• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବରଗଡ଼ ଧନୁଯାତ୍ରାରେ କଂସ ହେବାକୁ ଆବେଦନ କରିଛନ୍ତି ୬୦ ଜଣ କଳାକାର । ଚଳିତ ବର୍ଷ ଧନୁଯାତ୍ରା କମିଟି ୭୫ ବର୍ଷ ପୂର୍ବଣ କରିଥିବା ବେଳେ କଳାକରଙ୍କ ଭିତରେ ଦେଖିବାକୁ ମିଳିଛି ଉତ୍ସାହ । ମୋଟ ୨୨୩ ଜଣ ଯାତ୍ରାରେ ଭାଗ ନେବାପାଇଁ ଆବେଦନ କରିଥିବା ବେଳେ ସର୍ବାଧିକ ୬୦ ଜଣ କଂସ ଭୂମିକା ପାଇଁ ଆବେଦନ କରିଛନ୍ତି ।

ଅଧିକ ପଢ଼ନ୍ତୁ: କିଏ ହେବ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର କଂସ ମହାରାଜ ?

ସେହିପରି ୨୨ଜଣ ମହାମନ୍ତ୍ରୀ, ସାର୍ତ୍ତକୀ ପାଇଁ ୪ଜଣ, ଚାଣୁର ମୁଷ୍ଟିକ ପାଇଁ୧୦ ଜଣ, ଅକ୍ରୁର ଭୂମିକା ପାଇଁ ୧୭ ଜଣ, ବସୁଦେବ ପାଇଁ୧୯ ଜଣ, ନାରଦ ପାଇଁ ୧୪ ଜଣ, ଉଗ୍ରସେନ ପାଇଁ ୭ଜଣ, ଓ ଦେବକୀ ଭୂମିକା ପାଇଁ ୮ଜଣ ଆବେଦନ କରିଛନ୍ତି । ତେବେ ପୂର୍ବତନ କଂସ ଗୋପାଳ ସାହୁ ଓ ଅନ୍ୟ ୨ଜଣଙ୍କ ବୟସ ୬୦ ବର୍ଷ ଉପରେ ହୋଇଥିବାରୁ ସେମାନଙ୍କୁ ବାଦ ଦିଆଯାଇଛି । ଆବଦନ କରିଥିବା କଳାକାରଙ୍କ ଚୟନ ପ୍ରକ୍ରିୟା ଆସନ୍ତା ୭,୯ ଓ ୧୦ ତାରିଖ ତିନି ଦିନ ଧରି ଚାଲିବ । ତେବେ କେବଳ କଂସ ଭୂମିକା ପାଇଁ ୧୦ ତାରିଖ ଦିନ କଳାକାର ଚୟନ କରାଯିବ ବୋଲି ଧନୁଯାତ୍ରା ମହୋତ୍ସବ କମିଟି ପକ୍ଷରୁ କୁହାଯାଇଛି ।

ସେପଟେ ଚଳିତ ବର୍ଷ ବରଗଡ଼ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାକୁ ୭୫ ବର୍ଷ ପୂର୍ତ୍ତି ହେବା ଅବସରରେ କମିଟି ହିରକ ଜୟନ୍ତୀ ପାଳନ କରୁଥିବା ବେଳେ ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ନୂତନ କଳାକାର ଚୟନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଯାହାକୁ ନେଇ କଳାକାର ମହଲରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ଏହି ମହମଞ୍ଚରେ ନିଜର କଳା ପ୍ରଦର୍ଶନ କରି ସୁଯୋଗ ସୃଷ୍ଟି କରିବାକୁ ବେଶ୍ ଆଶାବାଦୀ ଅଛନ୍ତି ।