ପ୍ରାୟତଃ ଆମେ ଖାଇବା ପରେ ତୁରନ୍ତ ପାଣି ପିଇଦେଉ। ଏହା ଆମ ଶରୀର ଉପରେ କି ପ୍ରଭାବ ପକାଏ ତାହା ହୁଏତ ଅନେକ ଜାଣି ନ ଥିବେ। ତେବେ ଆୟୁର୍ବେଦ ଅନୁଯାୟୀ ଭୁଲ ସମୟରେ ପାଣି ପିଇବା ଦ୍ୱାରା ହଜମ ପ୍ରକ୍ରିୟା ଉପରେ ଖରାପ ପ୍ରଭାବ ପକାଇଥାଏ। ତେବେ ଆସନ୍ତୁ ଜାଣିବା ପାଣି ପିଇବାର ଠିକ ସମୟ ଓ ଠିକ ଉପାୟ।
ଆମ ଚିହ୍ନା ପରିଚିତ ଏବଂ ପରିବାରରେ ଅନେକ ଛାତ୍ରଛାତ୍ରୀ ଥା’ନ୍ତି, ଯିଏ ବର୍ଷସାରା ଅକ୍ଲାନ୍ତ ପରିଶ୍ରମ ସହ ରାତି ଅନିଦ୍ରା ହୋଇ ଘଣ୍ଟାଘଣ୍ଟା ପାଠ ପଢୁଥା’ନ୍ତି। କିନ୍ତୁ ବର୍ଷ ଶେଷରେ ପରୀକ୍ଷା ଦେଲା ବେଳକୁ ଆଶାନୁରୂପ ଫଳ ମିଳେନି। କେବଳ ଆମେ ନୁହେଁ, ଶିକ୍ଷକବି ଏପରି ପରୀକ୍ଷା ଫଳ ଦେଖି ଆଶ୍ଚର୍ଯ୍ୟ ହୁଅନ୍ତି। ଏହା ଅନେକ ସମୟରେ ଏକାଗ୍ରତାର ଅଭାବରୁ ହୋଇଥାଏ। ଚାଲନ୍ତୁ ଜାଣିବା ପରୀକ୍ଷା ସମୟମରେ କେମିତି ଏକାଗ୍ରତା ବଢାଇବେ।
ଆପଣ ଜାଣନ୍ତି କି ସାରା ଦେଶରେ ବିକ୍ରି ହେଉଥିବା ଅଙ୍ଗୁରରେ କୀଟନାଶକର ଚିହ୍ନ ଦେଖିବାକୁ ମିଳେ। ଯେତେବେଳେ ଆପଣ ଅଙ୍ଗୁର ଖାଉଛନ୍ତି କିମ୍ବା ପିଲାମାନଙ୍କୁ ଦେଉଛନ୍ତି, ତେବେ ଧ୍ୟାନ ରଖିବା ଦରକାର ଯେ ସେଗୁଡ଼ିକୁ ଭଲ ଭାବରେ ସଫା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ବଜାରରେ ମିଳୁଥିବା ଅଟା ନୁଡଲ୍ ପ୍ରକୃତରେ ଉତ୍ତମ ଗୁଣଯୁକ୍ତ ଅଟାରେ ହୁଏ ନାହିଁ, ବରଂ ଗହମରୁ ଅଟା ବାହାରିସାରିବା ପରେ ଯେଉଁ ଅବଶେଷ ରୁହେ, ତାହା ହିଁ ନୁଡଲ୍ ପାଇଁ ବ୍ୟବହାର ହୁଏ। ଏଥିରେ ନା ତ ପ୍ରୋଟିନ୍ ଥାଏ ନା ଥାଏ ଫାଇବର୍। ଏଣୁ କମ୍ପାନୀମାନେ ଆପଣଙ୍କ ସହ କିପରି ଛଳନା କରୁଛନ୍ତି ତାହା ଜାଣିରଖନ୍ତୁ।
