Chia seeds

ପେଟ ସମସ୍ୟା ଥିବା ବ୍ୟକ୍ତି: ଯଦି ପେଟ ଯନ୍ତ୍ରଣା, ଗ୍ୟାସ୍, କୋଷ୍ଠକାଠିନ୍ୟ କିମ୍ବା ଝାଡ଼ା ଭଳି ସମସ୍ୟାରେ ପୀଡିତ ଅଛନ୍ତି, ତେବେ ଚିଆ ସିଡ୍ସ ଖାଇବାଠାରୁ ଦୂରେଇ ରହିବା ଉଚିତ୍। ନଚେତ୍ ଏହା ସମସ୍ୟା ଦ୍ୱିଗୁଣିତ କରିପାରେ।

କିଡନୀ ରୋଗ: ଯେଉଁମାନଙ୍କର କିଡନୀ ସମ୍ବନ୍ଧୀୟ ସମସ୍ୟା ଥାଏ, ସେମାନେ ଚିଆ ସିଡ୍ସ ଖାଇବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କ ସହ ପରାମର୍ଶ କରିବା ଆବଶ୍ୟକ। କାରଣ ଏଥିରେ ଅଧିକ ପରିମାଣର ଅକ୍ସାଲେଟ୍ ମିଳିଥାଏ, ଯାହା କିଡନୀ ଷ୍ଟୋନ୍ ଆଶଙ୍କାକୁ ବଢାଇପାରେ। ତେଣୁ କିଡନୀ ରୋଗୀ ଚିଆ ସିଡ୍ସ ସେବନ ପୂର୍ବରୁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ।

ଗର୍ଭବତୀ ମହିଳା: ଚିଆ ସିଡ୍ସ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ଡାକ୍ତରମାନେ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କୁ ଚିଆ ସିଡ୍ସରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ଯେଉଁ ବ୍ୟକ୍ତିଙ୍କର ଚିଆ ସିଡ୍ସ ପ୍ରତି ଆଲର୍ଜି ରହିଛି, ସେମାନେ ମଧ୍ୟ ଏହାର ସେବନ ଠାରୁ ଦୂରେଇ ରହିବା ଉଚିତ୍। ତେଣୁ ଚିଆ ସିଡ୍ସକୁ ଡାଏଟରେ ସାମିଲ କରିବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।