/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699349783.jpg)
National Cancer Awareness Day
ନଭେମ୍ବର ୭...ଜାତୀୟ କର୍କଟ ସଚେତନତା ଦିବସ... ଯେ କୌଣସି ରୋଗ ହେଉନା କାହିଁକି ସଚେତନତା ହିଁ ସବୁକିଛି । ପ୍ରତ୍ୟେକ ବର୍ଷ କ୍ୟାନସର ରୋଗୀଙ୍କ ସଂଖ୍ୟା ବଢୁଥିବାବେଳେ ସଚେତନତା ଅଭାବ ସହ ଶୀଘ୍ର ରୋଗ ନିରୂପଣ ନହେବା ହିଁ ପ୍ରମୁଖ ସମସ୍ୟା ହୋଇ ଉଭା ହୋଇଛି । ସାଧାରଣ ରୋଗ ଅବହେଳା କାରଣରୁ କ୍ୟାନସର ଆଡକୁ ଗତିକରି ମୃତ୍ୟୁ ମୁଖରେ ପକାଇଥାଏ ।
ଏହି ରୋଗର ୪ଟି ଷ୍ଟେଜ ଥାଏ । ପ୍ରଥମ ଷ୍ଟେଜରୁ ରୋଗ ନିରୂପଣ କରି ଚିକିତ୍ସା କରାଇପାରିଲେ ଆରୋଗ୍ୟ ସମ୍ଭାବନା ଅଧିକ ଥାଏ । ସାଧାରଣତଃ ପୁରୁଷଙ୍କ ଠାରେ ମୁଖ ଗହ୍ୱର ଓ ଫୁସଫୁସ କ୍ୟାନସର ଅଧିକ ଦେଖାଯାଉଥିବାବେଳେ ମହିଳାଙ୍କ କ୍ଷେତ୍ରରେ ସ୍ତନ କର୍କଟ ଓ ଜରାୟୁ କର୍କଟ ଅଧିକ ହୋଇଥାଏ ବୋଲି କହିଛନ୍ତି କର୍କଟ ରୋଗ ବିଶେଷଜ୍ଞ ।
ପରିସଂଖ୍ୟାନ ଅନୁଯାୟୀ ୨୦୨୨ ମସିହାରେ ଭାରତରେ ମୋଟ ୧୪ ଲକ୍ଷ ୬୧ ହଜାର ୪୨୭ ଜଣ କର୍କଟ ରୋଗୀ ଚିହ୍ନଟ ହୋଇଥିବାବେଳେ, ସେଥିମଧ୍ୟରୁ ୭ ଲକ୍ଷ ୧୨ ହଜାର ୧୭୬ ଜଣ ପୁରୁଷ ଏବଂ ୭ ଲକ୍ଷ ୪୯ ହଜାର ୨୫୧ ଜଣ ମହିଳା ରୋଗୀ । ଓଡ଼ିଶାର ସର୍ବବୃହତ କ୍ୟାନସର ପ୍ରତିଷ୍ଠାନ କଟକ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ପ୍ରତିଷ୍ଠାନକୁ ୨୦୨୦/୨୧ ରେ ୧୬ ହଜାର ୧୦୧ ନୂଆ ରୋଗୀ ଚିକିତ୍ସା ପାଇଁ ଆସିଥିବାବେଳେ ୨୦୨୧/୨୨ ରେ ଏହା ବୃଦ୍ଧି ପାଇ ୧୮ ହଜାର ୧୯୫ ରେ ପହଁଞ୍ଚିଛି । ଯାହା ସବୁଠାରୁ ଚିନ୍ତାଜନକ ବିଷୟ । ତେବେ କେବଳ ସଚେତନତା ହିଁ ଏହି ରୋଗରୁ ରକ୍ଷା କରିପାରିବ ବୋଲି କୁହନ୍ତି କ୍ୟାନ୍ସର ସର୍ଭାଇବର ।
ସମୟ ଆସିଛି ଆଜିର ଏହି ଜାତୀୟ କର୍କଟ ସଚେତନତା ଦିବସରେ ଶପଥ ନେବା ସଚେତନ ହୋଇ କ୍ୟାନସରକୁ ଦୂରେଇ ଦେବା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)