ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଯୋଗୁ ଏହା ଆଜି ଦେଶରେ ଏକ ନମ୍ବର ବନ୍ଦର ହୋଇପାରିଛି । ଆଗକୁ ଅସ୍ତରଙ୍ଗ ସମେତ ଓଡ଼ିଶାର ଅନେକ ସ୍ଥାନରେ ନୂଆ ବନ୍ଦର ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ବହୁ ପୁରାକାଳରୁ ଏହି ଉତ୍ସବ ପାଳିତ ହୋଇଆସୁଛି । ଓଡ଼ିଶାର ସୁଦୃଢ ପରମ୍ପରା, ଆଚାର ବିଚାର, ଚାଲିଚଳଣି, ସଂସ୍କୃତି ତଥା ଧର୍ମୀୟ ଭାବନା ସହିତ ଏହି ପର୍ବ ଓତଃପ୍ରୋତ ଭାବେ ଜଡ଼ିତ ।
କାର୍ତ୍ତିକ ପୂର୍ଣ୍ଣିମା ଆସିଲେ ଡଙ୍ଗା କଥା ମନେପଡେ । ଆସନ୍ତକାଲି ଓଡ଼ିଆ ବଣିକମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ପାଳନ ହେବ ପବିତ୍ର ଡଙ୍ଗା ଭସା ଉତ୍ସବ ।
ସାଧବାଣୀଙ୍କୁ ବିଦାୟ ଦେଇ ସମୁଦ୍ରରେ ସାଧବପୁଅଙ୍କ ପ୍ରତୀକାତ୍ମକ ଯାତ୍ରା ବେଳର ଦୃଶ୍ୟ ଥିଲା ଖୁବ୍ ଚିତାକର୍ଷକ।
କିଏ ଚାଉଳ ଦିଏ ତ କିଏ ଟଙ୍କା ପଇସା କିଏ ଖାଇବା ପାଇଁ ବିସ୍କୁଟ ଦିଏ କିଏ ପୁଣି ବସ୍ତ୍ର ଦାନ କରେ।
ଧାର୍ମିକ ଭାବନା ଦୃଷ୍ଟିରୁ କାର୍ତ୍ତିକର ଶେଷ ପାଞ୍ଚ ଦିନ ଅତ୍ୟନ୍ତ ପବିତ୍ର। ଓଡ଼ିଶାରେ କାର୍ତ୍ତିକ ପୂର୍ଣ୍ଣିମାକୁ ‘ବୋଇତ ବନ୍ଦାଣ’ ଦିବସ ଭାବରେ ପାଳନ କରାଯାଏ ଆଉ ସବୁ ଜଳାଶୟ ଡଙ୍ଗାରେ ପୂରିଉଠେ। କ’ଣ ରହିଛି ଏହାର ମହତ୍ତ୍ୱ ଆସନ୍ତୁ ଜାଣିବା।
ଆଜିଠାରୁ ଆରମ୍ଭ ହେଉଛି ଐତିହାସିକ କଟକ ବାଲିଯାତ୍ରା । ନୌବାଣିଜ୍ୟ ପରମ୍ପରାର ସ୍ମୃତି ଓ ସ୍ମାରକୀ ବହନ କରୁଥିବା ଏହି ବାଲିଯାତ୍ରା ଆଜି ସଂନ୍ଧ୍ୟାରେ ଉଦଘାଟିତ ହେବ ।
ବାଲିଯାତ୍ରା ଉତ୍କଳର ଗୌରବମୟ ସଂସ୍କୃତିର ବାର୍ତ୍ତା ବହନ କରେ। ତଅପୋଇ କିମ୍ବଦନ୍ତୀ ଏହି ପରମ୍ପରାକୁ ଆହୁରି ଲୋକପ୍ରିୟ କରିଛି। ଏହି ସମୟରେ 'ଆକାମାବୈ' ପ୍ରତି ଓଡ଼ିଆଙ୍କ ରକ୍ତବିନ୍ଦୁରେ ଗୁଞ୍ଜରିତ ହୁଏ। ସେହି ପରମ୍ପରାକୁ ଉତ୍ସବ ଭାବେ ପାଳନ କରିବା ପାଇଁ ପ୍ରତିବର୍ଷ ଅନୁଷ୍ଠିତ ହେଉଛି ବାଲିଯାତ୍ରା।
