Advertisment

Health Tips: ମଳ ସଫା ହେଉ ନଥିଲେ କରନ୍ତୁ ଏହି ୫ ଆସନ, ସହଜରେ ମିଳିବ ମୁକ୍ତି...

ଫିଟନେସ୍ ସହିତ ଯୋଗ ମଧ୍ୟ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରମାଣିତ। ଯୋଗ ବିଜ୍ଞାନ ଅନୁସାରେ ଆମର ଭୁଲ ଜୀବନଶୈଳୀ କାରଣରୁ ଆମେ କୋଷ୍ଠକାଠିନ୍ୟ ବା ମଳ ସଫା ନ ହେବାରେ ସମସ୍ୟାରେ ପିଡୀତ ହେଉଛେ। ତେବେ ଏହି ସମସ୍ୟାକୁ ଦୂର କରିବା ପାଇଁ କରନ୍ତୁ ଏହି ୫ ଆସନ।

author-image
Pramod Behera
ଅଦ୍ୟତନ ହୋଇଛି
Yoga For Stomach Problems

these 5 yogasan are very effective in stomach problems

ଆମର ଭୁଲ ଜୀବନଶୈଳୀ କାରଣରୁ ଆମକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଛି। ଯେମିତିକି ଭୁଲ ଖାଦ୍ୟ ହେତୁ ଆମେ ଅନେକ ଅସୁବିଧାରେ ପଡିଥାଉ। ସେ ଜଙ୍କ୍‌ ଫୁଡ୍ ହେଉ କି ଅତ୍ୟଧିକ ମସଲାଯୁକ୍ତ ଖାଦ୍ୟ ବା ତେଲିଆ ଖାଦ୍ୟ ଖାଇବା କାରଣରୁ ଅମ୍ଳଦୋଷ, କୋଷ୍ଠକାଠିନ୍ୟ ଏବଂ ପେଟ ବ୍ୟଥା ଭଳି ସମସ୍ୟା ହୋଇଥାଏ। ଏହି ସମସ୍ତ ସମସ୍ୟାରୁ ମୁକ୍ତି ପାଇଁ କେବଳ ଯୋଗାସନ ହିଁ ଏକମାତ୍ର ରାସ୍ତା।

Advertisment

ଫିଟନେସ୍ ସହିତ ଯୋଗ ମଧ୍ୟ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରମାଣିତ। ଯୋଗ ବିଜ୍ଞାନ ଅନୁସାରେ ଖାଦ୍ୟରେ ଗଡବଡ, ଅତ୍ୟଧିକ ତେଲ ଏବଂ ମସଲା ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ବ ମଳ ସଫା ନ ହେବାରେ ସମସ୍ୟା ହୋଇପାରେ, ଯାହା ଆଜିକାଲି ଏକ ସାଧାରଣ ସମସ୍ୟା ଭାବେ ଉଭା ହୋଇଛି।

ଏହି ସମସ୍ୟା କେବଳ ବୃଦ୍ଧମାନଙ୍କରେ ନୁହେଁ, ପିଲାମାନଙ୍କଠାରେ ମଧ୍ୟ ଦେଖାଯାଉଛି। କିନ୍ତୁ ବୃଦ୍ଧମାନଙ୍କ ହଜମ ପ୍ରକ୍ରିୟା ପିଲାମାନଙ୍କ ତୁଳନାରେ ବହୁତ ଦୁର୍ବଳ ଥିବା ଏହା ସେମାନଙ୍କଠାରେ ଅଧିକ ଦେଖାଯାଏ। କୋଷ୍ଠକାଠିନ୍ୟ ଦ୍ୱାରା ମୁଣ୍ଡବିନ୍ଧା, ଶରୀର ଯନ୍ତ୍ରଣା, ପାଟି ଘା’ ପରି ସମସ୍ୟା ସହିତ ଏହା ଲାଗି ରହିବା ଅର୍ଶ, ମଳକଣ୍ଟକ, ଭଗନ୍ଦର ଭଳି ମାରାତ୍ମକ ରୋଗକୁ ଆମନ୍ତ୍ରଣ କରିଥାଏ।

Advertisment

ଅଧିକ ପଢ଼ନ୍ତୁ: ଶୀତର ପ୍ରକୋପରୁ ନିଜକୁ ରକ୍ଷା କରିବା ପାଇଁ କରନ୍ତୁ ଏହି ଯୋଗ, ମିଳିବ ଆରାମ

ଏହି ସମସ୍ୟାରେ ପିଡୀତ ଲୋକମାନେ ଘଣ୍ଟା ଘଣ୍ଟା ଧରି ଶୌଚାଳୟରେ ବସିରୁହନ୍ତି। ଲୋକମାନେ ପ୍ରତିଦିନ ସକାଳେ ଯୋଗ କରି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ନିୟମିତ ଭାବରେ ଏହି ୫ ଯୋଗାସନ କରିବା ଦ୍ୱାରା କୋଷ୍ଠକାଠିନ୍ୟ ଏବଂ ଅମ୍ଳତା ଭଳି ସମସ୍ୟା ଦୂର ହୋଇଥାଏ। ଆସନ୍ତୁ ଜାଣିବା।

ପବନମୁକ୍ତାସନ:

