Advertisment

Health Tips: ଅଁଳା ଖାଇବାର ୪ ଲାଭ: ଜାଣନ୍ତୁ କିଏ ଖାଇବେ, କିଏ ନ ଖାଇବେ

ଅଁଳା ହେଉଛି ଏମିତି ଏକ ଫଳ ଯେଉଁଥିରେ ଅନେକ ଔଷଧୀୟ ଗୁଣ ରହିଛି। ଏହାକୁ ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ। କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏହାକୁ ଖାଇବା ଉଚିତ ନୁହେଁ। ସେମାନେ କିଏ ଜାଣନ୍ତୁ …

author-image
Pramod Behera
ଅଦ୍ୟତନ ହୋଇଛି
Health Benefits Of Amla

Four benefits of amla who can avoid it

ଅଁଳା ହେଉଛି ଏମିତି ଏକ ଫଳ ଯେଉଁଥିରେ ଅନେକ ଔଷଧୀୟ ଗୁଣ ରହିଛି। ଏହାକୁ ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ। ଯଦି ଆପଣ ନିଜ ଜୀବନଶୈଳୀରେ ପ୍ରତିଦିନ ଗୋଟିଏ ଅଅଁଳା ସାମିଲ୍ କରନ୍ତି, ତେବେ ଆପଣଙ୍କର ପ୍ରତିରକ୍ଷା ପ୍ରଣାଳୀ କଦାପି ଦୁର୍ବଳ ହେବ ନାହିଁ।

Advertisment

ଏଥିରେ ତ ପ୍ରଚୁର ପରିମାଣରେ ଭିଟାମିନ୍ ଥାଏ ଏହା ସହିତ ଫାଇବର, ଫୋଲେଟ୍, ଆଣ୍ଟି-ଅକ୍ସିଡାଣ୍ଟ, ଫସଫରସ୍, ଆଇରନ୍, କାର୍ବସ୍, ଓମେଗା ୩, ମ୍ୟାଗ୍ନେସିୟମ୍ ଏବଂ କ୍ୟାଲସିୟମ୍ ମଧ୍ୟ ମିଳିଥାଏ। ଏହି ସମସ୍ତ ପୋଷକ ତତ୍ତ୍ୱ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରମାଣିତ।

ତେବେ ଆସନ୍ତୁ ଅଁଳା ଅନ୍ୟାନ୍ୟ ଗୁଣ ବିଷୟରେ ଜାଣିନେବା

ଅଁଳା ଖାଇବା ଦ୍ୱାରା ଚର୍ମ ସମ୍ବନ୍ଧୀୟ ସମସ୍ୟା ଯେପରିକି ଶୁଖିଲା, ସୂକ୍ଷ୍ମ ରେଖା, ବ୍ରଣ ଭଳି ସମସ୍ୟା କେବେ ବି ହୁଏ ନାହିଁ। ଏହା କେଶର ସ୍ୱାସ୍ଥ୍ୟକୁ ମଧ୍ୟ ଭଲ ରଖିଥାଏ।

Advertisment

ଅଁଳା ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବଢିବା ସହିତ କେଶ ଝଡିବା ଏବଂ ଛିଡିବା ସମସ୍ୟା ଦୂର ହୁଏ ଏବଂ ମୁହଁରେ ଚମକ ଆସେ। ଏଥିରେ ଭିଟାମିନ୍ ସି ଭରପୂର ଥିବାରୁ ଏହି ତିନୋଟି ସମସ୍ୟାରୁ ମୁକ୍ତି ମିଳିଥାଏ

ପରିସ୍ରା ସଂକ୍ରମଣକୁ ରୋକିବା ପାଇଁ ଏହା ମଧ୍ୟ ଖିଆଯାଏ, ଏହା ପରିସ୍ରା ପରିମାଣକୁ ମଧ୍ୟ ନିୟନ୍ତ୍ରଣ କରିଥାଏ। ଏଥି ସହିତ ଏହା ମଧ୍ୟ ବଦହଜମୀ ସମସ୍ୟାରୁ ମୁକ୍ତି ଦେଇଥାଏ।

ଖାଲି ପେଟରେ ଅଁଳା ଖାଇବା ଦ୍ୱାରା ଶରୀର ଭଲ ଭାବରେ ଡିଟକ୍ସ ହୋଇଯାଏ। ମେଟାବୋଲିଜିମ୍ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ। ଅଁଳା ପାଣି ପିଇବା ଦ୍ୱାରା ଓଜନ ମଧ୍ୟ ନିୟନ୍ତ୍ରଣ ହୋଇଥାଏ।

ଅଧିକ ପଢ଼ନ୍ତୁ: ହେଉଛି କି ଆଣ୍ଠୁ-ଗଣ୍ଠି ଯନ୍ତ୍ରଣା; ହାତ ମାରନ୍ତୁ ନାହିଁ ଏହି ୫ଟି ଖାଦ୍ୟରେ

କେବେ ଅଁଳା ଖାଇବା ଅନୁଚିତ:

ଥଣ୍ଡା-କାଶରେ ସମୟରେ ଏହାକୁ ଖାଇବା ଉଚିତ ନୁହେଁ। କାରଣ ଏହାର ଗୁଣ ଥଣ୍ଡା ହୋଇଥାଏ। ଯେଉଁଥିପାଇଁ ଏହା ଶରୀରର ତାପମାତ୍ରାକୁ ଖରାପ କରିଥାଏ। ଏହାର ସେବନ ତ୍ରିଫଳା ଆକାରରେ ମହୁ ଏବଂ ଗରମ ପାଣିରେ ଖିଆଯାଏ।

ଯଦି ଆପଣ କୌଣସି ପ୍ରକାରର ଅସ୍ତ୍ରୋପଚାର କରିବାକୁ ଯାଉଛନ୍ତି ତେବେ ଏହାକୁ ଆଦୌ ଖାଆନ୍ତୁ ନାହିଁ। କାରଣ ଏହାର ଆଣ୍ଟିପ୍ଲେଟଲେଟ୍ ଗୁଣ ରକ୍ତସ୍ରାବ ସମସ୍ୟାକୁ ବଢାଇପାରେ। ତେଣୁ ଅସ୍ତ୍ରୋପଚାରର ଦୁଇ ସପ୍ତାହ ପୂର୍ବରୁ ଏହାକୁ ଖାଇବା ବନ୍ଦ କରନ୍ତୁ।

ଲୋ ବ୍ଲଡ୍ ସୁଗାର ଥିଲେ ଅଁଳା ଖାଇବା ଅନୁଚିତ। ଏହା ହାଇପୋଗ୍ଲାଇସେମିଆର ଆଶଙ୍କା ବଢାଇପାରେ। ଏଥି ସହିତ, ଯେଉଁମାନେ ଆଧୁନିକ ଔଷଧରେ ଅଭ୍ୟସ୍ତ ସେମାନେ ଡାକ୍ତରଙ୍କ ପରାମର୍ଶ ବିନା ଏହାକୁ ଖାଇବା ଉଚିତ ନୁହେଁ।

Health Tips Health Tips In Odia
Advertisment
Advertisment