍ପର୍କୀୟ ।
କ୍ୟାନ୍ସର୍ ନା ଶୁଣିଲେ ଯେ କେହି ବି ଭୟ କରିବା ଥୟ। ଏହି ରୋଗ ଆକ୍ରମଣରୁ ବଞ୍ଚିବାର ବାଟଟି ଏ ଯାଏଁ ବାହାରି ନାହିଁ। ତେବେ ଏମିତି କିଛି ଉପାୟ ଅଛି ଯାହାକୁ ମାନିବା ଦ୍ୱାରା ଆମେ କେବେ ବି କ୍ୟାନ୍ସର୍ର ଶିକାର ହେବା ନାହିଁ, ଆସନ୍ତୁ ଜାଣିବା…
ପାଣିପାଗ ଦ୍ରୁତ ଗତିରେ ବଦଳୁଛି ଏବଂ ଏହି କାରଣରୁ ଲୋକମାନେ ଥଣ୍ଡା, କାଶ, ଜ୍ୱର ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବହୁ ସଂଖ୍ୟକ ଲୋକ ଏହିସବୁ ସମସ୍ୟା ସହ ସଂଘର୍ଷ କରୁଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆପଣ କିଛି ଖାଦ୍ୟ ଖାଇ ଏହି ସବୁ ସମସ୍ୟାକୁ ଦୂର କରିପାରିବେ।