ମାତୃଭାଷାକୁ ପ୍ରୋତ୍ସାହିତ କରିବା ପାଇଁ ସମସ୍ତ ପଦକ୍ଷେପ କେବଳ ବହୁଭାଷୀ ଶିକ୍ଷାକୁ ଉତ୍ସାହିତ କରିବା ନୁହେଁ ବରଂ ବୁଝାମଣା ଏବଂ ସଂଳାପ ଉପରେ ଆଧାର କରି ଏକତା ପ୍ରଦର୍ଶନ କରିବାକୁ ବିଶ୍ୱକୁ ଉତ୍ସାହିତ କରିବା। ଆସନ୍ତୁ ଜାଣିବା ଭାଷାକୁ ଆଗକୁ ନେବାର ପ୍ରମୁଖ ଉପାୟ।
ମାତୃଭାଷା ଆମକୁ ଜାତୀୟତା ସହିତ ଯୋଡିଥାଏ ଏବଂ ଦେଶପ୍ରେମର ଭାବନାକୁ ମଧ୍ୟ ଜାଗ୍ରତ କରିଥାଏ। ମାତୃଭାଷା ହେଉଛି ଯେକୌଣସି ବ୍ୟକ୍ତିର ଶବ୍ଦ ଏବଂ ଯୋଗାଯୋଗର ଦକ୍ଷତା। ଜଣେ ଦକ୍ଷ ଯୋଗାଯୋଗକାରୀ ନିଜ ମାତୃଭାଷା ପ୍ରତି ଖୁବ ସମ୍ବେଦନଶୀଳ ହୋଇଥାନ୍ତି।
ମାତୃଭାଷା ହେଉଛି ଏକ ଜାତିର ପରିଚୟ। ତେବେ ଯଦି ଭାଷାକୁ ସୁରକ୍ଷା ଦିଆ ନଯାଏ, ଏନେଇ ସଚେତନତା କରା ନଯାଏ ତେବେ ଭାଷାର ବିଲୁପ୍ତ ହୁଏ। ଏପରି ଅନେକ ଭାଷା ବିଲୁପ୍ତ ହୋଇଥିବା ବେଳେ ବର୍ତ୍ତମାନ ସେହି ତାଲିକାରେ ଆହୁରି ଅନେକ ଭାଷା ଅଛି, ଯାହା ଭବିଷ୍ୟତରେ ମରିଯାଇପାରେ।
ସମଗ୍ର ବିଶ୍ୱରେ ଭାଷା ହେଉଛି ଏକ ସାଧନ ଯାହା ଲୋକଙ୍କୁ ପରସ୍ପର ସହିତ ଯୋଡିଥାଏ ଏବଂ ସେମାନଙ୍କର ସଂସ୍କୃତିକୁ ପ୍ରତିଫଳିତ କରିଥାଏ। ତେଣୁ ମାତୃଭାଷାକୁ ନେଇ ସଚେତନ ଓ ମାତୃଭାଷା ପ୍ରୀତି ଜାଗ୍ରତ ପାଇଁ ପ୍ରତି ବର୍ଷ ୨୧ ଫେବୃଆରୀରେ ‘ଆନ୍ତର୍ଜାତୀୟ ମାତୃଭାଷା ଦିବସ’ ପାଳନ କରାଯାଏ।
ପ୍ରତ୍ୟେକ ଅଞ୍ଚଳର ଏକ ସ୍ୱତନ୍ତ୍ର ମାତୃଭାଷା ରହିଛି। ସେଥିମଧ୍ୟରୁ ଓଡ଼ିଆ ଗୋଟିଏ। ଏହା ହେଉଛି ଓଡ଼ିଶାର ମାତୃଭାଷା। ଏହି ଭାଷା ଅନେକ ବାଧାବିଘ୍ନ ଦେଇ ଗତିକରିଛି। ଏହି ଭାଷାର ଉନ୍ନତି ପାଇଁ ଅନେକ ମହାପୁରୁଷ ସେମାନଙ୍କ ଶ୍ରମଦାନ ଦେଇଛନ୍ତି। ଆସନ୍ତୁ ସଂକ୍ଷେପରେ ଏହା ବିଷୟରେ ଜାଣିନେବା।