ଦୁର୍ଗାପୂଜା ପାଖେଇ ଆସୁଥିବା ବେଳେ ମଣ୍ଡପରେ ଜୋରସୋରରେ ଚାଲିଛି ପ୍ରସ୍ତୁତି । ମାଆଙ୍କ ମୂର୍ତ୍ତି ନିର୍ମାଣଠୁ ଆରମ୍ଭ କରି ତୋରଣ ଏବଂ ସାଜସଜା କାମ ଆଗେଇ ଚାଲିଛି । ଚଳିତ ବର୍ଷ ରାଜଧାନୀରେ କେଉଁ ମଣ୍ଡପ କେଉଁ ଥିମ୍ରେ ହେଉଛି ଚାଲନ୍ତୁ ଜାଣିବା ।
ଷୋଡ଼ଶ ପର୍ବର ପ୍ରଥମ ଦିନରେ ଘର ତ୍ୟାଗ କରି ମାଆଙ୍କ ପାଖରେ ସମର୍ପିତ ହୋଇଥାନ୍ତି ବଳି ଜେନା।
ଆସୁଛି ପାର୍ବଣ। ପାର୍ବଣକୁ ନେଇ ଏବେ ଚିନ୍ତାରେ ପୋଲିସ। କେମିତି ଟ୍ରାଫିକ ନିୟନ୍ତ୍ରଣ ହେବ, କେମିତି ଅପରାଧ ନିୟନ୍ତ୍ରଣ ହେବ ? ଆଜିଠୁ ପ୍ରସ୍ତୁତ ହେଲାଣି ବ୍ଲୁ ପ୍ରିଣ୍ଟ। ଦୀର୍ଘ ୨ ବର୍ଷର କୋଭିଡ କଟକଣା ପରେ ଏଥର ପୂଜା ମଣ୍ଡପରେ ମା’ଙ୍କୁ ଦର୍ଶନ କରିବେ ଭକ୍ତ। ଭିଡ ମଧ୍ୟ ଅସମ୍ଭାଳ ହେବ। ଏହାକୁ ଦୃଷ୍ଟିରେ ରଖି ସବୁପ୍ରକାର ପ୍ରସ୍ତୁତି କରିଛି କମିଶନରେଟ ପୋଲିସ। ତଥାପି ପୂଜା ମଣ୍ଡପରେ ଭିଡ ସମ୍ଭାଳିବା ପୋଲିସ ପାଇଁ ବଡ ଚାଲେଞ୍ଜ ହେବ।
ମା’ ଭଗବତୀ ପୀଠରେ ବଜାୟ ରହିଛି ପରମ୍ପରା । ପୂର୍ବରୁ ନରବଳୀ ଦିଆଯାଉଥିବା ବେଳେ ଏବେ ପ୍ରତୀକାତ୍ମକ ନରବଳୀ ଦିଆଯାଉଛି ।
ପାର୍ବଣ ପୂର୍ବରୁ ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସର ପ୍ରସ୍ତୁତି, ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ବ୍ଲୁପ୍ରିଣ୍ଟ
ଗଜଲକ୍ଷ୍ମୀ ପୂଜା ପାଇଁ ଢେଙ୍କାନାଳରେ ଜୋରସୋର ପ୍ରସ୍ତୁତି । ବାଉଁଶରେ ତିଆରି ହେଉଛି ୬୫ ଫୁଟ୍ ଉଚ୍ଚର ତୋରଣ ।
ଦଶହରା ଓଡ଼ିଶାରେ ପାଳିତ ଏକ ଗଣପର୍ବ। ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବାରୁ କୃଷିଭିତ୍ତିକ ଉପକରଣ ହଳ-ଲଙ୍ଗଳ, ଐତିହାସିକ ଯୁଦ୍ଧରେ ବ୍ୟବହୃତ ଖଣ୍ଡା, ଢାଲ ଆଦି ଉପକରଣ ଏହି ଦିନ ପୂଜା କରାଯାଇଥାଏ। ତେବେ ଓଡିଶାରେ ଦଶହରା କେବେ ଠାରୁ ପାଳନ ହେଲା ଓ ଏହାକୁ ପ୍ରଥମେ କିଏ କରେଇଲେ ଜାଣିବା ପାଇଁ ପଢନ୍ତୁ।
ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନେକ ଶକ୍ତିପୀଠ ରହିଛି। ଦଶହରା ଚାଲିଆସିଲେ ଏହିସବୁ ଶକ୍ତିପୀଠ ହୋଇଉଠେ ଚଳଚଞ୍ଚଳ। ବିଭିନ୍ନ ପୂଜା ବିଧିରେ କରାଯାଏ ମା’ଙ୍କ ପୂଜା। ତେବେ ଆସନ୍ତୁ ଜାଣିନେବା କେଉଁ ସବୁ ଶକ୍ତିପୀଠରେ କିପରି ଭାବେ ପାଳନ ହୁଏ ଦଶହରା।
