Dizziness: ଉଠିବା ମାତ୍ରେ ମୁଣ୍ଡ ବୁଲାଉଛି କି ? ହୋଇଯାଆନ୍ତୁ ସତର୍କ

Author: Namita Biswal | Credit: Canva

ବେଳେବେଳେ ବସିବା ସ୍ଥାନରୁ ହଠାତ୍ ଉଠିପଡିବା ମାତ୍ରେ ମୁଣ୍ଡ ବୁଲାଇଦିଏ । ଆପଣ ବି କେବେ ଏପରି ଅନୁଭବ କରିଛନ୍ତି ? ଅଧିକାଂଶ ଲୋକେ ଏହାକୁ ସାଧାରଣ ଭାବି ଅଣଦେଖା କରନ୍ତି । ମାତ୍ର ଏପରି ମୁଣ୍ଡ ବୁଲାଇବା କିଛି ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟାର ଲକ୍ଷଣ ବି ହୋଇପାରେ । ଜାଣନ୍ତୁ କାହିଁକି ବେଳେବେଳେ ଛିଡା ହେବା ପରେ ମୁଣ୍ଡ ବୁଲାଏ ।

Author: Namita Biswal | Credit: Canva

ଡିହାଇଡ୍ରେସନ: ଶରୀରରେ ଜଳୀୟଅଂଶ ଅଭାବ ବା ଡିହାଇଡ୍ରେସନରୁ ମୁଣ୍ଡ ବୁଲାଇଥାଏ । ଶରୀରକୁ ଯଥେଷ୍ଟ ତରଳ ପଦାର୍ଥ ନମିଳିଲେ ବ୍ଲଡ ଭଲ୍ୟୁମ କମିଯାଏ । ଏହା ବ୍ଲଡପ୍ରେସର କମାଇଥାଏ । ଫଳରେ ହଠାତ୍ ବସିବା ଜାଗାରୁ ଉଠିବା ମାତ୍ରେ କିଛି ସମୟ ମୁଣ୍ଡ ବୁଲାଇବା ଭଳି ଅନୁଭବ ହୁଏ ।

Author: Namita Biswal | Credit: Canva

ଅଧିକ ସମୟ ବସିବା/ଶୋଇବା: ଆପଣଙ୍କ ଶରୀରର ସ୍ଥିତି ବ୍ଲଡପ୍ରେସରକୁ ପ୍ରଭାବିତ କରିପାରେ । ତେଣୁ ଅଧିକ ସମୟ ଗୋଟିଏ ସ୍ଥାନରେ ବସିଥିଲେ କିମ୍ବା ଶୋଇଲେ, ହଠାତ୍ ଉଠିବା ମାତ୍ରେ ବ୍ଲଡପ୍ରେସର ହ୍ରାସ ପାଏ । ଏହି କାରଣରୁ ମୁଣ୍ଡ ବୁଲାଇଦିଏ । ଏହି ଅବସ୍ଥାକୁ ଅର୍ଥୋଷ୍ଟାଟିକ୍ ହାଇପୋଟେନସନ କୁହନ୍ତି ।

Author: Namita Biswal | Credit: Canva

ଅତ୍ୟଧିକ ଗରମ ହେବା: ପ୍ରବଳ ଗରମ ହେଲେ ଶରୀରରୁ ଅତ୍ୟଧିକ ଝାଳ ବୁହେ, ଯାହାକି ଡିହାଇଡ୍ରେସନର କାରଣ ହୋଇପାରେ । ଡିହାଇଡ୍ରେସନ ଶରୀରର ତାପମାତ୍ରା ନିୟନ୍ତ୍ରଣ କରିବାର କ୍ଷମତା ପ୍ରଭାବିତ କରେ । ଏହା ରକ୍ତ ଭଲ୍ୟୁମ୍ କମାଇବା ସହ ରକ୍ତଚାପ ହ୍ରାସ କରେ ।

Author: Namita Biswal | Credit: Canva

ଆଇରନ ଅଭାବ: ଶରୀରରେ ଆଇରନ ଅଭାବ ହେଲେ ରକ୍ତହୀନତା ଦେଖାଯାଏ । ଏହି କାରଣରୁ ମୁଣ୍ଡ ବୁଲାଇବା, ଦୁର୍ବଳ ଲାଗିବା ଆଦି ସମସ୍ୟା ହୁଏ । ରକ୍ତହୀନତାରେ ଶରୀରରେ ଲୋହିତ ରକ୍ତକଣିକା ଅଭାବ ହୋଇଥାଏ । ଫଳରେ ଶରୀରକୁ ପର୍ଯ୍ୟାପ୍ତ ଅକ୍ସିଜେନ ମିଳିପାରେନି । ମସ୍ତିଷ୍କରେ କମ୍ ଅମ୍ଲଜାନ ପହଞ୍ଚିବା ଯୋଗୁଁ ମୁଣ୍ଡ ବୁଲାଇଥାଏ ।

Author: Namita Biswal | Credit: Canva

ଔଷଧ ପାର୍ଶ୍ବପ୍ରତିକ୍ରିୟା: ଯଦି ଲାଗାତାର ଆପଣଙ୍କ ମୁଣ୍ଡ ବୁଲାଉଥାଏ, ଏହା ପଛରେ ଆପଣ ଖାଉଥିବା କିଛି ଔଷଧର ପାର୍ଶ୍ୱପ୍ରତିକ୍ରିୟା ହୋଇପାରେ । ହାଇବ୍ଲଡପ୍ରେସର, ଛାତି ଯନ୍ତ୍ରଣା, ଡିପ୍ରେସନ ଆଦି ସମସ୍ୟାର ଔଷଧ ସେବନ ଯୋଗୁଁ ବେଳେବେଳେ ମୁଣ୍ଡ ବୁଲାଇବା ସମସ୍ୟା ଦେଖାଯାଇପାରେ ।

Author: Namita Biswal | Credit: Canva

ହୃଦରୋଗ: ମୁଣ୍ଡ ବୁଲାଇବାର ଆଉ ଏକ କାରଣ ହୃଦରୋଗ ହୋଇପାରେ । ଯଦି ଆପଣଙ୍କ ହାର୍ଟ ଫେଲିଓର ଥାଏ, ତାହେଲେ ହାର୍ଟ ଶରୀରକୁ ଯଥେଷ୍ଟ ରକ୍ତ ସଞ୍ଚାଳନ କରିପାରେ ନାହିଁ । ଏହାଯୋଗୁଁ ଲୋ ବ୍ଲଡପ୍ରେସର ସମସ୍ୟା ହୁଏ । ଆପଣ ବସିବା ସ୍ଥାନରୁ ଉଠିବା ମାତ୍ରେ ହଠାତ୍ ମୁଣ୍ଡ ବୁଲାଇଦିଏ ।