• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Health Updates

sneeze in the morning
ସକାଳୁ ଉଠିଲା ମାତ୍ରକେ ହେଉଛିକି ଛିଙ୍କ : ହୋଇଯାଆନ୍ତୁ ସାବଧାନ

ତାପମାତ୍ରା ବଦଳିବା ଦ୍ୱାରା ଅଧିକାଂଶ ସମୟ ସକାଳୁ ଉଠିଲା ମାତ୍ରକେ ଛିଙ୍କ ହୋଇ ନାକରୁ ପାଣି ବାହାରିବା ସହିତ ଆଖି ମଧ୍ୟ ନାଲି ହୋଇ ଯାଇଥାଏ । ଏମିତିରେ ଛିଙ୍କିବା ଏଲର୍ଜୀରୁ ଦୁରେଇ ରହିବାର ଏକ ସ୍ୱାଭାବିକ ପ୍ରକ୍ରିୟା ଅଟେ ,ଯାହାଦ୍ୱାରା ଶରୀରରେ ରହିଥିବା ଏଲର୍ଜୀ ବାହାରକୁ ସହଜରେ ବାହାରି ଯାଇଥାଏ । କିନ୍ତୁ ପ୍ରତେକ ଦିନ ସକାଳୁ ଉଠିବା ମାତ୍ରକେ ଯଦି ୪ -୫ଥର ଛିଙ୍କ ହେଉଛି ତେବେ ଏଭଳି ଏଲର୍ଜୀ ସମସ୍ୟା ଶରୀର ପାଇଁ ଠିକ ନୁହେଁ ।

Excess protein is harmful to the body
ଅଧିକ ପ୍ରୋଟିନ୍ ଶରୀର ପାଇଁ କ୍ଷତିକାରକ, ଜାଣନ୍ତୁ କେତେ ପ୍ରୋଟିନ୍ ଖାଇବା ଉଚିତ୍

ଉତ୍ତମ ସ୍ୱାସ୍ଥ୍ୟ ପାଇଁ, କେବଳ ପୁଷ୍ଟିକର ଖାଦ୍ୟ ନୁହେଁ, ଆମକୁ ଏହା ସହିତ ପ୍ରୋଟିନ୍ ମଧ୍ୟ ନେବାକୁ ପଡିବ । ଆମ ଶରୀର ପାଇଁ ପ୍ରୋଟିନ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଶରୀରର ମାଂସପେଶୀ ସହିତ କୋଷର ବିକାଶ ପାଇଁ ପ୍ରୋଟିନ୍ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏହାକୁ ସଠିକ୍ ପରିମାଣରେ ନେବା ଆବଶ୍ୟକ କାରଣ । ଆବଶ୍ୟକତାରୁ ଅଧିକ ପ୍ରୋଟିନ୍ ଶରୀର ପାଇଁ କ୍ଷତିକାରକ ହୋଇଥାଏ ।

The Golden Blood is found in only 43 people
କେବଳ ୪୩ଜଣଙ୍କ ଠାରେ ଦେଖିବାକୁ ମିଳେ ଏହି ଗୋଲ୍ଡେନ୍‌ ବ୍ଲଡ୍

ସାଧରଣତଃ ସମସ୍ତେ ଜାଣନ୍ତି ଯେ ବ୍ଲଡ୍‌ ଗ୍ରୁପ କେବଳ ଚାରିଟି ରହିଛି । କିନ୍ତୁ ଏପରି ଏକ ବ୍ଲଡ ଗ୍ରୁପ ମଧ୍ୟ ଅଛି ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣିଥାନ୍ତି । କାରଣ ଏହି ବ୍ଲଡ୍‌ ଗ୍ରୁପ ଖୁବ୍ କମ୍ ଲୋକଙ୍କଠାରେ ହିଁ ଦେଖିବାକୁ ମିଳିଥାଏ । ଏହି ମୂଲ୍ୟବାନ ଗୋଲ୍ଡେନ୍‌ ବ୍ଲଡ କେବଳ ଖୁବ୍‌ ଅଳ୍ପ ଲୋକ ଅର୍ଥାତ୍‌ ପୁରା ବିଶ୍ୱରେ କେବଳ ୪୩ ଜଣଙ୍କଠାରେ ଦେଖିବାକୁ ମିଳିଛି ।

