ଅପସ୍ମାର ଏମିତି ଏକ ରୋଗ ଯେଉଁଥିରେ ଜଣେ ବ୍ୟକ୍ତି ମୂର୍ଚ୍ଛା ହୋଇଯାଏ। ଏହା ଅନେକ ସମୟରେ ସାମାନ୍ୟ ହୋଇଥିଲେ ବି ବେଳେବେଳେ ଗମ୍ଭୀର ରୂପ ନେଇଥାଏ। ତେବେ ଏହି ରୋଗ କ’ଣ, ଏହାର ଲକ୍ଷ୍ମଣ କିପରି ଆସନ୍ତୁ ଜାଣିବା।
କଟକ ବାଲିଯାତ୍ରା ପଡିଆରେ ସିନେମା ମଜା । କଟକ ଇନ୍ କଟକ ଗ୍ୟାଲେରୀରେ ଓଡ଼ିଆ ଚଳଚ୍ଚିତ୍ରର ସମ୍ଭାର ।
ପୂର୍ବ ଭାରତର ସର୍ବବୃହତ୍ ବାଣିଜ୍ୟିକ ମହାକୁମ୍ଭ ପାଇଁ କଟକ ମହାନଦୀ ପଠା ସମ୍ପୂର୍ଣ୍ଣ ଲୋକାରଣ୍ୟ। ଏଥର ବାଲିଯାତ୍ରାକୁ ଆକର୍ଷଣୀୟ କରିବାକୁ କିଛି ନୂଆ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ।
ଛାଡ଼ଖାଇ, ଓଡ଼ିଶାରେ ପାଳନ ହେଉଥିବା ଏକ ସାମାଜିକ ଚଳଣି। ଏହାକୁ କାର୍ତ୍ତିକ ପୂର୍ଣ୍ଣିମା ପର ଦିନ ପାଳନ କରାଯାଏ। ସେଥିପାଇଁ କାର୍ତ୍ତିକ ବ୍ରତ ପାଳନ କରୁଥିବା ଲୋକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଆମିଷ ଖାଆନ୍ତି ନାହିଁ। କିନ୍ତୁ ଛାଡଖାଇ ଦିନ ଆମିଷ ବଜାରରେ ଦେଖାଦିଏ ଭିଡ଼। ତେବେ ଏହିଦିନ ଆମିଷ ଖାଇବା ଠିକ୍ କି…
ଏହି କ୍ରମରେ ପାରାଦୀପ ବନ୍ଦରରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗଦେଇ କେମିତି ରାଜ୍ୟ ବିକାଶର ମୁଖଶାଳା ପାଲଟିଛି ପାରାଦୀପ, ତା’ଉପରେ ଆଲୋକପାତ କରିଥିଲେ।
ଜଗା ସହ ମାସକର ଭାବ ତୁଟାଇ ଫେରିଲେ ହବିଷ୍ୟାଳି ।
ଆଜି ଯୁଦ୍ଧର ଦେବତା କାର୍ତ୍ତିକେୟଙ୍କ ଜନ୍ମଦିନରେ ଜାଣିବା ଆସନ୍ତୁ ତାଙ୍କର ଜନ୍ମ କାହାଣୀ। ଜାଣିବା ମାତ୍ର ୬ ଦିନରେ ସେ କେମିତି ହେଲେ ଦେବତାଙ୍କର ସେନାପତି ଓ ହରାଇଲେ ତାରକାସୁରକୁ।
ଆଜି କାର୍ତ୍ତିକ ପୂର୍ଣ୍ଣିମା। ଓଡ଼ିଶାର ନୌବାଣିଜ୍ୟ ପରମ୍ପରାର ସ୍ମୃତିକୁ ମନେ ପକାଇ ରାଜ୍ୟବ୍ୟାପୀ ଲୋକେ ଡଙ୍ଗା ଭସାଉଛନ୍ତି। ସମୁଦ୍ରରୁ ନଦୀ, ପୁଷ୍କରିଣୀଠୁ ଆରମ୍ଭ କରି ସବୁ ଜଳାଶୟରେ ଆ-କା-ମା-ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର ଗାଇ ଡଙ୍ଗା ଭସାଉଛନ୍ତି।
ବହୁ ପୁରାକାଳରୁ ଏହି ଉତ୍ସବ ପାଳିତ ହୋଇଆସୁଛି । ଓଡ଼ିଶାର ସୁଦୃଢ ପରମ୍ପରା, ଆଚାର ବିଚାର, ଚାଲିଚଳଣି, ସଂସ୍କୃତି ତଥା ଧର୍ମୀୟ ଭାବନା ସହିତ ଏହି ପର୍ବ ଓତଃପ୍ରୋତ ଭାବେ ଜଡ଼ିତ ।
କାର୍ତ୍ତିକ ପୂର୍ଣ୍ଣିମା ଆସିଲେ ଡଙ୍ଗା କଥା ମନେପଡେ । ଆସନ୍ତକାଲି ଓଡ଼ିଆ ବଣିକମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ପାଳନ ହେବ ପବିତ୍ର ଡଙ୍ଗା ଭସା ଉତ୍ସବ ।
ଏଥର ବଡ଼ ଓଷାରେ ଜାଣିବା ଆସନ୍ତୁ ବଡ଼ ଓଷା ପଛରେ କି କି କିମ୍ବଦନ୍ତୀ ରହିଛି, ଏଥିରେ ଶିବଙ୍କୁ କାହିଁକି ପୂଜା କରାଯାଏ ଓ ଧବଳେଶ୍ଵର ଶିବଙ୍କ ସହ ଏହାର ସମ୍ପର୍କ କ'ଣ ?
ମଧୁମେହର ଆଶଙ୍କା କମାଇବା ପାଇଁ ଲୋକଙ୍କୁ ସଚେତନ କରାଇବା ଲକ୍ଷ୍ୟରେ ପ୍ରତିବର୍ଷ ‘ବିଶ୍ୱ ମଧୁମେହ ଦିବସ’ ପାଳନ କରାଯାଏ। ବିଶେଷଜ୍ଞଙ୍କ ଅନୁଯାୟୀ, ମଧୁମେହ ରୋଗୀଙ୍କଠାରେ ଅଧିକ ଶର୍କରାକୁ ପ୍ରତିଦିନ ବ୍ୟାୟାମ ଏବଂ ଯୋଗ ଦ୍ୱାରା ନିୟନ୍ତ୍ରଣ କରାଯାଇପାରିବ।
ଓଡ଼ିଶାର ଅନେକ ମୁଖ୍ୟ ଓଷା ମଧ୍ୟରେ ଗୋଟିଏ ହେଉଛି ବଡ଼ଓଷା। ଏହି ଅବସରରେ ମହାଦେବଙ୍କୁ ସ୍ୱତନ୍ତ୍ରଭାବେ ପୂଜା କରାଯାଏ। ଆସନ୍ତୁ ଜାଣିବା ଏହା ପଛରେ ଥିବା କାହାଣୀ
ପିଲାମାନଙ୍କ ପ୍ରତି ନେହେରୁଙ୍କ ଭଲପାଇବା ଏବଂ ଉତ୍ସର୍ଗୀକୃତ ଭାବନା କାରଣରୁ ତାଙ୍କ ଜନ୍ମ ବାର୍ଷିକୀକୁ ‘ଶିଶୁ ଦିବସ’ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନିଆଗଲା। ତେବେ ଶିଶୁ ଦିବସ କାହିଁକି ପାଳନ କରାଯାଏ ଆସନ୍ତୁ ଜାଣିବା।
ଆଜି ତୁଳସୀ ବିବାହ। ଏହି ବିବାହ ହେଉଛି ପବିତ୍ର ଗଛ ତୁଳସୀ ଏବଂ ଭଗବାନ ଶାଳଗ୍ରାମ (ଭଗବାନ ବିଷ୍ଣୁଙ୍କର ଏକ ରୂପ) ଙ୍କ ପବିତ୍ର ମିଳନ। ଆସନ୍ତୁ ଜାଣିବା ଏହା ପଛର କାହାଣୀ।
ଦୟା ଭାବନା ପ୍ରତ୍ୟେକ ମଣିଷର ଜୀବନରେ ଉନ୍ନତି ଆଣିବାରେ ସାହାଯ୍ୟ କରେ। ଛୋଟ ଛୋଟ ସାହାଯ୍ୟ ଅନେକଙ୍କ ଭାଗ୍ୟ ମଧ୍ୟ ପରିବର୍ତ୍ତନ କରିଦେଇପାରେ। ଏହା କରିବା ଦ୍ୱାରା ଆପଣଙ୍କୁ ଅନେକ ମାନସିକ ଶାନ୍ତି ମିଳିବ।
କେବଳ ସିଂହଦ୍ୱାର ବାଟ ଦେଇ ପ୍ରବେଶ କରୁଛନ୍ତି ଶ୍ରଦ୍ଧାଳୁ । ଶ୍ରୀଜିଉଙ୍କ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ କଲେ ଲକ୍ଷାଧିକ ଭକ୍ତ ।
ଜଗତସିଂହପୁର ଜଟାଧାର ବେଳାଭୂମିରେ ବାଲିଯାତ୍ରା ମହୋତ୍ସବ ବନ୍ଦ । ମହୋତ୍ସବ ଆୟୋଜନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହେବାରୁ ଜଟାଧାର ବେଳାଭୂମିରେ BNSSର ୧୬୩ ଧାରା ଲାଗୁ କରିଛି ପ୍ରଶାସନ ।
ନିମୋନିଆ ଦ୍ୱାରା ଫୁସଫୁସ ଖୁବ୍ ପ୍ରଭାବିତ ହୋଇଥାଏ। ଏହି ସମସ୍ୟା କାରଣରୁ ଶ୍ୱାସ ନେବାରେ କଷ୍ଟ ହୁଏ। ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ, ସେମାନଙ୍କ ପାଇଁ ଏହା ବହୁତ କଷ୍ଟଦାୟକ ହେବା ସହ ସାଂଘାତିକ ମଧ୍ୟ ହୋଇପାରେ। ଏମିତି କିଛି ସରଳ ଟିପ୍ସ ଅଛି ଯାହା ବ୍ୟବହାର କରି ଆପଣ ନିଜକୁ ନିମୋନିଆ ବିପଦରୁ ରକ୍ଷା କରିପାରିବେ।
ଭୀଷ୍ମ ପଞ୍ଚକ ସମୟରେ ଶସ୍ୟଜାତୀୟ ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବା ଉଚିତ ଏବଂ ପାଞ୍ଚ ଦିନ ପର୍ଯ୍ୟନ୍ତ କେବଳ କ୍ଷୀର କିମ୍ବା ପାଣି ଖାଇବାର ବିଧି ଅଛି। ଭୀଷ୍ମ ପଞ୍ଚକକୁ ବିଷ୍ଣୁ ପଞ୍ଚକ ମଧ୍ୟ କୁହାଯାଏ।
ଦେବ ଉଠନୀ ଏକାଦଶୀ ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ଦେବ ପ୍ରବୋଧିନୀ ଏକାଦଶୀ ନାମରେ ମଧ୍ୟ ଜଣାଶୁଣା, ଯାହା ପ୍ରତିବର୍ଷ କାର୍ତ୍ତିକ ମାସର ଶୁକ୍ଳ ପକ୍ଷର ଏକାଦଶୀ ଦିନ ପାଳନ କରାଯାଏ। ୨୪ ଏକାଦାଶି ମଧ୍ୟରେ ଏହାକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ।
ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ୨୦୦୮ରେ ପ୍ରତିଷ୍ଠିତ ‘ଜାତୀୟ ଶିକ୍ଷା ଦିବସ’ ଉଦ୍ଦେଶ୍ୟ ଥିଲା ଶିକ୍ଷା କ୍ଷେତ୍ରରେ ମୌଲାନା ଅବୁଲ କଲାମ ଆଜାଦଙ୍କ ଅବଦାନ ତଥା ପ୍ରଗତିଶୀଳ ଭାରତ ପାଇଁ ତାଙ୍କର ଦୃଷ୍ଟିକୁ ସମ୍ମାନିତ କରିବା। ଆସନ୍ତୁ ଜାଣିବା ତାଙ୍କର ଅବଦାନ।
‘ବିଶ୍ୱ ସର୍ବସାଧାରଣ ପରିବହନ ଦିବସ’ ବ୍ୟକ୍ତିଗତ କାର୍ ବ୍ୟବହାର ହ୍ରାସ କରିବା, ଟ୍ରାଫିକ ସମସ୍ୟାକୁ ହ୍ରାସ କରିବା ଏବଂ ପରିବହନରେ ପରିବେଶ ପ୍ରଭାବକୁ ହ୍ରାସ କରିବା ଉପରେ ଗୁରୁତ୍ୱାରୋପ କରେ। ଜାଣନ୍ତୁ ସର୍ବସାଧାରଣ ପରିବହନର ଶ୍ରେଷ୍ଠ ୧୦ଟି ଲାଭ।
ଅଁଳା ନବମୀରେ ଶ୍ରୀରାଧା ଓଡିଆଣୀ ବେଶରେ ସଜ୍ଜିତ ହୋଇଥାନ୍ତି। ଏଥିପାଇଁ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀରାଧାଙ୍କ ପାଦ ଦର୍ଶନ କରିବାକୁ ଭକ୍ତଙ୍କ ନାହିଁ ନଥିବା ଭିଡ ଲାଗେ । ତେବେ ଆସନ୍ତୁ ସଂକ୍ଷେପରେ ଜାଣିବା ଏହିଦିନ ଶ୍ରୀରାଧାଙ୍କ ପାଦ ଦର୍ଶନର ମାହାତ୍ମ୍ୟ।
ଅନେକ ଭାରତୀୟ ନ୍ୟାୟ ସଂହିତା ବିଷୟରେ ଜାଣି ନଥାନ୍ତି। ଏନେଇ ସମସ୍ତ ନାଗରିକଙ୍କ ପାଇଁ ଉପଯୁକ୍ତ, ନିରପେକ୍ଷ ଏବଂ ନ୍ୟାୟିକ ପ୍ରକ୍ରିୟା ସୁନିଶ୍ଚିତ କରିବା ପାଇଁ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ‘ଜାତୀୟ ଆଇନ ସେବା ଦିବସ’ ପ୍ରତି ବର୍ଷ ନଭେମ୍ବର ୦୯ରେ ପାଳନ କରାଯାଏ।