ସାରା ଭାରତରେ ଦୁର୍ଗାପୂଜାକୁ ପବିତ୍ର ମନରେ ପାଳନ କରାଯାଏ। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ବେଶ୍ୟାଳୟ ଅଗଣାର ମାଟି ବିନା ତିଆରି ହୋଇପାରେନା ମା’ଙ୍କ ମୂର୍ତ୍ତି। ଏହା ପଛରେ କ’ଣ ରହିଛି କାରଣ ଆସନ୍ତୁ ଜାଣିବା।
ଏଥର ନବରାତ୍ର ପୂଜା ସେପ୍ଟେମ୍ବର ୨୬ରୁ ଆରମ୍ଭ ହୋଇ ପୂଜା ଶେଷ ହେବ ଅକ୍ଟୋବର ୪ ତାରିଖରେ। ୫ ତାରିଖ ବିଜୟାଦଶମୀ । ଚଳିତବର୍ଷ ମହାଷ୍ଟମୀ ପୂଜା ଅକ୍ଟୋବର ୩ ତାରିଖରେ ପଡ଼ୁଛି । ତେବେ ଏହି ଶାରଦୀୟ ନବରାତ୍ର ପୂଜାର ବିଶେଷ ମହତ୍ୱ ରହିଛି। ଏହି ୯ଦିନରେ ମା’ଙ୍କୁ ୯ଟି ରୂପରେ ପୂଜା କରାଯାଏ । ତେବେ ଏହି ୯ ଦିନ କେଉଁ ଦେବୀଙ୍କୁ କେଉଁ ରଙ୍ଗରେ ପୂଜା କରାଯାଏ ତାହାର ସ୍ୱତନ୍ତ୍ର ବିଧି ରହିଛି।
ଆଜି ଦେବଶିଳ୍ପୀ ଭଗବାନ ବିଶ୍ୱକର୍ମାଙ୍କ ଜୟନ୍ତୀ। ଦେବତାଙ୍କ ଶିଳ୍ପୀ, ସଂସାରର ପ୍ରଥମ ଇଂଜିନିୟର, ବାସ୍ତୁଦେବଙ୍କ ସନ୍ତାନ ଭଗବାନ ବିଶ୍ୱକର୍ମା ବାସ୍ତୁଶାସ୍ତ୍ରର ପ୍ରଚଣ୍ଡ ବିଦ୍ୱାନ ଥିଲେ। ଏ ସୃଷ୍ଟି ପାଇଁ ତାଙ୍କର ରହିଛି ଅନେକ ଅବଦାନ। ତେବେ ଆସନ୍ତୁ ଜାଣିବା ଏ ବିଶାଳ ସୃଷ୍ଟି ପାଇଁ ସେ କ’ଣ କରିଛନ୍ତି?
ଆଜି ହେଉଛି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା । ପଲ୍ଲୀଠୁ ସହର ସବୁଠି ବିଶ୍ୱକର୍ମାଙ୍କୁ ଆବାହାନ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି ।
ଚଳିତ ବର୍ଷ ନବରାତ୍ରୀର ୯ ଦିନରେ ଅନେକ ଶୁଭ ସଂଯୋଗ ରହିଛି। ସେପ୍ଟେମ୍ବର ୨୬ ସୋମବାରରୁ ଆରମ୍ଭ ହେବାକୁ ଯାଉଛି ନବରାତ୍ରୀ। ମା ହାତୀ ବାହନରେ ଧରାପୃଷ୍ଠକୁ ଆସିବେ, ଯାହା ସୁଖ ଏବଂ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଏ।
ବାୟୁସେନା ପକ୍ଷରୁ ଓଡ଼ିଶାରେ ଏହି ଚିତାକର୍ଷକ ସୂର୍ଯ୍ୟକିରଣ ସୋ’ ପ୍ରଦର୍ଶିତ ହେବ ।
ଭୁବନେଶ୍ୱର ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଛି ଜାତୀୟ ହସ୍ତତନ୍ତ ମେଳା । ଆଜିଠୁ ଆରମ୍ଭ ହୋଇଥିବା ଏହି ମେଳା ଅକ୍ଟୋବର ୯ ତାରିଖ ଯାଏଁ ଚାଲିବ ।
ମୟୂରଭଞ୍ଜ ଜାମଦା କଇଁପୁର ଗାଁର ପ୍ରାଚୀନ ପରମ୍ପରା
