/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741826350.jpeg)
ଗଜା ମୁଗ ଖାଇଲେ ରହିବେ ଫିଟ୍ ।
ଗଜା ମୁଗରେ ଭରପୁର ପ୍ରୋଟିନ୍ ରହିଥାଏ । ଯଦି ଆପଣ ସକାଳ ଖାଦ୍ୟରେ ରାତିସାରା ପାଣିରେ ଭିଜା ମୁଗ ବା ଗଜା ମୁଗକୁ ସାମିଲ କରିବେ, ତାହାଲେ ଆପଣଙ୍କୁ ଭରପୁର ଶକ୍ତି ମିଳିବ ଏବଂ ଆପଣ ସୁସ୍ଥ ରହିବେ ।
ଗଜା ମୁଗ ଏକ ସମ୍ପୂର୍ଣ୍ଣ ପୁଷ୍ଟିକର ତତ୍ତ୍ଵରେ ଭରପୁର ସୁପରଫୁଡ୍ । ଯାହା ଆପଣଙ୍କ ଶରୀରକୁ ପ୍ରଚୁର ଶକ୍ତି, ପୁଷ୍ଟିସାର ପ୍ରଦାନ କରିଥାଏ । ଗଜା ମୁଗରେ ରହିଥିବା ଫାଇବର ଆପଣଙ୍କ ପାଚନ ତନ୍ତ୍ରକୁ ଶକ୍ତିଶାଳୀ କରିଥାଏ । ଏହା ଅନ୍ତନଳୀକୁ ସୁସ୍ଥ ରଖେ, କୋଷ୍ଠକାଠିନ୍ୟ ଦୂର କରେ, ପେଟକୁ ହାଲୁକା ଏବଂ ଆରାମଦାୟକ ରଖିଥାଏ ।
ଯଦି ଆପଣଙ୍କର ଏସିଡିଟି କିମ୍ବା ପେଟ ଫୁଲିବା ସମସ୍ୟା ଅଛି । ତେବେ ପ୍ରତିଦିନ ସକାଳେ ଗଜା ମୁଗ ଖାଇବା ଲାଭଦାୟକ ହୋଇପାରେ । ସେହିପରି ଆପଣ ଯଦି ଶାକାହାରୀ ଏବଂ ଆପଣଙ୍କ ଶରୀରକୁ ପ୍ରାକୃତିକ ପ୍ରୋଟିନ୍ ଯୋଗାଇବାକୁ ଚାହୁଁଛନ୍ତି , ତେବେ ଗଜା ମୁଗ ସବୁଠୁ ଭଲ ।
ଏହା ମାଂସପେଶୀକୁ ସୁଦୃଢ଼ କରିବା ସହିତ ଟିସୁ ଏବଂ ଶରୀରର ବୃଦ୍ଧିରେ ସାହାଯ୍ୟ କରିଥାଏ । ଓଜନ ହ୍ରାସ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଗଜା ମୁଗ ଏକ ଔଷଧ ପରି କାମ କରେ । ଗଜା ମୁଗ ଏକ କମ୍ କ୍ୟାଲୋରୀ ଏବଂ ଉଚ୍ଚ ଫାଇବରଯୁକ୍ତ ଖାଦ୍ୟ । ଯାହାକୁ ଖାଇଲେ ପେଟ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରହିଥାଏ । ଫଳରେ ଅସ୍ଵାସ୍ଥ୍ୟକର ଖାଦ୍ୟ ଖାଇବାକୁ ଇଚ୍ଛା ହୁଏ ନାହିଁ ।
ସେହିପରି ଗଜା ମୁଗରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍ ’ଇ’ ତ୍ବଚାକୁ ଉଜ୍ଜ୍ଵଳ ରଖେ । ଏହା ସହିତ ଏଥରେ ଥିବା ପ୍ରୋଟିନ ଏବଂ ଖଣିଜ ପଦାର୍ଥ କେଶକୁ ମଜବୁତ ଏବଂ ଘନ କରିବାରେ ସାହାଯ୍ୟ କରେ । ପ୍ରତିଦିନ ସକାଳେ ଗଜା କଞ୍ଚା ଚଣା ଖାଇବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ ହୁଏ । ଯାହା ଶରୀରକୁ ହାଲୁକା ଏବଂ ଶକ୍ତିଶାଳୀ ଅନୁଭବ କରାଏ ।
ଅଧିକ ପଢ଼ନ୍ତୁ : ସୁସ୍ଥ କେଶ ଓ ନଖ ପାଇଁ କେଉଁ ଖାଦ୍ୟରୁ ପାଇବେ ‘ବାୟୋଟିନ୍’
Shocking Incident: ଶବ ଉଠିଲା ଭୟ ଦେଖାଇଲା, ଚାରିଆଡ଼େ ଖେଳିଗଲା....

PM Modi: ମୋଦିଙ୍କୁ ଭେଟିଲେ ପଟେଲଙ୍କ ପରିବାର ଲୋକ, ଏକ୍ସରେ ଫଟୋ ପୋଷ୍ଟ କଲେ ପ୍ରଧାନମନ୍ତ୍ରୀ

Radhapada Darshan: ରାଜାଙ୍କୁ ସ୍ୱପ୍ନେଇଲେ ମହାପ୍ରଭୁ, କହିଲେ ଭୋଗବୁହା ବାଟରେ ବସି, ପିଠାମିଠା ଅଇଁଠା କରୁଛନ୍ତି ସାକ୍ଷୀଗୋପାଳ, ଆମେ ରହୁଛୁ ଉପବାସ

PM Modi Warns Enemies: ଆଖି ଉଠାଇ ଦେଖିଲେ ଘରେ ପଶି ମାରିବୁ , ଅପରେସନ ସିନ୍ଦୂର ତାର ପ୍ରମାଣ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)