ବିଭିନ୍ନ ପ୍ରକାର ମାରାତ୍ମକ ରୋଗ ମଧ୍ୟରୁ ବ୍ରେନ ଟ୍ୟୁମର ଅନ୍ୟତମ । ଏହି ରୋଗ ହେଲେ କ୍ୟାନ୍ସର ହେବାର ଆଶଙ୍କା ଅଧିକ ଥାଏ । ବ୍ରେନ ଟ୍ୟୁମରରେ ମସ୍ତିଷ୍କର କୋଶିକାଗୁଡିକ ଅସ୍ୱାଭାବିକ ବୃଦ୍ଧି ପାଇଥାଏ । ଅନେକ ଲୋକ ବ୍ରେନ ଟ୍ୟୁମର ଲକ୍ଷଣକୁ ସାଧାରଣ ସମସ୍ୟା ଭାବି ଅବହେଳା କରିଥାନ୍ତି । ଯାହାଫଳରେ ଟ୍ୟୁମର ବଢି ଗୁରୁତର ହୋଇଯାଏ ଓ ମଣିଷ ମୃତ୍ୟୁମୁଖରେ ପଡେ ।
ଦେଶରେ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହି ସମସ୍ୟାର ମୁକାବିଲା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଏପରି ପରିସ୍ଥିତିରେ, ସରକାରଙ୍କ ପକ୍ଷରୁ କର୍କଟ ଟିକା ସମ୍ପର୍କରେ ଏକ ବଡ଼ ଅପଡେଟ୍ ଦିଆଯାଇଛି।
PCOS ପାଇଁ କୌଣସି ସ୍ଥାୟୀ ଉପଶମ ନାହିଁ, କିନ୍ତୁ ଏହାକୁ ନିୟନ୍ତ୍ରଣ କରାଯାଇପାରେ। ଉତ୍ତମ ଖାଦ୍ୟ, ଉତ୍ତମ ଜୀବନଶୈଳୀ ଏବଂ ଯୋଗାଭ୍ୟାସ ଦ୍ୱାରା ଏହି ରୋଗର ମୁକାବିଲା କରିହେବ।
ଗୁହଗାଓଁ ସ୍ଥିତ ମଦରହୁଡ ହସ୍ପିଟାଲର ଶିଶୁ ରୋଗ ବିଶେଷଜ୍ଞ ସେଲି ଗୁପ୍ତା କହନ୍ତି, ଭାକ୍ସିନ ଶିଶୁର ରୋଗପ୍ରତିରୋଧକ ଶକ୍ତିକୁ ଆକ୍ଟିଭ କରିବା ସହ ଶରୀରରେ ଏକ ସୁରକ୍ଷା କବଚ ପରି କାମ କରିଥାଏ । ଏହା ଶରୀରରେ ରୋଗକୁ ନିଷ୍କ୍ରିୟ କିମ୍ବା ଦୁର୍ବଳ କରି ଦେଇଥାଏ । ସେତିକି ନୁହେଁ, ଭାକ୍ସିନର ରୋଗ ପ୍ରତିରୋଧକ ପ୍ରଣାଳୀ ପ୍ରକୃତ ରୋଗକୁ ସୃଷ୍ଟି ନ କରି କିପରି ଏହାର ବିପଦକୁ ଚିହ୍ନଟ କରିବ ଏବଂ ଏହାକୁ ପ୍ରଭାବୀ ଢଙ୍ଗରେ ପ୍ରତିକାର କରିବ ତାହା ଶିଖାଇଥାଏ ।
