/odishatv-khabar/media/post_attachments/uploadimage/library/16_9/16_9_0/IMAGE_1667290606.jpg)
'Radha Pada' darshan
ରାତି ପାହିଲେ ବିଶ୍ଵ ପ୍ରସିଦ୍ଧ ସାକ୍ଷୀଗୋପାଳ ଶ୍ରୀରାଧାଙ୍କ ପାଦ ଦର୍ଶନ ଅର୍ଥାତ୍ ଅଁଳା ନବମୀ I ସେଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ I ମନ୍ଦିର ରଙ୍ଗ କାମ ସାଙ୍ଗକୁ ବ୍ୟାରିକେଡ ନିର୍ମାଣ, ପାନୀୟ ଜଳ, ପାର୍କିଂ ଆଦି ସବୁ ସରିଲାଣି । ଏବେ କେବଳ ମା ରାଧାରାଣୀ ଭକ୍ତଙ୍କୁ ଦର୍ଶନ ଦେବା ଅପେକ୍ଷାରେ l
ହେଲେ ଏଥର ଅଁଳାନବମୀରେ ଭକ୍ତଙ୍କୁ ରାଧା ପାଦ ଦର୍ଶନ ସୁଯୋଗ ମିଳିଥିଲେ ବି ଛୁଇଁବା ପାଇଁ ଅନୁମତି ମିଳିନାହିଁ । ସାକ୍ଷୀଗୋପାଳରେ ରାଧା ପାଦ ସ୍ପର୍ଶ ନେଇ ଶ୍ରଦ୍ଧାଳୁଙ୍କୁ ଅନୁମତି ନାହିଁ ବୋଲି କହିଛନ୍ତି ପୁରୀ ଏସପି । ଶୃଙ୍ଖଳିତ ଦର୍ଶନ ପାଇଁ ୨୦ ପ୍ଲାଟୁନ ଫୋର୍ସ ଓ ୫୦ ଜଣ ଅଫିସଙ୍କୁ ମୁତୟନ କରାଯାଇଛି । ଆସନ୍ତାକାଲି ସାକ୍ଷୀଗୋପାଳରେ ରାଧାପାଦ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ତେବେ ଏହା ପୂର୍ବରୁ ସାକ୍ଷୀଗୋପାଳ ମନ୍ଦିରର ଦେବନୀତି ସମାପନ, ସାହଣମେଲା ଦର୍ଶନ, ମନ୍ଦିର ସମ୍ମୁଖରେ ବାରିକେଡ, ପ୍ରବେଶ ଓ ପ୍ରସ୍ଥାନ, ଦୀପଦାନ, ଅଗ୍ନି ନିର୍ବାପକ ବ୍ୟବସ୍ଥା, ପାର୍କିଙ୍ଗ୍, ସିସି କ୍ୟାମେରା ଲଗାଇଵା, ସେବାୟତ ଓ ମନ୍ଦିର କର୍ମଚାରୀଙ୍କ ପରିବାର ଦର୍ଶନ, ଭିଆଇପି ଗେଟରେ ଭିଡ଼ ନିୟନ୍ତ୍ରଣ, ଉଜ୍ଜଳ ଆଲୋକ, ସାଂସ୍କୃତିକ ସମାରୋହ ଓ ପ୍ରଦର୍ଶନୀ ପଡିଆରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ ଆଦିର ସମୀକ୍ଷା କରାଯାଇଛି I
ସୂଚନାଯୋଗ୍ୟ ପ୍ରତିବର୍ଷ ସାକ୍ଷୀଗୋପାଳ ମନ୍ଦିରରେ କାର୍ତ୍ତିକ ଶୁକ୍ଲପକ୍ଷ ନବମୀ ତିଥି ଅଁଳାନଵମୀ ଅବସରରେ ବର୍ଷକୁ ଥରେ ଶ୍ରୀରାଧା ପାଦଦର୍ଶନ ଦେଖିବାର ସୌଭାଗ୍ୟ ମିଳିଥାଏ I ଆସନ୍ତା କାଲି ବା ନଭେମ୍ବର ୨ ତାରିଖ ବୁଧବାର ଦିନ ଅନୁଷ୍ଠିତ ହେବ ଏହି ଦୁର୍ଲଭ ଦର୍ଶନ । ଦୁଇ ବର୍ଷ ପରେ ଏହି ସୁଯୋଗ ଆସିଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡଲାଗିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)