୧୪୪ ବର୍ଷର ବିରଳ ସଂଯୋଗରେ ପ୍ରାୟ ୬୪ କୋଟିରୁ ଅଧିକ ଲୋକ ତ୍ରିବେଣୀ ସଂଗମରେ ଆସ୍ଥାର ବୁଡ଼ ପକାଇ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି । ଏଥରର ମହାକୁମ୍ଭକୁ ଦିବ୍ୟ, ଭବ୍ୟ ଓ ଡିଜିଟାଲ୍ କରିବାକୁ ଯୋଗୀ ଓ ମୋଦି ସରକାରଙ୍କ ପ୍ରତିଶ୍ରୁତି ବି ସାକାର ହୋଇଛି ।
ସବୁ ଦେବତା ଭଲ ବେଶ ପୋଷାକ ଧାରଣ କରି, ଶରୀରରେ ସୁଗନ୍ଧିତ ଅତର ଛିଞ୍ଚି ବୁଲୁଥିବା ବେଳେ, ପ୍ରଭୁ ଶିବ କିନ୍ତୁ ଦେହରେ ଭସ୍ମ ପାଉଁଶ ବୋଳି, ମୁଣ୍ଡରେ ଗୋଟେ ଖଣ୍ଡିଆ ଚନ୍ଦ୍ର ଲଗେଇ, ଶ୍ମଶାନରେ ଯାଇ ରୁହନ୍ତି। ଦିନେ ଏହି କଥା ସ୍ୱାମୀଙ୍କୁ ପଚାରିଦେଲେ ମାତା ପାର୍ବତୀ। ପଢ଼ନ୍ତୁ ଏହାର କି ଉତ୍ତର ଦେଲେ ପ୍ରଭୁ ଶିବ।
ମଇଳା ଆବର୍ଜନା ପଡି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ଶ୍ରଦ୍ଧାଳୁଙ୍କ ଭିଡ଼ ସ୍ଥାନୀୟ ଲୋକଙ୍କୁ ଅତିଷ୍ଠ କରି ପକାଇଲାଣି । ପ୍ରଥମେ ପ୍ରଥମେ ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ମାଗଣାରେ ଖାଦ୍ୟପାନୀୟ ଯୋଗାଉଥିବା ଲୋକେ ଏବେ କିନ୍ତୁ ଥକିପଡ଼ିଲେଣି । ତୀର୍ଥଯାତ୍ରୀଙ୍କ ଭିଡ଼ ଆଉ ନିୟନ୍ତ୍ରଣରେ ନାହିଁ । ସ୍ୱଚ୍ଛତା ହେଉ କି ଦଳାଚକଟା,ଏଥିପ୍ରତି କାହାର ନିଘା ନାହିଁ। ଟ୍ରାଫିକ ସମସ୍ୟାରେ ସମସ୍ତେ ଘାଣ୍ଟି ହେଉଛନ୍ତି ।
ଭଗବାନ ଶିବ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି, ସେଥିପାଇଁ ତାଙ୍କୁ ମହାଦେବ କୁହାଯାଏ। ଭୋଳାନାଥଙ୍କ ସହ ଜଡିତ ଅନେକ ରହସ୍ୟମୟ କାହାଣୀ ଲୋକପ୍ରିୟ। ତେବେ ଆଜି ମହା ଶିବରାତ୍ରୀ ବା ଜାଗର ଅବସରରେ ଆସନ୍ତୁ ଭଗବାନ ଶିବଙ୍କ ସହ ଜଡିତ କିଛି ରହସ୍ୟ ବିଷୟରେ ଜାଣିନେବା।
ଆଗକୁ ଆସୁଛି ମହାଶିବରାତ୍ରୀ। ଉତ୍ସବମୁଖର ହୋଇପଡ଼ିବ ଶୈବପୀଠ। ଏହି ପରିପ୍ରେକ୍ଷୀରେ ଆସନ୍ତୁ ଜାଣିବା କାହିଁକି ପାଳନ ହୁଏ ମହାଶିବରାତ୍ରୀ। ପୁରାଣରେ ଏହାକୁ ନେଇ ଅନେକ କୌତୂହଳୀ କାହାଣୀ ରହିଛି। ମାତା ପାର୍ବତୀ ଜାଣିବାକୁ ଚାହିଁଥିଲେ, ଅଜାଣତରେ ଯଦି ଜଣେ ଶିବରାତ୍ରୀର ନୀତି କରିଥାଏ ତାହେଲେ ସେ ମଧ୍ୟ ପ୍ରଭୁଙ୍କ କୃପା ଲାଭ କରିଥାଏ। ପଢ଼ନ୍ତୁ ଏହି ସୁନ୍ଦର କାହାଣୀ।
