Advertisment

Diwali Safety Tips: ଦୀପାବଳିକୁ ସୁନ୍ଦର କରିବା ପାଇଁ ମାନନ୍ତୁ ଏହି ୧୦ଟି ସେଫ୍ଟି ଟିପ୍ସ...

ଆଲୋକର ପର୍ବ ଦୀପାବଳିକୁ ଲୋକେ ଆନନ୍ଦର ସହିତ ପାଳନ କରୁଥିବା ବେଳେ ପରସ୍ପରଙ୍କୁ ଉପହାର ଦେଇ ଶୁଭ ମନାସନ୍ତି। କିନ୍ତୁ ବେଳେବେଳେ ଛୋଟ ଛୋଟ ଅସାବଧାନତା ହେତୁ ଅନେକଙ୍କ ମୁହଁରୁ ଏହି ହସ ଲିଭିଯାଏ। କିଛି ଦିଗ ପ୍ରତି ଧ୍ୟାନ ଦେଲେ ଆପଣ ଦୀପାବଳିରେ ନିଜ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିପାରିବେ। ଆସନ୍ତୁ ଜାଣିବା…

author-image
Pramod Behera
ଅଦ୍ୟତନ ହୋଇଛି
How to celebrate diwali safely do not ignore 10 safety tips

How to celebrate diwali safely do not ignore 10 safety tips

ଦୀପାବଳିର ପର୍ବ ହେଉଛି ଆଲୋକ, ଖୁସି ଏବଂ ମସ୍ତିର ପର୍ବ। ଲୋକମାନେ ଉତ୍ସାହର ସହିତ ଏହି ପର୍ବକୁ ଅପେକ୍ଷା କରିଥାନ୍ତି। ଚାରିଆଡେ ଆଲୋକର ଝକମକ, ସୁନ୍ଦର ସାଜସଜ୍ଜା, ଫୁଲଝରୀ ଏବଂ ସୁସ୍ୱାଦୁ ଖାଦ୍ୟରେ ଦୀପାବଳିର ରାତି ଅତି ସୁନ୍ଦର ଏବଂ ଚମକପ୍ରଦ ହୋଇଯାଏ। ସମସ୍ତଙ୍କ ମୁହଁରେ ହସର ଲହରୀ ଦେଖିବାକୁ ମିଳେ। ଆଲୋକର ଏହିଦିନଟିକୁ ଲୋକେ ଆନନ୍ଦର ସହିତ ପାଳନ କରୁଥିବା ବେଳେ ପରସ୍ପରଙ୍କୁ ଉପହାର ଦେଇ ଶୁଭ ମନାସନ୍ତି।

Advertisment

ତଥାପି, ବେଳେବେଳେ ଛୋଟ ଛୋଟ ଅସାବଧାନତା ହେତୁ ଅନେକଙ୍କ ମୁହଁରୁ ଏହି ହସ ଲିଭିଯାଏ। ଯେଉଁମାନଙ୍କର ଆଜମା, ହୃଦଘାତ, ଉଚ୍ଚ ରକ୍ତଚାପ, ମଧୁମେହ ଭଳି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ରହିଛି, ସେମାନେ ଏହିଦିନ ସେମାନଙ୍କର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନ ନେବା ଉଚିତ। କିଛି ଦିଗ ପ୍ରତି ଧ୍ୟାନ ଦେଇ ଆପଣ ଦୀପାବଳିରେ ନିଜ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିପାରିବେ।

୧୦ ସେପ୍ଟୀ ଟିପ୍ସ:

ଦୀପାବଳୀରେ ଆପଣଙ୍କର ପରିବାର ସଦସ୍ୟ ଏବଂ ସମ୍ପର୍କୀୟମାନଙ୍କ ସହିତ ଅଧିକ ସମୟ ଅତିବାହିତ କରନ୍ତୁ, କିନ୍ତୁ ବାଣ ଫୁଟାଇବାରୁ ଯେତେ ସମ୍ଭବ ଦୂରରେ ରହିବା ଉଚିତ। ଅଧିକ ବାଣ ଫୁଟାଇବା କେବଳ ନିଜ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇବା ନୁହେଁ ବରଂ ଏଗା ପରିବେଶରେ କ୍ଷତିକାରକ ବିଷାକ୍ତ ପଦାର୍ଥ ବିସ୍ତାର କରିଥାଏ, ଯାହା ଶ୍ୱାସକ୍ରିୟାରେ କୁପ୍ରଭାବ ପକାଇଥାଏ। ପରିବାର ଏବଂ ସାଙ୍ଗମାନଙ୍କ ସହିତ କିଛି ମଜାଦାର ଖେଳ ଖେଳିବା, ନାଚିବା, ଖାଇବା ଏବଂ ପିଇବାରେ କାଟନ୍ତୁ।

Advertisment

ଦୀପାବଳିରେ ବାଣ ଫୁଟାଇବାକୁ ଏଡ଼ାଇବା ପାଇଁ, ନିଜ ଘର ପାଖା ଖୋଲାପଡିଆରେ ଅଗ୍ନିଉତ୍ସବର ଆୟୋଜନ କରାନ୍ତୁ। ସମସ୍ତଙ୍କ ସହିତ ମିଶିଅ ସଙ୍ଗୀତ ସହିତ ଏହାର ଚାରିପାଖରେ ନାଚି ମସ୍ତି କରନ୍ତୁ।

