• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

Rukuna Rath Of Lord Lingaraj
Rukuna Rath Yatra: ଚଳଚଞ୍ଚଳ ଏକାମ୍ର କ୍ଷେତ୍ର; ଆଜି ଗଡ଼ିବ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ

ଯାତ୍ରାକୁ ଶୃଙ୍ଖଳତି କରିବା ପାଇଁ କମିଶନରେଟ ପୁଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥାର ଯାଞ୍ଚ କରାଯିବା ସହ କଡ଼ା ସୁରକ୍ଷା ବ୍ୟବସ୍ଥାକୁ ଧ୍ୟାନ ଦିଆଯାଇଛି । ରଥ ଯାତ୍ରାରେ ୧୬ ପ୍ଲାଟୁନ ପୁଲିସ ଫୋର୍ସ ସହିତ ସାଦା ପୋଷାକରେ ନିୟୋଜିତ ହେବେ ପୋଲିସ କର୍ମଚାରୀ ।

mythological story behind famous thakurani jatra of ganjam
Thakurani Jatra Mythology: ମଝି ରାତିରେ ମୁଣ୍ଡବାଳ ମୁକୁଳା କରି, କଳାଶାଢ଼ୀ ପିନ୍ଧି କିଛି ଦୂରରେ ଠିଆ ହୋଇ ଝିଅଟି କାହିଁକି କାନ୍ଦୁଛି?

ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା ପଛରେ ରହିଛି ଏ ସୁନ୍ଦର ପୌରାଣିକ କାହାଣୀ। କେମିତି ଠାକୁରାଣୀରୁ ଝିଅ ପାଲଟି ଗଲେ ମାଆ, କେମିତି ପୂଜକରୁ ବାପା ପାଲଟି ଗଲେ ଦେଶବେହେରା? ପ୍ରତି ଦୁଇବର୍ଷରେ କାହିଁକି ହୁଏ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା? ପଢ଼ନ୍ତୁ ଏହି ରୋଚକ କାହାଣୀ...

Ashokastami 2025
Ashokastami 2025: ଅଶୋକାଷ୍ଟମୀ ପଛରେ ମାତା ସୀତାଙ୍କ ସହ ରହିଛି ସମ୍ୱନ୍ଧ; କିପରି ଜାଣନ୍ତୁ…

ଅଶୋକାଷ୍ଟମୀ ପରଦିନ ରାମ ନବମୀ ପାଳନ କରାଯାଏ। ରାମନବମୀ ପୂର୍ବଦିନ ଅଶୋକ ନାଁ ଯୋଡ଼ିହୋଇ ଥିବାରୁ ରାମାୟଣର ଅଶୋକବନ କଥା ମନକୁ ଆସେ। ପୂରା କାହାଣୀ ଜାଣିବା ପାଇଁ ପଢନ୍ତୁ।

World Autism Day
World Autism Day: ଅଭିଭାବକଙ୍କୁ ଛାଡ଼ିଦେଲେ ଅଟିଜିମ୍ ପୀଡ଼ିତଙ୍କୁ କେହି ଗ୍ରହଣ କରିବାକୁ ନାରାଜ...

ଭଲ ଗୀତ ଗାଆନ୍ତି, ନାଚନ୍ତି। ନିଜେ ପରିବା କାଟି ରୋଷେଇ କରନ୍ତି। କେକ୍ ବି ତିଆରି କରନ୍ତି। ହେଲେ ଅଭିଭାବକଙ୍କୁ ଛାଡ଼ିଦେଲେ ଅଟିଜିମ୍ ପୀଡ଼ିତଙ୍କୁ କେହି ଗ୍ରହଣ କରିବାକୁ ନାରାଜ।

  • Wednesday, 02 April 2025
  • Autism
World Autism Awareness Day 2025
World Autism Awareness Day 2025: ଅଟିଜିମ୍ ସଚେତନତା ଦିବସ; ଆସନ୍ତୁ ଜାଣିବା ଅଟିଜିମ୍‌ର ସାଧାରଣ ଲକ୍ଷଣ