ବର୍ତ୍ତମାନ ଚାଲିଛି ଏଆଇ ଆଉ ଡିଜିଟାଲ ଜମାନା । ଏହାକୁ ବ୍ୟବହାର କରି ବିକଳ୍ପ ସମାଧାନର ଉପାୟ ଆଣିଛନ୍ତି ଏହି ଯୁବକ । ଏହି ଯୁବକ ଆଣିଛନ୍ତି ଅଜବ ସେବା । ସେ ଏହାର ନାମ ଡିଜିଟାଲ୍ ଫଟୋ ସ୍ନାନ (ଫଟୋ ପାଇଁ ପବିତ୍ର ବୁଡ଼) ରଖିଛନ୍ତି ।
ପ୍ରତିବର୍ଷ ୨୨ ଫେବୃଆରୀରେ ସମସ୍ତ ଗର୍ଲ ସ୍କାଉଟ୍, ଗାର୍ଲ ଗାଇଡ୍ ଏବଂ ବିଶ୍ୱର ଅନ୍ୟ ବାଳିକା ଗୋଷ୍ଠୀ ଦ୍ୱାରା ‘ବିଶ୍ୱ ଚିନ୍ତନ ଦିବସ’ ପାଳନ କରାଯାଏ। ଆସନ୍ତୁ ଜାଣିବା ଏହାର ଇତିହାସ ଓ ଉଦ୍ଦେଶ୍ୟ କ’ଣ।
ପ୍ରତିବର୍ଷ ୨୧ ଫେବୃଆରୀରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଏ। ଆସନ୍ତୁ ଜାଣିବା କାହିଁକି ଏବଂ କିପରି ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଏ ଏବଂ ଏହାର ଗୁରୁତ୍ୱ ଏବଂ ଇତିହାସ କ’ଣ…
ବର୍ତ୍ତମାନ ମହାକୁମ୍ଭ ସମୟରେ ପାଣିରେ ଥିବା ଫିକଲ କୋଲିଫର୍ମ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ । ଏହି ବ୍ୟାକ୍ଟେରିଆ ଯୋଗୁ ଦେହ ଉକଚେଇ ହେବା, ଝାଡ଼ା, ବାନ୍ତି ହେବା ସହ ଅନେକ ଗୁରୁତର ସଂକ୍ରମଣ ଜନିତ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରେ । ଏପରି ପରିସ୍ଥିତିରେ ପ୍ରୟାଗରାଜ ସଙ୍ଗମରେ ସ୍ନାନ କରୁଥିବା ଲୋକଙ୍କ ପାଇଁ ଅଧିକ ସଚେତନତା ଅବଲମ୍ବନ କରିବା ଜରୁରୀ ।
ଭିଡିଓ ଗୁଡିକ ବିଭିନ୍ନ ସୋସିଆଲ ମିଡିଆ ଓ ଟେଲିଗ୍ରାମ ଭଳି ଚ୍ୟାନେଲରେ ବିକ୍ରି ହେଉଛି। ମୁଖ୍ୟତଃ ଭିଡିଓର ଟିଜର ବା ଏକ ଛୋଟ କ୍ଲିପକୁ ଶେୟାର କରାଯାଉଛି। ଏହା ସହିତ ପୁରା ଭିଡିଓ ପାଇଁ ପଇସା ମଗାଯାଉଛି। ଭିଡିଓ ପାଇଁ ୧୯୦୦ରୁ ୩୦୦୦ ଟଙ୍କା ଦାବି କରାଯାଉଛି।
ରାତି ୧୦ଟାରେ ଉଠିବ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ। ଗତକାଲି ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏହି ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି।