କଟକ ସହରର ବାଲିଯାତ୍ରାର ଓଡ଼ିଶାର ନୌବାଣିଜ୍ୟର ଇତିହାସକୁ ମନେ ପକାଇଦିଏ। ଆଉ ମନେ ପକାଇଦିଏ ସାଧବମାନେ ନିଜ ବୋଇତରେ ଜାଭା, ବାଲି, ସୁମାତ୍ରା, ବୋର୍ଣ୍ଣିଓ ଆଦି ସ୍ଥାନକୁ ବେପାର କରି ଯିବାର କଥା। ତେବେ ଏହାକୁ ନେଇ ରହିଛି ବିଭିନ୍ନ ମତ। ଆସନ୍ତୁ ଜାଣିବା…
କାର୍ତ୍ତିକ ମାସରେ ଭୋର୍ରୁ ଉଠି ସ୍ନାନ କରିବାର ବିଧି ରହିଛି। ଏହାକୁ ଅନେକ ପବିତ୍ର ସ୍ନାନ ବୋଲି ବିବେଚନା କରନ୍ତି। କିନ୍ତୁ ପଛରେ ମଧ୍ୟ ରହିଛି ବୈଜ୍ଞାନିକ କାରଣ। ଏହି ସ୍ନାନ ଯୋଗୁଁ ଶରୀର ରୋଗମୁକ୍ତ ହୁଏ। କିପରି ଆସନ୍ତୁ ଜାଣିବା।
କାର୍ତ୍ତିକ ପୂର୍ଣ୍ଣିମା ଦିନ ଡଙ୍ଗା ଭସା ଅତି ଉତ୍ସାହର ସହ ପାଳନ କରାଯାଏ। ପ୍ରତି ନଦୀ ଆଉ ପୋଖରୀରେ ଓଡ଼ିଆମାନେ ଡଙ୍ଗା ଭସେଇ ‘ଆ କା ମା ବୈ’ର ଡାକ ଦେଇଛନ୍ତି। କ’ଣ ରହିଛି ଏହାର ଗୁରୁତ୍ୱ? ଏହିଦିନ କାହିଁକି ପ୍ରତି ଓଡ଼ିଆଙ୍କୁ ମୁହଁରୁ ଭାସିଆସେ ଏହି ଶବ୍ଦ?
ଆସନ୍ତାକାଲି ରାସ ପୂର୍ଣ୍ଣମୀରେ ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ ଲାଗି ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଲାଗିବ। ଯଦିଓ କାର୍ତ୍ତିକ ମାସ ସାରା ବଡ଼ଦାଣ୍ଡରେ ଭକ୍ତଙ୍କ ଦର୍ଶନ ଯନ୍ତ୍ରଣା ଗଣମାଧ୍ୟମରେ ପ୍ରସାରଣ ପରେ ଶ୍ରୀମନ୍ଦିର ବାହାର ବ୍ୟବସ୍ଥା ବଦଳିଛି ହେଲେ ମନ୍ଦିର ଭିତର ଅବସ୍ଥା କିନ୍ତୁ ଯଥା ପୂର୍ବଂ ତଥା ପରଂ।
ଆଜି ରାତି ସାରା ଶ୍ରୀମନ୍ଦିର ଖୋଲା ରହିବ....ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ସୂଚନା...ଭକ୍ତମାନେ ଚାହିଁଲେ ଆଜି ରାତିରେ ଆସି ଦର୍ଶନ କରିପାରିବେ....