ପ୍ରତିବର୍ଷ ୨ ଏପ୍ରିଲରେ ‘ବିଶ୍ୱ ଅଟିଜିମ୍ ସଚେତନତା ଦିବସ’ ପାଳନ କରାଯାଏ। ଅଟିଜିମ୍ ହେଉଛି ଏକ ଜଟିଳ ବ୍ୟାଧି, ଯାହା ଯୋଗାଯୋଗ,ସାମାଜିକ ସଂପର୍କ ଏବଂ ଆଚରଣକୁ ପ୍ରଭାବିତ କରିଥାଏ।

Eid-ul-Fitr 2025
Eid-ul-Fitr 2025: ଆଜି ପବିତ୍ର ଇଦ୍ ପର୍ବ; ମାସେ ବ୍ୟାପି ରୋଜା ରଖିବା ପରେ ଇଦ୍ ପାଳିବେ ମୁସଲମାନ ଧର୍ମାବଲମ୍ବୀ...

ମୁସଲମାନ ସଂପ୍ରଦାୟର ପ୍ରମୁଖ ପର୍ବ। ମାସେ ବ୍ୟାପି ରୋଜା ରଖିବା ପରେ ଆଜି ଇଦ-ଉଲ-ଫିତର ପାଳିବେ ମୁସଲମାନ ଧର୍ମାବଲମ୍ବୀ। 

History and speciality of odia tradition jhamu jatra
Jhamu Jatra: ଏହି ଓଡ଼ିଆ ପରମ୍ପରାରେ ନାରୀ ବେଶରେ ସଜ ହୁଅନ୍ତି ପୁରୁଷ, ପିନ୍ଧନ୍ତି…

ଆମ ଓଡ଼ିଶାରେ ପୀଠ ଗୋଟେକୁ ପରମ୍ପରା ଗୋଟିଏ। ଋତୁ ଅନୁଯାୟୀ ଓଡ଼ିଆ ସମାଜରେ ଅନେକ ପୂଜା ପାର୍ବଣ ପାଳନ ହୋଇଥାଏ। ଏମିତି ବି କିଛି ଆଧ୍ୟାତ୍ମିକ ପରମ୍ପରା ରହିଛି, ଯାହା ଦେବୀପୀଠ ଗୁଡ଼ିକ ସହ ଜଡ଼ିତ।

ବାରୁଣୀ ସ୍ନାନ
Baruni Snana: ଅଜ୍ଞାତବାସ କାଳରେ ପାଣ୍ଡବମାନେ ଏଇଠି ବୁଡ଼ ପକାଇ କରିଥିଲେ ପୂଜାର୍ଚ୍ଚନା

କାହିଁ କେବେଠାରୁ ଏଠାରେ ବାରୁଣୀ ବୁଡ ପଡ଼ିଆସୁଥିବା ବେଳେ କିମ୍ବଦନ୍ତୀ କହେ ପାଣ୍ଡବମାନେ ଅଜ୍ଞାତବାସ କାଳରେ ଏଠାରେ ବୁଡ଼ପକାଇ ପୂଜାର୍ଚ୍ଚନା କରିଥିଲେ । ସେଥିପାଇଁ ସେବେଠାରୁ ଏଠାରେ ହଜାର ହଜାର ଶ୍ରଦ୍ଧାଳୁ ବୁଡ ପକାଉଛନ୍ତି।

history of baruni snana joga of biraja kshetra jajpur
Baruni Snana: ଯାଜପୁରକୁ ଆସିବା ବାଟରେ କାହିଁକି ଲୁଚିଗଲା ବୈତରଣୀ, କିଏ କଲା ଉଦ୍ଧାର

ଇଏ ଏକ ନଦୀର ବିଚିତ୍ର କାହାଣୀ। କେମିତି ବୈତରଣୀ ନଦୀ ଆସିଲା ଯାଜପୁର, କେମିତି ଆସିବା ବାଟରେ ସେ ଲୁଚିଗଲା ବଣରେ, ପୁଣି କେମିତି ତାଙ୍କୁ ଉଦ୍ଧାର କରି ଯାଜପୁର ଆଣିଲେ ବ୍ରହ୍ମା, ପଢ଼ନ୍ତୁ ଏହି ଚମତ୍କାର ପୌରାଣିକ କାହାଣୀ।