ଗୋଟିଏ ଓଷା ପାଳନ ଦ୍ୱାରା ବଦଳିଗଲା ଗରିବ ଚକୁଳିଆ ପଣ୍ଡା ପରିବାରର ଭାଗ୍ୟ। ଯେଉଁ ଝିଅ ଦୁଇଜଣ ଦୈନିକ ଘଷି ଗୋଟେଇବାକୁ ଜଙ୍ଗଲକୁ ଯାଆନ୍ତି, ସେଇ ଝିଅଙ୍କ ଜୀବନରେ ଦିନେ ହଠାତ୍ ଘଟିଲା ଏହିପରି ଏକ ଘଟଣା, ଯାହା ବଦଳାଇ ଦେଲା ପୂରା ପରିବାରର ଜୀବନ।
ଭଦ୍ରକର ଚିଙ୍ଗୁଡିପୁର ନିକଟରେ ରହିଛି ଆଞ୍ଚଳିକ ସ୍ବାମୀ ବିବେକାନନ୍ଦ ଗୁରୁକୁଳ ଆଶ୍ରମ । ବହୁ ସମୟରେ ଛାତ୍ର ଛାତ୍ରୀଙ୍କୁ ଆଧ୍ୟାତ୍ମିକ ଓ ସାମାଜିକ ଶିକ୍ଷା ପ୍ରଦାନ କରିଥାଏ ଏହି ଆଶ୍ରମ । ଫେବୃଆରୀ ମାସ 14 ତାରିଖ ଦିନ ଯେତେବେଳେ ପାଶ୍ଚାତ୍ୟ ସଭ୍ୟତାକୁ ଅନୁସରଣ କରି ଯୁବସମାଜ ଭେଲେଣ୍ଟାଇନ ଡେ ପାଳନ କରୁଛନ୍ତି, ସେହି ସମୟରେ କୁନି କୁନି ଛାତ୍ରଛାତ୍ରୀ ପିତୃ ମାତୃ ଦିବସ ପାଳନ କରୁଛନ୍ତି ।
ପ୍ରେମ ଦିବସରେ ସୋସିଆଲ ମିଡିଆରେ ଭାଇରାଲ ହେଲା ସ୍ୱାମୀ-ସ୍ତ୍ରୀଙ୍କ ଭାଲେଣ୍ଟାଇନ ଏଗ୍ରିମେଣ୍ଟ । ହସି ହସି ବେଦମ୍ ହେଲେ ୟୁଜର୍ସ ।
କଲେଜ ବଦଳିବା ପରେ ଶୁଭ୍ରାଂଶୁ ଓ ଦେବସ୍ମିତାଙ୍କ ପ୍ରେମରେ ପଡ଼ିନଥିଲା ଭଟ୍ଟା। ବରଂ ଗଭୀର ହୋଇଥିଲା ପ୍ରେମ। ପ୍ରେମ ପକ୍ଷୀଟିଏ ପରି ଉଭୟ ସେଲ୍ଫି ଉଠାଉଥିଲେ ଓ ପ୍ରଜାପତିଟି ପରି ଏ ବଗିଚା ସେ ବଗିଚା ଉଡି ବୁଲୁଥିଲେ।
ତାଙ୍କ ପାଖରେ ନା ଥିଲା ମୋବାଇଲ୍ ଫୋନ୍ ନା ସେ କାହା ସହ ହିନ୍ଦି ବା ଇଂରାଜୀରେ କଥାବାର୍ତ୍ତା କରିପାରୁଥିଲେ । ବେସାହାରା ହୋଇଯାଇଥିଲେ । ଅସହାୟ ଅବସ୍ଥାରେ ମନସ୍ତାପରେ ଥିଲେ । କାହାକୁ କହିବେ କ’ଣ କହିବେ, କିଛି ଭାବି ପାରୁନଥିଲେ । ତାଙ୍କ ସହ ଯାଇଥିବା ପରିବାରର ଅନ୍ୟ ସଦସ୍ୟମାନେ ବି ତାଙ୍କୁ ଖୋଜୁଥିଲେ । କିନ୍ତୁ ପାଉନଥିଲେ । ଲକ୍ଷ ଲକ୍ଷ ଲୋକଙ୍କ ଭିତରେ ଖୋଜି ପାଇବା ବି କଷ୍ଟକର ଥିଲା ।
ସରୋଜିନୀ ନାଇଡୁ ଥିଲେ ଦେଶର ପ୍ରଥମ ମହିଳା ରାଜ୍ୟପାଳ। ବିପଦକୁ ଭୟ ନ କରି ଜଣେ ସାହସୀ ମହିଳାଙ୍କ ପରି ଗାଁରୁ ଗାଁ ବୁଲି ଦେଶପ୍ରେମର ଆତ୍ମାକୁ ଜାଗ୍ରତ କରି ଦେଶବାସୀଙ୍କୁ ସେମାନଙ୍କ କର୍ତ୍ତବ୍ୟ ବିଷୟରେ ମନେ ପକାଉଥିଲେ
ଆଜିକାଲି ରେଡିଓ ଆଉ ପ୍ରାୟ କାହା ଘରେ ଦେଖାଯାଉନି। ହେଲେ ରେଡିଓର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ୧୩ ଫେବୃଆରୀରେ ‘ବିଶ୍ୱ ରେଡିଓ ଦିବସ’ ପାଳନ କରାଯାଏ।