eat horsgram dal
ଶୀତଦିନରେ ଖାଆନ୍ତୁ ‘କୋଳଥ ଡାଲି’, ମିଳିବ ଅନେକ ଫାଇଦା

ଡାଲି ହେଉଛି ପ୍ରୋଟିନର ଗୋଟିଏ ବଡ ସ୍ରୋତ । ତା ସହିତ ଏହା ଅନେକ ପୋଷାକ ତତ୍ତ୍ୱରେ ଭରପୁର ଅଟେ । ବିଭିନ୍ନ ଡାଲି ମାନଙ୍କ ମଧ୍ୟରୁ 'କୋଳଥ ଡାଲି' ହେଉଛି ଶରୀର ପାଇଁ ଓ ଶୀତଋତୁରେ ଖୁବ ହିତକର । ଆଜି ଜାଣିବା 'କୋଳଥ ଡାଲି' ଶରୀର ପାଇଁ କେତେ ଉପକାରୀ ଅଟେ ।

patient
୨ବିଶେଷଜ୍ଞ ଡାକ୍ତରଙ୍କୁ କରୋନା, ପ୍ରସୂତୀ ବିଭାଗରେ ଅଚଳାବସ୍ଥା

ବ୍ୟାପକ ଭିତ୍ତିଭୂମି ଥାଇ ଚାରିଆଡ଼ ଏବେ ଖାଁ ଖାଁ । ମାତ୍ର ୭ଦିନ ପୂର୍ବରୁ ଏଠି ପ୍ରସୂତୀ ମହିଳା ଙ୍କ ଚିକିତ୍ସା ଠିକ୍ ଠାକ୍ ଚାଲିଥିଲା । ହେଲେ ପ୍ରଥମେ ଜଣେ ବିଭାଗୀୟ ବିଶେଷଜ୍ଞ ଡାକ୍ତର ଓ ପରେ ଜଣେ ମହିଳା ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହେବାରୁ ଅଚଳ ହୋଇପଡିଛି ସ୍ତ୍ରୀ ଓ ପ୍ରସୂତୀ ବିଭାଗ ।

Dried ginger for health
ଶୀତଋତୁରେ ବେଶ ଉପଯୋଗୀ ଶୁଣ୍ଠୀ ,ଏଥିରେ ଭରି ରହିଛି ଔଷଧୀୟ ଗୁଣ

ଶୁଣ୍ଠୀ ଅର୍ଥ ଶୁଖିଲା ଅଦା । ଏହାର ପ୍ରୟୋଗ ପ୍ରାୟ ସମସ୍ତଙ୍କ ଘରେ କରାଯାଇଥାଏ । କଣ ଆପଣ ଜାଣିଛନ୍ତି ଏହାର ପ୍ରୟୋଗ କେବଳ ଗୋଟିଏ ଔଷଧ ଭାବରେ ନୁହେଁ ମସଲା ଭାବରେ ମଧ୍ୟ କରାଯାଇଥାଏ l ଏହାକୁ ସେବନ କରିବା ଦ୍ୱାରା ଆପଣ ଅଧିକାଂଶ ରୋଗରୁ ରକ୍ଷା ପାଇ ପାରିବେ ।

clove water benefits
ଶୋଇବା ପୂର୍ବରୁ ପିଅନ୍ତୁ ଲବଙ୍ଗ ପାଣି, ଦୂରେଇ ଯିବ କରୋନା

ଭାରତୀୟ ଖାଦ୍ୟ ବନାଇବା ବେଳେ କେତେ ପ୍ରକାର ମସଲା ବ୍ୟବହାର କରାଯାଇଥାଏ । ଯେଉଁଥି ପାଇଁ ଖାଦ୍ୟର ଭିନ୍ନ ଭିନ୍ନ ସ୍ୱାଦ ଆସି ଥାଏ। ସେଥି ମଧ୍ୟରୁ ଲବଙ୍ଗ ଏକ ଏପରି ମସଲା ଯାହା ସମସ୍ତଙ୍କ ଘରେ ଖାଦ୍ୟ ଠାରୁ ଆରମ୍ଭ କରି ସବୁ ପ୍ରକାରର ଜିନିଷରେ ବ୍ୟବହାର କରାଯାଏ । ଏହାର ସ୍ୱାଦ ଭଲ ହେବା ସହ ଏହା ଶରୀର ପାଇଁ ବହୁତ ଲାଭକାରୀ ହୋଇଥାଏ ।