International Forests Day 2025
International Forests Day 2025 : ସବୁଜୀମା ଭରା ଜଙ୍ଗଲ ଜାଗାରେ ଠିଆ ହୋଇଛି କଂକ୍ରିଟ୍ ଜଙ୍ଗଲ

ଦେଶ ବିକାଶ ଆଡକୁ ଏତେ ଆଗକୁ ଯାଉଛୁ ଯେ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି ଏବଂ ଜଙ୍ଗଲ ସ୍ଥାନ ଉଚ୍ଚ ଉଚ୍ଚ ଅଟ୍ଟାଳିକା ଏବଂ ରାସ୍ତା ଇତ୍ୟାଦି ନେବାରେ ଲାଗିଛି। ସବୁଜୀମା ଭରା ଜଙ୍ଗଲ ଜାଗାରେ ଠିଆ ହୋଇଛି କଂକ୍ରିଟ୍ ଜଙ୍ଗଲ।

Pakhala Dibasa
Pakhala Dibasa 2025: ଝୁମ୍ପୁଡିଠୁ ପଞ୍ଚ ତାରକା ହୋଟେଲ୍ ଚାରିଆଡ଼େ ମହକିଲା ପଖାଳ

ମୁଖ୍ୟମନ୍ତ୍ରୀ, ବାଚସ୍ପତି ସୁରମା ପାଢ଼ୀଙ୍କ ସହ ବହୁ ମନ୍ତ୍ରୀ ଓ ବିଧାୟକଙ୍କ ଗହଣରେ ପଖାଳର ଆନନ୍ଦ ନେଇଥିଲେ । ପରେ ସୋସିଆଲ ମିଡିଆରେ ପୋଷ୍ଟକରି ଲେଖିଛନ୍ତି ପଖାଳ ଆମ ଓଡ଼ିଆ ପ୍ରାଣର ସ୍ପନ୍ଦନ ଓ ଆତ୍ମା । ଓଡ଼ିଆ ଖାଦ୍ୟ ସଂସ୍କୃତିରେ ପଖାଳର ବିକଳ୍ପ ନାହିଁ ।

Pakhala Divas
Pakhala Dibasa: ହାଣ୍ଡିଶାଳରୁ ହୋଟେଲ, ସବୁଠି ମେଲିଛି ପଖାଳ ପସରା

ମେଲିଛି ପଖାଳ ପସରା । ଦହି ସାଙ୍ଗକୁ ଛୁଙ୍କ ପଖାଳରେ ମହକୁଛି ପୂରା ପରିବେଶ। ଓଡ଼ିଆଙ୍କ ହାଣ୍ଡିଶାଳ ହେଉ କି ହୋଟଲ ଅବା ରେଷ୍ଟୁରାଣ୍ଟ। ସବୁଠି ଝଟକୁଛି ପଖାଳ କଂସା, ମହକୁଛି ଭଳି କି ଭଳି ଭଜା, ପୋଡ଼ା ଓ ତିଅଣର ବାସ୍ନା। ଆଜି ପଖାଳ ଦିବସ ଅବସରରେ ଚାଇଁ ପଖାଳ, ଜିରା ପଖାଳ, ବାସି ପଖାଳର ମଜା ନେଉଛନ୍ତି ରାଜ୍ୟ ଓ ରାଜ୍ୟ ବାହାରେ ରହୁଥିବା ପ୍ରତିଟି ଓଡ଼ିଆ।

mythology and history behind panchu dola of odisha
Panchu Dola: ଫଗୁଣ ମାସରେ ଦୋଳ ଗୋବିନ୍ଦ, ଫଗୁ ଖେଳୁଥାନ୍ତି ପରମାନନ୍ଦ

