• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ପ୍ରତିବର୍ଷ ୧୪ ନଭେମ୍ବରରେ ‘ବିଶ୍ୱ ମଧୁମେହ ଦିବସ’ ପାଳନ କରାଯାଏ। ଏହି ଦିନ ଲୋକଙ୍କୁ ମଧୁମେହର ବିପଦ ବିଷୟରେ ଅବଗତ କରାଯାଏ। ଦେଶରେ ମଧୁମେହ ରୋଗୀଙ୍କ ସଂଖ୍ୟା ପ୍ରତିବର୍ଷ ବଢିବାରେ ଲାଗିଛି, ଯାହା ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି। ଚିକିତ୍ସା ବିଜ୍ଞାନ ଅନୁସାରେ ଜୀବନଶୈଳୀରେ ବଡ ପରିବର୍ତ୍ତନ ହେତୁ ଯୁବକମାନଙ୍କ ମଧ୍ୟରେ ବି ମଧୁମେହ ସମସ୍ୟା ବଢିବାରେ ଲାଗିଛି।

ବିଶେଷଜ୍ଞଙ୍କ ମତରେ ଭାରତର ଏକ ବୃହତ ଜନସଂଖ୍ୟା ମଧୁମେହରେ ପୀଡିତ ଏବଂ ଆହୁରି ଅଧିକ ଭାରତୀୟ ଅଛନ୍ତି ଯେଉଁମାନେ ଜାଣନ୍ତି ନାହିଁ ଯେ ସେମାନଙ୍କର ମଧୁମେହ ଅଛି ବୋଲି। ଏହାର ଅର୍ଥ ହେଉଛି ସେମାନେ ମଧୁମେହର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି, ଯାହାକୁ ପ୍ରି-ଡାଇବେଟିସ୍ କୁହାଯାଏ।

ଅଧିକ ପଢ଼ନ୍ତୁ: ମଧୁମେହ ପାଇଁ ରାମବାଣ ପରି କାମ କରେ ତେଜପତ୍ର; ଜାଣନ୍ତୁ କିପରି ଖାଇବେ

ମଧୁମେହରେ ଶରୀରର ରକ୍ତ ଶର୍କରା ବୃଦ୍ଧି ପାଇଥାଏ, ଯାହା ହ୍ରାସ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶେଷଜ୍ଞଙ୍କ ଅନୁଯାୟୀ, ମଧୁମେହ ରୋଗୀଙ୍କଠାରେ ଅଧିକ ଶର୍କରାକୁ ପ୍ରତିଦିନ ବ୍ୟାୟାମ ଏବଂ ଯୋଗ ଦ୍ୱାରା ନିୟନ୍ତ୍ରଣ କରାଯାଇପାରିବ। ତେଣୁ ମଧୁମେହକୁ ଠିକ କରିବା ପାଇଁ ଜୀବନଶୈଳୀରେ ପ୍ରାଣାୟାମ, ଯୋଗାସନ ଓ ଧ୍ୟାନକୁ ସାମିଲ୍ କରିବା ଜରୁରୀ। ତେବେ ଆସନ୍ତୁ କିଛି ସରଳ ଯୋଗାସନ ବିଷୟରେ ଜାଣିନେବା ଯାହାକୁ ଆପଣ ସକାଳେ କିମ୍ବା ସନ୍ଧ୍ୟାରେ କରିପାରିବେ।

ଧନୁରାସନ:

Dhanurasana(ଧନୁରାସନ)

ଶରୀରକୁ ପଛୁଆ ଭାଙ୍ଗି ଧନୁ ଆକୃତି କରିବାର ସ୍ଥିତିକୁ ଧନୁରାସନ କୁହାଯାଏ। ଏହି ଆସନ ପ୍ୟାନ୍‌କ୍ରିୟାଜ୍‌କୁ ସକ୍ରିୟ କରିଥାଏ। ପ୍ୟାନ୍‌କ୍ରିୟାଜ୍‌ ଇନ୍‌ସୁଲିନ୍ ହରମୋନ୍ ଉତ୍ପାଦନ କରେ ଯାହା ଶରୀରରେ ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିଥାଏ। ଏହା ବ୍ୟତୀତ ଧନୁରାସନ ପେଟର ସମସ୍ତ ଅଙ୍ଗକୁ ମଜବୁତ କରିଥାଏ ଏବଂ ଚାପରୁ ମଧ୍ୟ ମୁକ୍ତି ଦେଇଥାଏ।

