• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଆଜି ଭାରତରେ ଜାତୀୟ କର୍କଟ ସଚେତନତା ଦିବସ ପାଳନ କରାଯାଉଛି। ଏହି ଦିନଟି ଏହି କାରଣରୁ ଗୁରୁତ୍ୱପୂର୍ଣ୍ଣ ଯେ ଏହା ଲୋକଙ୍କୁ କର୍କଟର ଗମ୍ଭୀର ବିପଦ ବିଷୟରେ ଶିକ୍ଷା ଦେଇଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ କର୍କଟ ହେଉଛି ଦ୍ୱିତୀୟ ମାରାତ୍ମକ ରୋଗ ଯାହା ଲୋକଙ୍କ ପାଇଁ ଜମ ଦୂତ ହୋଇ ଆସିଥାଏ।

କର୍କଟରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସ୍ଥିତି ଦେଖିଲେ ଭାରତ ଏକ ଭୟଙ୍କର ବିପଦରେ ରହିଛି। ୨୦୧୮ରେ, ଭାରତରେ ୧.୫ ମିଲିୟନ ଲୋକ କର୍କଟରେ ମୃତ୍ୟୁ ବରଣ କରିଥିଲେ। ତେଣୁ କର୍କଟ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିବସ ନଭେମ୍ବର ୭ ରେ ପାଳନ କରାଯାଏ।

ଅଧିକ ପଢ଼ନ୍ତୁ: କର୍କଟ ରୋଗୀଙ୍କ ପାଇଁ ରାମବାଣ ସାଜିପାରେ ଚିଲିକା ମଇଁଷିଙ୍କ କ୍ଷୀର

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ପ୍ରଥମେ ସେପ୍ଟେମ୍ବର ୨୦୧୪ରେ ଜାତୀୟ କର୍କଟ ସଚେତନତା ଦିବସ ଘୋଷଣା କରିଥିଲେ। ସେ କର୍କଟ ନିୟନ୍ତ୍ରଣ ଉପରେ ଏକ ରାଜ୍ୟସ୍ତରୀୟ ଆନ୍ଦୋଳନ ଆରମ୍ଭ କରିଥିଲେ ଏବଂ ଲୋକଙ୍କୁ ମାଗଣା ପରୀକ୍ଷା ପାଇଁ ମ୍ୟୁନିସିପାଲିଟି କ୍ଲିନିକଗୁଡିକୁ ରିପୋର୍ଟ କରିବାକୁ ପ୍ରୋତ୍ସାହିତ କରିଥିଲେ। ଏହି ସମୟରେ, କର୍କଟ ରୋଗର ପ୍ରାରମ୍ଭିକ ଲକ୍ଷଣ ଏବଂ ଏହାକୁ ଏଡାଇବା ପାଇଁ ପଦକ୍ଷେପ ବିଷୟରେ ଏକ ବୁକ୍‌ଲେଟ୍ ବଣ୍ଟାଯାଇଥିଲା।

କର୍କଟ କ’ଣ:

କର୍କଟ ହେଉଛି ଶରୀରର କୋଷିକା ସମୂହର ଅସ୍ୱାଭାବିକ, ବିଶୃଙ୍ଖଳିତ ଏବଂ ଅନିୟନ୍ତ୍ରିତ ବୃଦ୍ଧି। ଏହାକୁ ଯଦି ଠିକ୍ ସମୟରେ ଚିହ୍ନଟ କରା ନଯାଏ ଏବଂ ଠିକ୍ ସମୟରେ ଚିକିତ୍ସା କରା ନଯାଏ, ତେବେ ଏହା ଶରୀରର ଅନ୍ୟ ଅଂଶକୁ ମଧ୍ୟ ବ୍ୟାପିପାରେ।

କର୍କଟର ଲକ୍ଷଣ:

ପ୍ରଭାବିତ ଅଙ୍ଗ ଆଧାରରେ କର୍କଟର ଭିନ୍ନ ଭିନ୍ନ ଲକ୍ଷଣ ହୋଇଥାଏ। କିନ୍ତୁ ଏଠାରେ କିଛି ସାଧାରଣ ଲକ୍ଷଣ ଦିଆଗଲା ଯାହାକୁ ଆପଣ ଅଣଦେଖା କରିବା ଉଚିତ୍ ନୁହେଁ:

  • ବିନା କାରଣରେ ଶରୀରର ଯେକୌଣସି ଅଙ୍ଗରେ ବାରମ୍ବାର ଯନ୍ତ୍ରଣା
  • ବିନା କାରଣରେ ହଠାତ୍ ଓଜନ ହ୍ରାସ
  • ସବୁବେଳେ କ୍ଳାନ୍ତ ଅନୁଭବ କରିବା
  • ଜ୍ୱର ନ କମିବା କିମ୍ବା ବାରମ୍ବାର ହେବା
  • ଚର୍ମର ରଙ୍ଗ କିମ୍ବା ଗଠନରେ ପରିବର୍ତ୍ତନ
  • ଶରୀରର କୌଣସି ଅଙ୍ଗରୁ ଅସ୍ୱାଭାବିକ ରକ୍ତସ୍ରାବ
  • ଚର୍ମ କିମ୍ବା ପାଟିରେ ଘା’ ହୋଇ ଆରୋଗ୍ୟ ନ ହେବା

କର୍କଟର ସ୍କ୍ରିନିଂ କରାଇବା:

ଯଦି ଆପଣଙ୍କ ଠାରେ କର୍କଟ ରୋଗ ଅଛି, କିମ୍ବା ଆପଣ ଯଦି ଦୀର୍ଘ ଦିନ ଧରି ତମାଖୁ ସେବନ କରୁଛନ୍ତି, ତେବେ ଅନ୍ୟମାନଙ୍କ ତୁଳନାରେ ଆପଣଙ୍କ ପ୍ରତି ବିପଦ ଅଧିକ ହୋଇପାରେ। କେଉଁ ସ୍କ୍ରିନିଂ ପରୀକ୍ଷା ଆପଣଙ୍କ ପାଇଁ ଉପଯୁକ୍ତ ହେବ ସେ ବିଷୟରେ ଡାକ୍ତରଙ୍କ ସହ କଥା ହୁଅନ୍ତୁ। ଏହା ପ୍ରାରମ୍ଭିକ ପର୍ଯ୍ୟାୟରେ ହୋଇପାରେ।

ସ୍ତନ କର୍କଟ କ୍ଷେତ୍ରରେ ୪୦ ବର୍ଷରୁ ଅଧିକ ମହିଳାମାନଙ୍କୁ ପ୍ରତିବର୍ଷ ମ୍ୟାମୋଗ୍ରାଫି କରିବାକୁ ପରାମର୍ଶ ଦିଆଯାଏ। ସେହିଭଳି ଗର୍ଭାଶୟ କର୍କଟ କ୍ଷେତ୍ରରେ, ପେପ୍ ସ୍ମିୟର ପ୍ରଥମ ପର୍ଯ୍ୟାୟରେ ପହଞ୍ଚିବା ପୂର୍ବରୁ ଚିହ୍ନଟ କରିବାରେ ଏହା ସାହାଯ୍ୟ କରିଥାଏ।

ଟୀକାକରଣ କରିବା:

ଟୀକାକରଣ ମାଧ୍ୟମରେ କେତେକ କର୍କଟ ରୋଗକୁ ରୋକାଯାଇପାରିବ। ଉଦାହରଣ ସ୍ୱରୂପ ଗର୍ଭାଶୟ କର୍କଟର ଅଧିକାଂଶ ମାମଲାକୁ ୧୩ ବର୍ଷ ବୟସରେ ଟୀକାକରଣ ମାଧ୍ୟମରେ ରୋକାଯାଇପାରିବ।

ତମାଖୁ ସେବନରୁ ଦୂରେଇ ରହିବା:

କର୍କଟ ରୋଗର ସବୁଠାରୁ ବଡ କାରଣ ହେଉଛି ତମାଖୁ। ଏହା ଫୁସ୍‌ଫୁସ୍‌, ପାଟି ଏବଂ ଗର୍ଭାଶୟ ସମେତ ବିଭିନ୍ନ ପ୍ରକାରର କର୍କଟ ରୋଗ ହେବାର ଆଶଙ୍କାକୁ ବଢେଇଦିଏ।

