ଏଥର ଗୋଟିଏ ମାସରେ ଅମାବାସ୍ୟାରେ ସୂର୍ଯ୍ୟୋପରାଗ ପଡୁଥିବା ବେଳେ ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ରଗ୍ରହଣ ।
ନିଜ ଦେଶରେ ହଜାରେ ସମସ୍ୟା। ତାକୁ ସୁଧାରିବା ପାଇଁ ନାକେଦମ ହେଉଛି । ତଥାପି ପାକିସ୍ତାନ ନେତାଙ୍କ ମୁଣ୍ଡରୁ କାଶ୍ମୀର ନିଶା ଉତୁରୁନି । ଅନ୍ତର୍ଜାତିକ ସ୍ତରରେ କାଶ୍ମୀର ପ୍ରସଙ୍ଗ ବାରମ୍ବାର ଉଠାଇ ଅପଦସ୍ତ ହେବା ପରେ ବି ପାକ୍ ନେତାଙ୍କ ଅଭ୍ୟାସ ବଦଳୁନି । ନିକଟରେ ଜାତିଂସଘ ମହାସଭାରେ ପୁଣି କାଶ୍ମୀର ପ୍ରସଙ୍ଗ ଉଠାଇ ମୁହଁତୋଡ ଜାବବ ପାଇଛି।
ଶ୍ରୀମନ୍ଦିରରେ ଠାକୁରଙ୍କ ନୀତିକାନ୍ତି ସଅଳ କରିବାକୁ ହୋଇଛି ନିଷ୍ପତ୍ତି।
ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ସମଗ୍ର ସହର।୨ବର୍ଷର କରୋନା କଟକଣା ପରେ ପୂର୍ଣ୍ଣ ମାତ୍ରାରେ ପୂଜାର ଆୟୋଜନ କରାଯାଉଥିବାରୁ ଭକ୍ତଙ୍କର ସମାଗମ ବି ହେଉଛି।
କାମର ଚାପରୁ କର୍ମଚାରୀଙ୍କୁ ସାମୟିକ ବିରତି ଦେବାକୁ ଏପରି ନିଷ୍ପତ୍ତି ନେଇଛି କମ୍ପାନୀ ।
ଢେଙ୍କାନାଳରେ ଆରମ୍ଭ ହୋଇଛି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଏଥିପାଇଁ ଚଳଚଞ୍ଚଳ ଢେଙ୍କାନାଳ ସହର । ସହରରେ ମିଳିତ ବଜାର ପୂଜା କମିଟି ପକ୍ଷରୁ ୩୮ଟି ପୂଜା ମଣ୍ଡପର ଆୟୋଜନ କରାଯାଇଛି । ମୀନା ବଜାର, ଗଣେଶ ବଜାର, ଲକ୍ଷ୍ମୀ ବଜାର, କୈବଲ୍ୟ ବଜାର ଓ ଗୁଡ଼ିଆନାଳୀରେ ଚାନ୍ଦି ମେଢରେ ସୁସଜ୍ଜିତ ହୋଇଛନ୍ତି ଧନଦାତ୍ରୀ ମା ଲକ୍ଷ୍ମୀ । ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ସମଗ୍ର ସହର ।
ଆଜିଠାରୁ ପବିତ୍ର କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି । ଦୁଇ ବର୍ଷ ଧରି କରୋନା ଯୋଗୁଁ ପୁରୀରେ ହବିଷ୍ୟାଳି ଶିବିର ବନ୍ଦ ରହିଥିବା ଯୋଗୁ ନିରାଶ ହୋଇଥିଲେ ହବିଷ୍ୟାଳି ।
ଆଜି ଭାରତୀୟ ଡାକ ଦିବସ। ଦିନେ ଏହି ବ୍ୟବସ୍ଥା ଯୋଗାଯୋଗର ପ୍ରମୁଖ ଭୂମିକା ନେଇଥିଲା। ଏହି ପ୍ରକ୍ରିୟା ଦୀର୍ଘ ଦିନ ଲାଗୁଥିଲେ ବି ଏଥିରେ ଥିଲା ନିଆରା ଖୁସି। ଆଜିର ମୋବାଇଲ୍ ଦୁନିଆରେ ଦୂରଦୂରାନ୍ତରୁ ଖବର ପହଞ୍ଚିବା ନେଇ କେଇ ମୁହୂର୍ତ୍ତ ଲାଗୁଥିଲେ ବି ଅନୁଭୂତ ହେଉନି ସେହି ଖୁସି।