ଏହି ଆସନକୁ ନିୟମିତ କରିବା ଦ୍ୱାରା ହଜମ ପ୍ରକ୍ରିୟାର ମାଂସପେଶୀଗୁଡ଼ିକ ଶକ୍ତିଶାଳୀ ହୋଇଯାଏ, ଯାହା ଖାଦ୍ୟକୁ ଆଗକୁ ନେବାରେ ସାହାଯ୍ୟ କରେ। ଏଭଳି ପରିସ୍ଥିତିରେ ଗ୍ୟାସ୍ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ମିଳେ। ଏହା ଶରୀରର ନିମ୍ନ ଭାଗର ରକ୍ତ ସଞ୍ଚାଳନକୁ ବଢାଇଦେଇଥାଏ। ଏହା ବ୍ୟତୀତ ରକ୍ତରେ ସର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ମଧ୍ୟ ଏହା ପ୍ରଭାବଶାଳୀ।

ଭୁଜଙ୍ଗାସନ:

ଏହି ଯୋଗାସନ ହଜମ ପ୍ରକ୍ରିୟାର କାର୍ଯ୍ୟରେ ଉନ୍ନତି ଆଣିବା ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ଏବଂ ଲାଭଦାୟକ ବୋଲି ବିବେଚନା କରାଯାଏ। ଏହି ଆସନ ପେଟରେ ଶୋଇ କରିବାକୁ ହୋଇଥାଏ। ପେଟ ଭିତରେ ଥିବା ଆଭ୍ୟନ୍ତର ଅଙ୍ଗ ଉପରେ ଏହା ଖୁବ ପ୍ରଭାବ ପକାଏ। ଫଳରେ ଏହା ପେଟର ମାଂସପେଶୀକୁ ମଜବୁତ କରିବା ସହ କୋଷ୍ଠକାଠିନ୍ୟ ଏବଂ ବଦହଜମୀ ଭଳି ସମସ୍ୟା ଦୂର କରିବାରେ ସାହାଯ୍ୟକରେ।

ବଜ୍ରାସନ:

ଏହି ଆସନ ପେଟରେ ରକ୍ତ ସଞ୍ଚାଳନକୁ ଉନ୍ନତ କରିଥାଏ। ଏହି ଆସନ କରିବା ଦ୍ୱାରା ଦୀର୍ଘଦିନ ଧରି ଲାଗି ରହିଥିବା କୋଷ୍ଠକାଠିନ୍ୟ, ପେଟଜନିତ ସମସ୍ୟା ଏବଂ ହଜମ ପ୍ରକ୍ରିୟା ଭଳି ବିଭିନ୍ନ ଯନ୍ତ୍ରଣରେ ଆରାମ ମିଳିଥାଏ। କୋଷ୍ଠକାଠିନ୍ୟ ଏବଂ ବଦହଜମୀ ପାଇଁ ଏହା ସର୍ବୋତ୍ତମ ଯୋଗାସନ ମଧ୍ୟରୁ ଅନ୍ୟତମ।

ବାଳାସନ:

ଏହି ଆସନା ନାମରୁ ଏହା ସ୍ପଷ୍ଟ ହୋଇଯାଏ ଯେ ଏହି ଆସନ ପିଲାମାନଙ୍କର ଶୋଇବା ଶୈଳୀ ସହିତ ଜଡିତ। ଏହି ଆସନ ପେଟ ସମ୍ବନ୍ଧୀୟ ବ୍ୟାଧିରୁ ମୁକ୍ତି ଦିଏ, ଯେଉଁଥିରେ କୋଷ୍ଠକାଠିନ୍ୟର ଚିକିତ୍ସା ମଧ୍ୟ ଅନ୍ତର୍ଭୁକ୍ତ। ଏହି ଆସନ ପେଟର ମାଂସପେଶୀକୁ ମସାଜ୍ କରିଥାଏ ଏବଂ ହଜମ ପ୍ରକ୍ରିୟାର କାର୍ଯ୍ୟରେ ଉନ୍ନତି ଆଣିଥାଏ। ଏହା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ।

ହଳାସନ:

ଅନେକ ଉପାୟରେ ଏହି ଆସନ ପେଟ ପାଇଁ ଅତ୍ୟନ୍ତ ଲାଭଦାୟକ। ବାସ୍ତବରେ ଏହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା ସହ ପେଟର ଗ୍ୟାସ୍‌ ସମସ୍ୟାକୁ ଦୂର କରିବା ପାଇଁ କାର୍ଯ୍ୟ କରିଥାଏ। ଏହା ବ୍ୟତୀତ ଏହା ଶରୀରରେ ସଠିକ୍ ରକ୍ତ ସଞ୍ଚାଳନ ଏବଂ ଅମ୍ଳଜାନ ଯୋଗାଣରେ ସାହାଯ୍ୟ କରେ। ପ୍ରତିଦିନ ଏହି ଆସନ କରିବା ଦ୍ୱାରା କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ସହଜରେ ମୁକ୍ତି ମିଳେ।

ଅଧିକ ପଢ଼ନ୍ତୁ: ଗ୍ୟାସ୍-ଏସିଡିଟି ପାଇଁ ରାମବାଣ ପରି କାମ କରିବ ଏହି ୪ ଆସନ

Yogasana Health Tips Halasana For Stomach
Advertisment
Advertisment