ପାଟି କର୍କଟ ଏକ ସାଧାରଣ ରୋଗରେ ପରିଣତ ହେଉଛି। ପ୍ରତିବର୍ଷ ବିଶ୍ୱର ଲକ୍ଷ ଲକ୍ଷ ଲୋକ ଏହାର ଶିକାର ହେଉଛନ୍ତି। ଯଦି ପାଟିରେ ଘାଆ ହୁଏ କିନ୍ତୁ କୌଣସି ଯନ୍ତ୍ରଣା ନଥାଏ, ତେବେ ଏହା ମଧ୍ୟ ପାଟି କର୍କଟର ଲକ୍ଷଣ ହୋଇପାରେ। ଅନେକ କାରଣରୁ ପାଟି କର୍କଟ ହୋଇପାରେ।
ନିଜ କିଶୋରାବସ୍ତାରୁ ଏ ଭିତରେ ଅଗଣିତ ଲୋକଙ୍କ ପରାମର୍ଶ ଅନୁସାରେ ଆପଣ କେତେଥର ଯେ ସାମ୍ପୁ ବଦଳାଇ ଥିବେ ତା’ର ଠିକଣା ନାଇଁ। ହେଲେ ଆଶାନୁରୂପ ଫଳ ଆପଣ ଆଜି ବି ଖୋଜୁଥିବେ। ଯଦି ବିଜ୍ଞାପନରେ ଲମ୍ବା, ଗହବା କେଶ ଦେଖି ଆପଣ ନୂଆ ସାମ୍ପୁ ନେଇଛନ୍ତି, ତାହେଲେ ଆପଣଙ୍କ କେଶ ବିଜ୍ଞାପନର ମଡେଲ ପରି କାହିଁକି ହେଉନି? କ’ଣ ସତରେ କେବଳ ସାମ୍ପୁ ହିଁ ଯଥେଷ୍ଟ ସୁସ୍ଥ କେଶ ପାଇଁ? ନା’ ସୁନ୍ଦର କେଶ ପାଇଁ ଦରକାର କିଛି ସ୍ପେସାଲ୍ ଖାଦ୍ୟ? ପଢି ଦେଖନ୍ତୁତ, କ’ଣ ରହିଛି ଏସବୁ ପ୍ରଶ୍ନର ଉତ୍ତର !
କିଛି ଲୋକ ଅଛନ୍ତି ଯେଉଁମାନେ ଶୋଇଥାଆନ୍ତି, କିନ୍ତୁ ଭଲରେ ଶୋଇପାରନ୍ତି ନାହିଁ। ବିଶେଷଜ୍ଞମାନେ କୁହନ୍ତି ଯେ ରାତିରେ ଭଲ ନିଦ ନ ହେବା ପାଇଁ ଗୋଟିଏ ମୁଖ୍ୟ କାରଣ ହେଉଛି ସଠିକ୍ ଅବସ୍ଥାରେ ନ ଶୋଇବା। ଜାଣନ୍ତୁ କେମିତି ଶୋଇବା ଉଚିତ।
ସେଓ ଏକ ସ୍ବାସ୍ଥ୍ୟକର ଫଳ । ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ ଓ ମିନେରାଲ ଥାଏ । ପ୍ରତ୍ୟେକ ଦିନ ଗୋଟିଏ ସେଓ ଖାଇଲେ ବିଭିନ୍ନ ପ୍ରକାର ମାରାତ୍ମକ ରୋଗରୁ ରକ୍ଷା ମିଳେ । ଏହା ଦାନ୍ତ ଓ ହାଡ ମଜଭୁତ କରେ । ଓଜନ ନିୟନ୍ତ୍ରଣରେ ସାହାଯ୍ୟ କରେ । ସେଓରେ କ୍ୟାନ୍ସର ପ୍ରତିରୋଧ ଗୁଣ ରହିଛି । ଦିନକୁ ଗୋଟିଏ ସେଓ ଖାଇଲେ ଡାଇବେଟିସ୍, କୋଲେଷ୍ଟରଲ୍ ବୃଦ୍ଧି, ହୃଦରୋଗ ଭଳି ବିଭିନ୍ନ ରୋଗରୁ ରକ୍ଷା କରିଥାଏ । ଚାଲନ୍ତୁ ଜାଣିବା ସେଓ ଖାଇଲେ ଆଉ କେଉଁ ସବୁ ଫାଇଦା ମିଳେ ।
