Advertisment

Naga Sadhus: ନାଗା ସାଧୁଙ୍କ ଶବକୁ ପୋଡ଼ାଯାଏ ନାହିଁ; ଜାଣନ୍ତୁ କିପରି ହୁଏ ଅନ୍ତିମ ସଂସ୍କାର

ମହାକୁମ୍ଭରେ ସବୁଠାରୁ ବଡ଼ ଆକର୍ଷଣର କେନ୍ଦ୍ର ହେଉଛନ୍ତି ନାଗା ସାଧୁ। ସମସ୍ତେ ଜାଣନ୍ତି ଯେ ନାଗା ସାଧୁମାନେ ବିନା ପୋଷାକରେ କେବଳ ସେମାନଙ୍କ ଦେହରେ ପାଉଁଶ ବୋଳି ଥାଆନ୍ତି ଏବଂ ଲମ୍ବା ଲମ୍ବା ମୋଟା ଜଟ କରିଥାନ୍ତି। ତେବେ ଆସନ୍ତୁ ଜାଣିବା ନାଗା ସାଧୁଙ୍କର କିପରି ହୁଏ ଅନ୍ତିମ ସଂସ୍କାର ?

author-image
Pramod Behera
ଅଦ୍ୟତନ ହୋଇଛି
Naga Sadhus are not cremated after demise know unique rituals

Naga Sadhus are not cremated after demise know unique rituals

ପ୍ରୟାଗର ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀର ମିଳନ ସ୍ଥଳରେ ଚାଲିଛି ବିଶ୍ୱର ସର୍ବବୃହତ ଧାର୍ମିକ ମେଳା ମହାକୁମ୍ଭ। ୧୩ ଜାନୁଆରୀ ୨୦୨୫ରୁ ଆରମ୍ଭ ହୋଇଥିବା ମହାକୁମ୍ଭ ମେଳା ୨୬ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ଚାଲିବ। ସଙ୍ଗମରେ ସ୍ନାନ ପାଇଁ ସାଧୁ-ସନ୍ଥମାନଙ୍କ ବ୍ୟତୀତ ସମଗ୍ର ବିଶ୍ୱରୁ ଭକ୍ତମାନେ ଧାଇଁ ଆସୁଛନ୍ତି।

Advertisment

ବର୍ତ୍ତମାନ ସୁଦ୍ଧା ୪୧ କୋଟିରୁ ଅଧିକ ଭକ୍ତ ସଙ୍ଗମରେ ପବିତ୍ର ବୁଡ଼ ପକାଇସାରିଛନ୍ତି। ପ୍ରଶାସନର ମତ ଅନୁସାରେ ଯଦି ଏମିତି ଭିଡ ଲାଗିରୁହେ, ତେବେ ଏଥର ୬୦ କୋଟିରୁ ଅଧିକ ଲୋକ ମହାକୁମ୍ଭରେ ବୁଡ଼ ପକାଇବେ।

ଅଧିକ ପଢ଼ନ୍ତୁ: କିଏ ଥିଲେ ପ୍ରଥମ ଅଘୋରୀ ? ଯିଏ ଜନ୍ମ ହେବାର ୩ ଦିନ ପର୍ଯ୍ୟନ୍ତ କାନ୍ଦିନଥିଲେ କି କ୍ଷୀର ପିଇନଥିଲେ !

Advertisment

ତେବେ ମହାକୁମ୍ଭରେ ସବୁଠାରୁ ବଡ଼ ଆକର୍ଷଣର କେନ୍ଦ୍ର ହେଉଛନ୍ତି ନାଗା ସାଧୁ। ସନାତନ ଧର୍ମରେ ନାଗା ସାଧୁଙ୍କୁ ଧର୍ମର ସୁରକ୍ଷାକାରୀ ଭାବରେ ବିବେଚନା କରାଯାଏ। ନାଗା ସାଧୁଙ୍କୁ ୧୨ ବର୍ଷ ପର୍ଯ୍ୟନ୍ତ କଠୋର ତପସ୍ୟା କରିବାକୁ ପଡେ। ନାଗା ସାଧୁ ଭଗବାନ ଶିବଙ୍କ ବୈରାଗୀ ରୂପକୁ ପୂଜା କରନ୍ତି।

ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରୁ ନାଗା ସାଧୁ ମହାକୁମ୍ଭକୁ ଆସୁଛନ୍ତି, ଯାହା ଲୋକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହୋଇଛି। ସମସ୍ତେ ଜାଣନ୍ତି ଯେ ନାଗା ସାଧୁମାନେ ବିନା ପୋଷାକରେ କେବଳ ସେମାନଙ୍କ ଦେହରେ ପାଉଁଶ ବୋଳି ଥାଆନ୍ତି ଏବଂ ଲମ୍ବା ଲମ୍ବା ମୋଟା ଜଟ କରିଥାନ୍ତି। ତେବେ ଆସନ୍ତୁ ଜାଣିବା ନାଗା ସାଧୁଙ୍କର କିପରି ହୁଏ ଅନ୍ତିମ ସଂସ୍କାର?

