Advertisment

ଜାଣନ୍ତୁ, ୧୨ ରାଶି ଉପରେ କ’ଣ ରହିଛି ଚନ୍ଦ୍ରଗହଣର ପ୍ରଭାବ..କେଉଁ ରାଶି ପାଇଁ ଏହା ଶୁଭ

ଭାରତ ସମେତ ଉତ୍ତର ଆମେରିକା, ଦକ୍ଷିଣ ଆମେରିକାର କିଛି ସ୍ଥାନ, ଏସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ଦୀର୍ଘ ୧ ଘଣ୍ଟା ୨୫ ମିନିଟ ଧରି ଦୃଶ୍ୟମାନ ହେବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Lunar Eclipse 2022

Lunar Eclipse 2022

ଆସନ୍ତାକାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଏଥର କାର୍ତ୍ତିକ ପୂର୍ଣ୍ଣିମାରେ ପଡ଼ୁଛି। ଜ୍ୟୋତିର୍ବିଦମାନେ ଏହାକୁ ରାହୁଗ୍ରସ୍ତ ଚନ୍ଦ୍ରଗ୍ରହଣ ବୋଲି କହୁ ଥିବାବେଳେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ପାଇଁ ନୀତି ନିର୍ଘଣ୍ଟ ହୋଇଛି। ସୂର୍ଯ୍ୟୋଦୟ ୫ଟା ୫୪ ମିନିଟ୍ ୫୩ ସେକେଣ୍ଡରେ ଆରମ୍ଭ ହେଉଥିବାରୁ ପାକ ତ୍ୟାଗ ଓ ଦେବ ନୀତି ନିଷେଧ ହେବ। ୮ ତାରିଖ ରାତି ୧୨ଟା ୧୦ରେ ଦ୍ୱାର ଫିଟା ଯାଇ ଅନ୍ୟ ନୀତିକାନ୍ତି ସହ ସୁନାବେଶ ଓ ସକାଳ ୫ଟା ୫୦ ସୁଦ୍ଧା ଭୋଗମଣ୍ଡପ ଶେଷ କରିବାକୁ ନିଷ୍ପତ୍ତି ହୋଇଛି। 

Advertisment

ଅଧିକ ପଢ଼ନ୍ତୁ: ଆସନ୍ତାକାଲି ବର୍ଷର ଶେଷ ଚନ୍ଦ୍ରଗ୍ରହଣ: ଜାଣନ୍ତୁ, କେତେବେଳେ ହେବ ପାକ ତ୍ୟାଗ ଓ ଦେବ ନୀତି...

ଭାରତ ସମେତ ଉତ୍ତର ଆମେରିକା, ଦକ୍ଷିଣ ଆମେରିକାର କିଛି ସ୍ଥାନ, ଏସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ଦୀର୍ଘ ୧ ଘଣ୍ଟା ୨୫ ମିନିଟ ଧରି ଦୃଶ୍ୟମାନ ହେବ। ତେବେ ଓଡ଼ିଶାରେ ଏହା ଦେଖାଯିବ ନାହିଁ। ଗ୍ରହଣ ଲାଗିବା ସମୟରେ ଗର୍ଭବତୀମାନେ ଗ୍ରହଣ ନଦେଖିବା ସହ ଏହି ସମୟରେ କୋଳରେ ଏକ ନଡ଼ିଆ ରଖି ଘର ଭିତରେ ଶ୍ରୀ ବିଷ୍ଣୁ ଜଗନ୍ନାଥଙ୍କୁ ସ୍ମରଣ କରିବା ଉଚିତ୍। ଏହି ଗ୍ରହଣ ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ, ମୀନ ରାଶିମାନଙ୍କ ପକ୍ଷରେ ଶୁଭପ୍ରଦ ରହିବ। ବାକି ଅନ୍ୟ ରାଶିର ବ୍ୟକ୍ତି ବିଶେଷମାନେ ନଦେଖିବା ଉଚିତ୍‌ । ମେଷ ରାଶିର ବ୍ୟକ୍ତି ଅଧିକ ସତର୍କତା ଅବଲମ୍ବନ କରିବେ। 

Advertisment

ଜାଣନ୍ତୁ, ୧୨ ରାଶି ଉପରେ କ’ଣ ରହିଛି ଚନ୍ଦ୍ରଗହଣର ପ୍ରଭାବ...