ଡାକ ସେବା ଏମିତି ଏକ ମାଧ୍ୟମ ଥିଲା ଯାହା ଦ୍ୱାରା ଜଣେ ବ୍ୟକ୍ତି ଆଉ ଜଣେ ବ୍ୟକ୍ତି ମଧ୍ୟରେ ସମ୍ପର୍କ ସ୍ଥାପନ କରି ପାରୁଥିଲା। ଏହାକୁ ଅନ୍ୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସେବା ମଧ୍ୟରେ ଗଣାଯାଉଥିଲା। ଦିନେ ଡାକବାଲାକୁ ଲୋକେ ଚାତକ ପରି ଚାହିଁ ବସୁଥିଲେ। ଆଜିର ମୋବାଇଲ୍ ଦୁନିଆରେ ସେସବୁ ହଜିଗଲାଣି। ତେବେ ଏହାକୁ ନେଇ ଡାକ ପିଅନ ବାସୁଦେବ ରଥ କ’ଣ କୁହନ୍ତି ଆସନ୍ତୁ ଜାଣିବା।
ଆଜି ଦୀନ ଦରିଦ୍ରଙ୍କ ବନ୍ଧୁ ଗୋପବନ୍ଧୁଙ୍କ ଜନ୍ମ ଦିନ। ନିଜ ଜୀବନକୁ ଦରିଦ୍ରଙ୍କ ସେବାରେ ଉତ୍ସର୍ଗ କରି ସେ ହେଇଗଲେ ଉତ୍କଳମଣି। ତେବେ ତାଙ୍କୁ କିଏ ଏହି ଉପାଧିରେ ଭୂଷିତ କରିଥିଲେ ଜାଣିବା ପାଇଁ ପଢନ୍ତୁ।
ଦୁର୍ଗାପୂଜାର ଭସାଣି ଯାତ୍ରା କେବଳ ସହର ନୁହେଁ ଛୋଟ ବଡ ଗାଁରେ ମଧ୍ୟ ଧୂମଧାମରେ ପାଳନ ହୋଇଛି। ଓଡିଶାର ଏହି ଗାଁରେ ଦେଖିବାକୁ ମିଳିଥିଲା ୧୪ଟି ମେଢ ଭସାଣି ଯାତ୍ରାରେ ସାମିଲ୍ ହେବାର। ପ୍ରବଳ ବର୍ଷା ବି ସାଜି ନଥିଲା ବାଧକ। ଦେଖିବାକୁ ମିଳିଥିଲା ୫ ହଜାରରୁ ଅଧିକ ଲୋକ।
କୁଆଁର ପୁନେଇ ଜହ୍ନ ଗୋ ଫୁଲ ବଉଳବେଣୀ...ଆଜି କୁମାର ପୂର୍ଣ୍ଣିମା...ସାରା ରାଜ୍ୟ ଉତ୍ସବ ମୁଖର। କଟକ ଚୌଦ୍ୱାରରେ କୁମାର ଉତ୍ସବ ପାଇଁ ଚାଲିଛି ସ୍ୱତନ୍ତ୍ର ପ୍ରସ୍ତୁତି। ଦେଖନ୍ତୁ ଏହି ଭିଡିଓ...
ଆଜିଠୁ ଆସନ୍ତା ୧୫ ତାରିଖ ଦିନ ଯାଏ ଚାଲିବ ପଞ୍ଜିକରଣ ।
ସମାଜସେବାରେ ଡାକ୍ତର ନାରାୟଣୀ ପଣ୍ଡା । କ୍ରୀଡ଼ାରେ ପାରା ଆଥ୍ଲେଟ୍ ଜୟନ୍ତୀ ବେହେରା ଏବଂ ସ୍ୱାସ୍ଥ୍ୟସେବାରେ ଡାକ୍ତର ପ୍ରଶାନ୍ତ କୁମାର ସାହୁ ।
ଏହି ପରମ୍ପରା ବିଶେଷ କରି ଦକ୍ଷିଣ ଭାରତରେ ପାଳନ ହେଉଥିବା ବେଲେ ବ୍ରହ୍ମପୁରରେ ବି ପାଳନ ହୋଇଥାଏ ଏହି ସ୍ୱତନ୍ତ୍ର ପର୍ବ ।
ଆଉ ଦିନ କେଇଟା ପରେ ଧୁମ୍ଧାମ୍ରେ ଆରମ୍ଭ ହେବ ଗଜଲକ୍ଷ୍ମୀ ପୂଜା...ବିଶେଷ କରି ଢେଙ୍କାନାଳ ସହରରେ ଏହି ପୂଜା ଖୁବ୍ ଆଡ଼ମ୍ବର ସହ ପାଳନ ହୋଇଥାଏ। ଏ ବର୍ଷ ବି ଯୋର୍ସୋର୍ରେ ଚାଲିଛି ପ୍ରସ୍ତୁତି।
ମାଆଙ୍କୁ ଘଣ୍ଟ, ଘଣ୍ଟା, ପାରମ୍ପରିକ ବାଦ୍ୟ ଓ ନୃତ୍ୟ ପଟୁଆର ଭିତରେ ମେଲାଣି ଦିଆଯାଉଛି। ସମସ୍ତଙ୍କ ନିକଟରୁ ମାଆ ପୁଣି ଗୋଟିଏ ବର୍ଷ ପାଇଁ ବିଦାୟ ନେଉଥିବାରୁ ଶ୍ରଦ୍ଧାଳୁଙ୍କ ଆଖିରେ ଆଖିଏ ଲୁହ...