ଶାରୀରିକ ଭାବରେ ସକ୍ରିୟ ରହିବା:

  • ଏକ ସୁସ୍ଥ ଜୀବନଶୈଳୀ ମୋଟାପଣକୁ ରୋକିପାରେ। ମୋଟାପଣ ମଧ୍ୟ କର୍କଟ ରୋଗର କାରଣ। ଏକ ସୁସ୍ଥ ଓଜନ ବଜାୟ ରଖିବା ଏବଂ ଶାରୀରିକ ଭାବରେ ସକ୍ରିୟ ରହିବା ଦ୍ୱାରା ଅନେକ ପ୍ରକାରର କର୍କଟ ରୋଗ ହେବାର ଆଶଙ୍କା କମିଯାଏ।
  • ସନ୍ତୁଳିତ, ସୁସ୍ଥ ଖାଦ୍ୟ ଅନୁସରଣ:
  • ଚିନି, ପ୍ରୋସେସ୍ଡ ଫୁଡ୍ ଏବଂ ରେଡ୍ ମିଟ୍‌ରେ ବିଶୋଧିତ କାର୍ବୋହାଇଡ୍ରେଟ୍ ଅଧିକ ଥାଏ ଯାହା ଆପଣଙ୍କ କର୍କଟ ରୋଗର ଆଶଙ୍କାକୁ ବଢାଇଦିଏ। ଏହିପରି ଖାଦ୍ୟ ପାଚନ ତନ୍ତ୍ରକୁ କ୍ଷତି ପହଞ୍ଚାଏ, ଯାହା ଦ୍ୱାରା ଟାଇପ୍-୨ ମଧୁମେହ ଏବଂ ହୃଦରୋଗ ସମେତ ଅନ୍ୟାନ୍ୟ ଅନେକ ରୋଗ ହୋଇଥାଏ।
  • ଜୀବନଶୈଳୀରେ ସବୁଜ ପନିପରିବାରେ ଭରପୂର ଖାଦ୍ୟ ଯେପରିକି ପାଳଙ୍ଗ, ଅଲିଭ୍ ତେଲ ସହିତ ତାଜା ଫଳ ଏବଂ ପନିପରିବା ସହିତ ସଲମାନ, ବାଦାମ, ଅଖରୋଟ୍ ଭଳି କିଛି ଖାଦ୍ୟ ସାମିଲ କରିବା ଉଚିତ।

ସରକାରୀ ସ୍ତରରେ ପଦକ୍ଷେପ:

  • କର୍କଟ ନିୟନ୍ତ୍ରଣ ଏବଂ ଚିକିତ୍ସା, ହୃଦ୍‌ରୋଗ ଏବଂ ଷ୍ଟ୍ରୋକ ପାଇଁ ଜାତୀୟ କାର୍ଯ୍ୟକ୍ରମ(NPCDCS)ର କାର୍ଯ୍ୟକାରୀ ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM) ଅଧୀନରେ ଜିଲ୍ଲା ସ୍ତରରେ ହେଉଛି।
  • କର୍କଟ ରୋଗକୁ ନିୟନ୍ତ୍ରଣ କରିବା ତଥା ସୁଲଭ ତଥା ସୁବିଧାଜନକ ଚିକିତ୍ସା ସେବା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ କେନ୍ଦ୍ର ସରକାର ଏକ ସହାୟକ ଭୂମିକା ଗ୍ରହଣ କରୁଛନ୍ତି।
  • ଆୟୁଷ୍ମାନ ଭାରତ ଅଧୀନରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (PM-JAY) କାର୍ଯ୍ୟକାରୀ କରାଯାଉଛି ଯାହା ଦ୍ୱାରା ଏହି ରୋଗ ଦ୍ୱାରା ପ୍ରଭାବିତ ଗରିବ ପରିବାରକୁ ଉନ୍ନତ ଚିକିତ୍ସା ସୁବିଧା ଏବଂ ଆର୍ଥିକ ସହାୟତା ଯୋଗାଇ ଦିଆଯାଇପାରିବ। ଏହା ଅଧୀନରେ ପ୍ରତ୍ୟେକ ହିତାଧିକାରୀଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଆଯାଉଛି।

OTV is now on Whatsapp

Join and get latest news update delivered to you via whatsapp

Join Now