• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଜିଠୁ ଆରମ୍ଭ ପବିତ୍ର ପଞ୍ଚୁକ ବ୍ରତ । ଏହି ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ହେଉଥିବା ବେଳେ, ଶ୍ରୀଜିଉଙ୍କ ଦର୍ଶନ ଲାଗି ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଆଜି ଏକାଦଶୀ ତିଥିରେ ଶ୍ରୀଜିଉଙ୍କ ଲକ୍ଷ୍ମୀ ନାରାୟଣ ବେଶ ହୋଇଛି । ଭକ୍ତମାନେ ଶ୍ରୀଜିଉଙ୍କ ଏହି ବେଶ ଦର୍ଶନ କରୁଛନ୍ତି ।

ଅଧିକ ପଢ଼ନ୍ତୁ: ପଞ୍ଚୁକରେ LED ସ୍କ୍ରିନ୍‌ରେ ଚାଲିଛି ଭୋଳାବାବାଙ୍କ ଦର୍ଶନ

କାର୍ତ୍ତିକ ମାସର ଶେଷ ଏହି ପାଞ୍ଚଦିନ ସବୁଠାରୁ ପବିତ୍ର । ଯେଉଁ ବ୍ରତଧାରୀ ମାନେ କାର୍ତ୍ତିକ ବ୍ରତ ପାଳନ କରିନଥାନ୍ତି, ସେମାନେ ଏହି ଶେଷ ପାଞ୍ଚଦିନ କାର୍ତ୍ତିକ ବ୍ରତ ପାଳନ କରି ସମାନ ପୁଣ୍ୟ ଅର୍ଜନ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ପ୍ରବଳ ଜନ ସମାଗମ ହୋଇଥିବାରୁ, ଶ୍ରୀମନ୍ଦିର, ପୁରୀ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମରିଚିକୋଟ ଛକ ଠାରୁ ଅସ୍ଥାୟୀ ବ୍ୟାରିକେଡ଼ କରାଯାଇଛି ।

ପ୍ରାୟ ୨୬ ପ୍ଲାଟୁନ୍ ପୋଲିସ ଫୋର୍ସଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି । ସିଂହଦ୍ୱାର ଦେଇ ପ୍ରବେଶ ଅନୁମତି ଥିବା ବେଳେ, ପଶ୍ଚିମ ଦ୍ୱାର ବନ୍ଦ ଅଛି । ତେବେ ପ୍ରସ୍ଥାନ ପାଇଁ ଅନ୍ୟ ୨ ଦ୍ୱାର ଦେଇ ଆସିପାରିବେ ଶ୍ରଦ୍ଧାଳୁ । କାର୍ତ୍ତିକ ଶେଷ ୫ ଦିନରେ ମହାପ୍ରଭୁ ୫ଟି ସ୍ୱତନ୍ତ୍ର ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । ଏକାଦଶୀ ତିଥିରେ ଲକ୍ଷ୍ମୀ ନାରାୟଣ, ଦ୍ୱାଦଶୀରେ ବାଙ୍କଚୁଡ଼, ତ୍ରୟୋଦଶୀରେ ତ୍ରିବିକ୍ରମ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ଓ କାର୍ତ୍ତିକ ପୂର୍ଣ୍ଣିମାରେ ରାଜରାଜେଶ୍ୱର ବା ସୁନାବେଶରେ ମହାପ୍ରଭୁଙ୍କ ଦର୍ଶନ ମିଳିଥାଏ ।