ଏମିତି ସ୍ୱତନ୍ତ୍ର ପୂଜା ହେଉଛି କଟକ ମାହାଙ୍ଗାର ଜଟାଧାରୀ ପୀଠରେ ।
ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ମା‘ ଜଗତଜନନୀ । ମା’ଙ୍କୁ ବିଦାୟ ଦେବା ବେଳେ ଭକ୍ତଙ୍କ ଆଖି ଛଳଛଳ । ସରିଲା ମା’ଙ୍କ ନବଦିନାତ୍ମକ ଲୀଳା।
ନିଆରା ଦୁର୍ଗାପୂଜା…କୁନି କୁନି ପିଲା ମାଆଙ୍କର କରନ୍ତି ଆରଧନା। ପୁଣି କେବେ ହୁଏନି ମାଆଙ୍କ ଘଟ ବିସର୍ଜନ। ଜାଣନ୍ତୁ କେଉଁଠି ହେଉଛି ଏମିତି ଦୁର୍ଗାପୂଜା
ଆଜି ଆଶ୍ୱିନ ଶୁକ୍ଳପକ୍ଷ ଏକାଦଶୀ ତିଥି। ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ନୀତି। ନୀତି ର୍ନିଘଣ୍ଟ ଅନୁସାରେ ସକାଳ ୫ଟା ୧୮ମିନିଟରେ ଦ୍ୱାରଫିଟା ନୀତି ସମ୍ପନ୍ନ ହୋଇଥିଲା।
ବାଲିଯାତ୍ରା ତଳ ପଡ଼ିଆରେ ହଜାର ହଜାର ଲୋକ ଉପସ୍ଥିତ ରହି ରାବଣପୋଡି ଉତ୍ସବ ଦେଖିବାପାଇଁ ଅପେକ୍ଷା କରିଥିଲେ । ହେଲେ ବର୍ଷା ହେବା ପରେ କିଏ ଜରି ପାଲ ତଳେ ରହିଥିଲେ ତ କିଏ ମୁଣ୍ଡରେ ଚେୟାର ରଖି ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଚେଷ୍ଟା କରିଥିଲେ ।
ଭସାଣି ପାଇଁ ରାଜଧାନୀରେ ମୁତୟନ ହୋଇଛନ୍ତି ୧୭ ପ୍ଲାଟୁନ ପୋଲିସ ଫୋର୍ସ
ରାବଣପୋଡ଼ିରେ ଆକର୍ଷଣୀୟ ଆତସବାଜି କାର୍ଯ୍ୟକ୍ରମ ଦେଖିବାକୁ ମିଳିଥାଏ।
ବିଜୟା ଦଶମୀରେ ପୂଜା ମଣ୍ଡପରେ ମହିଷାମର୍ଦ୍ଦିନୀଙ୍କୁ ଭକ୍ତିପୂତ ଆରାଧନା। ଶାରଦୀୟ ଦୁର୍ଗୋତ୍ସବର ଅନ୍ତିମ ପର୍ବରେ ଦେଖାଦେଇଛି ସିନ୍ଦୁର ଖେଳ। ସିନ୍ଦୂର ଖେଳି ମାଆଙ୍କୁ ବିଦାୟ ଦେଉଛନ୍ତି ବଙ୍ଗୀୟ ମହିଳା।