• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଆଜିକାଲିର ଖରାପ ଜୀବନଶୈଳୀ ଅନେକ ଶାରିରୀକ ଓ ମାନସିକ ସମସ୍ୟା ଆଣୁଛି। ଏଭଳି ଏକ ସାଧାରଣ ସମସ୍ୟା ହେଉଛି ମଧୁମେହ। ଅନିୟନ୍ତ୍ରିତ ରକ୍ତ ଶର୍କରା ମଧୁମେହ ସୃଷ୍ଟି କରେ। ଶର୍କରା ସ୍ତର ବୃଦ୍ଧି ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିପାରେ। ମଧୁମେହ ରୋଗୀମାନେ ସମୟ ସହିତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖିନ ହେବାର ଆଶଙ୍କା ଅଧିକ। ଗତ କିଛି ଦଶନ୍ଧି ମଧ୍ୟରେ ମଧୁମେହ ଏକ ପ୍ରମୁଖ ସ୍ୱାସ୍ଥ୍ୟ ବିପଦ ଭାବରେ ଉଭା ହୋଇଛି। ପିଲାମାନଙ୍କ ଠାରୁ ଯୁବକ ପର୍ଯ୍ୟନ୍ତ ଏବଂ ବୟସ୍କଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତ ବୟସର ବ୍ୟକ୍ତି ଏହି ରୋଗର ଶିକାର ହେଉଛନ୍ତି।

ପରିସଂଖ୍ୟାନ ଅନୁଯାୟୀ, ସାରା ବିଶ୍ୱରେ ୫ ହଜାର ଲକ୍ଷରୁ ଅଧିକ ଲୋକ ମଧୁମେହରେ ପୀଡିତ ଅଛନ୍ତି ଏବଂ ଆସନ୍ତା ୩୦ ବର୍ଷ ମଧ୍ୟରେ ଏହି ସଂଖ୍ୟା ଦ୍ୱିଗୁଣରୁ ଅଧିକ ହୋଇ ୧୩୦ କୋଟି ପର୍ଯ୍ୟନ୍ତ ପହଞ୍ଚିବ ବୋଲି ଆଶା କରାଯାଉଛି। ମଧୁମେହର ଆଶଙ୍କା କମାଇବା ପାଇଁ ଲୋକଙ୍କୁ ସଚେତନ କରାଇବା ଲକ୍ଷ୍ୟରେ ପ୍ରତିବର୍ଷ ‘ବିଶ୍ୱ ମଧୁମେହ ଦିବସ’ ପାଳନ କରାଯାଏ।

କିନ୍ତୁ ଆପଣ ଜାଣନ୍ତି କି ‘ମଧୁମେହ ଦିବସ’ ପାଳନ କରିବା ଆରମ୍ଭ କିଏ ଆଉ କେବେ କଲେ? ଏହା ସହିତ କିପରି ମଧୁମେହ ଦିବସ ପାଳନ କରାଯାଏ? ତେବେ ଆସନ୍ତୁ ଜାଣିବା ସେ ବିଷୟରେ ଜାଣିବା।

କେବେ ପାଳନ କରାଯାଏ:

ପ୍ରତିବର୍ଷ ୧୪ ନଭେମ୍ବରରେ ‘ବିଶ୍ୱ ମଧୁମେହ ଦିବସ’ ପାଳନ କରାଯାଏ। ମଧୁମେହ ଏକ ଗମ୍ଭୀର ରୋଗ, ଯାହା କେତେକ ପରିସ୍ଥିତିରେ ସାଂଘାତିକ ହୋଇପାରେ। ବିଶ୍ୱ ସ୍ତରରେ ଲୋକଙ୍କୁ ମଧୁମେହ ବିଷୟରେ ସଚେତନ କରାଇବା ଲକ୍ଷ୍ୟରେ ପ୍ରତିବର୍ଷ ଏକ ସ୍ୱତନ୍ତ୍ର ଥିମ୍ ସହିତ ଏହି ଦିବସ ପାଳନ କରାଯାଏ।

ଇତିହାସ:

ମଧୁମେହକୁ ରୋକିବାକୁ ନେଇ ଲୋକଙ୍କୁ ସଚେତନ କରାଇବାର ଆବଶ୍ୟକତାକୁ ହୃଦୟଙ୍ଗମ କରି ଆନ୍ତର୍ଜାତୀୟ ଡାଇବେଟିସ୍ ଫାଉଣ୍ଡେସନ୍ ପ୍ରଥମେ ଏହି ଦିନ ପାଳନ କରିବା ଆରମ୍ଭ କଲା। ୧୯୯୧ରେ, ମିଳିତ ଜାତିସଂଘ ସମଗ୍ର ବିଶ୍ୱରେ ବିଶ୍ୱ ମଧୁମେହ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା।

୧୯୯୨ ରେ, ସାର୍ ଫ୍ରେଡେରିକ୍ ବାଣ୍ଟିଙ୍ଗ, ଚାର୍ଲ୍ସ ବେଷ୍ଟ୍‌ଙ୍କ ସହିତ ମିଶି ଇନସୁଲିନ୍ ଆବିଷ୍କାର କରିଥିଲେ। ସାର୍ ଫ୍ରେଡେରିକ୍ ବାଣ୍ଟିଙ୍ଗଙ୍କ ଜନ୍ମଦିନ ୧୪ ନଭେମ୍ବରରେ ପାଳନ କରାଯାଏ। ଏପରି ପରିସ୍ଥିତିରେ, ଇନ୍‌ସୁଲିନ୍ ଆବିଷ୍କାର କରିବାରେ ସଫଳତାକୁ ଦୃଷ୍ଟିରେ ରଖି ସାର୍ ଫ୍ରେଡେରିକ୍ ବାଣ୍ଟିଙ୍ଗଙ୍କୁ ସ୍ମରଣ କରିବା ପାଇଁ ତାଙ୍କ ଜନ୍ମଦିନରେ ‘ମଧୁମେହ ଦିବସ’ ପାଳନ ଆରମ୍ଭ ହୋଇଥିଲା।

ପ୍ରଥମ ମଧୁମେହ ରୋଗୀ:

୧୯୯୧ରେ ସିନା ବିଶ୍ୱସ୍ତରରେ ‘ମଧୁମେହ ଦିବସ ପାଳନ’ କରିବାର ନିଷ୍ପତ୍ତି ନିଆଯାଇଥିଲା କିନ୍ତୁ ଏହାର ଦଶନ୍ଧି ପୂର୍ବରୁ ପ୍ରଥମ ମଧୁମେହ ରୋଗୀଙ୍କ ସନ୍ଧାନ କରାଯାଇଥିଲା। ଖ୍ରୀଷ୍ଟପୂର୍ବ ୧୫୫୦ମସିହାରେ ଇଜିପ୍ଟରେ ପ୍ରଥମ ମଧୁମେହ ରୋଗୀ ମିଳିଥିଲେ। ଏହି ରୋଗ ପ୍ରଥମେ ଇଜିପ୍ଟରେ ହିଁ ଚିହ୍ନଟ ହୋଇଥିଲା।

ଚଳିତ ବର୍ଷର ଥିମ୍:

ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ଥିମ୍‌କୁ ନେଇ ‘ବିଶ୍ୱ ମଧୁମେହ ଦିବସ’ ପାଳନ କରାଯାଏ। ଚଳିତ ଏହାର ଥିମ୍ ହେଉଛି ମଧୁମେହ ରୋଗୀଙ୍କ ଯତ୍ନ ପ୍ରତି ଧ୍ୟାନ ଦେବା (Access To Diabetes Care)। ମହତ୍ତ୍ୱ:

ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ମଧୁମେହ ବିଷୟରେ ସଚେତନତା ସୃଷ୍ଟି କରିବା, ଯାହାଦ୍ୱାରା ମଧୁମେହର ଲକ୍ଷଣ ଏବଂ ଚିକିତ୍ସା ବିଷୟରେ ଜଣେ ଜାଣିପାରିବେ। ଏହା ସହିତ, ଲୋକଙ୍କୁ ମଧୁମେହ ସହିତ ଲଢିବା ପାଇଁ ସ୍ୱାସ୍ଥ୍ୟ ସେବା ସୁବିଧା ଅଛି କି ନାହିଁ ଏବଂ ସେମାନଙ୍କୁ ଏହି ରୋଗ ସହ ଲଢିବା ପାଇଁ ପ୍ରସ୍ତୁତ କରିବାକୁ ସୂଚନା ଦିଆଯାଏ।