Are you sleeping during the day?
ଦିନରେ କାମ କଲାବେଳେ ଆସୁଛି କି ନିଦ? ହୋଇପାରେ ସମସ୍ୟା

ଯଦି ଆପଣଙ୍କୁ ଦିନରେ କାମ କରିବା ସମୟରେ ନିଦ ଆସୁଛି, ତାହେଲେ ଆପଣଙ୍କର ଏହି ଅଭ୍ୟାସ ଭବିଷ୍ୟତରେ ବଡ଼ ରୋଗର ରୂପ ନେଇପାରେ । ଦିନରେ ନିଦ ଆସିବା ଅଲଜାଇମର ରୋଗର ଲକ୍ଷଣ ହୋଇପାରେ ବୋଲି ଏକ ଅଧ୍ୟୟନରୁ ଜଣା ପଡ଼ିଛି

Eating too much almonds?
ଅଧିକ ମାତ୍ରାରେ ବାଦାମ ଖାଉଛନ୍ତି କି ? ସାବଧାନ, ହୋଇପାରେ ଏହି ସବୁ କ୍ଷତି

ଆମେ ଛୋଟ ବେଳୁ ଶୁଣି ଆସିଛୁ ଯେ ବାଦମ ଖାଇବା ଦ୍ୱାରା ବହୁତ କିଛି ଉପକାର ହୋଇଥାଏ । କେବଳ ଶୁଣି ନାହୁଁ ବହି ମଧ୍ୟ ପଢିଛୁ । ଏହାକୁ ଖାଇବା ଦ୍ୱାରା ସ୍ମୃତି ଶକ୍ତି ବଢିଥାଏ । କେଶ ସହ ସୌନ୍ଦର୍ଯ୍ୟର ଚମକ ବୃଦ୍ଧି ପାଇଥାଏ । କିନ୍ତୁ ଦରକାର ଠାରୁ ଅଧିକ ଖାଇଲେ ଖରାପ ହୋଇଥାଏ । ଏଥିରୁ ପୁଷ୍ଟିକର ଖାଦ୍ୟ ପାଇବା ପରିବର୍ତ୍ତେ ଏହା ଶରୀର ଉପରେ ବିପରୀତ ପ୍ରଭାବ ପକାଇଥାଏ ।

dandruff problem
ଶୀତ ଦିନେ ରୂପି ସମସ୍ୟାରୁ ପାଆନ୍ତୁ ମୁକ୍ତି, ଆପଣାନ୍ତୁ ଏହି ସବୁ ଘରୋଇ ଟିପ୍ସ୍‌

ଶୀତ ଦିନର ସବୁଠୁ ବଡ଼ ସମସ୍ୟା ହେଉଛି ରୂପି ବା ଡାଣ୍ଡ୍ରଫ୍ । ରୂପି ଏକ ସାଧାରଣ ସମସ୍ୟା । ହେଲେ ଶୀତଦିନେ ଏହା ଅଧିକ ପରିମାଣରେ ଦେଖାଦେଇଥାଏ । ତେବେ ଆଜି ଆମେ ଆପଣଙ୍କୁ ବିଭିନ୍ନ ଘରୋଇ ଉପଚାର ବିଷୟରେ ଜଣେଇବୁ ଯାହାକି ଆପଣଙ୍କ ରୂପି ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିବ ।

Take care before applying the mask, no problem
ମାସ୍କ ଲଗାଇବା ପୂର୍ବରୁ ସତର୍କତା ଅବଲମ୍ବନ କରନ୍ତୁ, ହେବ ନାହିଁ ସମସ୍ୟା

ମହାମାରୀ କରୋନା ବର୍ତ୍ତମାନ ସମଗ୍ର ବିଶ୍ୱରେ ପୁଣି ତାର କାୟା ବିସ୍ତାର କରିଲାଣି । ପୁରା ଦୁନିଆକୁ ତା ସଂକ୍ରମଣରେ କଲବଲ କଲାଣି । ହେଲେ ନିଜକୁ ଏହି ଭାଇରସ ଠାରୁ ସୁରକ୍ଷିତ ରଖିବା ପାଇଁ ସବୁଠାରୁ ଉତ୍ତମ ଏବଂ ଗୁରୁତ୍ୱପୂର୍ଣ୍ଣ ଉପାୟ ହେଉଛି ପରିଷ୍କାର ପରିଚ୍ଛନ୍ନତା । ନିଜର ଯତ୍ନ ନେବା ଏବଂ ବାରମ୍ବାର ପାଣି ଏବଂ ସାବୁନରେ ହାତ ଧୋଇବା । ଯାହା ଦ୍ୱାରା ଏହି ଭୂତାଣୁ ଶରୀରରେ ପହଞ୍ଚିବ ନାହିଁ।