ମେଷ: 

ଆପଣଙ୍କର ବ୍ୟସ୍ତ ଦୈନିକ କାମ-କାର୍ଯ୍ୟ ଯୋଗୁ ଜୀବନସାଥି ସନ୍ଦେହ କରିପାରନ୍ତି । ଅନ୍ୟ ଲୋକଙ୍କ ସହ ଅଯଥା ଯୁୁକ୍ତିତର୍କ ଓ ବିବାଦରୁ ଦୂରେଇ ରୁହନ୍ତୁ। କାର୍ଯ୍ୟକ୍ଷେତ୍ରରେ ଆହୁରି କାମ ବୃଦ୍ଧି ପାଇବ। ତୃତୀୟ ଜଣ ଲୋକଙ୍କ ପାଇଁ ନିଜ ବନ୍ଧୁଙ୍କ ସହ ବିବାଦ ସୃଷ୍ଟି ହୋଇପାରେ । ଧନ-ସମ୍ପତ୍ତି ସଂଯତରେ ରଖିବା ପାଇଁ ଚେଷ୍ଟା କରନ୍ତୁ । 

ବୃଷ: 

ପରିବାରରେ ପତ୍ନୀଙ୍କ ଅସହଯୋଗ ତଥା ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ । ଅଭାବ ଅସୁବିଧା ନଥିଲେ ମଧ୍ୟ ଅଯଥା ବାର୍ତ୍ତାଳାପ ସମସ୍ୟାର କାରଣ ହୋଇପାରେ। ଅତ୍ମୀୟଙ୍କ ଶତ୍ରୁତା ହେତୁ ବିଚଳିତ ହୋଇପାରନ୍ତି। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ନଦେଲେ ଅସୁବିଧାର ସମ୍ମୁଖୀନ ହେବେ । ଅର୍ଥ ସଂକଟ ଲାଗି ରହିବ।

ମିଥୁନ: 

କିଛି ଦିନ ଧରି ଯାହା ଓ ଯେମିତି ଭାବୁଥିଲେ ତାହା ହିଁ ପାଇବେ । ବନ୍ଧୁଙ୍କ ସାହାଯ୍ୟ ଲାଭ କରିବେ। ଜମି କାରବାର, ସରକାରୀ ସୂତ୍ରରୁ ଧାର୍ମିକ କାର୍ଯ୍ୟ ଇତ୍ୟାଦିରେ ସଫଳତା ପାଇବେ । ଆର୍ଥିକ ଉନ୍ନତି , ଅଭିଳାଷିତ କାର୍ଯ୍ୟରେ ଅଗ୍ରଗତି ଘଟିବା ହେତୁ ସାମୟିକ ମନ ହାଲୁକା ହୋଇଯିବ ।

କର୍କଟ: 

କାର୍ଯ୍ୟ ହାସଲ ପାଇଁ ଆନୁଷଙ୍ଗିକ ସହଯୋଗ ପ୍ରଦାନ କରିବେ। ଶିଳ୍ପ, ବ୍ୟବସାୟ, ପରିବହନରେ ଆଶାନୁରୂପ ଫଳ ପ୍ରାପ୍ତି ହୋଇପାରେ । ପ୍ରାପ୍ୟଧନ ପାଇବାର ପ୍ରତିଶ୍ରୁତି ପାଇବେ। ସମ୍ପର୍କୀୟଙ୍କ ଯୋଗୁ ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲିତ ରହିବ। ଆପଣଙ୍କ ଉଚ୍ଚ କୌଦ୍ଧିକ କ୍ଷମତା ଆପଣଙ୍କ ଅସମର୍ଥତା ସହିତ ଯୁଦ୍ଧ କରିବାରେ ସହଯୋଗ ଦେବ।

ସିଂହ: 

କେବଳ ସକରାତ୍ମକ ବିଚାର ଦ୍ୱାରା ହିଁ ସମସ୍ୟାଠୁ ମୁକ୍ତି ପାଇ ପାରିବେ । ପରିବାର ଲୋକଙ୍କୁ ପ୍ରଭାବିତ କରିବା ପାଇଁ  କୌଣସି ଅସୁବିଧା ହେବ ନାହିଁ । କଠିନ ପରିଶ୍ରମ ପାଇଁ ପୁରସ୍କାର ମିଳିବ। ପଦରେ ଉନ୍ନତି ହୋଇପାରେ । ଆର୍ଥିକ ଲାଭ ଭଲ ମିଳିବ । କର୍ମକ୍ଷେତ୍ରରେ ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି କାମ ହାସଲ କରିବେ ।

କନ୍ୟା: 

ଭବିଷ୍ୟତ କଥା ଭାବି ଅର୍ଥ ନିବେଶ କରନ୍ତୁ । ପାରିବାରିକ ସମସ୍ୟାକୁ ଗୁରୁତ୍ୱ ଦିଅନ୍ତୁ । ପ୍ରେମିକାଙ୍କୁ କିଛି କଷ୍ଟ ଦେଲା ପରି କଥା କୁହନ୍ତୁ ନାହିଁ। ଜରୁରୀ କାମରେ ଧ୍ୟାନ ନଦେବା ଏବଂ ଅନାବଶ୍ୟକ କାମରେ ମନ ଲାଗିବା ଘାତକ ସିଦ୍ଧ ହୋଇପାରେ।  କଳା, ସାହିତ୍ୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦିତାର ସମ୍ମୁଖୀନ ହେବାକୁ ପଡିବ ।

ତୁଳା: 