ଗ୍ଲୋରୀ ଫେଷ୍ଟରେ ଭାରତବର୍ଷର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବା ପାଇଁ ଚାହିଁ ରହିଥା'ନ୍ତି । ଏହି ମଞ୍ଚରେ ନିଜର କଳା ପ୍ରଦର୍ଶନ କରି ଅନେକ ଛାତ୍ରଛାତ୍ରୀ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବା ସହ ଉଚ୍ଚ ପଦ ପଦବୀରେ ପହଞ୍ଚି ପାରିଛନ୍ତି ।
ମଧ୍ୟାହ୍ନ ଧୂପ ପରେ ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହେବ। ସନ୍ଧ୍ୟା ଧୂପରେ ଠାକୁରଙ୍କୁ କ୍ଷୀରି ଓ ଅମାଲୁ ଭୋଗ କରାଯିବ ।
ଯୋରନ୍ଦା ମାଘ ମେଳାରେ ମହଣ ମହଣ ଘିଅରେ ଜଳିବ ଝାଡ଼ ଦୀପ। ସଂଧ୍ୟାରେ ଗାଦି, ଶୂନ୍ୟ ମନ୍ଦିର ଅଂଚଳରେ ଜଳିବ ବିରାଟକାୟ ଝାଡ଼ ଦୀପ। ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ କରାଯାଇଛି ବ୍ୟାପକ ବ୍ୟବସ୍ଥା।
ମହାକୁମ୍ଭରେ ସବୁଠାରୁ ବଡ଼ ଆକର୍ଷଣର କେନ୍ଦ୍ର ହେଉଛନ୍ତି ନାଗା ସାଧୁ। ସମସ୍ତେ ଜାଣନ୍ତି ଯେ ନାଗା ସାଧୁମାନେ ବିନା ପୋଷାକରେ କେବଳ ସେମାନଙ୍କ ଦେହରେ ପାଉଁଶ ବୋଳି ଥାଆନ୍ତି ଏବଂ ଲମ୍ବା ଲମ୍ବା ମୋଟା ଜଟ କରିଥାନ୍ତି। ତେବେ ଆସନ୍ତୁ ଜାଣିବା ନାଗା ସାଧୁଙ୍କର କିପରି ହୁଏ ଅନ୍ତିମ ସଂସ୍କାର ?
ପ୍ରୟାଗରାଜରେ ଜମିଛି ପ୍ରବଳ ଗହଳି। ବୁଡ଼ ପକାଇବା ପାଇଁ ଉଛୁଳିଛି ରାସ୍ତାଘାଟ। ଭିଡ ଜମାଇଛନ୍ତି ଶ୍ରଦ୍ଧାଳୁ। ୨୦୦ ମିଟର ବାଟ ଯିବାକୁ ଲାଗୁଛି ୨ ଘଣ୍ଟା। ଷ୍ଟେସନରେ ପାଦ ରଖିବାକୁ ବି ଜାଗା ନାହିଁ।
ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ମହାକୁମ୍ଭରେ ବୁଡ଼ ପକାଇଛନ୍ତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ବୁଡ଼ ପକାଇବା ପରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିଛନ୍ତି ।
ତ୍ରିବେଶୀ ସଙ୍ଗମରେ ମାଘି ସ୍ନାନ ପାଇଁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଲାଣି। ଭିଡ଼ ନିୟନ୍ତ୍ରଣ ଓ ମାଘ ପୂର୍ଣ୍ଣିମା ସ୍ନାନ ପାଇଁ ବ୍ୟବସ୍ଥା କରିବାକୁ ପ୍ରୟାଗରାଜ ସଙ୍ଗମ ଷ୍ଟେସନକୁ ବନ୍ଦ କରାଯାଇଥିବା ନର୍ଥ ସେଣ୍ଟ୍ରାଲ୍ ରେଲୱେ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି।