• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ନୂଆ ନୂଆ ବିବାହ ...ହସ ଖୁସିର ସସାଂର ଭିତରେ ସବୁକିଛି ଠିକଠାକ ଚାଲିଥିଲା । କିନ୍ତୁ ହଠାତ ମାଡିଆସିଲା ଦୁଃଖର କଳାବାଦଲ । ବାଲେଶ୍ୱର ଜିଲ୍ଲା ବାହନଗା ବ୍ଲଗ୍ ରହଣିଆଗଞ୍ଜ ଗାଁର ଗଙ୍ଗାଧର ବେହେରାଙ୍କ ଝିଅ ଶୁଭ୍ରାଲିନ ବେହେରା, ରେମୁଣା ବ୍ଲକ୍ ଶ୍ରୀଜଙ୍ଗ ଗାଁ ର ଭାଗବତ ବିଶ୍ୱାଳଙ୍କୁ ଆଠ ମାସ ତଳେ ବିବାହ କରିଥିଲେ ।

ବିବାହର କିଛି ଦିନ ପରେ ଶୁଭ୍ରାଲିନଙ୍କ ଦେହ ଅସୁସ୍ଥ ହେବାରେ ଲାଗିଲା । ଶ୍ୱଶୁର ଘର ଲୋକେ ବୋହୂକୁ ନେଇ କଟକ ବଡ ମେଡିକାଲରେ ଦେଖାଇବା ପରେ ଦୁଇଟି କିଡନି ନଷ୍ଟ ହୋଇଛି ବୋଲି ଜଣାପଡିଲା । ଡାକ୍ତର କହିଲେ କିଡନି ଟ୍ରାନ୍ସପ୍ଲାଣ୍ଟ ସହ ପାଖାପାଖି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଲେ ଶୁଭ୍ରାଲିନ ସୁସ୍ଥ ହେଇପାରିବେ । ଏବେ ବୋହୂ ବାପଘରେ ଥିବାବେଳେ ଉଭୟ ପରିବାର ମିଳିମିଶି ଚିକିତ୍ସା କରୁଛନ୍ତି । ଶୁଭ୍ରାଲିନଙ୍କ ମାଆ କିଡନି ଦେବାକୁ ପ୍ରସ୍ତୁତ ଥିବାବେଳେ ଅର୍ଥ ସାଜିଛି ବାଧକ ।

ନା ବାପଘର ନା ଶ୍ୱଶୁର ଘର, ଉଭୟ ପରିବା ଅଭାବ ଅନାଟନ ଭିତରେ ଥିବାବେଳେ ଯେକୌଣସି ସହୃଦୟ ବ୍ୟକ୍ତି କିମ୍ବା ପ୍ରଶାସନ ଯଦି ସହଯୋଗର ହାତ ବଢାନ୍ତେ ତାହେଲେ ଝିଅଟି ବଞ୍ଚିଯାଇପାରନ୍ତା ବୋଲି କହିଛନ୍ତି ଗ୍ରାମବାସୀ । ଶୁଭ୍ରାଲିନ ଏବେ ଘରେ ରହି ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ଅନ୍ୟର ସହାୟତାକୁ ଅପେକ୍ଷା କରିଛନ୍ତି ।

ଯଦି କେହି ସହୃଦୟ ବ୍ୟକ୍ତି ସାହାର୍ଯ୍ୟ କରିବାକୁ ଚାହୁଁଛନ୍ତି ତାହେଲେ ତାଙ୍କ ମାଆଙ୍କ ଆକାଉଣ୍ଟ ନମ୍ବରରେ ସହାୟତା କରିପାରିବେ ।

ନାମ- ନନ୍ଦିନୀ ରଶ୍ମିରେଖା ବେହେରା

UCO BANK, GOPALPUR BRANCH

A/C – 11623211003045

IFSC CODE- UCBA0001162