omicron symptoms
ଓମିକ୍ରନ୍ ଲକ୍ଷଣ ଦେଖାଯାଉଛି କି ? କେମିତି କରିବେ ମୁକାବିଲା

ଦେଶରେ କାୟା ବିସ୍ତାର କରିବାରେ ଲାଗିଛି ଓମିକ୍ରନ୍। ଏହି କିଛି ଦିନରେ ଏହା ହୁହୁ ହୋଇ ବଢୁଥିବା ଦେଖିବାକୁ ମିଳିଛି। ହେଲଥ୍ ଏକ୍ସପର୍ଟଙ୍କ କହିବା ମୁତାବକ ଓମିକ୍ରନ ଲକ୍ଷଣକୁ କମ୍ କରିବାର ସବୁଠୁ ଭଲ ଉପାୟ ହେଉଛି ଭ୍ୟାକ୍ସିନେସନ୍। କିନ୍ତୁ ଅନେକ ଭ୍ୟାକସିନ୍ ନେଇଥିବା ଲୋକେ ମଧ୍ୟ କରୋନାରେ ଆକ୍ରାନ୍ତ ହେଉଛନ୍ତି। କିନ୍ତୁ ଯେଉଁମାନେ ଟିକା ନେଇଛନ୍ତି ସେମାନଙ୍କ କ୍ଷେତ୍ରରେ ଲକ୍ଷଣ ଖୁବ୍ କମ୍ ରହିଛି ।

Is the milk imported from the market
ଆପଣ ଅପମିଶ୍ରିତ କ୍ଷୀର ପିଉଛନ୍ତି କି ? ଟ୍ରିକ୍ ଜାଣି ନିଜକୁ ରଖନ୍ତୁ ସୁରକ୍ଷିତ

ଆଜିକାଲି କ୍ଷୀରରେ କେବଳ ପାଣି ମିଶୁନାହିଁ ବରଂ ଅନେକ ପ୍ରକାର କେମିକାଲ୍ସର ଅପମିଶ୍ରଣ ହେଉଥିବା ଦେଖିବାକୁ ମିଳୁଛି। ଯାହାକି ଶରୀର ପାଇଁ ହାନିକାରକ। କ୍ଷୀର ପ୍ରତିଦିନ ଘରେ ବ୍ୟବହାର ହେଉଥିବା ବେଳେ ଏହାର ଯଦି ଅପମିଶ୍ରଣ ହୁଏ ତେବେ ଲୋକେ ରୋଗରେ ପଡ଼ିବା ନିଶ୍ଚିତ। ତେଣୁ ଘରେ ବସି ଆପଣ କିଣୁଥିବା କ୍ଷୀର ଅସଲି କି ନକଲି ଜାଣିପାରିବେ । ଏନେଇ କିଛି ଟ୍ରିକ୍‌ ସମ୍ପର୍କରେ ଜାଣନ୍ତୁ…

using too much sanitizer? It can be scary
ଆବଶ୍ୟକତା ଠାରୁ ଅଧିକ ସାନିଟାଇଜର ବ୍ୟବହାର କରୁଛନ୍ତି କି ? ହୋଇପାରେ ସମସ୍ୟା

ଆବଶ୍ୟକତା ଠାରୁ ଅଧିକ ସାନିଟାଇଜର ବ୍ୟବହାର କରିବା ଶରୀର ପାଇଁ ହାନୀକାରକ । ଏହା ଆମ ତ୍ୱଚା ଏବଂ ଶରୀର ଉପରେ କୁପ୍ରଭାବ ପକାଇଥାଏ । ଏପରିକି ପରିସ୍ଥିତି ଭୟାନକ ମଧ୍ୟ ହୋଇପାରେ । ଏଥିପାଇଁ ଡାକ୍ତରମାନେ ମଧ୍ୟ ସାନିଟାଇଜର ବଦଳରେ ସାବୁନ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥାନ୍ତି । ତେବେ ଆସନ୍ତୁ ଜାଣିବା ସାନିଟାଇଜର ଆମ ଶରୀର ପାଇଁ କେତେ କ୍ଷତିକାରକ ।

How fresh is buying vegetables from the market?
ଆପଣ କିଣୁଥିବା ପରିବାରେ ଦିଆଯାଉଛି ମେଲାକାଇଟ୍ ରଙ୍ଗ ,କଣ ଆପଣ ଜାଣନ୍ତି ?

