/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699636104.jpg)
94 year old man give advice to live long life
ଏକ ଦୀର୍ଘ ଜୀବନ ବଞ୍ଚିବାକୁ ଏବଂ ଏକ ସୁସ୍ଥ ଜୀବନଯାପନ କରିବାକୁ କିଏ ବା ନ ଚାହେଁ। କିନ୍ତୁ ଆଜିର ଜୀବନଶୈଳୀରେ ଏହି ଦୁଇଟି ଜିନିଷ ଏକ ସ୍ୱପ୍ନ ପରି ହୋଇଯାଇଛି। ପ୍ରାଚୀନ କାଳର ଲୋକମାନେ ଯେଉଁ ଶୃଙ୍ଖଳା ସହିତ ଜୀବନ ଅତିବାହିତ କରୁଥିଲେ, ବୃଦ୍ଧାବସ୍ଥା ସତ୍ତ୍ୱେ ସେମାନେ ସୁସ୍ଥ ରହୁଥିଲେ।
ବର୍ତ୍ତମାନ ମଧ୍ୟ ଏହା ସମ୍ଭବ ହୋଇପାରେ। ସୋସିଆଲ୍ ମିଡିରେ ଏବେ ଏମିତି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯାହା ସମସ୍ତଙ୍କୁ ପ୍ରେରଣ ଦେଉଛି। ଜଣେ ବୃଦ୍ଧ ବ୍ୟକ୍ତି ଦୀର୍ଘ ଜୀବନ ବଞ୍ଚିବାର ରହସ୍ୟ କ’ଣ କହୁଛନ୍ତି। ଏହି ଭିଡିଓକୁ ଦେଖିବା ପରେ ବୋଧହୁଏ ଆପଣ ମଧ୍ୟ ତାଙ୍କ ଦ୍ୱାରା ଦିଆଯାଇଥିବା ଟିପ୍ସକୁ ମାନିବାକୁ ବାଧ୍ୟ ହେବେ।
ଟ୍ୱିଟର ବ୍ୟବହାରକାରୀ @ DrParulSharma1 ନିକଟରେ ଏକ ୯୪ବର୍ଷ ବୟସ୍କ ବ୍ୟକ୍ତିଙ୍କ ଏକ ଭିଡିଓ ପୋଷ୍ଟ୍ କରିଛନ୍ତି ଯିଏ ଦୀର୍ଘ ଜୀବନ ବଞ୍ଚିବାକୁ ହେଲେ କ’ଣ କରିବାକୁ ହେବ କହୁଛନ୍ତି। ଭିଡିଓ ପୋଷ୍ଟ କରିବାବେଳେ ସେ ଲେଖିଛନ୍ତି- “ମୁଁ ମୋର ୯୪ ବର୍ଷ ବୟସ୍କ ଯୁବ ରୋଗୀଙ୍କୁ ପଚାରିଲି, ତାଙ୍କ ଦୀର୍ଘ ଜୀବନ ଏବଂ ସୁସ୍ଥ ଜୀବନର ରହସ୍ୟ କ’ଣ? ସେ ଏହା କହିଛନ୍ତି।” ପାରୁଲ କହିଛନ୍ତି ଯେ ସେ ତାଙ୍କ ରୋଗୀର ଅନୁମତି ପରେ ଏହି ଭିଡିଓ ପ୍ରସ୍ତୁତ କରିଛନ୍ତି।
ଭିଡିଓରେ ପାରୁଲ ତାଙ୍କୁ ପଚାରିଛନ୍ତି ଦୀର୍ଘ ଜୀବନ, ​​ସୁସ୍ଥ ଜୀବନ ଏବଂ ଖୁସିର ରହିବାର ରହସ୍ୟ କ’ଣ? ଏହି ବୃଦ୍ଧ ବ୍ୟକ୍ତି ଜଣକ କହିଛନ୍ତି- “ମୁଁ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ବ୍ୟାୟାମ କରିଆସୁଛି। ଆଜି ପର୍ଯ୍ୟନ୍ତ ମୁଁ ସକାଳ ୪ଟାରେ ଉଠେ। ମୁଁ ଦେଢରୁ ଦୁଇ ଘଣ୍ଟା ପାଇଁ ଯୋଗ କରେ। ମୁଁ ବହୁତ ସରଳ ଖାଦ୍ୟ ଖାଏ। ମୁଁ ମଧ୍ୟ ଆମିଷ ଖାଏ କିନ୍ତୁ ବହୁତ କମ୍। ମୁଁ ଅଧିକ ଝଗଡା କରେ ନାହିଁ।" କିଛି ଶବ୍ଦରେ ନିଜର ମତ ପ୍ରକାଶ କରି ପାରୁଲ କହିଛନ୍ତି - “ସରଳ ଖାଦ୍ୟ ଖାଅ, ମନରେ ସରଳ ବିଚାର ରଖ।”
I asked my young 94 yr old patient the secret of his longevity & good health,this is what he had to say …
(Posted with his permission) pic.twitter.com/0okHsw6VlK— Dr Parul M Sharma (@DrParulSharma1) November 9, 2023
ଖବର ଲେଖାହେବା ବେଳକୁ ଏହି ଭିଡିଓକୁ ୩୩୩.୮Kରୁ ଅଧିକ ଭ୍ୟୁ ମିଳିସାରିଥିଲା। ଅନେକ ଲୋକ ମତ ଦେଇ ନିଜ ନିଜ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ଜଣେ କହିଛନ୍ତି ଯେ ତାଙ୍କ ବାପା ମଧ୍ୟ ଏମିତି ଫିଟ୍ ଥିଲେ କିନ୍ତୁ କୋଭିଡ୍ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଉ ଜଣେ କହିଛନ୍ତି ତାଙ୍କ ଜେଜେବାପା କେବେ ବ୍ୟାୟାମ କରିନାହାଁନ୍ତି, ସେ ଜଙ୍କ୍ ଫୁଡ୍ ମଧ୍ୟ ଖାଉଥିଲେ, କିନ୍ତୁ ୯୦ ବର୍ଷ ବୟସ ପର୍ଯ୍ୟନ୍ତ ତାଙ୍କର କୌଣସି ରୋଗ ହୋଇ ନଥିଲା। ଅନ୍ୟଜଣେ ବ୍ୟଙ୍ଗାତ୍ମକ ଢଙ୍ଗରେ କହିଛନ୍ତି ଯେ “ବର୍ତ୍ତମାନ ଲୋକମାନେ ସୋସିଆଲ ମିଡିଆରେ ଏତେ ବ୍ୟସ୍ତ ଅଛନ୍ତି ଯେ ସେମାନେ କେବଳ ଆଙ୍ଗୁଠିରେ ବ୍ୟାୟାମ କରୁଛନ୍ତି।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)