କାର୍ତ୍ତିକ ପୂର୍ଣ୍ଣିମା ଦିନ ଦେବ ଦୀପାବଳି ପାଳନ କରାଯାଏ। କୁହାଯାଏ ଏହିଦିନ ଦେବଦେବୀମାନେ ମଧ୍ୟ ସ୍ୱର୍ଗଲୋକରୁ ପୃଥିବୀକୁ ଆସି ଦୀପାବଳି ପର୍ବ ପାଳନ କରନ୍ତି। ଏହା ପଛରେ କ'ଣ ରହିଛି କିମ୍ବଦନ୍ତୀ ଆସନ୍ତୁ ଜାଣିବା।
ଚନ୍ଦ୍ରଗ୍ରହଣ ହେତୁ ଏଥର ଦେବ ଦୀପାବଳି ପ୍ରତିବର୍ଷ ଭଳି କାର୍ତ୍ତିକ ପୂର୍ଣ୍ଣିମା ଦିନ ନୁହେଁ ବରଂ ଗୋଟିଏ ଦିନ ପୂର୍ବରୁ ପାଳନ ହୋଇଛି। ତେବେ ଆସନ୍ତୁ ଜାଣିବା ଏହାର ସୂତକ କାଳ ଓ ଚନ୍ଦ୍ରଗ୍ରହଣ ସମୟରେ କ'ଣ କରିବେ ଏବଂ କ'ଣ କରିବେ ନାହିଁ।
ବୁଢ଼ାବଳଙ୍ଗ କୂଳରେ ଭିକାରୀ ମେଳା । ଭିଡ଼ ଲଗାଇଥିଲେ ଉଭୟ ଦାନ ଦେଲାବାଲା ଓ ନେଲାବାଲା । ଏଭଳି ଦୃଶ୍ୟ ବାଲେଶ୍ୱର ସହର ଉପକଣ୍ଠ ବାଲିଘାଟରେ ଦେଖିବାକୁ ମିଳିଛି ।
ଛୋଟ ପିଲାମାନେ ଡ଼ଙ୍ଗାଭସାରେ ଖୁସି ମନାଉଥିଲେ। ହେଲେ ସେଇ ଖୁସି ଯେ ସେମାନଙ୍କ ଜୀବନ ନେଇଯିବ, ଏହା ସେମାନଙ୍କୁ ଅଜଣା ଥିଲା।
ଆଜି ଧର୍ମ ମାସର ଶେଷ ଦିନ କାର୍ତ୍ତିକ ପୂର୍ଣ୍ଣିମା । କୋଭିଡ କଟକଣା ସତ୍ତ୍ୱେ ପୁରୁଣା ପରମ୍ପରାକୁ ମନେପକାଇ ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଣ କରିଛନ୍ତି ଶ୍ରଦ୍ଧାଳୁ । ଏ ସଂପର୍କରେ ପୁରୀରୁ ଅଧିକ ଆଲୋଚନା କରିଛିନ୍ତି ପୁରୀ ବ୍ୟୁରୋ ଚିଫ୍ ପ୍ରଦୀପ ମହାନ୍ତି ...।
ସର୍ବସାଧାରଣ ଡଙ୍ଗାଭସା ଉପରେ ବି ଲାଗିଛି କଟକଣା । ଗଂଜାମରେ ଆଜି ଅପରାହ୍ନ ୨ଟା ପଯର୍ୟନ୍ତ ସମୁଦ୍ର କୂଳରେ ଲାଗିଛି କଟକଣା । ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ଗୋପାଳପୁର ବେଳାଭୂମିରେ କଣ ରହିଛି ଦୃଶ୍ୟ ଦେଖନ୍ତୁ ଏ ଭିଡିଓରେ...।
ବିଏମସିର କଟକଣା ସତ୍ତ୍ୱେ କାର୍ତ୍ତିକ ପୂର୍ଣ୍ଣିମାରେ ରାଜଧାନୀର ବିଭିନ୍ନ ଜଳାଶୟରେ ଶ୍ରଦ୍ଧାଳୁମାନେ ବୋଇତ ବନ୍ଦାଣ କରିଥିବା ଦେଖିବାକୁ ମିଳିଛି। ଦେଖନ୍ତୁ ସେହି ଦୃଶ୍ୟ...