ୟୁନିଭର୍ସିଟି କଲେଜ ଲଣ୍ଡନ(ୟୁସିଏଲ)ର ଗବେଷକମାନେ କରିଥିବା ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ, ଗୋଟିଏ ସିଗାରେଟ ଟାଣିବା ଦ୍ୱାରା ମହିଳାଙ୍କ ଆୟୁଷ ୨୨ ମିନିଟ କମୁଛି ଓ ପୁରୁଷମାନେ ୧୭ ମିନିଟ ଆୟୁଷ ହରାଉଛନ୍ତି।
ବିଭିନ୍ନ ପ୍ରକାର କ୍ୟାନସର ମଧ୍ୟରୁ ସ୍ତନ କର୍କଟ ବା ବ୍ରେଷ୍ଟ କ୍ୟାନ୍ସର ଅନ୍ୟତମ, ଯାହାକି ସାଧାରଣତଃ ମହିଳାଙ୍କଠାରେ ଦେଖାଯାଏ । ହେଲେ ଅନ୍ୟ କ୍ୟାନସର ପରି ଏହା ଆରମ୍ଭରୁ ବେଳେବେଳେ ଜଣାପଡ଼େ ନାହିଁ ଏବଂ ଏହାର ଛୋଟ ଛୋଟ ଲକ୍ଷଣକୁ ମହିଳାମାନେ ଅଣଦେଖା କରିବା ଦ୍ୱାରା ରୋଗ ଅଧିକ ବଢ଼ିଯାଏ ଓ ମୃତ୍ୟୁମୁଖରେ ପଡିଥାନ୍ତି । ତେଣୁ ଆରମ୍ଭରୁ ଏହାର ଲକ୍ଷଣଗୁଡିକୁ ଚିହ୍ନିବା ଜରୁରୀ ।
ପ୍ରଥମେ ଜାଣିବା ଏଜିଂ ବା ବୟସବୃଦ୍ଧିର ପ୍ରକ୍ରିୟା କିପରି ହୁଏ। ଆପଣ ଜାଣନ୍ତି କି, ଆମ ଶରୀରର ପ୍ରତି କୋଷ ବା ସେଲ୍ ନିଜ ସମୟକାଳ ପରେ ମରିଯାଆନ୍ତି ଏବଂ ବିଭାଜନ ଦ୍ୱାରା ନୂଆ ସେଲ୍ ତିଆରି ହୋଇଥଆନ୍ତି। ଏହାକୁ ରିଜେନେରେସନ୍ କୁହାଯାଏ। ଏଥିପାଇଁ ଆମ ଶରୀରର କୌଣସି ଅଙ୍ଗ କିମ୍ୱା ତ୍ୱଚାରେ କୌଣସି କ୍ଷତ ହେଲେ ମଧ୍ୟ ଏହା ଜଲ୍ଦି ଭରଣ ହୋଇଯାଏ। ଏହି କୋଷ ବିଭାଜନ ବା ନୂତନକରଣ ଆମର ବୟସ ବଢ଼ିବା ସଙ୍ଗେ ସଙ୍ଗେ ଧୀର ହେବାକୁ ଲାଗେ ଏବଂ ଏକ ନିର୍ଦ୍ଦିଷ୍ଟ ବୟସ ପରେ ଏହା ଖୁବ୍ ଶୀଥିଳ ହୋଇଯାଏ।
ଆପଣଙ୍କ ଘର ପାଖାପାଖି ନିଶ୍ଚିତ ସଦାବିହାରୀ ଗଛ ଥିବା ଦେଖିଥିବେ। ଏହା ଏକ ଜଡିବୁଟି। ଏହାର ଫୁଲ ବାର ମାସ ଫୁଟିଥାଏ। ଏହି ଗଛର ୮ଟି ପ୍ରଜାତି ମିଳିଥାଏ। ଏହାର ପତ୍ର, ମୂଳ ଏବଂ ଡାଳରୁ ବାହାରୁଥିବା କ୍ଷୀର ବିଷାକ୍ତ ହୋଇଥାଏ। ଏହି କାରଣରୁ, କୌଣସି ପଶୁ ଜନ୍ତୁ ଏହାକୁ ଖାଆନ୍ତି ନାହିଁ।
