ମୋବାଇଲ୍ ଫୋନ୍ ଆମ ଜୀବନକୁ ଯେମିତି ସହଜ କରିଛି, ତା’ ଠାରୁ ଅଧିକ ବିପଦ ଆଡକୁ ନେଇଛି। ଏହା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଉଛି।
ମୋବାଇଲ୍ ଫୋନର ଅତ୍ୟଧିକ ବ୍ୟବହାର ଉଭୟ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ଜଣାପଡିଛି। ଏଥିରୁ ବାହାରୁଥିବା ନୀଳ ଆଲୋକ ଏବଂ ବିକିରଣର ଅନେକ ସମସ୍ୟା ଆଣୁଛି।
ମୋବାଇଲ୍ ଫୋନର ଅତ୍ୟଧିକ ବ୍ୟବହାର ମଧ୍ୟ ପ୍ରଜନନ ସମସ୍ୟାକୁ ବୃଦ୍ଧି କରୁଛି। ମୋବାଇଲ୍ ଫୋନରୁ ନିର୍ଗତ ହେଉଥିବା ବିକିରଣ ଶୁକ୍ରାଣୁ ଗୁଣକୁ କ୍ଷତି ପହଞ୍ଚାଉଛି।
ବିଶେଷଜ୍ଞଙ୍କ ମତରେ ନିମ୍ନ ସ୍ତରର ରେଡିଓଫ୍ରିକ୍ୱେନ୍ସି ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ କ୍ଷେତ୍ର ନିର୍ଗତ କରୁଥିବା ମୋବାଇଲ୍ ଫୋନ୍ ପୁରୁଷଙ୍କ ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଉଛି।
ସ୍ୱିସ୍ ଲୋକଙ୍କ ଉପରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ମୋବାଇଲ୍ ଫୋନର ବ୍ୟବହାର ସହିତ ଶୁକ୍ରାଣୁର ସାନ୍ଧ୍ରତା ଏବଂ ଗଣନା ହ୍ରାସ ପାଉଛି।
ମୋବାଇଲ୍ ଫୋନ୍କୁ ନେଇ କୁହାଯାଏ ଯେ ଫୋନକୁ ପ୍ୟାଣ୍ଟ୍ ପକେଟରେ ରଖିବା ମଧ୍ୟ ଯୌନ କ୍ଷମତା ଉପରେ ପ୍ରଭାବ ପକାଇଥାଏ।
ମୋବାଇଲ୍ ଶାରୀରିକ ନିଷ୍କ୍ରିୟତାକୁ ବଢାଇଥାଏ, ଯାହା ସ୍ପଷ୍ଟ ଭାବରେ ପ୍ରଜନନ ବ୍ୟାଧି ପାଇଁ ଏକ ପ୍ରମୁଖ କାରଣ ହୋଇଥାଏ।