ଯଦିବି ଆପଣ ବାଣ ପ୍ରିୟ ଆଉ କିଛି ବାଣ ଫୁଟାଇବାକୁ ଚାହାନ୍ତି ତେବେ ଏହି ସମୟରେ ସିନ୍ଥେଟିକ୍ ପୋଷାକ ପିନ୍ଧନ୍ତୁ ନାହିଁ। ଏହା ପରିବର୍ତ୍ତେ, ସୂତା ପୋଷାକ ପିନ୍ଧିବା ନିରାପଦ ହୋଇଥାଏ। ଯଦି କୌଣସି କାରଣରୁ ସୂତା କପଡାରେ ନିଆଁ ଲାଗିଯାଏ ତେବେ ଏହା ଶରୀରକୁ ଅଧିକ କ୍ଷତି ପହଞ୍ଚାଏ ନାହିଁ। ପିଲାମାନଙ୍କୁ ଅଧିକ ଢିଲା ପୋଷାକ ପିନ୍ଧାନ୍ତୁ ନାହିଁ।

ବାଣ ଫୁଟାଇବା ବେଳେ, ଆପଣଙ୍କ ଏବଂ ପିଲାମାନଙ୍କ କାନରେ ତୂଳା ଦେଇଦିଅନ୍ତୁ ଯାହା ଦ୍ୱାରା ବାଣ ଫୁଟିବାର ଉଚ୍ଚ ଶବ୍ଦ କାନର କୌଣସି କ୍ଷତି ଘଟାଇବ ନାହିଁ। ଅଫୁଟା ବାଣଗୁଡିକ ପାଖକୁ କଦାପି ଯାଆନ୍ତୁ ନାହିଁ। କାରଣ ଅନେକ ସମୟରେ ବାଣଗୁଡିକରେ ନିଆଁ ଥାଏ, ଯାହା ହଠାତ୍ ଫୁଟିପାରେ ଏବଂ ଏହା ଏକ ସାଙ୍ଘାତିକ ଦୁର୍ଘଟଣାର କାରଣ ହୋଇପାରେ।

ନିଜ ହାତରେ ଫୋଟକା, ବୋମା କିମ୍ବା ଫୁଲଝରୀ ଜାଳି ଷ୍ଟଣ୍ଟ କରିବାକୁ ଚେଷ୍ଟା କରନ୍ତୁ ନାହିଁ। ଏହି କାରଣରୁ ହାତ ଓ ମୁହଁ ଜାଳିଯିବାର ସମ୍ଭାବନା ଅଛି।

ଯଦି ଆପଣ ବାଣ ଫୁଟାଉଛନ୍ତି ତେବେ ଘର କିମ୍ବା ବାଲକୋନୀରେ ନୁହେଁ, କେବଳ ଖୋଲା ସ୍ଥାନରେ ଫୁଟାନ୍ତୁ।

ଯେଉଁମାନଙ୍କର ଆଜ୍‌ମା, ହୃଦୟ ସମ୍ବନ୍ଧୀୟ ରୋଗ, ଶ୍ୱାସକ୍ରିୟା ସମସ୍ୟା, ଉଚ୍ଚ ରକ୍ତଚାପ ଇତ୍ୟାଦି ସମସ୍ୟାରେ ପିଡୀତ, ସେମାନେ ଏହି ଦିନ ଅଧିକ ସମୟ ବାହାରେ ରହିବା ଉଚିତ ନୁହେଁ। ସନ୍ଧ୍ୟାରେ ଘର ଭିତରେ ରହିବା ଉଚିତ।

ନିଜ ଗୃହପାଳିତ ପଶୁମାନଙ୍କୁ ଘର ଭିତରେ ରଖନ୍ତୁ। ସେମାନଙ୍କୁ ଠିକ୍ ସମୟରେ ଖାଇବାକୁ ଦିଅନ୍ତୁ। କୌଣସି ପ୍ରାଣୀ, ଡାକ୍ତରଖାନା, ରାସ୍ତା, ବିଦ୍ୟୁତ ଖୁଣ୍ଟ ପୋଲ, ଗାଡି ତଳେ କିମ୍ବା ବୈଦ୍ୟୁତିକ ତାର ନିକଟରେ ବାଣ ଫୁଟାଇବାର ଭୁଲ କରନ୍ତୁ ନାହିଁ।

ଯଦି ବାଣ ଫୁଟାଇବା ବେଳେ କୌଣସି କାରଣରୁ ହଠାତ୍ ଶରୀରର କୌଣସି ଜାଗାରେ ନିଆଁ ଲାଗିଯାଏ କିମ୍ବା ଯଦି ଧୂଆଁ, ଧୂଳି କିମ୍ବା ସ୍ପାର୍କ ଆଖିରେ ପଶିଯାଏ ତେବେ ତୁରନ୍ତ ମୁହଁ ଏବଂ ଆଖିକୁ ପାଣିରେ ସଫା କରନ୍ତୁ ଆଉ ଚର୍ମରେ କିଛି ଲୋସନ ଲଗାନ୍ତୁ। ତା’ପରେ ତୁରନ୍ତ ଡାକ୍ତରଙ୍କ ପାଖକୁ ନେଇଯାଆନ୍ତୁ।

ଲୋକଙ୍କ ପାଖରେ ବାଣ ଫୁଟାନ୍ତୁ ନାହିଁ। ଅଧିକ ବାଣ ଫୁଟାଇବାକୁ ଚେଷ୍ଟା କରନ୍ତୁ ନାହିଁ। ସବୁଜ ଦୀପାବଳୀ ପାଳନ କରନ୍ତୁ, ଏହା ପରିବେଶ ପାଇଁ ଅଧିକ କ୍ଷତି କରେ ନାହିଁ।

Advertisment
Related Articles
Advertisment