ଓଡ଼ିଶାର ଗାଁ ଗାଉଁଲୀରେ ଦୋଳ ପର୍ବ ଏକ ଲୋକପ୍ରିୟ ପର୍ବ । ତେବେ ପଞ୍ଚୁ ଦୋଳ କ'ଣ ? ଦୋଳଯାତ୍ରା ଯେଉଁଠି ଯେମିତି ପାଳନ ହେଉନା କାହିଁକି, ତାହା ଅନ୍ତରାଳରେ ରହିଛି ପୁରାଣ ବର୍ଣ୍ଣିତ ଭିନ୍ନ ଭିନ୍ନ କାହାଣୀ ଓ କିମ୍ବଦନ୍ତୀ । ପଞ୍ଚୁ ଦୋଳ ବାବଦରେ ପଢ଼ନ୍ତୁ ପୂରା ତଥ୍ୟ ।

holi
holi celebration by political leaders: ହୋଲି ଖେଳିଲେ ୩ ରାଜନୈତିକ ଦଳର ସଦସ୍ୟ

ବିଜେପି ଶିବିର ଉତ୍ସାହିତ ଥିଲା, ନୂଆ ମଙ୍ଗୁଆଳ ଆସିବା ପରେ ଚଳଚଞ୍ଚଳ ଥିଲା କଂଗ୍ରେସ କ୍ୟାମ୍ପ। ହେଲେ ଖୁସି ମଉଜର ପର୍ବ ଭିତରେ ଖାଁ ଖାଁ ଥିଲା ଶଙ୍ଖ ଶିବିର।

holi
Holi Fever: ପୁରପଲ୍ଲୀରୁ ସହର, ରଙ୍ଗର ପର୍ବରେ ସମସ୍ତେ ସାମିଲ

ଫଗୁଣର ଫଗୁରେ ରଂଗୀନ ପୁରା ପରିବେଶ। ରଙ୍ଗମୟ ସାରା ରାଜ୍ୟ। ପିଲାଠୁ ବଡ଼ ସମସ୍ତେ ମସଗୁଲ ହୋଲି ଖେଳରେ। ଆନନ୍ଦ ଉଲ୍ଲାସର ସହ ରଙ୍ଗ ଖେଳି ପରସ୍ପରକୁ ଜଣାଇଛନ୍ତି ହୋଲିର ଶୁଭେଚ୍ଛା।

Unique Holi Celebration in Jeypore as Congress, BJD, and BJP Set Up Tents to Greet Public
ଜୟପୁର ସହରରେ ନିଆରା ହୋଲି

କୋରାପୁଟ ଜିଲ୍ଲା ଜୟପୁର ସହରରେ ନିଆରା ହୋଲି ଦେଖିବାକୁ ମିଳିଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭିନ୍ନ ଭିନ୍ନ ସ୍ଥାନରେ କଂଗ୍ରେସ, ବିଜେଡ଼ି ଓ ବିଜେପି ଟେଣ୍ଟ ମାରି ସର୍ବସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ! 

Easy ways to remove holi colors from clothes
Holi 2025: ଆପଣଙ୍କ ଦାମୀ ପୋଷାକରେ ଲାଗିଗଲା କି ଗାଢ ରଙ୍ଗ… ଜାଣନ୍ତୁ ଛଡାଇବାର ସହଜ ଉପାୟ

ହୋଲି ପରେ, ଦାମୀ ପୋଷାକରୁ ଲାଇଥିବା କଡା ରଙ୍ଗ ଛଡାଇବା ବଡ କଷ୍ଟ ହୋଇଯାଏ। ବେଳେବେଳେ ଏହି ରଙ୍ଗଗୁଡିକ ଏତେ ଗାଢ ହୋଇଯାଏ ଯେ ପୋଷାକ ନଷ୍ଟ ହେବାର ଭୟ ଥାଏ। କିନ୍ତୁ ଚିନ୍ତା କରିବାର କିଛି କାରଣ ନାହିଁ। ଏଠାରେ ଆମେ ଆପଣଙ୍କ ପାଇଁ କିଛି ସହଜ ଏବଂ ପ୍ରଭାବଶାଳୀ ଟିପ୍ସ କହିବୁ, ଯାହା ସାହାଯ୍ୟରେ ଆପଣ କିଛି ମିନିଟରେ ରଙ୍ଗ ଛଡାଇଦେବେ।

Holi best photos celebration in Mumbai ahmedabad chennai
Holi 2025: ଆଜି ଗାଁରୁ ସହର, ଗରିବ ଠାରୁ ଧନୀ ସମସ୍ତେ ଏକ