ଆମର ଖାଦ୍ୟ ପଦାର୍ଥରେ ଭେଜାଲ୍ ଏକ ସାଧାରଣ କଥା ହୋଇଗଲାଣି । ନିଜକୁ ସୁସ୍ଥ ରଖିବା ପାଇଁ ସତେଜ, ସବୁଜ ପନିପରିବା ଜରୁରୀ । ବଜାରରୁ କିଣାଯାଇଥିବା ପନିପରିବାରେ ଭେଜାଲ ହୋଇଛି କି ନାହିଁ ତାହା ଚିହ୍ନଟ କରିବା କଷ୍ଟକର । କିନ୍ତୁ ପନିପରିବା ସତେଜ, ସବୁଜ କି ନୁହେଁ ତାହା ଜାଣିବା ଆବଶ୍ୟକ । ଆପଣ କିଣୁଥିବା ପରିବା କେତେ ସତେଜ ଆପଣ ଜାଣନ୍ତି କି ? କିଭଳି ଜାଣିବେ ଆପଣଙ୍କ ପରିବାରେ ମେଲାକାଇଟ୍ ରଙ୍ଗ ଦିଆହୋଇଛି କି ନାହିଁ । ଚାଲନ୍ତୁ ଜାଣିବା ।

benefits palak
ଖାଆନ୍ତୁ ପାଳଙ୍ଗ ଶାଗ, ରୁହନ୍ତୁ ସୁସ୍ଥ

ଏବେ ଶୀତଋତୁ ଚାଲିଛି। ଶୀତଦିନେ ସବୁଠାରୁ ଭଲ ଶାଗ ହେଉଛି ପାଳଙ୍ଗ। ଏହି ଋତୁରେ ହିଁ ପାଳଙ୍ଗ ଶାଗ ଅଧିକ ମିଳିଥାଏ। ଆଉ ଏହି ଋତୁରେ ସମସ୍ତେ ପାଳଙ୍ଗ ଶାଗ ନିହାତି ଖାଇବା ଉଚିତ୍। କାରଣ ଏଥିରେ ଅନେକ ଭିଟାମିନ୍ ରହିଛି। ତା’ ସହିତ ଏହାର ଅନେକ ଔଷଧୀୟ ଗୁଣ ରହିଛି, ଯାହା ଅନେକ ରୋଗରୁ ମୁକ୍ତି ଦେଇଥାଏ। ପାଳଙ୍ଗ ଶାଗ ଖାଇବା ଦ୍ୱାରା ଶରୀରର ଅନେକ ରୋଗର ଉପଶମ ହୋଇଥାଏ

eating more chicken
ଅତ୍ୟଧିକ ଚିକେନ୍ ଖାଇବା ସ୍ୱାସ୍ଥ୍ୟପ୍ରତି ହୋଇପାରେ ଘାତକ, ହୋଇଯାଆନ୍ତୁ ସାବଧାନ

ସ୍ୱାଦ ତଥା ପୌଷ୍ଟିକତା କାରଣରୁ ଅନେକ ଲୋକ ନିୟମିତ ଭାବେ ଚିକେନ ଖାଇବାକୁ ପସନ୍ଦ କରିଥାନ୍ତି । ହେଲେ ସେମାନେ ଜାଣିନଥାନ୍ତି ଯେ ଅତ୍ୟଧିକ ଚିକେନ୍ ଖାଇବା ଦ୍ୱାରା ସ୍ୱାସ୍ଥ୍ୟପ୍ରତି କ୍ଷତି ପହଞ୍ଚିଥାଏ । ତେବେ ଅଧିକ ଚିକେନ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପ୍ରତି କଣ ରହିଛି ବିପଦ ଆସନ୍ତୁ ଜାଣିବା ।