ଅର୍ଦ୍ଧ ମତ୍ସେନ୍ଦ୍ରାସନ

Ardha Matsyendrasana(ଅର୍ଦ୍ଧ ମତ୍ସେନ୍ଦ୍ରାସନ)

ମଧୁମେହ ରୋଗୀମାନେ ମଧ୍ୟ ଅର୍ଦ୍ଧ ମତ୍ସେନ୍ଦ୍ରାସନ କରିବା ଉଚିତ। ଏହା କେବଳ ପେଟର ଅଙ୍ଗକୁ ମାଲିସ୍ କରେ ନାହିଁ ବରଂ ମେରୁଦଣ୍ଡକୁ ମଧ୍ୟ ମଜବୁତ କରିଥାଏ। ମଧୁମେହରୁ ମୁକ୍ତି ପ୍ରଦାନ କରୁଥିବା ଏହି ଆସନ ମଧ୍ୟ ଫୁସ୍‌ଫୁସ୍‌ର ଶ୍ୱାସକ୍ରିୟାକୁ ବଢେଇଦେଇଥା।

ଅଧିକ ପଢ଼ନ୍ତୁ: କିପରି ମଧୁମେହ ହେବ ଦୂର; କେଉଁ ଆସନ ହେବ ଉପକାରୀ ଜାଣନ୍ତୁ

ପଶ୍ଚିମୋତ୍ତାନାସନ:

Paschimottanasana(ପଶ୍ଚିମୋତ୍ତାନାସନ)

ଉଚ୍ଚ ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବା ପାଇଁ ପଶ୍ଚିମୋତ୍ତାନାସନ ମଧ୍ୟ କରିବା ଜରୁରୀ। ଏହି ଆସନ ପେଟର ସମସ୍ତ ଅଙ୍ଗକୁ ସକ୍ରିୟ କରିଥାଏ। ଏଉଁ କାରଣରୁ ଇନ୍‌ସୁଲିନ୍ ଉତ୍ପାଦନ କରୁଥିବା ପ୍ୟାନ୍‌କ୍ରିୟାଜ୍ ମଧ୍ୟ ପ୍ରଭାବିତ ହୁଏ। ଏହି ଯୋଗାସନ ମଧୁମେହରେ ଖୁବ୍ ଉପକାରୀ ଏବଂ ମାନସିକ ଶାନ୍ତି ଏବଂ ଜୀବନ ଶକ୍ତି ବୃଦ୍ଧିରେ ମଧ୍ୟ ଲାଭଦାୟକ ହୋଇଥାଏ।

କପାଳଭାତି:

Kapalbhati Pranayam(କପାଳଭାତି)

ମଧୁମେହ ରୋଗୀଙ୍କ ପାଇଁ କପାଳଭାତି ପ୍ରାଣାୟାମ ଅତ୍ୟନ୍ତ ଲାଭଦାୟକ। ଏହା ଶରୀରର ସ୍ନାୟୁ ଏବଂ ମସ୍ତିଷ୍କ ସ୍ନାୟୁକୁ ମଜବୁତ କରେ। ଏହା ସହିତ ଏହା ଶରୀରକୁ ଶକ୍ତି ମଧ୍ୟ ଦେଇଥାଏ। ଏହି ପ୍ରାଣାୟାମ କେବଳ ଶରୀରରେ ରକ୍ତ ପ୍ରବାହରେ ଉନ୍ନତି ଆଣେ ନାହିଁ ବରଂ ମନକୁ ଶାନ୍ତ ମଧ୍ୟ କରିଥାଏ।

ଶବାସନ:

Savasana(ଶବାସନ)

ଶବାସନ ଏକ ଅତି ସହଜ ଯୋଗ ସାଧନା, ଯାହାକୁ ଯେକୌଣସି ମଧୁମେହ ରୋଗୀ କରିପାରିବେ। ଶବାସନାରେ ଏକାଗ୍ର ହେବାର ଆବଶ୍ୟକତା ଅଛି। ଏହା ଶରୀରକୁ ଆରାମ ଦେବା ସହିତ ମନକୁ ଶାନ୍ତ କରିଥାଏ ଏବଂ ଶରୀରରେ ଉର୍ଜା ସଂଚାର କରିଥାଏ।

OTV is now on Whatsapp

Join and get latest news update delivered to you via whatsapp

Join Now