ଆଜି ଚାରିଆଡେ ରଙ୍ଗ ବର୍ଷା। ସମସ୍ତଙ୍କ ଚେହେରାରେ ରଙ୍ଗର ବର୍ଷା। ଗାଁରୁ ସହର, ଗରିବ ଠାରୁ ଧନୀ ସମସ୍ତେ ଆଜି ଏକ। ସମସ୍ତେ ରଙ୍ଗରେ ଭିଜିବାକୁ ଆଗ୍ରହୀ। ଆସନ୍ତୁ ଏହି ଅବସରରେ କିଛି ଆକର୍ଷଣୀୟ ଫଟୋ ଉପରେ ନଜର ପକାଇ ନେବା।

Holi
Vaastu Tips in Holi:ହୋଲିରେ କିଣନ୍ତୁ ଏହି ୫ ଜିନିଷ, ଦୂରେଇ ଯିବ ପଇସାର ଅଭାବ

ହିନ୍ଦୁ ଧର୍ମରେ ହୋଲିର ବିଶେଷ ମହତ୍ତ୍ବ ରହିଛି। ସମଗ୍ର ଭାରତ ବର୍ଷରେ ଏହାକୁ ଧୁମଧାମରେ ପାଳନ କରାଯାଇଥାଏ। ତେବେ ବାସ୍ତୁ ସହିତ ହୋଲି ଅଙ୍ଗାଙ୍ଗୀ ଭାବରେ ଜଡିତ। ହୋଲିରେ ଯଦି ଆପଣ ୫ଟି ଜିନିଷ କିଣୁଛନ୍ତି ତାହେଲେ ଏହା ଆପଣଙ୍କ ଭାଗ୍ୟ ପରିବର୍ତ୍ତନ କରିବାରେ ସକ୍ଷମ।

  • Saturday, 15 March 2025
  • Holi
Easy tips to remove holi colours from ears
Holi 2025: କାନ ଭିତରୁ ହୋଲି ରଙ୍ଗ ଛଡାଇବାର ସହଜ ଘରୋଇ ଉପାୟ

ଅନେକ ଲୋକ କାନରୁ ରଙ୍ଗ ଛଡାଇବା ପାଇଁ କଠିନ ସ୍କ୍ରବିଂ କିମ୍ବା ରାସାୟନିକ ପଦାର୍ଥ ବ୍ୟବହାର କରନ୍ତି, ଯାହା ବହୁତ କ୍ଷତିକାରକ ହୋଇଥାଏ। ଯଦି ହୋଲି ରଙ୍ଗ ଆପଣଙ୍କ କାନରେ ଲାଗିଛି ଏବଂ ସହଜରେ ଛାଡୁ ନାହିଁ, ତେବେ ଚିନ୍ତା କରନ୍ତୁ ନାହିଁ।

history of holi utsav
Holi Utsav 2025: ପ୍ରହ୍ଲାଦକୁ କୋଳରେ ଧରି ନିଆଁରେ ପଶିଲା ହୋଲିକା, ତା ପରେ…

ହୋଲି ଉତ୍ସବ ପଛର ପୌରାଣିକ କାହାଣୀ ବଡ଼ କୌତୂହଳ ପୂର୍ଣ୍ଣ। ହୋଲିକୁ ନେଇ ଆମ ସାହିତ୍ୟରେ ମଧ୍ୟ ଅନେକ ବଢ଼ିଆ କଥା ରହିଛି। ହୋଲି ଓ ଦୋଳ ହେଉଛି ଓଡ଼ିଆ ପରମ୍ପରାର ଅଭିନ୍ନ ଅଂଶ। ଓଡ଼ିଆଙ୍କ ଇଷ୍ଟଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତି ପରମ୍ପରା ସହିତ ମଧ୍ୟ ହୋଲିର ସଂପର୍କ ରହିଛି।