ଜୀବିତ ପିଣ୍ଡ ଦାନ:

ନାଗା ସାଧୁମାନେ ଜୀବିତ ଥିବାବେଳେ ହିଁ ନିଜର ପିଣ୍ଡ ଦାନ ଏବଂ ଅନ୍ତିମ ସଂସ୍କାର କରିଦେଇଥାନ୍ତି। ଏଭଳି ପରିସ୍ଥିତିରେ ସେମାନଙ୍କର ଏମିତି ଅନ୍ତିମ ସଂସ୍କାରକୁ ନେଇ ଅନେକ ପ୍ରଶ୍ନ ଉଠିଥାଏ।

ହିନ୍ଦୁ ଧର୍ମରେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ୧୬ଟି ସଂସ୍କାର ପାଳନ କରାଯାଏ। ଏହିସବୁ ସଂସ୍କାର ମଧ୍ୟରେ ଅନ୍ତିମ ସଂସ୍କାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ସାଧାରଣ ଲୋକଙ୍କ ଅନ୍ତିମ ସଂସ୍କାର ଶବଦାହ କରି କରାଯାଇଥାଏ, କିନ୍ତୁ ଜଣେ ନାଗା ସାଧୁଙ୍କ ଅନ୍ତିମ ସଂସ୍କାର ସଂପୂର୍ଣ୍ଣ ନିଆରା। ଆସନ୍ତୁ ଜାଣିବା।

ଅଧିକ ପଢ଼ନ୍ତୁ: ଜଣେ ସାଧାରଣ ମଣିଷ କିପରି ହୁଏ ଅଘୋରୀ ସାଧୁ… ଜାଣନ୍ତୁ ସେମାନଙ୍କ ରହସ୍ୟମୟ ଦୁନିଆ

ନାଗା ସାଧୁଙ୍କୁ ଦିଆଯାଏ ସମାଧି:

ନାଗା ସାଧୁଙ୍କ ଶବକୁ ପୋଡ଼ାଯାଏ ନାହିଁ। ତେବେ ନାଗା ସାଧୁଙ୍କ ମୃତ୍ୟୁ ପରେ ସମାଧି ପ୍ରତିଷ୍ଠା କରାଯାଏ। ଏହା ଭୂ-ସମାଧି ହେଉ ବା ଜଳ ସମାଧି। କିନ୍ତୁ ସେମାନଙ୍କର ଦାହ ସଂସ୍କାର ନାହିଁ। ନାଗା ସାଧୁ ଚିତାରେ ଏଥିପାଇଁ ନିଆଁ ଲଗା ଯାଏନାହିଁ ଯେ ସେମାନେ ତାଙ୍କ ଜୀବନକୁ ପୂର୍ବରୁ ନଷ୍ଟ କରିଦେଇଥାନ୍ତି ଏବଂ ପିଣ୍ଡା ଦାନ କରିଦେଇଥାନ୍ତି। ଏହା ପରେ ହିଁ ସେମାନେ ନାଗା ସାଧୁ ହୋଇଥାନ୍ତି।

କିପରି ହୁଏ ବିଦାୟ:

ସମାଧି ଦେବା ପୂର୍ବରୁ ନାଗା ସାଧୁଙ୍କୁ ସ୍ନାନ କରାଯାଏ। ଏହା ପରେ ମନ୍ତ୍ରୋଚ୍ଚାରଣ ସହିତ ସେମାନଙ୍କୁ ସମାଧି ଦିଆଯାଏ। ଯେତେବେଳେ ନାଗା ସାଧୁଙ୍କ ମୃତ୍ୟୁହୁଏ, ତାଙ୍କ ମୃତ ଦେହରେ ପାଉଁଶ ଲଗାଯାଏ। ଏହା ପରେ ତାଙ୍କ ଉପରେ ଗେରୁଆ ରଙ୍ଗର କପଡା ପକାଯାଏ।

ସମାଧି ତିଆରି କରିବା ପରେ, ସେହି ସ୍ଥାନରେ ଏକ ସନାତନ ଚିହ୍ନ ତିଆରି କରାଯାଏ ଯାହାଦ୍ୱାରା ଲୋକମାନେ ସେହି ସ୍ଥାନକୁ ପ୍ରଦୂଷିତ କରନ୍ତି ନାହିଁ। ନାଗା ସାଧୁଙ୍କୁ ପୂର୍ଣ୍ଣ ସମ୍ମାନ ସହିତ ସମ୍ମାନ ଦିଆଯାଏ।

କଠୋର ତପସ୍ୟା:

ନାଗା ସାଧୁ ହେବାକୁ ୧୨ ବର୍ଷ ପାଇଁ କଠୋର ତପସ୍ୟା କରିବାକୁ ପଡ଼େ। ନାଗା ସାଧୁଙ୍କ ଜୀବନ ଅତ୍ୟନ୍ତ ଜଟିଳ ହୋଇଥାଏ। ନାଗା ସାଧୁ ହେବା ପରେ ସେମାନେ ଗାଁ କିମ୍ବା ସହରର ଜନଗହଳି ପୂର୍ଣ୍ଣ ଜୀବନ ଛାଡି ପାହାଡ-ପର୍ବତ, ଜଙ୍ଗଲରେ ରହିବାକୁ ପଡେ। ସେମାନଙ୍କ ଠିକଣା ଏପରି ଏକ ଜାଗା ହୋଇଥାଏ ଯେଉଁଠାକୁ କେହି ବି ଆସନ୍ତି ନାହିଁ କି ଯାଆନ୍ତି ନାହିଁ। ସେମାନଙ୍କ ଆଖଡାରେ ନାଗା ସାଧୁଙ୍କୁ ଏକ ଶୃଙ୍ଖଳିତ ତଥା ସଂଗଠିତ ଜୀବନଯାପନ କରିବାର ଶିକ୍ଷା ଦିଆଯାଏ।

ଅଧିକ ପଢ଼ନ୍ତୁ: ଆଶ୍ରମ ଛାଡି ଚାଲି ଯାଇଥିଲେ 'ଆଇଆଇଟିଆନ୍' ବାବା, ଫେରି ଆସି ଦେଲେ କଡା ଜବାବ

Maha Kumbh Mela Naga Baba Mahakumbh 2025
Advertisment
Advertisment