• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଆଜି ବା କାର୍ତ୍ତିକ ପୂର୍ଣ୍ଣିମାରେ ଲାଗୁଛି। ଏହି ଚନ୍ଦ୍ରଗ୍ରହଣ ହେତୁ ଏଥର ଦେବ ଦୀପାବଳି ପ୍ରତିବର୍ଷ ଭଳି କାର୍ତ୍ତିକ ପୂର୍ଣ୍ଣିମା ଦିନ ନୁହେଁ ବରଂ ଗୋଟିଏ ଦିନ ପୂର୍ବରୁ ପାଳନ ହୋଇଛି। ତେବେ ଆସନ୍ତୁ ଜାଣିବା ଏହାର ସୂତକ କାଳ ଓ ଚନ୍ଦ୍ରଗ୍ରହଣ ସମୟରେ କ'ଣ କରିବେ ଏବଂ କ'ଣ କରିବେ ନାହିଁ।

୯ ଘଣ୍ଟା ପୂର୍ବରୁ ସୂତକ ଆରମ୍ଭ:
ନଭେମ୍ବର ୮ରେ ହେବାକୁ ଥିବା ଚନ୍ଦ୍ରଗ୍ରହଣର ସୂତକ ଚନ୍ଦ୍ରଗ୍ରହଣର ୯ ଘଣ୍ଟା ପୂର୍ବରୁ ଆରମ୍ଭ ହେବ। ଏହି ଚନ୍ଦ୍ରଗ୍ରହଣ ମଧ୍ୟ ଭାରତରେ ଦୃଶ୍ୟମାନ ହେବ ଏବଂ ସନ୍ଧ୍ୟା ୬ଟା ୨୦ମିନିଟ୍ ପର୍ଯ୍ୟନ୍ତ ରହିବ। ତେବେ ଦେଶର କେତେକ ସ୍ଥାନରେ ଚନ୍ଦ୍ରଗ୍ରହଣ ଦେଶର ଆଂଶିକ ଦେଖାଯିବ ତ ଆଉ କେତେକ  ସ୍ଥାନରେ ଏହା ପୂର୍ଣ୍ଣ ଦୃଶ୍ୟମାନ ହେବ।

ସୂତକ ସମୟ:

ଚନ୍ଦ୍ରଗ୍ରହଣର ସୂତକ ସକାଳ ୮ଟା ୨୦ରୁ ଆରମ୍ଭ ହୋଇ ସଂଧ୍ୟା ୬ଟା ୨୦ ପର୍ଯ୍ୟନ୍ତ ଚନ୍ଦ୍ରଗ୍ରହଣ ଶେଷ ହେବା ପର୍ଯ୍ୟନ୍ତ ଚାଲିବ। ମେଷ ରାଶିରେ ଚନ୍ଦ୍ରଗ୍ରହଣ ଲାଗିଛି। ଚନ୍ଦ୍ରଗ୍ରହଣ ଭାରତର ବିଭିନ୍ନ ସହରରେ ସଂଧ୍ୟା ପ୍ରାୟ ୫ଟା ୩୦ ସମୟରେ ଦୃଶ୍ୟମାନ ହେବ। ଗ୍ରହଣର ସମୟ ମଧ୍ୟ ବିଭିନ୍ନ ଭିନ୍ନ ରହିଛି। ଆସନ୍ତୁ ଜାଣିବା କେଉଁ ସହରରେ କେତେବେଳେ ଗ୍ରହଣ ଲାଗୁଛି। 

ଭାରତର ପ୍ରମୁଖ ସହରଗୁଡ଼ିକରେ ଚନ୍ଦ୍ରଗ୍ରହଣ ଆରମ୍ଭ ଏବଂ ଶେଷ ସମୟ:

  • ଭୁବନେଶ୍ୱରରେ ଦିନ ୨ଟା ୩୯ରେ ଗ୍ରହଣ ସ୍ପର୍ଶ ହୋଇ ସନ୍ଧ୍ୟା ୬ଟା ୧୯ରେ ଶେଷ ହେବ।
  • କୋଲକାତାରେ ଚନ୍ଦ୍ର ପୂର୍ବାହ୍ନ ପ୍ରାୟ ୪ ଟା ୫୨ରେ ଉଦୟ ହୋଇ ୪:୫୪ ଘଣ୍ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଦୃଶ୍ୟମାନ ହେବ।
  • ଦେଶର ପୂର୍ବ ଭାଗରେ ଥିବା କୋହିମା, ଅଗରତାଲା, ଗୁଆହାଟି ଭଳି ସହରଗୁଡ଼ିକ ସେମାନଙ୍କ ସ୍ଥିତି ଯୋଗୁଁ କୋଲକାତା ପୂର୍ବରୁ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖିପାରିବେ। କେବଳ କୋହିମାଠାରେ ପ୍ରାୟ ୪ଟା ୨୯ରେ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ।
  • ନୂଆଦିଲ୍ଲୀରେ ଚନ୍ଦ୍ର ଉଦୟ ଠାରୁ ପାଖାପାଖି ସକାଳ ୫ଟା ୩୧ରେ ଆଂଶିକ ଚନ୍ଦ୍ରଗ୍ରହଣ ଅନୁଭୂତ ହେବ ଏବଂ ଚନ୍ଦ୍ରର ୬୬ ପ୍ରତିଶତ ଅସ୍ପଷ୍ଟ ରହିବ ଓ ଅପରାହ୍ନ ୫:୧୧ ସୁଦ୍ଧା ଶେଷ ହେବ।
  • ବେଙ୍ଗାଲୁରୁରେ ଚନ୍ଦ୍ର ସନ୍ଧ୍ୟା ୫ଟା ୫୭ରେ ଉଦୟ ହେବ ଏବଂ ୨୩% ଡିସ୍କ ପୃଥିବୀର ଛାୟା ଦ୍ୱାରା ଆବୃତ ରହିବ। ଅନ୍ୟପକ୍ଷରେ ମୁମ୍ବାଇରେ ସକାଳ ପ୍ରାୟ ୬ଟା ୦୩ରେ ମାତ୍ର ୧୪% ଅସ୍ପଷ୍ଟ ରହିବ। 
  • ନାଗପୁରରେ ଚନ୍ଦ୍ର ପ୍ରାୟ ୬୦ ପ୍ରତିଶତ ଡିସ୍କ ସହିତ ପ୍ରାୟ ୫ଟା ୩୪ ରେ ଉଦୟ ହେବ। ଯେତେବେଳେ ପୂର୍ଣ୍ଣ ଚନ୍ଦ୍ରମା ରାଶି ଉପରେ ରହିବ ସେତେବେଳେ ଚନ୍ଦ୍ରଗ୍ରହଣକୁ ପ୍ରଭାବଶାଳୀ ଭାବରେ ଦେଖାଯିବ। ସେହିପରି ଶ୍ରୀନଗରରେ ଚନ୍ଦ୍ରଗ୍ରହଣ ପ୍ରାୟ ୬୬ ପ୍ରତିଶତ ଅସ୍ପଷ୍ଟତା ସହିତ ସକାଳ ୫ଟା ୩୧ରେ ଦେଖାଯିବ।

କ'ଣ କରିବେ, କ'ଣ ନ କରିବେ:

  • ଚନ୍ଦ୍ରଗ୍ରହଣ ସମୟରେ ପୂଜା କରନ୍ତୁ ନାହିଁ
  • ଚନ୍ଦ୍ରଗ୍ରହଣ ସମୟରେ ମନ୍ଦିରର କବାଟ ବନ୍ଦ ରଖନ୍ତୁ
  • ଘରେ ରଖାଯାଇଥିବା ଖାଦ୍ୟ ସାମଗ୍ରୀରେ ତୁଳସୀ ପତ୍ର କିମ୍ବା କୁଶ ପକାନ୍ତୁ(ଏହା ଦ୍ୱାରା ଖାଦ୍ୟ ଉପରେ ଚନ୍ଦ୍ରଗ୍ରହଣର ପ୍ରଭାବ ପଡେ ନାହିଁ)
  • ଚନ୍ଦ୍ରଗ୍ରହଣ ସମୟରେ ଖାଦ୍ୟ ଖାଆନ୍ତୁ ନାହିଁ (ଶିଶୁ, ଅସୁସ୍ଥ, ବୃଦ୍ଧମାନଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ)
  • ଚନ୍ଦ୍ରଗ୍ରହଣ ସମୟରେ ଗର୍ଭବତୀ ମହିଳାମାନେ ବାହାରକୁ ଯିବା ଉଚିତ ନୁହେଁ
  • ଚନ୍ଦ୍ରଗ୍ରହଣ ସମୟରେ ଶୋଇବାରୁ ଦୂରେଇ ରୁହନ୍ତୁ
  • ଭଗବାନଙ୍କ ନାମ ଜପ କରନ୍ତୁ
  • ଚନ୍ଦ୍ରଗ୍ରହଣ ଶେଷ ହେବା ପରେ ଗଙ୍ଗା ଜଳକୁ ପାଣିରେ ମିଶାଇ ସ୍ନାନ କରନ୍ତୁ
  • ଘର ସାରା ଗଙ୍ଗା ପାଣି ସିଞ୍ଚନ କରନ୍ତୁ

କିପରି ଲାଗେ ଚନ୍ଦ୍ରଗ୍ରହଣ:
ଯେତେବେଳେ ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ଚନ୍ଦ୍ର ଆସେ, ସେତେବେଳେ ସୂର୍ଯ୍ୟକିରଣ ଚନ୍ଦ୍ର ଉପରେ ପଡ଼େ ନାହିଁ, ଏହି ଘଟଣାକୁ ଚନ୍ଦ୍ରଗ୍ରହଣ କୁହାଯାଏ