Advertisment

Rourkela Govt Hospital: ସରକାରୀ ହସ୍ପିଟାଲରେ ବ୍ୟାପକ ଅବ୍ୟବସ୍ଥା; ଖାଲି ପଡିଛି ୫୬ଟି ଡାକ୍ତର ପଦବୀ...

ରାଉରକେଲା ସରକାରୀ ହସ୍ପିଟାଲ। ଏଠାକୁ ଦୈନିକ ଆସୁଛନ୍ତି ଶତାଧିକ ରୋଗୀ। ସୁନ୍ଦରଗଡ ସମେତ ପଡୋଶୀ ଝାଡଖଣ୍ଡ ରାଜ୍ୟର ବହୁ ରୋଗୀ ଏହା ଉପରେ ନିର୍ଭର କରିଥାନ୍ତି। ରୋଗୀଙ୍କ ଚିକିତ୍ସା କରିବ କଣ ଖୋଦ୍ ହସ୍ପିଟାଲର ଟ୍ରିଟମେଣ୍ଟ କରିବା ଜରୁରୀ ହୋଇପଡିଛି।

author-image
Sujit kumar Swain
ଅଦ୍ୟତନ ହୋଇଛି
Rourkela Govt Hospital

Rourkela Govt Hospital

ରାଉରକେଲାରେ ଏକ ମାତ୍ର ସରକାରୀ ହସ୍ପିଟାଲରେ ବ୍ୟାପକ ଅବ୍ୟବସ୍ଥା । ନାହିଁ ନାହିଁରେ ଚାଲିଛି ଆରଜିଏଚ୍। ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ଓ ଆରଜିଏଚ୍ ଏକ ସଙ୍ଗେ ଆରମ୍ଭ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସୁଧୁରିନି ଅବସ୍ଥା । ନା ଅଛନ୍ତି ବିଶେଷଜ୍ଞ ଡାକ୍ତର, ନା ଅଛି ଆଇସିୟୁ । ସାମାନ୍ୟ ରେଡିଓଲୋଜିଷ୍ଟ ପଦଟିଏ ମଧ୍ୟ ପୁରଣ ହୋଇ ପାରିନି । ପ୍ରତିଦିନ ଆରଜିଏଚ୍ ଉପରେ ୮ଶହରୁ ଅଧିକ ରୋଗୀ ଆସନ୍ତି କିନ୍ତୁ ନିରାଶ ହୋଇ ଅନ୍ୟ ହସପିଟାଲ ଯାଉଛନ୍ତି। ଗତ ବର୍ଷ ଅତ୍ୟଧିକ ଖରା ପାଇଁ ୨୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା । ଆଉ ସରକାର ହରଡ ଘଣାରେ ଫସିଥିଲେ । 

