ଗୁଜରାଟର ଝୁଲା ପୋଲ ଟ୍ରାଜେଡି ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି। ବିଶେଷଜ୍ଞ ଦଳର ଅନୁଧ୍ୟାନ ପରେ ଧବଳେଶ୍ୱର ପୀଠ ଝୁଲା ପୋଲ ଦୁର୍ବଳ ଥିବା ଜଣାପଡ଼ିବା ପରେ ତୁରନ୍ତ ମରାମତି କାର୍ଯ୍ୟ ପାଇଁ ସେଠାରେ ୧୪୪ ଧାରା ଜାରି କରାଯାଇଛି। ଫଳରେ ସେଠାକାର ପରିବେଶ ଏବେ ପୂରା ଖାଁ ଖାଁ । ଏଭଳି ପରିସ୍ଥିତିରେ ଭକ୍ତ ମହଲରେ ନୈରାଶ୍ୟ ଦେଖା ଦେଇଛି।
Published By: Prasan Subudhi
Last updated: 01 November 2022, 04:20 PM IST
୧୪୪ ଧାରା ଜାରି ହେବା ପରେ ଧବଳେଶ୍ୱର ପୀଠର ଫାଟକ ବନ୍ଦ। ପୂରା ଅଞ୍ଚଳ ଜନମାନବ ଶୂନ୍ୟ।
ଝୁଲା ପୋଲର ସ୍ଥିତି ଅନୁଧ୍ୟାନ କରୁଛନ୍ତି ବିଶେଷଜ୍ଞ ଦଳ।
୧୪୪ ଧାରା ଜାରି ହେବା ପରେ ପୋଲିସ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି।
ପୀଠ ଭିତରକୁ ପ୍ରବେଶ ପାଇଁ ଭକ୍ତମାନଙ୍କୁ ବାରଣ କରାଯାଉଛି।
ଏ ଅଞ୍ଚଳ ଏବେ ଗହଳି ଚହଳିରେ ଫାଟ ପଡ଼ିବା କଥା। କିନ୍ତୁ ଝୁଲା ପୋଲ ଏବେ ଜନମାନବ ଶୂନ୍ୟ।