Egg
ଅଣ୍ଡା ଚୋପାକୁ ଅଦରକାରୀ ଭାବି ଫୋପାଡି ଦେଉଛନ୍ତି କି ? କରନ୍ତୁ ଏହିସବୁ ସମସ୍ୟାର ସମାଧାନ

ପ୍ରୋଟିନରେ ଭରପୁର ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ଅତି ଲାଭଦାୟକ ବୋଲି କୁହାଯାଏ , କିନ୍ତୁ ଆମେ ଏହି ଅଣ୍ଡାର ଚୋପାକୁ ଫିଙ୍ଗି ଦେଇଥାଉ ଯାହାକୁ ଆମେ ଅଳିଆ ବୋଲି ଭାବୁଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି ଯେଉଁ ଅଣ୍ଡା ଚୋପାକୁ ଆପଣ ଫୋପାଡି ଦେଉଛନ୍ତି ଏହା ଆପଣଙ୍କର ଦୈନଦିନ ଜୀବନର କିଛି ସମସ୍ୟାକୁ ଦୂର କରିଥାଏ ।

allergies in the winter
ଶୀତଦିନେ ଆଲର୍ଜିରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହି ଉପାୟ

ଶୀତ ଦିନ ଆସିବା କ୍ଷଣି ଆମ ତ୍ୱଚା ଶୁଷ୍କ ହୋଇ ଯାଇଥାଏ । ତ୍ୱଚା ଶୁଷ୍କ ହେଲେ ଆଲର୍ଜି ହୋଇ ତ୍ୱଚା କୁଣ୍ଡେଇ ହୋଇଥାଏ । ତ୍ୱଚାକୁ ନେଇ ଲୋକଙ୍କୁ ଆଲର୍ଜି ହେବାର କାରଣ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ଆଜି ଆମେ ଜାଣିବା ଶରୀରରେ ଆଲର୍ଜିକୁ କିପରି ଦୂର କରିବା ।

vitamin c for health
ଇମ୍ୟୁନିଟି ଷ୍ଟ୍ରଙ୍ଗ୍ ହେବା ପାଇଁ ଖାଆନ୍ତୁ ଏହି ଜିନିଷ

କରୋନା ଓ ଓମିକ୍ରନ୍ ସଂକ୍ରମଣ ବୃଦ୍ଧି ପାଉଥିବା ଦେଖି ସମସ୍ତେ ନିଜର ସ୍ୱାସ୍ଥ୍ୟ ଏବଂ ଇମ୍ୟୁନିଟିକୁ ନେଇ ସଚେତନ ହେବା ଆବଶ୍ୟକ । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକମାନେ ଉତ୍ତମ ଖାଦ୍ୟ, ଏକ୍ସରସାଇଜ୍ ଏବଂ ଯୋଗ ଅନୁସରଣ କରୁଛନ୍ତି, କିନ୍ତୁ ଏଥି ମଧ୍ୟରେ ‘ଭିଟାମିନ୍-ସି’ ଆମ ଶରୀରର ଇମ୍ୟୁନିଟି ବା ରୋଗପ୍ରତିରୋଧକ ଶକ୍ତିକୁ ଷ୍ଚ୍ରଙ୍ଗ୍ କରାଇଥାଏ । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ଡାକ୍ତରମାନେ ଏହା ଉପରେ ଗୁରୁତ୍ୱ ଦେଉଛନ୍ତି ।

Do not drink water immediately
ଏହି ଖାଦ୍ୟ ଖାଇବା ପରେ ତୁରନ୍ତ ପିଅନ୍ତୁ ନାହିଁ ପାଣି, ହୋଇପାରେ ସମସ୍ୟା

କଣ ଆପଣ ଜାଣିଛନ୍ତି କିଛିଟା ଖାଦ୍ୟ ଏଭଳି ରହିଛି ଯାହାକୁ ଖାଇବା ପରେ ତୁରନ୍ତ ପାଣି ପିଇବା ଉଚିତ ନୁହେଁ l ଆମେ ଆଜି ଏଠାରେ ସେହିଭଳି କିଛି ଖାଦ୍ୟ ବିଷୟରେ କହୁଛୁ l

Mint paste for beauty
ସୌନ୍ଦର୍ଯ୍ୟତା ବୃଦ୍ଧି କରେ ପୋଦିନା ପେଷ୍ଟ, ତ୍ୱଚାରେ ଆଣିଦିଏ ଚମକ୍‌

ପ୍ରକୃତି ଏମିତି କିଛି ଗଛଲତା ସୃଷ୍ଟି କରିଛି ଯାହାର ଔଷଧିୟ ଗୁଣ ଅନେକ । ସ୍ୱାସ୍ଥ୍ୟ ସୁରକ୍ଷା ସହ ସୌନ୍ଦର୍ଯ୍ୟ ରକ୍ଷାର ଅନେକ ଉପଚାର ପ୍ରକୃତିର ସୃଷ୍ଟିର ସହଜ ସୁନ୍ଦର । ସେହିପରି ଏକ ପତ୍ପୋର ହେଉଛି ପୋଦିନା ପତ୍ର । ଏହା ସ୍ୱାସ୍ଥ୍ୟ ଠାରୁ ସୌନ୍ଦର୍ଯ୍ୟ ବା ସୁନ୍ଦରତା ପାଇଁ ବହୁତ ଲାଭଦାୟକ ଅଟେ ।

benefits of rajma
ରାଜମା: ପାଟିକୁ ସ୍ୱାଦ,ଦେହକୁ ହିତ

ପାଟିକୁ ସ୍ୱାଦ ଦେହକୁ ହିତ । ଏହିଭଳି ଏକ ଶସ୍ୟ ବା ଖାଦ୍ୟ ହେଉଛି 'ରାଜମା'। ଖାଦ୍ୟର ସ୍ୱାଦ ବଢାଇବା ସହ ଶରୀର ପାଇଁ ଏହା ବହୁ ଲାଭଦାୟକ । ରାଜମା ଖାଇବା ଦ୍ୱାରା ଶରୀରରେ ଚର୍ବି କମିବା ସହିତ କୋଲେଷ୍ଟ୍ରଲ ମଧ୍ୟ ନିୟନ୍ତ୍ରିତ ହୋଇଥାଏ ଓ ରକ୍ତ ଶର୍କରାକୁ ସନ୍ତୁଳନ ରଖିଥାଏ ।

green onion
  ସ୍ୱାସ୍ଥ୍ୟ ପାଇଁ ପିଆଜ ଷଣ୍ଢା,  ରହିଛି କ୍ୟାନ୍ସର ଭଳି ମାରାତ୍ମକ ରୋଗର ପ୍ରତିରୋଧକ ଗୁଣ

ପିଆଜ ଷଣ୍ଢା ସହିତ ଆମେ ପ୍ରାୟ ସମସ୍ତେ ପରିଚିତ । ସାଧାରଣତଃ ଶୀତଦିନରେ ଏହା ବେଶି ଉତ୍ପାଦନ ହୋଇଥାଏ । ଆମେ ତାକୁ ବଜାରରେ ପ୍ରାୟ ଅଧିକାଂଶ ସମୟ ଦେଖିବାକୁ ପାଇଥାଉ । ପିଆଜ ଷଣ୍ଢାକୁ ସାଲାଡ଼ ,ଭଜା ଓ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀରେ ବ୍ୟବହାର କରାଯାଇଥାଏ । ଏହା ଖାଇବାକୁ ଯେତିକି ସୁଆଦିଆ ଲାଗିଥାଏ,ସ୍ୱାସ୍ଥ୍ୟ ପ୍ରତି ଏହା ସେତିକି ଲାଭଦାୟକ ଅଟେ ।

Dry Fruits
ରାତିରେ ବତୁରାଇ ସକାଳୁ ଖାଆନ୍ତୁ ଏହି ଖାଦ୍ୟ, ମିଳିବ ଅନେକ ଫାଇଦା

କିଛି ଡ୍ରାଏଫ୍ରୁଟ୍ସକୁ ରାତିରେ ବତୁରାଇ ସକାଳେ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର ହୋଇଥାଏ । ପୋଷାକ ତତ୍ତ୍ୱରେ ଭରପୁର ଖାଦ୍ୟ ଆମକୁ କେବଳ ଉର୍ଜା ଦେଇନଥାଏ ବରଂ ଅନେକ ରୋଗରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିଥାଏ । କିଛି ଡ୍ରାଏଫ୍ରୁଟ୍ସ ସକାଳୁ ଖାଇବା ଉଚିତ। କିନ୍ତୁ ଏହାକୁ ରାତିରେ ବତୁରାଇ ସକାଳେ ଖାଇବା ଉଚିତ।

  • Friday, 31 December 2021