Advertisment

ଭୁବନେଶ୍ୱର AIIMSରେ ଖୋଲିଲା ପ୍ରଥମ ଟ୍ରାଭେଲ ହେଲ୍ଥ କ୍ଲିନିକ୍

ଖୁବଶୀଘ୍ର AIIMS ଟ୍ରାଭେଲ ହେଲ୍ଥ କ୍ଲିନିକ୍ ଅନଲାଇନ ଜରିଆରେ ମଧ୍ୟ ସ୍ୱାସ୍ଥ୍ୟ ପରାମର୍ଶ ପ୍ରଦାନ କରିବ। ଏମିତିକି ଆଗକୁ ଏନେଇ ଟ୍ରାଭେଲ୍ ହେଲ୍ଥ ଆପ୍ ମଧ୍ୟ ପ୍ରଚଳନ କରିବ AIIMS ଭୁବନେଶ୍ୱର।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Bhubaneswar AIIMS Travel Health Clinic Inaugurated

AIIMS Bhubaneswar

AIIMS ଭୁବନେଶ୍ୱରରେ ଖୋଲିଲା ଦେଶର ପ୍ରଥମ ଟ୍ରାଭେଲ ହେଲ୍ଥ କ୍ଲିନିକ୍ । ଯାତ୍ରୀ ଏଠାରେ ଗସ୍ତ କରିବାକୁ ଥିବା ଦେଶର ବିଭିନ୍ନ ରୋଗ ସମ୍ପର୍କରେ ଉପଦେଶ ପାଇପାରିବେ। ଏଥିସହ ଆବଶ୍ୟକ ଟୀକା ମଧ୍ୟ ନେଇପାରିବେ। ଏହାଦ୍ୱାରା ବିଦେଶରୁ ଆମ ଦେଶକୁ କିମ୍ବା ଆମ ଦେଶରୁ ଅନ୍ୟ ଦେଶକୁ କୌଣସି ରୋଗ ସହଜରେ ବ୍ୟାପିପାରିବ ନାହିଁ।

Advertisment

ଖୁବଶୀଘ୍ର AIIMS ଟ୍ରାଭେଲ ହେଲ୍ଥ କ୍ଲିନିକ୍ ଅନଲାଇନ ଜରିଆରେ ମଧ୍ୟ ସ୍ୱାସ୍ଥ୍ୟ ପରାମର୍ଶ ପ୍ରଦାନ କରିବ। ଏମିତିକି ଆଗକୁ ଏନେଇ ଟ୍ରାଭେଲ୍ ହେଲ୍ଥ ଆପ୍ ମଧ୍ୟ ପ୍ରଚଳନ କରିବ AIIMS ଭୁବନେଶ୍ୱର। ସୂଚନା ଅନୁସାରେ, ପ୍ରତି ବର୍ଷ ଭାରତରୁ ୨ କୋଟି ଲୋକ ବିଦେଶକୁ ଯାଉଛନ୍ତି। ତେଣୁ ଟ୍ରାଭେଲ ହେଲ୍ଥ କ୍ଲିନିକ ବେଶ ଉପାଦେୟ ହେବ ବୋଲି ଆଶା କରାଯାଉଛି।

Odisha News Bhubaneswar AIIMS
Advertisment
Advertisment