• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସରଳୀକରଣ ହେବ ହସ୍ପିଟାଲ ବ୍ୟବସ୍ଥା । ଗତକାଲି କ୍ୟାବିନେଟ ଅନୁମୋଦନ କରିଥିବା ‘ଆମ ହସ୍ପିଟାଲ’ ଯୋଜନାକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଏଭଳି ସୂଚନା ଦେଇଛନ୍ତି । ଏହା ଅଧୀନରେ ସବୁ ସରକାରୀ ହସ୍ପିଟାଲରେ ଉତ୍ତମମାନର ରୋଗୀ ସେବା ଯୋଗାଇ ଦିଆଯିବ ।

ହସ୍ପିଟାଲରେ ସୌହାର୍ଦ୍ୟପୂର୍ଣ୍ଣ ପରିବେଶ ରହିବ । PHCଠୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜ ଯାଏଁ ସବୁଠି ହସ୍ପିଟାଲ ଭିତ୍ତିଭୂମିର ନବୀକରଣ କରାଯିବ । ରୋଗୀ ଓ ସମ୍ପର୍କୀୟଙ୍କ ମନୋରଞ୍ଜନ ପାଇଁ LED ସ୍କ୍ରିନ ଲାଗିବ ।

ଟିଭିରେ ସ୍ୱାସ୍ଥ୍ୟ ସମାଚାର ଓ ନ୍ୟୁଜ ଦେଖି ପାରିବେ । ଗରମ ପାଣି ସହିତ ଖାଦ୍ୟ ବ୍ୟବସ୍ଥା ମଧ୍ୟ ରହିବ । ଲାଇନରେ ଠିଆ ହେବାକୁ ପଡ଼ିବନି । ରୋଗୀ ଓ ଆଟେଣ୍ଡାଣ୍ଟକୁ ଆନୁଷଙ୍ଗିକ ସୁବିଧା ମିଳିବ । ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ ୧୪୯ଟି ହସ୍ପିଟାଲକୁ ଆମ ହସ୍ପିଟାଲ ଯୋଜନାରେ ଯୋଡ଼ାଯାଇଛି ।

ପର୍ଯ୍ୟାୟକ୍ରମେ ସବୁ ସରକାରୀ ହସ୍ପିଟାଲ ଏଥିରେ ସାମିଲ ହେବେ । ରୋଗୀ ଯେପରି ହସ୍ପିଟାଲରୁ ସନ୍ତୁଷ୍ଟ ହୋଇ ସୁସ୍ଥ ହୋଇ ଫେରିବ ତାହା ହିଁ ଏହାର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।