ଆଧୁନିକ ଜୀବନଶୈଳୀ ଓ ଖାଦ୍ୟପେୟ ଯୋଗୁଁ ଏବେ ଘରେ ଘରେ ଡାଇବେଟିସ୍ ରୋଗୀ। ଏହି ରୋଗୀମାନେ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଯତ୍ନବାନ ରହିବା ଜରୁରୀ। କାରଣ ଖାଦ୍ୟରେ ଟିକିଏ ଗଡବଡ ହେଲେ ବ୍ଲଡସୁଗାର ବଢିଯାଏ। ଖାସ୍ କରି ସକାଳ ଜଳଖିଆ ପ୍ରତି ଅଧିକ ଧ୍ୟାନ ଦେବା ଜରୁରୀ। ଆସନ୍ତୁ ଜାଣିବା ଡାଇବେଟିସ୍ ରୋଗୀ ସକାଳୁ କ'ଣ ଖାଇବେ, ଯାହା ଦ୍ୱାରା ସୁଗାର ସ୍ତର ଆଦୌ ବଢିବନି।
ଖାଇବା ପୂର୍ବରୁ ଦୁଇ ପାଖୁଡ଼ା ରସୁଣ; ଦୂର କରେ ଏହି ସବୁ ସ୍ୱାସ୍ଥ୍ୟ ସମସ୍ୟା
ଶିବଙ୍କର ଅତି ପ୍ରିୟ ହେଉଛି ବେଲପତ୍ର । ଏହାକୁ ଶିବଙ୍କ ମସ୍ତକରେ ଲାଗି କରାଯାଏ । ବେଲପତ୍ର କେବଳ ଆସ୍ଥା ଓ ବିଶ୍ୱାସ ସହ ଜଡିତ ନୁହେଁ ବରଂ ଏହା ଅନେକ ଔଷଧୀୟ ଗୁଣରେ ଭରପୂର । ଏହି ପତ୍ରରେ ଭିଟାମିନ ଏ, ବି, ସି, କ୍ୟାଲସିୟମ ଓ ଆଇରନ ରହିଛି । ପ୍ରତିଦିନ ଖାଲିପେଟରେ ବେଲପତ୍ର ଖାଇଲେ ଶରୀରକୁ ଅନେକ ଲାଭ ମିଳିଥାଏ । ଆସନ୍ତୁ ଜାଣିବା ବେଲପତ୍ରରୁ କ'ଣ ସବୁ ଫାଇଦା ହୁଏ...
ପ୍ରଥମେ ଜାଣିବା ଏସବୁ ପ୍ୟାକ୍ ହୋଇ ମିଳୁଥିବା ପରିବା ବା ଅନ୍ୟ ପ୍ରକ୍ରିୟାକୃତ ଖାଦ୍ୟ ଏତେ ଦିନ ସତେଜ ରହୁଛି କିପରି। ଆପଣ ଘରକୁ ଯଦି କୌଣସି ରନ୍ଧା ଦ୍ରବ୍ୟ ଆଣୁଛନ୍ତି ତାହା ଅତିବେଶୀରେ ୪ରୁ ୫ଦିନ ପର୍ଯ୍ୟନ୍ତ ହିଁ ଉପଯୋଗୀ ହୋଇଥାଏ। ତେବେ ପ୍ୟାକେଟ୍ରେ ରହି ଫ୍ରୋଜେନ୍ ହେବା ଫଳରେ ଏହି ଖାଦ୍ୟରେ ପୋଷକ ତତ୍ୱ ଥାଏ କି ନାହିଁ ? ଏହାର ମୁଖ୍ୟ ଉପାଦାନ ହେଉଛି ପ୍ରିଜରଭେଟିଭ୍। ତେବେ ମାଂସ ଓ ମାଛ ପରି ଖାଦ୍ୟ ଫ୍ରୋଜେନ୍ ହୋଇ ରଖାଯିବାରେ କୌଣସି ପୋଷକ ନଷ୍ଟ ହୁଏ ନାହିଁ।
