ମେଲ୍ବର୍ଣ୍ଣ ଟେଷ୍ଟରେ ଅଷ୍ଟ୍ରେଲିଆ ଠାରୁ ପରାଜିତ ହୋଇଛି ଟିମ୍ ଇଣ୍ଡିଆ । ଏହା ଫଳରେ ଡବ୍ଲ୍ୟୁଟିସିରେ ଭାରତର ସିଧାସଳଖ ଫାଇନାଲ୍ରେ ପ୍ରବେଶ ସମ୍ଭାବନା ଉପରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ବର୍ଡର-ଗାଭାସ୍କର ଟ୍ରଫି ପରେ ଟେଷ୍ଟରୁ ଅବସର ନେବେ କି ଅଧିନାୟକ ରୋହିତ ଶର୍ମା?
ଯଦି ଟିମ୍ ଇଣ୍ଡିଆ ବର୍ଡର-ଗାଭାସ୍କର ଟ୍ରଫିରେ ବି ପରାଜିତ ହେବ, ତା’ହେଲେ ଗୌତମ ଗମ୍ଭୀରଙ୍କ ଠାରୁ ଟେଷ୍ଟ ଟିମ୍ର କୋଚିଂ ଦାୟିତ୍ୱ କାଢ଼ି ନିଆଯାଇପାରେ । ଏହାପରେ ଏନ୍ସିଏ ମୁଖ୍ୟ ତଥା ପୂର୍ବତନ କ୍ରିକେଟର୍ ଭିଭିଏସ୍ ଲକ୍ଷ୍ମଣ ହୋଇପାରନ୍ତି ଟେଷ୍ଟ ଟିମ୍ର ନୂଆ କୋଚ୍ । ଏହାକୁ ନେଇ ଏବେ ଭାରତୀୟ କ୍ରିକେଟ୍ ମହଲରେ ଚାଲିଛି ଚର୍ଚ୍ଚା ।
ଅଷ୍ଟ୍ରେଲିଆ-ଏ ଓ ଭାରତ-ଏ ମଧ୍ୟରେ ଚାଲିଛି ପ୍ରଥମ ଅନ୍ଫିସିଆଲ ଟେଷ୍ଟ । ପ୍ରଥମରୁ ଖରାପ ପ୍ରଦର୍ଶନ କରିଛି ଭାରତ-ଏ । ଧ୍ରୁବ ଜୁରେଲଙ୍କ ୮୦ ରନ୍ ବଳରେ ଭାରତ-ଏ ମାତ୍ର ୧୬୧ ରନ୍ କରିପାରିଛି ।
କୋହଲିଙ୍କ ପାଇଁ ୫୮ କିଲୋମିଟର । ୧୫ ବର୍ଷୀୟ କିଶୋର ଆସିଲେ .. ସେ ପୁଣି ସାଇକେଲ୍ରେ ।
ଏଣିକି ଧନୀ ହେବେ ଟେଷ୍ଟ କ୍ରିକେଟର। ମ୍ୟାଚ୍ ଫି ଛଡ଼ା ମିଳିବ ଇନସେନଟିଭ୍ ଟଙ୍କା। BCCI ର କହିବାନୁଯାୟୀ, ଗୋଟିଏ ସିଜିନରେ ଯଦି କୌଣସି ଖେଳାଳି ଭାରତ ପାଇଁ ୭୫%ରୁ ଅଧିକ ମ୍ୟାଚ୍ ଖେଳନ୍ତି, ତା’ହେଲେ ତାଙ୍କୁ ମ୍ୟାଚ୍ ଫି ସହ ଅତିରିକ୍ତ ୪୫ ଲକ୍ଷ ଟଙ୍କା ମିଳିବ।
ରାଜକୋଟ୍ ଟେଷ୍ଟ ଜିତିଲା ଭାରତ, ଧରାଶାୟୀ ହେଲା ଇଂଲଣ୍ତ । ୪ର୍ଥ ଦିନରେ ୪୩୪ ରନ୍ରେ ଜିତିଲା ଟିମ୍ ଇଣ୍ତିଆ ।
ବିଶାଖାପାଟଣାରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ଆଜି ଥିଲା ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନରେ ଯଶ୍ୱସୀ ଜୟସ୍ୱାଲ ଦମଦାର ଦ୍ୱିଶତକ ହାସଲ କରି ଭାରତକୁ ଭ୍ରମଣକାରୀ ଦଳ ବିପକ୍ଷରେ ଏକ ବଡ଼ ସ୍କୋର କରିବାରେ ସଫଳ ହୋଇଥିଲେ।
ୱାର୍ଣ୍ଣର ୧୧୧ଟି ଟେଷ୍ଟରୁ ୪୪.୫୮ ଆଭରେଜରେ ୮,୬୯୫ ରନ୍ କରିଛନ୍ତି । ୨୦୩ଟି ଇଂନିସ ମଧ୍ୟରେ ରହିଛି ୨୬ଟି ଶତକ ଓ ୩୬ଟି ଅର୍ଦ୍ଧଶତକୀୟ ଇଂନିସ । ତାଙ୍କର ଶ୍ରେଷ୍ଠତମ ସ୍କୋର ହେଉଛି ଅପରାଜିତ ୩୩୫ ।
ବର୍ଷା ଯୋଗୁଁ ଦ୍ୱିତୀୟ ମ୍ୟାଚ୍ ପ୍ରଭାବିତ ହୋଇଥିବା ବେଳେ ଏହା ଡ୍ରରେ ଶେଷ ହୋଇଛି।
ୱେଷ୍ଟଇଣ୍ଡିଜ୍ ଓ ଭାରତ ମଧ୍ୟରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଟିମ୍ ଇଣ୍ଡିଆର ଦବଦବା ରହିଛି । ଘରୋଇ ଦଳ ୱେଷ୍ଟଇଣ୍ଡିଜ୍ ପ୍ରଥମ ଇନିଂସରେ ମାତ୍ର ୧୫୦ ରନରେ ଅଲଆଉଟ୍ ହୋଇଯାଇଛି ।
ଚେତେଶ୍ୱର ପୂଜାରାଙ୍କୁ ବାଦ ଦିଆଯାଇ ଜଶୱାଲ ଓ ରୁତୁରାଜ ଗାଏକୱାଡଙ୍କୁ ଦଳରେ ସାମିଲ କରାଯାଇଛି ।
ଟିମ୍ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ଡବ୍ଲ୍ୟୁଟିସି ଫାଇନାଲ୍ରେ ପରାଜିତ ହେବା ପରେ ଏବେ ପ୍ରଶ୍ନ ଉଠୁଛି ଯେ ରୋହିତ କ’ଣ ଆଗାମୀ ଦୁଇ ବର୍ଷ ଯାଏଁ ଭାରତୀୟ ଟେଷ୍ଟ ଟିମ୍ର ଅଧିନାୟକ ରହିବେ? ଟେଷ୍ଟ ଟିମ୍ର ନେତୃତ୍ୱ ନେବା ପାଇଁ ଏବେ ଭାରତ ପାଖରେ କ’ଣ କୌଣସି ବଳିଷ୍ଠ ବିକଳ୍ପ ନାହାନ୍ତି? କୌଣସି ଯୁବ ଖେଳାଳିଙ୍କୁ କ’ଣ ଦାୟିତ୍ୱ ଦିଆଯାଇପାରିବନି, ଯେପରିକି ଦକ୍ଷିଣ ଆଫ୍ରିକା ପାଇଁ ଗ୍ରେମ୍ ସ୍ମିଥ୍ ଥିଲେ?
ଟେଷ୍ଟ କ୍ରିକେଟର୍ ଅଭିଜ୍ଞ ବ୍ୟାଟର୍ ବିରାଟ କୋହଲିଙ୍କ ନୈରାଶ୍ୟଜନକ ଫର୍ମକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଟିମ୍ ଇଣ୍ଡିଆ ପାଇଁ ଏହା ଚିନ୍ତାର ବିଷୟ ହୋଇଛି। ଘରୋଇ ମାଟିରେ ତ ସେ ବାରମ୍ବାର ବିଫଳ ହେଉଛନ୍ତି, ବିଦେଶରେ ହେବାକୁ ଥିବା ବିଶ୍ୱ ଟେଷ୍ଟ୍ ଚାମ୍ପିଅନ୍ସିପ୍ ଫାଇନାଲ୍ରେ ତାଙ୍କ ଠାରୁ ଟିମ୍ (ଯଦି ଯୋଗ୍ୟତା ହାସଲ କରେ) କ’ଣ ଆଶା କରିବ?
ଆରମ୍ଭ ହେଲା ଭାରତ ଓ ନ୍ୟୁଜିଲାଣ୍ତ ମଧ୍ୟରେ ହେବାକୁ ଥିବା ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ । ସିରିଜର ପ୍ରଥମ ମ୍ୟାଚ୍ କାନପୁରରେ ଖେଳା ଯାଉଛି । ଆଜି ସକାଳ ୯ଟା ୩୦ରେ ମ୍ୟାଚ ଆରମ୍ଭ ହୋଇଛି । ଟିମ୍ ଇଣ୍ତିଆର ଅଧିନାୟକ ଅଜିଙ୍କ୍ୟ ରାହାଣେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଆଜିଠୁ ଇଣ୍ଡିଆ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ। ଓଭାଲରେ ଖେଳାଯିବ ସିରିଜର ଚତୁର୍ଥ ମ୍ୟାଚ। ଚୂଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ିପାରନ୍ତି ଇଶାନ୍ତ ଶର୍ମା।
ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ପରାଜୟ ପରେ ଟିମ୍ ଇଣ୍ଡିଆର ଅଧିନାୟକ ଏବେ ଟାର୍ଗେଟରେ । ଭାରତୀୟ କ୍ରିକେଟ୍ ପ୍ରଶଂସକମାନେ କୋହଲିଙ୍କୁ ଅଧିନାୟକତ୍ୱରୁ ହଟାଇବାକୁ ଦାବି କରୁଛନ୍ତି । କୋହଲି ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକ । କିନ୍ତୁ ତାଙ୍କ…