Dhabaleswar Hanging Bridge
ଏଥର ପୀଠରେ ନୁହଁ ଏଲଇଡିରେ ହେବ ବାବାଙ୍କ ଦର୍ଶନ । ଭକ୍ତ ପରଦାରେ ଠାକୁରଙ୍କୁ ଦେଖିବେ, କିନ୍ତୁ ପାଖକୁ ଯିବେନି । ଗୁଜରାଟ ମୋର୍ବି ଦୁର୍ଘଟଣା ପରେ କଟକ ଧବଳେଶ୍ୱରପୀଠ ଝୁଲାପୋଲକୁ ନେଇ ହଠାତ୍ ଚେଇଁ ଉଠିଛି ପ୍ରଶାସନ । ପୋଲ ଦୁର୍ବଳ ଥିବା ଜଣାପଡ଼ିବା ପରେ ପଞ୍ଚୁକ ପୂର୍ବରୁ ଆଗୁଆ ୧୪୪ ଧାରା ଜାରି କରି ଦେଇଛି । ଏମିତିକି ଝୁଲାପୋଲରେ ଯାତ୍ରୀଙ୍କୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବାବେଳେ ତଳେ ଡଙ୍ଗା କି ବୋଟ୍ ଯୋଗେ ବି ଭକ୍ତଙ୍କୁ ବ୍ୟାନ୍ କରାଯାଇଛି । ତେବେ ପ୍ରଶାସନର ଏଭଳି କଠୋର ନିଷ୍ପତ୍ତିକୁ ନେଇ ଉଭୟ ଭକ୍ତ ଓ ପୂଜକଙ୍କ ଅସନ୍ତୋଷ ବଢୁଥିବାରୁ ନିଷ୍ପତ୍ତି ପୁଣି ବଦଳିଛି । ଆଠଗଡ଼ ଉପ-ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ପଞ୍ଚୁକରେ ଝୁଲା ପୋଲ ପାଖରେ ନୁହେଁ ବରଂ ପୀଠର ମୁଖ୍ୟ ରାସ୍ତା ଗେଟ୍ ପାଖରେ ଏକ LED ଲାଗିବ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)