ଏମିତି କିଛି ଜିନିଷ ଅଛି ଯାହା ସହିତ କଲରା ଖାଇବା ଅନୁଚିତ। କାରଣ ଏଥିରେ ଥିବା ପୋଷକ ତତ୍ତ୍ୱ ଏବଂ ସ୍ୱାଦ କିଛି ଜିନିଷ ସହିତ ମିଶିଲେ ନକରାତ୍ମକ ପ୍ରତିକ୍ରିୟା କରେ। ତେବେ ଆସନ୍ତୁ ଜାଣିବା କେଉଁ ଖାଦ୍ୟ ସହିତ କଲରା ଖାଇବା ଉଚିତ ନୁହେଁ।
ଭାରତୀୟ ଆୟୁର୍ବେଦରେ ଅନେକ ଆଶ୍ଚର୍ଯ୍ୟକାରୀ ଔଷଧ ରହିଛି। ଏଥିପାଇଁ ବିଶେଷକିଛି ଖର୍ଚ୍ଚ ହୁଏନାହଁ, ଏଲୋପାଥି ପରି ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ନାହିଁ। ଆଜି ଚୁଟି ଝଡ଼ିବା ଓ ପାଚିବା ବିଷୟରେ ଟିପ୍ସ।
ବିଭିନ୍ନ ଜଳବାୟୁ ଓ ବାୟୁମଣ୍ଡଳିୟ ପରିବର୍ତ୍ତନ କାରଣରୁ ମଧ୍ୟ ହାତ-ପାଦରୁ ଚମଡା ଛାଡିପାରେ। ଶୀତ ଋତୁରେ ବାୟୁମଣ୍ଡଳରେ ଆଦ୍ରତା କମ୍ ରହିଥାଏ ଏବଂ ଶୁଷ୍କ ପବନ ବୋହିଥାଏ। ଏହା ତ୍ବଚାକୁ ଶୁଷ୍କ, ରୁକ୍ଷ କରି ଫଟାଇ ଦିଏ ଏବଂ ଚୋପା ଛାଡିଲା ପରି ଚମଡା ଛାଡିଯାଏ। ଶୀତ ଋତୁରେ ସ୍ନାନ ପରେ ମଏଶ୍ଚରାଇଜର୍ ଲଗାଇବା ଉଚିତ। ଅତ୍ୟଧିକ ଗରମପାଣିରେ ନଗାଧୋଇ, ହାଲୁକା ଉଷୁମପାଣି ବ୍ୟବହାର ଭଲ।
ରାତି ସାରା ଏସି ଲଗାଇ ଶୋଇବା ଯୋଗୁଁ ଶରରୀର ତାପମାତ୍ରା କମ୍ ହୋଇଯାଇଥାଏ। ଏହି କାରଣରୁ ହଜମ ପ୍ରକ୍ରିୟା ବି ପ୍ରଭାବିତ ହୋଇଥାଏ। କାରଣ ସବୁବେଳେ ଥଣ୍ଡା ତାପମାତ୍ରାରେ ରହିଲେ ପାଚନ କ୍ରିୟା ବାଧାପ୍ରାପ୍ତ ହୋଇଥାଏ।
ଯଦି ଶରୀରରେ ପ୍ରୋଟିନ୍ ଠିକ୍ରେ ଉପଯୋଗ ନ ହୁଏ ତେବେ ଏହା ଫ୍ୟାଟ୍ରେ ରୂପାନ୍ତରିତ ହୋଇଯାଏ ଏବଂ ଶରୀରରେ ଜମି ରହେ। ଏଣୁ ଏହା ଓଜମ କମ୍ କରିବା ପରିବର୍ତ୍ତେ ଓଜନ ବଢ଼ାଇଦିଏ।