Advertisment

ରାଉରକେଲା ସରକାରୀ ହସ୍ପିଟାଲ। ଏଠାକୁ ଦୈନିକ ଆସୁଛନ୍ତି ଶତାଧିକ ରୋଗୀ। ସୁନ୍ଦରଗଡ ସମେତ ପଡୋଶୀ ଝାଡଖଣ୍ଡ ରାଜ୍ୟର ବହୁ ରୋଗୀ ଏହା ଉପରେ ନିର୍ଭର କରିଥାନ୍ତି। ରୋଗୀଙ୍କ ଚିକିତ୍ସା କରିବ କଣ ଖୋଦ୍ ହସ୍ପିଟାଲର ଟ୍ରିଟମେଣ୍ଟ କରିବା ଜରୁରୀ ହୋଇପଡିଛି। ଆବଶ୍ୟକୀୟ ଭିତ୍ତିଭୂମି ନଥିବା ବେଳେ ଡାକ୍ତଙ୍କ ଘୋର୍ ଅଭାବ। ଆରଜିଏଚ୍ ଓ କ୍ୟାପିଟାଲ ହସ୍ପିଟାଲ ଏକ ସଙ୍ଗେ ଆରମ୍ଭ ହୋଇଥିଲା। ଆଜି କିନ୍ତୁ କ୍ୟାପିଟାଲ ହସପିଟାଲରେ ବହୁ ବିଭାଗରେ ପିଜି ଆରମ୍ଭ ହୋଇଛି। କ୍ୟାପିଟାଲ ହସ୍ପିଟାଲରେ ବହୁ ସୁବିଧା ମଧ୍ୟ ମିଳୁଛି। କିନ୍ତୁ ଆରଜିଏଚ୍ କେବଳ ନାମକୁ ମାତ୍ର ରହିଛି। ଏଠାରେ ମୋଟ୍ ୧୩୮ ଜଣ ଡାକ୍ତର ରହିବା କଥା । ଏବେ କିନ୍ତୁ ୮୨ ଜଣ ଡାକ୍ତର ଅଛନ୍ତି। ବିଭିନ୍ନ ବିଭାଗରେ ୫୬ଟି ଡାକ୍ତର ପଦବୀ ଖାଲି ପଡିଛି। କାର୍ଡିଓଲୋଜି, ଅର୍ଥୋ, ପାଥୋଲୋଜି ଭଳି ବହୁ ବିଭାଗରେ ଡାକ୍ତର ନାହାନ୍ତି । କିଛି ବି ବଡ ଟେଷ୍ଟ କରିବାକୁ ହେଲେ ରୋଗୀ ଅନ୍ୟତ୍ର ଯିବାକୁ ବାଧ୍ୟ ହେଉଛି । 

ଅଧିକ ପଢ଼ନ୍ତୁ: ଡାକ୍ତର ମରୁଡ଼ି: ରାଜ୍ୟରେ ଫାଙ୍କା ପଡ଼ିଛି ୫ହଜାର ୮୩୪ ଡାକ୍ତର ପଦବୀ...

Advertisment

ଗତବର୍ଷ ମେ ୩୦ ତାରିଖରେ ରାଉରକେଲା ସରକାରୀ ହସ୍ପିଟାଲକୁ ଏକ ସଙ୍ଗେ ଆସିଥିଲା ୧୦ ଜଣଙ୍କ ମୃତଦେହ। ଅତ୍ୟଧିକ ଖରା ପାଇଁ ସମସ୍ତଙ୍କ ପ୍ରାଣ ଯାଇଥିଲା । ସେତେବେଳେ ପୁରା ସରକାରୀ କଳ ଆରଜିଏଚକୁ ଆସି ଡେରା ପକାଇଥିଲେ। ପୁରା ରାଜ୍ୟରେ ସେ ଘଟଣା ଚହଳ ପକାଇଥିଲା। ଏବର୍ଷ ସେମିତି ଅବସ୍ଥା ହେବ ନାହିଁ ତ ? ଡାକ୍ତରଙ୍କ ଅଭାବ, ଆବଶ୍ୟକ ଭିତ୍ତିଭୂମି ନାହିଁ । ଆରଜିଏଚ୍ ନିର୍ଦ୍ଦେଶକ କହିଛନ୍ତି ଏଥର ଗ୍ରୀଷ୍ମ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି। 

ରାଉରକେଲା ଅତିରିକ୍ତ ଜିଲ୍ଳାପାଳ କହିଛନ୍ତି ସମସ୍ତ ଘଟଣା ସମ୍ପର୍କରେ ଅବଗତ ଅଛନ୍ତି। ଏନେଇ ସେ ସରକାରଙ୍କ ସହ ଆଲୋଚନା କରିଥିବା କହିଛନ୍ତି ।  ନୂଆ ସରକାର ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଧାରିବାରେ କେତେ ସକ୍ଷମ ହେଉଛି ତାହା ସମୟ କହିବ। 

ଅଧିକ ପଢ଼ନ୍ତୁ: ବ୍ୟାୟାମ କରିବାକୁ ସମୟ ନାହିଁ କି… ଯିବା-ଆସିବା ଭିତରେ କରନ୍ତୁ ଏହି ୪ ଯୋଗ

Rourkela Hospital Rourkela Govt Hospital Govt Hospital
Advertisment
Advertisment