ପୂଜା ଯେତିକି ଯେତିକି ପାଖେଇ ଆସୁଛି ସେହି ଅନୁସାରେ ପୂଜା ମଣ୍ଡପଗୁଡିକରେ ମଧ୍ୟ ଜୋରସୋରରେ ଚାଲିଛି ପ୍ରସ୍ତୁତି।
୧୦ ଦିନ ପରେ ବିସର୍ଜନ ହୋଇଛନ୍ତି ଗଜାନନ। ତାଳଚେରରେ ଚାଲିଛି ଭସାଣୀ ଶୋଭାଯାତ୍ରା...ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ବ୍ୟାଣ୍ଡପାର୍ଟିଙ୍କ ଗୀତରେ କମ୍ପୁଛି ତାଳଚେର ସହର
କଟକର ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ଚାଲିଛି ବ୍ୟାପକ ପ୍ରସ୍ତୁତି । ଚାନ୍ଦି ମେଢ଼ ସଫାସଫି ପାଇଁ କାରିଗରଙ୍କ ହାତକୁ ବି ଫୁରସତ ନାହିଁ ।
ଏହି ନୂଆ ନିଷ୍ପତ୍ତି ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ବୈଠକ ସରିବା ପରେ ସେ ଏହା କହିଛନ୍ତି ।
ଜ୍ଞାନ ରୂପୀ ଆଲୋକର ବର୍ତ୍ତିକା ଦେଖାଇଥିବା ଗୁରୁମାନେ ଅବର୍ତ୍ତମାନ ପରେ ବି କିଭଳି ଅପାଶୋରା, ତାହାର ଦୁଇଟି ସଦ୍ୟ ଚିତ୍ର ଆମେ ସଂଗ୍ରହ କରିଛୁ । ବିଷମ ପରିସ୍ଥିତିରେ ବି କେମିତି ଶିକ୍ଷାଦାନ ଭଳି ମହତ ଲକ୍ଷ୍ୟରୁ ବିଚ୍ୟୁତି ହୋଇନଥିବା ଦୁଇଜଣ ବଣମଲ୍ଲୀଙ୍କୁ ।
ସିଏ ଅଫେରା ରାଇଜର ଅତିଥି ହୋଇ ବି ଅମର । ବଖାଣିବା ଦରକାର ନାହିଁ ତାଙ୍କ ପରିଚୟ । ବିଷମ ପରିସ୍ଥିତିରେ ବି ଏମାନେ ଶିକ୍ଷାଦାନ ଭଳି ମହତ ଲକ୍ଷ୍ୟରୁ ବିଚ୍ୟୁତ ହୋଇନାହାଁନ୍ତି।
ଗୁରୁ ସମ୍ମାନର ପରମ୍ପରା କାହିଁ କେଉଁ କାଳରୁ ରହିଆସିଛି। ଆଜି ବି ସେଇ ପରମ୍ପରା ବଂଚିଛି। ଏମିତି ଅନେକ ଗୁରୁ ଅଛନ୍ତି ଯୋଉମାନଙ୍କ ତ୍ୟାଗ ପାଇଁ ଆଜି ଛାତ୍ରସମାଜକୁ ନୂଆ ଦିଗ୍ଦର୍ଶନ ମିଳିଛି।
ବିନା ଗୁରୁରେ କେହି ସଫଳତା ପାଇନି। ଗୁରୁ ହିଁ ଦେଖେଇଥାନ୍ତି ଆଲୋକର ମାର୍ଗ। ସଫଳତାର ଶୀର୍ଷରେ ପହଞ୍ଚାଇବାର ରାସ୍ତା। ଭାରତୀୟ ପୁରାଣରେ ଅନେକ ମହାନ ଗୁରୁଙ୍କ ଉଦାହରଣ ରହିଛି ଯେଉଁମାନଙ୍କ ଶିକ୍ଷା ସେମାନଙ୍କ ଶିଷ୍ୟମାନଙ୍କୁ କରିଛି ଶକ୍ତିଶାଳୀ। ଆସନ୍ତୁ ସେମିତି କିଛି ଗୁରୁଙ୍କ ବିଷୟରେ ଜାଣିନେବା।
ଆଜି ସାରା ଦେଶର ବିଭିନ୍ନ ଶୈକ୍ଷିକ ଅନୁଷ୍ଠାନରେ ପାଳନ ହେଉଛି ଗୁରୁଦିବସ। ଏହି ଅବସରେ ବିଭିନ୍ନ ସ୍କୁଲ୍, କଲେଜ୍ ଓ ବିଶ୍ୱବିଦ୍ୟାଳୟର ପିଲାମାନେ ଗୁରୁଙ୍କୁ ନେଇ ଭାଷଣ ଦେବାକୁ ନିଜକୁ ପ୍ରସ୍ତୁତ କରୁଥିବେ। ଯେଉଁମାନେ ଏମିତି କରୁଛନ୍ତି ସେମାନଙ୍କ ପାଇଁ ଏହି ଲେଖା ଅତ୍ୟନ୍ତ ଉପକାରୀ।