Advertisment

ଆଜିଠୁ ପଞ୍ଚୁକ, LED ସ୍କ୍ରିନ୍‌ରେ ଚାଲିଛି ଭୋଳାବାବାଙ୍କ ଦର୍ଶନ

ଆଜି ହେଉଛି ପ୍ରଥମ ପଞ୍ଚକ। ଶ୍ରଦ୍ଧାଳୁଙ୍କ ଗହଳଚହଳରେ ଯେଉଁ ଧବଳେଶ୍ୱର ପୀଠ ପ୍ରତିବର୍ଷ ପଞ୍ଚକରେ ଫାଟି ପଡ଼ୁଥାଏ, ତାହା ଆଜି ଖାଁ ଖାଁ। ବାବାଙ୍କ ନୀତି ନିୟମ ନିର୍ଦ୍ଧାରିତ ସମୟ ଅନୁଯାୟୀ ଚାଲୁଛି, ମନ୍ତ୍ର ଧ୍ୱନୀ ହେଉଛି, ହେଲେ ନାହାନ୍ତି ଭକ୍ତ।

author-image
Manoranjan Behera
ଅଦ୍ୟତନ ହୋଇଛି
Dhabaleswar Temple

Dhabaleswar Temple

ପଞ୍ଚୁକର ପ୍ରଥମ ଦିନରେ ଖାଁ ଖାଁ ପଡ଼ିଛି ବାବ ଧବଳେଶ୍ୱର ପୀଠ । ଆଜି ରାତି ୩ଟାରୁ ଧବଳେଶ୍ୱର ପୀଠରେ ପହୁଡ଼ ଖୋଲା ଯାଇଛି । ବାବାଙ୍କୁ ସୁବାସିତ ଜଳରେ ସ୍ନାନ କରାଯାଇ ମଙ୍ଗଳ ଆଳତୀ କରାଯାଇ ଖେଚୁଡ଼ି ଭୋଗ ଲଗାଯାଇଥିଲା । ଏହା ପରେ ଦର୍ଶନ ପାଇଁ ଦ୍ୱାର ଫିଟାଯାଇଥିଲା ।

Advertisment

ଏଥର କିନ୍ତୁ ପଞ୍ଚୁକରେ ବାବା ଧବଳେଶ୍ୱରଙ୍କୁ ସ୍ୱଚକ୍ଷୁରେ ଦର୍ଶନ କରିପାରିବେନି ଭକ୍ତ । ୧୪୪ ଧାରା ଲଗାଯାଇଥିବାରୁ ଏଲଇଡି ଟିଭି ମାଧ୍ୟମରେ ଧବଳେଶ୍ୱରଙ୍କୁ ଦର୍ଶନ ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି । କଟକ ଆଠଗଡ଼ ଉପ-ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ପଞ୍ଚୁକରେ ଝୁଲା ପୋଲ ପାଖରେ ନୁହେଁ, ବରଂ ପୀଠର ମୁଖ୍ୟ ରାସ୍ତା ଗେଟ୍ ପାଖରେ ଏକ LED ଲଗାଯାଇଛି ।

ଅଧିକ ପଢ଼ନ୍ତୁ: ପଞ୍ଚୁକରେ ବି ନିରାଶ ହେବେ ଭକ୍ତ; ଧବଳେଶ୍ୱର ପୀଠ ଯିବାକୁ ମନା କଲା ପ୍ରଶାସନ

Advertisment

LED ପରଦା ଜରିଆରେ ଶ୍ରଦ୍ଧାଳୁମାନେ ମହାଦେବଙ୍କୁ ଦର୍ଶନ କରିପାରିବେ । ହେଲେ ସେଠି କୌଣସି ପ୍ରକାର ପୂଜାର୍ଚ୍ଚନା ହେବନି କି ଭୋଗ ଲାଗିବନି । ଭକ୍ତମାନେ ଚାହିଁଲେ ସେଇଠୁ ପୂଜକଙ୍କ ମାଧ୍ୟମରେ ଭୋଗ ଠାକୁରଙ୍କ ପାଖକୁ ପଠାଇ ପାରିବେ । ଗଜଭୋଗ ନିଜସ୍ୱ ଉଦ୍ୟମରେ ସେବକଙ୍କ ଘରୁ ସଂଗ୍ରହ କରିବେ । ତାସହ ପୂର୍ବଭଳି ଯାତ୍ରା ଚାଲିବ ବୋଲି କୁହାଯାଇଛି ।

Dhabaleswar Temple
Advertisment
Advertisment