Holi
Holi celebration: ଆଜି ରଙ୍ଗର ପର୍ବ ହୋଲି; କ’ଣ ରହିଛି ପୌରାଣିକ ଗାଥା

ପିଲାଠୁ ବୁଢା ଆଜି ସମସ୍ତେ ହୋଲି ରଙ୍ଗରେ ରଙ୍ଗୀନ ହେବେ। ପୂରା ଦେଶ ବିଭିନ୍ନ ରଙ୍ଗରେ ରଙ୍ଗୀନ ହେବ। ରଙ୍ଗ, ଅବିର ଓ ପିଚକାରୀ ସହ ଭଳି କି ଭଳି ଚଷମା ଓ ଟୋପି ଆଦି କିଣା ସରିଛି। ଶ୍ରୀମନ୍ଦିର ତଥା ବିଭିନ୍ନ ଦେବାଳୟ ମାନଙ୍କରେ ମଧ୍ୟ ହୋଲିକୁ ନେଇ ସ୍ୱତନ୍ତ୍ର ନୀତିକାନ୍ତି ରହିଛି।

Dola Melana
ରାଜ୍ୟବ୍ୟାପୀ ଦୋଳପୂର୍ଣ୍ଣିମାର ଧୁମ୍

ରାତି ପାହିଲେ ହୋଲି। ଫଗୁ ଅବିରରେ ରଙ୍ଗୀନ ହେବ ଗାଁଠୁ ସହର। ହେଲେ ତା ପୂର୍ବରୁ ଗାଁ ଗାଁ, ସହର ସହରରେ ଦୋଳ ପୂର୍ଣ୍ଣିମାର ଧୁମ୍। ଦୋଳ ମେଳଣ ସାଙ୍ଗକୁ ଲଉଡ଼ି ଖେଳ। ସବୁଠି ସୃଷ୍ଟି ହୋଇଛି ଭକ୍ତି ଓ ଭାବର ପରିବେଶ। ସେପଟେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ।

Dola Melana
Dola Purnima 2025: ଦୋଳ ପୂର୍ଣ୍ଣିମାରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନଦେଲେ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ

ପବିତ୍ର ଦୋଳ ପୂର୍ଣ୍ଣମୀ ପାଇଁ ଉତ୍ସବ ମୁଖର ସାରା ରାଜ୍ୟ । ଚାରିଆଡ଼େ ଚାଲିଛି ଦୋଳ ମେଳଣ, ଭଗବାନଙ୍କ ସହ ହେଉଛି ଭକ୍ତର ମିଳନ । ପୁରୀରେ ଆଧ୍ୟାତ୍ମିକତାର କ୍ଷେତ୍ର ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କୁ ଦୋଳ ଉତ୍ସବ ନୀତି ସୃଷ୍ଟି କରିଛି ଭକ୍ତି ଓ ଭାବର ପରିବେଶ । ଶ୍ରୀମନ୍ଦିରରୁ ମଣି ବିମାନରେ ବିରାଜମାନ ହୋଇ ବଡ଼ ଦାଣ୍ଡକୁ ଆସିବା ପରେ ଦୋଳ ଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ଫଗୁ ଅବିର ଖେଳରେ ମଜିଯାଇଥିଲେ ଭକ୍ତ ।

କନିକା ଦୋଳ ମେଳଣ
Dola Melana: ୬୦୦ବର୍ଷ ଧରି ପାଳିତ ହେଉଛି କନିକା ରାଜମେଲଣ... ଉଠୁଛି ପଡୁଛି ଗାଁ ଦାଣ୍ଡ

ପାଞ୍ଚଦିନ ଧରି ଚାଲିଥିବା ଏହି ମେଳଣର ପ୍ରଥମ ଦିନରେ କାଳିକାପୁର, ଦ୍ଵିତୀୟ ଦିନରେ ଆୟତନ, ତୃତୀୟ ଦିନରେ ଦେଉଳି, ଚତୁର୍ଥ ଦିନରେ ଗିରିୟା ଓ ଶେଷରେ ରାଜମେଲଣ ଅନୁଷ୍ଠିତ ହୋଇଥାଏ। କନିକା ରାଜବାଟି ପରିସରେ ଅନୁଷ୍ଠିତ ଶେଷ ମେଲଣ ଉତ୍ସବ ପାଳିତ ହୋଇଥାଏ। ୫ଟି ଗାଁର ୨୫ରୁ ଉର୍ଦ୍ଧ୍ବ ରାଧାକୃଷ୍ଣଙ୍କ ବିଗ୍ରହକୁ ସୁସଜିତ ବିମାନରେ ରାଜବାଟି ମେଲଣ ପଡିଆକୁ ଅଣା ଯାଇଥାଏ।