ନିଜକୁ ସୁଧାରିବା ଦ୍ୱାରା ଅନେକ ଲାଭ ମିଳିପାରେ । ଧନର ଆଗମନ ଆର୍ଥିକ ସମସ୍ୟାର ସମାଧାନ କରିପାରିବ। ଘରର ସଜ-ବାଜ ପାଇଁ ଖାଲି ସମୟର ଉପଯୋଗ କରନ୍ତୁ। ସମୃଦ୍ଧଶାଳୀ କାର୍ଯ୍ୟରେ ଥିବା ଲୋକଙ୍କଠୁ ପ୍ରଂଶସା ପାଇବେ । ପିଲା ଦିନର ବନ୍ଧୁଙ୍କ ସହ କିଛି ସମୟ ବିତାଇବେ । ଋଣ ନେଇଥିବା ଲୋକ ଋଣ ଶୁଝିବେ।

ବିଛା: 

ସନ୍ତାନମାନଙ୍କ ପାଇଁ ଗର୍ବିତ ହେବେ ।  ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଆର୍ଥିକ ସ୍ରୋତ ବ୍ୟବସାୟା ଇତ୍ୟାଦି ବିଭିନ୍ନ ଦିଗରୁ ଧନ ଲାଭର ସୂଚନା ମିଳିବ । ସାନ ଭାଇ-ଭଉଣୀଙ୍କ ଠାରୁ ଆଦର ସମ୍ମାନ ମିଳିବ । ଭାଗ୍ୟର ଆମୂଳଚୂଳ ପରିବର୍ତ୍ତନ ଘଟିବ । ମିତ୍ରଙ୍କ ଠାରୁ ସହାୟତା ମିଳିପାରେ । ଯାନବାହାନର କିଣି ପାରନ୍ତି।

ଧନୁ: 

ଉଦାର ସ୍ୱଭାବ ହୋଇପାରନ୍ତି । ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ ହେବ । ସାଧନାରେ ସିଦ୍ଧିପ୍ରାପ୍ତିର ସୂଚନା ମିଳିବ । ଗୁପ୍ତ ବିଦ୍ୟାର ରୁଚି ବଢିବ । ସୁସ୍ଥ ଓ ନିରାମୟ ରହିବେ । ସରକାରୀ ସ୍ତରରେ ସମ୍ମାନିତ ହେବେ । ରାଜକୋଷ ଧନ ପ୍ରାପ୍ତିର ସୂଚନା ମିଳୁଛି । ପ୍ରତି କାର୍ଯ୍ୟରେ ସଫଳ ହେବେ । ଗୃହୋପକରଣ କ୍ରୟ କରିପାରନ୍ତି ।

ମକର: 

ବନ୍ଧୁଙ୍କ ସହ ସଂପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରି ପାରନ୍ତି । ରାଜନୀତି ଓ ସାଂଗଠନିକ କ୍ଷେତ୍ରରେ ଅସୁବିଧାରେ ପଡ଼ିପାରନ୍ତି । କର୍ମକ୍ଷେତ୍ରରେ କୌଣସି କଥାକୁ ଠିକ୍ ଭାବରେ ନ ବୁଝି ବିରକ୍ତି ପ୍ରକାଶ କରିପାରନ୍ତି । ଭାବପ୍ରବଣତା ହେତୁ ମନୋବଳ କ୍ରମଶଃ ହ୍ରାସ ପାଇପାରେ । 

କୁମ୍ଭ: 

ସରକାରୀ ସାହାଯ୍ୟ ପାଇବା ଫଳରେ ଉତ୍ସାହ ବୃଦ୍ଧି ପାଇବ । ସାମାଜିକ ପ୍ରତିଷ୍ଠା  ମାନସମ୍ମାନ ବୃଦ୍ଧି ହେବ । ବ୍ୟବସାୟୀମାନେ ନିଜର ପ୍ରାଧାନ୍ୟ ବିସ୍ତାର କରି ସମସ୍ୟାକୁ ସୁଧାରି ନେବା ସହ ଆର୍ଥିକ ସ୍ଥିତିକୁ ସୁଦୃଢ କରି ପାରିବେ । ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ । ପୁରାତନ ରୋଗରୁ ଉପସମ ପାଇ ଶରୀର ସୁସ୍ଥ ରହିବ ।

ମୀନ: 

ପାରିବାରିକ ସମସ୍ୟା ଦୂର ହୋଇ ଉଚ୍ଚ ଆଶାରେ ଆଗେଇବେ । ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ମିଳିବା ଫଳରେ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ, ମାନସିକ ଶାନ୍ତି ବୃଦ୍ଧି ପାଇପାରେ । କମିଶନ କାର୍ଯ୍ୟରେ ଲାଭ ହେବାର ସମ୍ଭାବନା ଅଛି । ମାଲି ମକଦ୍ଦମାରେ କୃତକାର୍ଯ୍ୟ ହେବେ । ପ୍ରେମିକ, ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ପ୍ରଶାସନ ପାଇଁ ଭଲ ରହିବ ।

Lunar Eclipse
Advertisment
Advertisment